ଇଜ୍‌ ଅଫ୍‌ ଡୁଇଙ୍ଗ ବିଜନେସ ପାଇଁ ଆସିବ ବଡ ପଦକ୍ଷେପ

ନୂଆଦିଲ୍ଲୀ,୧୧-୧ : ସରକାର ଦେଶ ମଧ୍ୟରେ ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ ବା ବାଣିଜ୍ୟ ସୁଗମତାକୁ ପ୍ରାଥମିକତା ଦେଉଛନ୍ତି। ଏହି ଧାରାରେ ବିଭିନ୍ନ ପ୍ରକ୍ରିୟାର ନିରନ୍ତର ସରଳୀକରଣ କରାଯାଉଛି। ଏହାକୁ ଧ୍ୟାନରେ ରଖି ବିଭିନ୍ନ କାଗଜପତ୍ର ସମ୍ପର୍କିତ ପ୍ରକ୍ରିୟାକୁ କମ୍‌ କରାଯିବା ସହ ୫ ଦିନ ମଧ୍ୟରେ ନୂଆ ବାଣିଜ୍ୟ ଆରମ୍ଭ କରିବାର ସୁବିଧା ସରକାର କରିବା ନେଇ ଯୋଜନା ରଖିଛନ୍ତି। ବର୍ତ୍ତମାନ ନୂଆ ବାଣିଜ୍ୟ ଆରମ୍ଭ କରିବା ଲାଗି ୧୦ ପ୍ରକ୍ରିୟା ଦେଇ ଯିବାକୁ ପଡୁଛି। ଏଥିଲାଗି ୧୮ ଦିନ ସମୟ ନିର୍ଦ୍ଧାରିତ କରାଯାଇଛି। ସରକାର ଏହି ପ୍ରକ୍ରିୟାକୁ କମ୍‌ କରି ୫କୁ ଆଣିବା ଏବଂ ୫ ଦିନକୁ ଖସାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି।
ଏହି ପ୍ରକ୍ରିୟା ଅନ୍ତର୍ଗତ ୧୦ ସେବା ଲାଗି କେବଳ ୨ ଫର୍ମ ଭରିବାକୁ ପଡିବ। ନାମ ପଞ୍ଜୀକରଣ, ଇନ୍‌କର୍ପୋରେଶନ ବାଦ ଜିଏସ୍‌ଟି ଭଳି ବିଭିନ୍ନ ଟିକସ ପ୍ରଦାନ କ୍ଷେତ୍ରରେ ପଞ୍ଜିକରଣ ଲାଗି ୧୦ ପ୍ରମୁଖ ସେବା ଲାଗି ଶୀଘ୍ର ୨ଟି ଫର୍ମ ଉପଲବ୍ଧ ହେବ। ବର୍ତ୍ତମାନ ଏଥିଲାଗି ୬ ଅଲଗା ଅଲଗା ଫର୍ମ ପୂରଣ କରିବାକୁ ପଡୁଛି। ପ୍ରକ୍ରିୟା ସହ ଜଡିତ ସରକାରୀ ଅଧିକାରୀ କହିଛନ୍ତି ଯେ, କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଆଗାମୀ ଗୋଟିଏ ମାସରେ ୨ ଫର୍ମ ସ୍ପାଇସ ପ୍ଲସ ଏବଂ ଏଜିଲ ପ୍ରୋ ଜାରି କରିବ। ଏହି ୨ଟି ଫର୍ମରେ ଜିଏସ୍‌ଟିଇନ୍‌, ପ୍ୟାନ, ଟ୍ୟାନ, ଇଏସ୍‌ଆଇସି, ଇପିଏଫ୍‌ଓ, ଡିନ୍‌, ବ୍ୟାଙ୍କ ଆକାଉଣ୍ଟ ଏବଂ ପ୍ରଫେଶନାଲ ଟିକସର ଆକ୍‌ସେସ୍‌ କରାଯାଇପାରିବ। ଏହି ୨ଟି ଫର୍ମ ଅନ୍‌ଲାଇନରେ ଉପଲବ୍ଧ ହେବ। ଏହାର ବ୍ୟବହାର ମଧ୍ୟ ସହଜ ହେବ। ସ୍ପାଇସ ପ୍ଲସ କର୍ପୋରେଶନ ଫର୍ମ ଭାବେ କାର୍ଯ୍ୟକାରୀ କରାଯିବାକୁ ଥିବା ବେଳେ ବ୍ୟକ୍ତି ବିଶେଷ ନାମ ଏବଂ ଇନ୍‌କର୍ପୋରେଶନ ବାଦ ଅନ୍ୟ ସେବା ଲାଗି ମଧ୍ୟ ଆବେଦନ କରିପାରିବେ।
ଅଧିକାରୀ ଜଣକ କହିଛନ୍ତି ଯେ, ଏବେ କମ୍ପାନୀଗୁଡିକର ଇନ୍‌କର୍ପୋରେଶନ ସମୟରେ ହିଁ ଏମ୍ପ୍ଲୟି ଷ୍ଟେଟ ଇନସ୍ୟୁରାନ୍ସ କର୍ପୋରେଶନ(ଇଏସ୍‌ଆଇସି) ଏବଂ ଏମ୍ପ୍ଲଇଜ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେଶନ (ଇପିଏଫ୍‌ଓ) ନିକଟରେ ଆବେଦନ କରିବାକୁ ପଡିବ। ସେହିଭଳି ଇନକର୍ପୋରେଶନ ସମୟରେ ଡାଇରେକ୍ଟର ଇନ୍‌ଫରମେଶନ ନମ୍ବର(ଡିନ)ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର(ପ୍ୟାନ), ଟାକ୍ସ ଡିଡକସନ ଆଣ୍ଡ କଲେକ୍ସନ ଆକାଉଣ୍ଟ ନମ୍ବର(ଟ୍ୟାନ), ଗୁଡସ ଆଣ୍ଡ ସର୍ଭିିସେସ ଆଇଡେଣ୍ଟିଫିକେଶନ ନମ୍ବର(ଜିଏସ୍‌ଟିଇନ୍‌) ସହ ପ୍ରଫେଶନାଲ ଟିକସ ଲାଗି ପଞ୍ଜୀକରଣ କରିବାକୁ ପଡିବ। ଏହା ଦ୍ୱାରା ଦେଶରେ ବାଣିଜ୍ୟ କରିବା ସୁଗମ ହେବ ବୋଲି କୁହାଯାଉଛି। ବିଶ୍ୱବ୍ୟାଙ୍କର ଇଜ ଅଫ ଡୁଇଙ୍ଗ ବିଜନେସ ର଼୍ୟାଙ୍କିଙ୍ଗରେ ଭାରତ ୧୯୦ ଦେଶ ମଧ୍ୟରେ ୬୩ତମ ସ୍ଥାନରେ ରହିଛି। କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ, ଅର୍ଥମନ୍ତ୍ରଣାଳୟ ଏବଂ ଶ୍ରମ ମନ୍ତ୍ରଣାଳୟ ଏହି ର଼୍ୟାଙ୍କରେ ସୁଧାର ଆଣିବା ଲାଗି କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଏହି ଧାରାରେ ୮ ବ୍ୟାଙ୍କ ମଧ୍ୟ ମିଳିତ ହୋଇଛନ୍ତି ବୋଲି ଅଧିକାରୀ କହିଛନ୍ତି।
ସରକାରଙ୍କ ଏଭଳି ପଦକ୍ଷେପ ଆରମ୍ଭ ହେଲେ ବାଣିଜ୍ୟ ଆରମ୍ଭ କରିବା ଲାଗି ସମୟ କମିବ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ଲ ଫାର୍ମ କର୍ପୋରେଟ ପ୍ରଫେଶନାଲର ପାର୍ଟନର ଆରିକ ସିଂଘି କହିଛନ୍ତି,ଜିଏସ୍‌ଟି ଏବଂ ଅନ୍ୟ ବିଜନେସ ରେଜିଷ୍ଟ୍ରେଶନକୁ କମ୍ପାନୀ ପଞ୍ଜୀକରଣ ପ୍ରକ୍ରିୟା ସହ ଯୋଡିବା ଦ୍ୱାରା ଦେଶ ମଧ୍ୟରେ ବାଣିଜ୍ୟ ଆରମ୍ଭ କରିବା ପ୍ରକ୍ରିୟା ବେଶ ସହଜ ହେବ। ଏହା ସହ ସମୟ ମଧ୍ୟ କମିବ। ଏହା ସରକାରଙ୍କ ଏକ ସକାରାତ୍ମକ ପଦକ୍ଷେପ ବୋଲି କେପିଏମ୍‌ଜି ଇଣ୍ଡିଆର ପାର୍ଟନର ହିମାଂଶୁ ପାରେଖ କହିଛନ୍ତି।


All Right Reserved By Dharitri.Com

୫ ଦିନରେ ରାଜଧାନୀ ସ୍ପେଶାଲ ଟ୍ରେନ୍‌ରେ ୩ ଲକ୍ଷରୁ ଅଧିକ ଯାତ୍ରୀ କଲେ ଯାତ୍ରା: ୬୯ କୋଟି ରାଜସ୍ବ ସଂଗ୍ରହ

ନୂଆଦିଲ୍ଲୀ,୧୭।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ଲକ୍‌ଡାଉନ୍‌ ଜାରି ହୋଇଛି। ଫଳରେ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ବହୁଲୋକ ଘରଠାରୁ ଦୂରରେ ଅଟକି ରହିଛନ୍ତି। ସେମାନଙ୍କ...

କରୋନାଭାଇରସ ଭୟ: ବନ୍ଦ ରହିଲା ମୋବାଇଲ ଓ୍ବାର୍ଲଡ କଂଗ୍ରେସ ୨୦୨୦

ବାର୍ସିଲୋନା,୧୩।୨: କରୋନାଭାଇରସର ଭୟାବହତା ଏବେ ସାରା ବିଶ୍ୱକୁ ଏକ ପ୍ରକାର ଭୟଭିତ କରି ରଖିଛି। ଏହି ପ୍ରାଣଘାତୀ ଭୂତାଣୁ ଯୋଗୁ ପ୍ରତିଦିନ ମୃତକ ଓ ସଂକ୍ରମିତଙ୍କ...

୨୦୦୦ ଟଙ୍କିଆ ନୋଟ୍‌ ବନ୍ଦ ହେଉ:ସୁଭାଷ ଗର୍ଗ

ନୂଆଦିଲ୍ଲୀ,୯-୧୧: ବିମୁଦ୍ରୀକରଣକୁ ଏହା ମଧ୍ୟରେ ୩ ବର୍ଷ ପୂରଣ ହୋଇଛି। ବଡ ବଡ ନୋଟଗୁଡିକୁ ଅଚଳ କରିବା ସହ ନୂଆ ନୋଟ ଆଣିଛନ୍ତି। ସରକାର ଆଣିଥିବା...

ମାଲେସିଆରୁ ପାମ୍‌ ତେଲ ଆମଦାନୀ ବୃଦ୍ଧିର ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୧୭ -୮: ମାଲେସିଆର ସ୍ବତନ୍ତ୍ର ଧରଣର ପାମ୍‌ ତେଲର ଆମଦାନୀ ଅହେତୁକ ବୃଦ୍ଧି ପାଇଛି। ସଲଭେଣ୍ଟ ଏକ୍ସଟ୍ରାକ୍ଟର୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆର ଅଭିଯୋଗ କ୍ରମେ କେନ୍ଦ୍ର...

ବିଏସ୍‌ଏନ୍‌ଏଲ୍‌, ଏମ୍‌ଟିଏନ୍‌ଏଲ୍‌କୁ ମିଳିପାରେ ୭୪ହଜାର କୋଟିର ପ୍ୟାକେଜ ପ୍ରସ୍ତାବ

ନୂଆଦିଲ୍ଲୀ,୪-୭: ଭାରି ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ଏବଂ ମହାନଗର ଟେଲିଫୋନ ନିଗମ ଲିମିଟେଡ(ଏମ୍‌ଟିଏନ୍‌ଏଲ୍‌)କୁ...

ମାସ୍କ ଉତ୍ପାଦନ ବଢାଇବ ରିଲାଏନ୍ସ

ନୂଆଦିଲ୍ଲୀ,୨୪-୩: କରୋନା ବିରୋଧୀ ଲଢେଇ ଜୋରଦାର କରିବା ସ୍ବରୂପ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଫେସ୍‌ ମାସ୍କ ଉତ୍ପାଦନ ବୃଦ୍ଧି କରିବା ନେଇ ସୋମବାର ଘୋଷଣା କରାଯାଇଛି।...

ନିବେଶକଙ୍କ କ୍ଷତି ୫.୮୨ ଲକ୍ଷ କୋଟି

ନୂଆଦିଲ୍ଲୀ,୫।୫:ସୋମବାର ଦେଶର ପୁଞ୍ଜିବଜାର କାରବାର କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନ୍‌ସେକ୍ସ ୨୦୦୨ ପଏଣ୍ଟ ଖସିବା ଯୋଗୁ ନିବେଶକଙ୍କ ସମ୍ପତ୍ତିରେ ୫.୮୨ ଲକ୍ଷ...

ଅଧିକାରୀଙ୍କ କାର୍‌ନାମା; ପ୍ରତି ମାସରେ ଡିଜିସିଏ,ଏୟାର ଇଣ୍ଡିଆରୁ ନେଉଛନ୍ତି ଦରମା

ନୂଆଦିଲ୍ଲୀ,୨୧-୭: ଋଣରେ ବୁଡ଼ି ରହିଥିବା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ କ୍ରମାଗତ ଏଭଳି ଜଣେ ଅଧିକାରୀଙ୍କୁ ପ୍ରତିବର୍ଷ ୨ କୋଟିରୁ ଊଦ୍ଧ୍ୱର୍ର୍ ଟଙ୍କା ଦରମା...

Leave a comment

Your email address will not be published. Required fields are marked *