୨.୫ କିଲୋ ଗଞ୍ଜେଇ ସହ ବାଇକ୍‌ ଜବତ

ସଜନାଗଡ଼,୧୦।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ କାଂଶ ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ନୀଳଗିରି ପୋଲିସ୍‌ ଚଢ଼ାଉ କରି ଜଣଙ୍କୁ ଗିରଫ କରିଛି। କାଂଶ ଅଞ୍ଚଳ ମହାପାତ୍ରସାହି ଗ୍ରାମର ରବୀନ୍ଦ୍ର କୁମାର ମହାପାତ୍ର ନିଜ ବାଇକ୍‌ (ନଂ. ଓଡ଼ି୦୧ଏଇ-୮୮୦୭)ରେ ଅଢ଼େଇ କେଜି ଗଞ୍ଜେଇ ନେଇ ଘରୁ ବାହାରୁଥିବା ବେଳେ ପୋଲିସ୍‌ ହାତରେ ଧରାପଡିଥିଲେ। ପୋଲିସ୍‌ ତାଙ୍କୁ ଗରିଫ କରିବା ସହ ଅଢ଼େଇ କେଜି ଗଞ୍ଜେଇ ସମେତ ବାଇକ ଜବତ କରିଛି। ଅଭିଯୁକ୍ତ ଜଣକ ଗଞ୍ଜେଇ ବାଲେଶ୍ୱରର ବିଭିନ୍ନ ଦୋକାନୀକୁ ଯୋଗାଉଥିବା କହିଛନ୍ତି। ଏ ନେଇ ନୀଳଗିରି ଥାନାରେ ମାମଲା (ନଂ. ୧୮/୨୦) ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ନୀଳଗିରି ଏସ୍‌ଡିପିଓ ଅମୂଲ୍ୟ କୁମାର ଧରଙ୍କ ନିର୍ଦ୍ଦେଶରେ ନୀଳଗିରି ଥାନାର ଆଇଆଇସି ମୀନତି ବିଶ୍ୱାଳ, ସବ୍‌ଇନ୍ସପେକ୍ଟର ଗଣେଶ ତ୍ରିପାଠୀ, ସବ୍‌ଇନ୍ସପେକ୍ଟର ସସ୍ମିତା ମଲ୍ଲିକ, ସବ୍‌ଇନ୍ସପେକ୍ଟର ବାସୁଦେବ ଜୟସିଂ ସଦଳବଳେ ଚଢାଉ କରିଥିଲେ।


All Right Reserved By Dharitri.Com

ଦାଦାପୁଅ ଭାଇଙ୍କ ଗଳା କାଟି ହତ୍ୟା: ଅଭିଯୁକ୍ତ ଥାନାରେ ଅଟକ

ବୁଗୁଡ଼ା,୨୭ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ବୁଗୁଡ଼ା ସହର ଉପକଣ୍ଠ ବେତାରସିଙ୍ଗରେ ଶୁକ୍ରବାର ବିଳମ୍ବିତ ରାତିରେ ଦାଦାପୁଅ ଭାଇଙ୍କ ଗଳା ଓ ପେଟରେ ଛୁରି ଭୁସି ବଡ଼ବାପା ପୁଅ ହତ୍ୟା...

ଡଙ୍ଗାଭସା ହେଲା କାଳ: ନାଗାବଳୀ ନଦୀରେ ଭାସିଯାଇ ଛାତ୍ର ମୃତ

ରାୟଗଡ଼ା ଅଫିସ, ୧୨।୧୧: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ଡଙ୍ଗା ଭସାଇବାକୁ ଯାଇ ନଦୀରେ ବୁଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା...

ବିଭାଗରେ ରହୁନାହାନ୍ତି ପୌର କର୍ମଚାରୀ: ଅଭିଯୋଗକାରୀଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ

ଅନୁଗୋଳ ଅଫିସ, ୧୦।୧- ଅନୁଗୋଳ ପୌରପାଳିକାକୁ ବିଭିନ୍ନ ଅଭିଯୋଗ ନେଇ ଆସୁଥିବା ସହରବାସୀ ଅନେକ ସମୟରେ ବିଭାଗୀୟ କର୍ମଚାରୀଙ୍କୁ ଅଫିସରେ ପାଉନାହାନ୍ତି। କାର୍ଯ୍ୟାଳୟ ଖୋଲାଥିଲେ ବି...

ପ୍ରତାରଣା ଅଭିଯୋଗରେ ଯୁବକ ଗିରଫ

ବଇଣ୍ଡା, ୮ା୧୨(ଡି.ଏନ.ଏ.)- କିଶୋରନଗର ବ୍ଲକ ହଣ୍ଡପା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା ଅଭିଯୋଗରେ ଜରପଡା ଥାନା ଅଞ୍ଚଳର ସୁଶାନ୍ତ...

ବିଭିନ୍ନ ଦୋକାନରେ ଚଢ଼ାଉ: ୧ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ପଲିଥିନ ସାମଗ୍ରୀ ଜବତ, ୩୮,୫୦୦ ଟଙ୍କା ଜରିମାନା ଆଦାୟ

ଜୟପୁର,୬।୧୨(ଡି.ଏନ୍‌.ଏ.) : କୋରାପୁଟ ଜିଲା ଜୟପୁର ସହରର ବିଭିନ୍ନ ଦୋକାନ ଉପରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୧ କ୍ୱିଣ୍ଟାଲ ୯୫ କିଲୋଗ୍ରାମ ପଲିଥିନ ସାମଗ୍ରୀ...

ରାହାଡ଼ପୁର ପାହାଡ଼ରେ ବେଆଇନ ଖନନ

ଯାଜପୁର ଅଫିସ,୧୪|୮- ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧିନସ୍ଥ ରାହାଡ଼ପୁର ଦକ୍ଷିଣପାର୍ଶ୍ୱରେ ଚାଲିଥିବା ବେଆଇନ କଳାପଥର ଖନନଉପରେ ହାଇକୋର୍ଟ ହସ୍ତକ୍ଷେପ କରିଛନ୍ତି। ହାଇକୋର୍ଟରେ ନଂ.୩୦୬୫/୨୦୧୮ରେ ହୋଇଥିବା...

ଫଳକରେ ସୀମିତ ରକ୍ତ ପୃଥକୀକରଣ ୟୁନିଟ୍‌

ବରଗଡ଼ ଅଫିସ୍‌,୧୪।୭ – ରକ୍ତ ବିନା ଜୀବନ ଅସମ୍ଭବ । ରକ୍ତହୀନତା ତଥା ରକ୍ତ ଅଭାବ ଯୋଗୁ ବହ ପ୍ରାଣହାନି ଘଟୁଛି । ରକ୍ତ ଅଭାବ...

ସ୍କୁଟିକୁ ଧକ୍କାଦେଲା ବୋଲେରୋ: ୩ ଗୁରୁତର

ରାଇସୁଆଁ,୨୫।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ରାଇସୁଆଁ ଓଭରବ୍ରିଜ୍‌ ନିକଟରେ ବୁଧବାର ମଧ୍ୟାହ୍ନରେ ବୋଲେରୋ ଏକ ସ୍କୁଟିକୁ ଧକ୍କା ଦେବା ଫଳରେ ୩ ଜଣ...

Leave a comment

Your email address will not be published. Required fields are marked *