କଫ୍‌ ସିରପ କାରବାର ଗୁମର ଫିଟୁଛି

ବଲାଙ୍ଗୀର ଅଫିସ, ୧୧ା୧
ବଲାଙ୍ଗୀର କଫ୍‌ ସିରଫ କାରବାରର ପଶ୍ଚିମ ଓଡିଶାସ୍ତରୀୟ ଲିଙ୍କ୍‌ ମିଳିଛି ା ଏହି କାରବାରର ରାଜ୍ୟସ୍ତରୀୟ ଲିଙ୍କ୍‌ କ’ଣ ରହିଛି ସେନେଇ ପୋଲିସ ତନାଘନା ଚଳାଇଛି ା କିଛି ଚିହ୍ନା ଅଭିଯୁକ୍ତ ଗିରଫ ହୋଇଛନ୍ତି ା ମାତ୍ର ଏହି ବେଆଇନ କାରବାର ପଛରେ ଆହୁରି ବହୁ ଅଚିହ୍ନା ବ୍ୟକ୍ତିଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ସମ୍ପୃକ୍ତି ରହିଛି ା କେତେକ ଲୋକ ସିଧାସଳଖ ବେଆଇନ କାରବାରରେ ସମ୍ପୃକ୍ତ ଅଛନ୍ତି, କଫ୍‌ ସିରପ ଯୋଗାଣ କରୁଛନ୍ତି ା ଆଉ କେତେକ ଏଥିପାଇଁ ଅର୍ଥ ବିନିଯୋଗ ଓ ଲୋକ ଯୋଗାଡ କରୁଛନ୍ତି ା ସେ ସମସ୍ତଙ୍କ ପର୍ଦ୍ଦାଫାଶ କରାଯିବ ା ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଜଣକୁ ବି ଛଡା ଯିବନାହିଁ ା ଏଥିପାଇଁ ବଲାଙ୍ଗୀର ପୋଲିସ ଏବେ ମିଶନ୍‌ କ୍ଳିନ୍‌ ବଲାଙ୍ଗୀର ଅଭିଯାନ ଆରମ୍ଭ କରିଛି ା ଏସ୍‌ପି ସନ୍ଦୀପ ମାଡକର ଶୁକ୍ରବାର ପୁଇଁତଲା ଥାନାରେ ଏକ ଖବରଦାତା ସମ୍ମିଳନୀରେ ଉପରୋକ୍ତ ସୂଚନା ଦେଇଛନ୍ତି ା ଏହି ଖବରଦାତା ସମ୍ମିଳନୀରେ ପଶ୍ଚିମ ଓଡିଶା କଫ୍‌ ସିରପ କାରବାରର ମାଷ୍ଟରମାଇଣ୍ଡ ସାନ ନେଗୀ, ସହଯୋଗୀ ବରପାଲିପଡାର ଅଜିତ୍‌ ନନ୍ଦ ଓ ଭୁବନେଶ୍ୱର ଖଣ୍ଡଗିରି ଥାନା ଅଞ୍ଚଳର ଫାରୁକ୍‌ ଖାନ୍‌ଙ୍କୁ ହାଜର କରାଯାଇଥିଲା ା ସେମାନଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇ ତାଙ୍କଠାରୁ ୫୫ ହଜାର ୨ ଶହ ଟଙ୍କା, ୪ଟି ମୋବାଇଲ ଫୋନ୍‌ ଓ ଏକ ଇନୋଭା ଗାଡି (ନଂ.ଓଡି୦୨ଏୱାଇ ୦୦୫୯) ଜବତ୍‌ କରାଯାଇଥିତ୍ବା ସୂଚନା ଦିଆଯାଇଥିଲା ା ଶୁକ୍ରବାର ଗିରଫ ଏହି ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ତେବେ ସେମାନଙ୍କୁ ରିମାଣ୍ଡରେ ଅଣାଯିବା ପରେ ଏହି କଫ୍‌ ସିରପ କାରବାର ପଛରେ କେଉଁମାନଙ୍କ ସମ୍ପୃକ୍ତି ରହିଛି ତାହାର ଖୋଳତାଡ କରାଯିବ ବୋଲି ଏସ୍‌ପି ସୂଚନା ଦେଇଥିଲେ ା ଆଞ୍ଚଳିକସ୍ତରରେ ସାନ ନେଗୀ ଏହି କାରବାର କରୁଥିବାବେଳେ ଉପରସ୍ତରରେ କେଉଁମାନେ ରହିଛନ୍ତି ସେମାନେ କେଉଁଠୁ ଏତେ ପରିମାଣରୁ କଫ୍‌ ସିରପ ଆଣୁଛନ୍ତି ଓ ଏଥିରେ କେଉଁମାନେ ଫାଇନାନ୍ସର ରହିଛନ୍ତି ସେସବୁ ଉପରେ ତଦନ୍ତ କରାଯିବ ା
ବଲାଙ୍ଗୀର ଏସ୍‌ଡିପିଓ ଶ୍ରୀମନ୍ତ ବାରିକଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି ା ଏହା ସହିତ ବଲାଙ୍ଗୀରରେ କଫ୍‌ ସିରପ କାରବାରକୁ ମୂଳପୋଛ କରିବା ପାଇଁ ମିଶନ୍‌ କ୍ଳିନ୍‌ ବଲାଙ୍ଗୀର ଅଭିଯାନ ଆରମ୍ଭ କରାଯାଇଥିବା ଏସ୍‌ପି ଏହି ଅବସରରେ ସୂଚନା ଦେଇଥିଲେ ା ଏହି ଅଭିଯାନରେ ଯେ କେହି ବ୍ୟକ୍ତି କଫ୍‌ ସିରପ୍‌ କାରବାରରେ ସମ୍ପୃକ୍ତ ଥିବା ସୂଚନା ମିଳିବ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ା ଏହି ଅବସରରେ ଏସ୍‌ପି ମାଡକର ଏସ୍‌ଡିପିଓ ଶ୍ରୀମନ୍ତ ବାରିକଙ୍କୁ ଏକ ପୁରସ୍କାର ଘୋଷଣା ମଧ୍ୟ କରିଥିଲେ ା ଗତ ନଭେମ୍ବର ୨୮ ତାରିଖରେ ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥରେ ପୋଲିସ ସ୍କ୍ବାଡ ଘେରାବନ୍ଦୀ କରି ୧୦ ହଜାର ୬ ଶହ ବୋତାଲ ବେଆଇନ୍‌ କଫ୍‌ ସିରପ ଥିବା ଗାଡି ଜବତ୍‌ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ା ତେବେ ମାଷ୍ଟରମାଇଣ୍ଡ ସାନ ନେଗୀ ଫେରାର ହୋଇଯାଇଥିଲେ ା ସେହିଦିନରୁ ପୋଲିସ ତାଙ୍କୁ ଖୋଜୁଥିଲା ା ଗତ ଦୁଇଦିନ ତଳେ ବଲାଙ୍ଗୀର ପୋଲିସ ଭୁବନେଶ୍ୱରରୁ ସାନ ନେଗୀ ଓ ତାଙ୍କର ଦୁଇ ସହଯୋଗୀ ଅଜିତ ନନ୍ଦ ଓ ଫାରୁକ ଖାନ୍‌ଙ୍କୁ କାବୁ କରି ଅଜଣା ସ୍ଥାନରେ ରଖି ପଚରାଉଚରା କରୁଥିଲା ା


All Right Reserved By Dharitri.Com

୫-ଟି ପ୍ରଭାବ: ୩ ମାସର ସମସ୍ୟା ୩ ଘଣ୍ଟାରେ ସମାଧାନ

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ):ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନ ମଙ୍ଗଳବାର ଭଦ୍ରକ ଜିଲା ଗସ୍ତ କରିବା ସହ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ।...

ସ୍ବର୍ଗଦ୍ୱାରରେ ଶୋଷଣ ଅଭିଯୋଗ: ଥାନାରେ ଏତଲା, କାର୍ଯ୍ୟାନୁଷ୍ଠାନ ଦାବି

ପୁରୀ ଅଫିସ, ୩୦ା୧:  ସ୍ବର୍ଗଦ୍ୱାର ହେଉଛି ପ୍ରତ୍ୟେକ ହିନ୍ଦୁଙ୍କ ଶ୍ରଦ୍ଧା ଓ ଆସ୍ଥାର କେନ୍ଦ୍ର। ମୃତ୍ୟୁ ପରେ ଏଠାରେ ମୃତଦେହ ଦାହ କଲେ ସ୍ବର୍ଗପ୍ରାପ୍ତି ହୋଇଥାଏ...

ସର୍ବଦଳୀୟ ବୈଠକରେ ଯୋଗଦେବାକୁ ଦିଲ୍ଲୀ ଗଲେ ନବୀନ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ସର୍ବଦଳୀୟ ବୈଠକରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନୂଆଦିଲ୍ଲୀ ଗସ୍ତ...

ବିଲ୍‌ଡରଙ୍କ ଗାଡ଼ି ସହ ଜଳିଗଲା ୩ କାର

କଟକ ରୋଡ,୧୫ା୧୦(ଡି.ଏନ୍‌.ଏ.) : ଲକ୍ଷ୍ମୀସାଗର ଥାନା ଅଧୀନ ଚିନ୍ତାମଣିଶ୍ୱର ଅଞ୍ଚଳରେ ସୋମବାର ୩ଟି ଗାଡ଼ି ଜଳିଯାଇଛି। ଉକ୍ତ ଗାଡ଼ି ମଧ୍ୟରେ ଜଣେ ବିଲ୍‌ଡରଙ୍କ ଗାଡ଼ି ପୋଡ଼ିବା...

କେନ୍ଦୁଝରରେ ୨ବର୍ଷର ରେକର୍ଡ ଭାଙ୍ଗିଲା ଶୀତ

କେନ୍ଦୁଝର,୨୮।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ବର୍ଷା ସାଙ୍ଗକୁ କୋହଲା ପାଗ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଚଳିତବର୍ଷ ସର୍ବନିମ୍ନ ତାପମାତ୍ରା ୫.୬ ଡିଗ୍ରୀ ରେକର୍ଡ କରାଯାଇଛି, ଯାହାକି...

କେନ୍ଦ୍ରାପଡ଼ାରେ ୮ ଘଣ୍ଟିଆ ବନ୍ଦ ଡାକରା: ମହାକାଳପଡ଼ା, ରାଜନଗରରେ ଏହାର ପ୍ରଭାବ

କେନ୍ଦ୍ରାପଡ଼ା ଅଫିସ/ମହାକାଳପଡ଼ା/ରାଜନଗର ୧୭।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଗୁଲାମୁଣ୍ଡାରେ ବ୍ୟବସାୟୀଙ୍କୁ ଗୁଳିମାଡ଼ ଘଟଣାରେ ବୁଧବାର ଜିଲାବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ସମସ୍ତ ଦୋକାନବଜାର ଓ ଗାଡ଼ି ଚଳାଚଳ...

ଢାବାରେ ନାବାଳକଙ୍କ ମୃତ୍ୟୁ ନେଇ ଲଙ୍କାକାଣ୍ଡ : ପୋଲିସକୁ ଗୋଡ଼େଇ ପିଟିଲେ ଲୋକେ

ବାଲିଆପାଳ,୨୬।୭(ଡି.ଏନ.ଏ./ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳ ଇଡକୋ ଛକସ୍ଥିତ ରାଜଧାନୀ ଢାବାରେ କାମ କରୁଥିବା ଜଣେ ୧୫ ବର୍ଷର ନାବାଳକଙ୍କୁ ହତ୍ୟା କରାଯିବା ଅଭିଯୋଗ ନେଇ ସାରା ଅଞ୍ଚଳ...

କରୋନା ପ୍ରତିରୋଧ ବ୍ୟବସ୍ଥା ଲାଗି ୩୦ ଜିଲାକୁ ୪୪.୫୦ କୋଟି: ଔଷଧ ଯୋଗାଣକାରୀ ସଂସ୍ଥାକୁ ଦିଆଯିବ ଇନ୍‌ସେନ୍‌ଟିଭ୍‌

ଭୁବନେଶ୍ୱର,୨୫।୩(ବ୍ୟୁରୋ): ଘାତକ କରୋନା ସଂକ୍ରମଣ ସାରା ବିଶ୍ୱକୁ କବଳିତ କରିଥିବା ବେଳେ ରାଜ୍ୟ ସରକାର ଏହାକୁ ମୁକାବିଲା କରିବାକୁ ସମସ୍ତ ପ୍ରସ୍ତୁତି କରୁଛନ୍ତି। ଏଥିରେ ଡାକ୍ତର...

Leave a comment

Your email address will not be published. Required fields are marked *