Posted inଖେଳ

ବୋପାନ୍ନା-କୁଲହଫ୍‌ ଫାଇନାଲରେ

ଦୋହା, ୧୦ା୧ (ପି.ଟି.)- ଭାରତର ରୋହନ ବୋପାନ୍ନା ଏବଂ ନେଦରଲାଣ୍ଡର ଓ୍ବେସ୍‌ଲି କୁଲ୍‌ହଫ୍‌ ଏଠାରେ ଚାଲିଥବା ୧,୪୬୫,୨୬୦ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ କାତାର ଓପନ ଟେନିସ ଟୁର୍ନାମେଣ୍ଟର ପୁରୁଷ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ସେମିଫାଇନାଲରେ ଏହି ଯୋଡ଼ି ୭-୫, ୬-୨ ସେଟ୍‌ରେ ଫିନ୍‌ଲାଣ୍ଡ-କ୍ରୋଏସିଆ ଯୋଡ଼ି ହେନ୍‌ରୀ କୋଣ୍ଟେନେନ୍‌ ଏବଂ ଫ୍ରାଙ୍କୋ ସ୍କୁଗୋର୍‌ଙ୍କୁ ହରାଇ ଦେଇଛନ୍ତି। ଇଣ୍ଡୋ-ଡଚ୍‌ ଯୋଡ଼ି ଶନିବାର ଫାଇନାଲ ମୁକାବିଲାରେ ବ୍ରିଟିଶ-ମେକ୍ସିକାନ ଯୋଡ଼ି ଲ୍ୟୁକ୍‌ ବାମ୍ବ୍ରିଜ୍‌ ଓ ସାଣ୍ଟିଆଗୋ ଗୋଞ୍ଜାଲେଜ୍‌ଙ୍କୁ ଭେଟିବେ। ବାମ୍ବ୍ରିଜ ଓ ଗୋଞ୍ଜାଲେଜ୍‌ ଅନ୍ୟ ସେମିଫାଇନାଲରେ ଡେନମାର୍କର ଫ୍ରେଡ୍ରିକ୍‌ ନିଲ୍‌ସେନ ଓ ଜର୍ମାନୀର ଟିମ୍‌ ପ୍ୟୁଜ୍‌ଙ୍କୁ ୨-୬, ୬-୨, ୧୦-୪ ସେଟ୍‌ରେ ପରାସ୍ତ କରିଛନ୍ତି।


All Right Reserved By Dharitri.Com

Posted inଖେଳ View All

ଫନୀ ବାତ୍ୟା ପାଇଁ ହକି ଇଣ୍ଡିଆର ୩୧ ଲକ୍ଷ ଟଙ୍କା ସାହାଯ୍ୟ

ଭୁବନେଶ୍ୱର,୮।୮(ସ୍ପୋଟ୍ସ ବ୍ୟୁରୋ)- ପ୍ରଳୟଙ୍କାରୀ ଫନୀ ବାତ୍ୟା ପାଇଁ ହକି ଇଣ୍ଡିଆ ତରଫରୁ ଓଡ଼ିଶା ସରକାରଙ୍କୁ ଅର୍ଥ ପ୍ରଦାନ କରାଯାଇଛି। ହକି ଇଣ୍ଡିଆ ଏଥିପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍‌...

ପ୍ରୋ-କବାଡ଼ି ଲିଗ୍‌:ଓ୍ବାରିୟର୍ସ-ଟାଇଟାନ୍ସ ମ୍ୟାଚ ଡ୍ର, ଯୋଦ୍ଧା ବିଜୟୀ

ଅହମ୍ମଦାବାଦ, ୧୩।୮(ପି.ଟି.)- ପ୍ରୋ-କବାଡ଼ି ଲିଗ୍‌ରେ ସୋମବାର ବେଙ୍ଗଲ ଓ୍ବାରିୟର୍ସ ଓ ତେଲ୍‌ଗୁ ଟାଇଟାନ୍ସ ମ୍ୟାଚ ୨୯-୨୯ ପଏଣ୍ଟରେ ଡ୍ର ରହିଛି। ଉଭୟ ଦଳ ମଧ୍ୟରେ ଏହା...

୨୦୧୯ ଏଫଆଇଏଚ୍‌ ପୁରସ୍କାର: ମନପ୍ରୀତ ‘ପ୍ଲେୟର ଅଫ ଦି ଇୟର’

ନୂଆଦିଲ୍ଲୀ, ୧୩।୨- ଭାରତୀୟ ହକି ପାଇଁ ଆସିଛି ଆଉ ଏକ ଖୁସି ଖବର। ଅଧିନାୟକ ମନପ୍ରୀତ ସିଂ ପାଇଛନ୍ତି ଏଫଆଇଏଚ୍‌ ‘ପ୍ଲେୟର ଅଫ ଦି ଇୟର’...

ମାର୍କ୍ୱେଜଙ୍କୁ ସିଜନର ୧୦ମ ଟାଇଟଲ

ମୋଟେଗି (ଜାପାନ), ୨୦ା୧୦ (ପି.ଟି.)-ରେପସୋଲ ହୋଣ୍ଡା ଟିମ୍‌ର ବିଶ୍ୱ ଚାମ୍ପିୟନ ମାର୍କ ମାର୍କ୍ୱେଜ ତାଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛନ୍ତି। ଜାପାନର ଟ୍ବିନ ରିଙ୍ଗ୍‌ ମୋଟେଗିଠାରେ...

ସ୍ବତନ୍ତ୍ର ରେକର୍ଡ ବୁକ୍‌ରେ ରୋହିତ

ବିଶାଖାପାଟଣା,୫।୧୦: ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟର ପ୍ରଥମ ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ ଭାରତୀୟ ଦଳର ଓପନର ରୋହିତ ଶର୍ମା ଶତକ ଲଗାଇଛନ୍ତି।...

ପିତା-ଭଉଣୀ କଂଗ୍ରେସ, ସ୍ତ୍ରୀ ଭାଜପା: ଜାଡେଜା କହିଲେ, ‘ମୁଁ ଭାଜପାକୁ ସମର୍ଥନ କରୁଛି’

ନୂଆଦିଲ୍ଲୀ, ୧୬।୪: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଭାଜପାକୁ ସମର୍ଥନ କରି ଏକ ଟୁଇଟ କରିଛନ୍ତି। ବିଶ୍ୱକପ୍‌ ଦଳରେ ଚୟନ ହେବାର କିଛି...

ଚେନ୍ନାଇନ ସହ ଡ୍ର’ ରଖିଲା ଓଡ଼ିଶା

ଚେନ୍ନାଇ, ୨୯।୧୧ (ପି.ଟି.)- ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ରେ ଗୁରୁବାର ନବାଗତ ଓଡ଼ିଶା ଏଫ୍‌ସି ଓ ଚେନ୍ନାଇନ ଏଫ୍‌ସି ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ୨-୨ ଗୋଲରେ...

ଆର୍ଚରଙ୍କୁ କ୍ଷମାପ୍ରାର୍ଥନା କଲା ନ୍ୟୁଜିଲାଣ୍ଡ କ୍ରିକେଟ

ଓ୍ବେଲିଂଟନ,୨୫।୧୧(ପି.ଟି.)- ଏଠାରେ ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟର ଅନ୍ତିମ ଦିନରେ ଇଂଲଣ୍ଡ ପେସର ଜୋଫ୍ରା ଆର୍ଚରଙ୍କୁ ସହ ଜଣେ ଦର୍ଶକ ବର୍ଣ୍ଣବୈଷମ୍ୟ ଆକ୍ଷେପ...

Leave a comment

Your email address will not be published. Required fields are marked *