ନବନିର୍ମାଣ କୃଷକ ସଂଗଠନର ଆଇନଅମାନ୍ୟ ଆନ୍ଦୋଳନ: ରାଜଧାନୀରେ ଚାଷୀ-ପୋଲିସ ଧସ୍ତାଧସ୍ତି

ଭୁବନେଶ୍ୱର,୧୦ା୧(ବ୍ୟୁରୋ): କାଳିଆ ଯୋଜନାକୁ ନେଇ ଗତ ଡ଼ିସେମ୍ବର ୨୬ରୁ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଚାଷୀଙ୍କ ସହ ଅନଶନରେ ବସିଥିଲେ। ସରକାର ଦାବି ପୂରଣ ନ କରିବାରୁ ଗୁରୁବାର ଚାଷୀମାନେ ଆଇନ ଅମାନ୍ୟ ଆନ୍ଦୋଳନ କରିଥିଲେ। ରାଜ୍ୟର କୋଣ ଅନୁକୋଣରୁ ମହିଳା ଓ ପୁରୁଷ ଚାଷୀମାନେ ବିଭିନ୍ନ ଦିଗରୁ ରାଜଧାନୀକୁ ପଶିଥିଲେ। କାଳିଆ ଯୋଜନା କାହିଁକି ବନ୍ଦ ହେଲା, ଚାଷୀଙ୍କୁ ଦେଇଥିବା କାଳିଆ ଟଙ୍କାର ପ୍ରତିଶ୍ରୁତି କୁଆଡ଼େ ଗଲା ଆଦି ା ନାରା ଦେଇ ରାଜଧାନୀ ରାଜରାସ୍ତାରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୋଲିସର ସୁରକ୍ଷା ବଳୟକୁ ଭେଦକରି କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନକୁ ଘେରାଉ କରିବା ସହ ଭିତରକୁ ଧସେଇ ପଶିଥିଲେ। କେତେଜଣ ଚାଷୀ ତଳେ ଶୋଇ ରହି ନାନା ସ୍ଲୋଗାନ ଦେଇଥିଲେ। ଶେଷରେ କ୍ୟାପିଟାଲ ଥାନା ପୋଲିସ ନବନିର୍ମାଣ କୃଷକ ସଂଗଠନ କର୍ମକର୍ତ୍ତା ଓ ଚାଷୀଙ୍କୁ ଗିରଫ କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।
ଅନ୍ୟପକ୍ଷରେ ଜଟଣୀ-ସୁନ୍ଦରପଦା ରାସ୍ତାର ବୀରବନ୍ଧସ୍ଥିତ ସଂଗଠନର ରାଜ୍ୟ କାର୍ଯ୍ୟାଳୟରୁ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଓ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କ ନେତୃତ୍ୱରେ ଚାଷୀ ଶୋଭାଯାତ୍ରା ନବୀନ ନିବାସ ଅଭିମୁଖେ ବାହାରିଥିଲା। ଶୋଭାଯାତ୍ରା ଏୟାରଫିଲ୍‌ଡ ଥାନା ସମ୍ମୁଖରେ ପହଞ୍ଚତ୍ବା ମାତ୍ରେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଫଳରେ ଚାଷୀ ଓ ପୋଲିସ ମଧ୍ୟରେ ବହୁ ସମୟ ଧରି ଧସ୍ତାଧସ୍ତି ହୋଇଥିଲା। ଏ ସମ୍ପର୍କରେ ଅକ୍ଷୟ କୁମାର କହିଥିଲେ, ଆଗାମୀ ମେ’ରେ ସଙ୍ଗଠନ ତରଫରୁ ଯେଉଁ ମହାସଂଗ୍ରାମ ଆରମ୍ଭ ହେବ, ସେଥିପାଇଁ ସାଙ୍କେତିକ ଯୁଦ୍ଧ ଏବେଠୁ ଆରମ୍ଭ ହୋଇଛି। ଆନ୍ଦୋଳନ ସମୟରେ ଚାଷୀନେତା ସ୍ନେହାଂଶୁ ଜେନା, ଦୁର୍ଗା ବାରିକ, ପ୍ରସନ୍ନ କୁଅଁର, ସୁରେଶ ଚନ୍ଦ୍ର ମାନସିଂହ, ଦେବୀ ପ୍ରସାଦ ମହାରଣାଙ୍କ ନେତୃତ୍ୱରେ ଆସିଥିବା ଚାଷୀଙ୍କୁ ପୋଲିସ ଗିରଫ କରିଥିଲା। ସନ୍ଧ୍ୟାରେ ପୋଲିସ ସମସ୍ତ ଚାଷୀଙ୍କୁ ଛାଡି ଦେଇଥିବା ସୂଚନା ମିଳିଛି।


All Right Reserved By Dharitri.Com

କମିଲା ଶୀତ: ୨୨ରେ ଘନ କୁହୁଡ଼ି, ୟେଲୋ ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ଶୀତର ପ୍ରକୋପ ହ୍ରାସ ପାଇ ଯାଇଛି। ସର୍ବନିମ୍ନ ତାପମାତ୍ରା ୧୨ରୁ ୧୮ ଡିଗ୍ରୀ ସେଲସିୟସକୁ ଟପିଗଲାଣି। ଜାନୁୟାରୀ ଶେଷ ନ ହେଉଣୁ ଗରମର ଆଭାସ...

କଟାଗୋଡ଼ର ରହସ୍ୟ ଖୋଜି ପାଉନି ପୋଲିସ: ଆଜି ଫରେନ୍‌ସିକ୍‌ ଲାବ୍‌କୁ ପଠାଯିବ ନମୁନା

ଭୁବନେଶ୍ୱର, ୧୪ା୧୧(ବ୍ୟୁରୋ): ବରମୁଣ୍ଡା ଓଭରବ୍ରିଜ୍‌ ଶଙ୍ଖ ନିକଟ ଓୟୁଏଟି ନାଳରୁ ମଙ୍ଗଳବାର ଜଣେ ମଣିଷର କଟାଗୋଡ଼ ମିଳିଥିଲା। ଆଣ୍ଠୁ ତଳକୁ ମାଂସ ରହିଥିବାବେଳେ ଉପର ଅଂଶଟି...

ମଦ ବିକ, ପୁରସ୍କାର ନିଅ

ଭୁବନେଶ୍ୱର, ୧୪।୭(ବ୍ୟୁରୋ): ରାଜ୍ୟରେ ମଦ ବିକ୍ରିକୁ ନେଇ ବିଭିନ୍ନ ସମୟରେ ଆନ୍ଦୋଳନ ହେଉଛି। ବିଷାକ୍ତ ମଦ ପିଇ ବହୁ ଜୀବନ ଚାଲି ଯାଉଛି। ଏହାକୁ ବିରୋଧ...

ପୁରୀ ଗଣବଳାତ୍କାର ଘଟଣା: ହାଇକୋର୍ଟରେ ମିସ୍‌ କେସ୍‌ ଦାଏର

କଟକ ଅଫିସ,୧୯ା୧୨- ରାଜ୍ୟର ବହୁଚର୍ଚ୍ଚିତ ପୁରୀ ଗଣବଳାତ୍କାର ଘଟଣାରେ ଗୁରୁବାର ହାଇକୋର୍ଟରେ ଏକ ମିସ୍‌ କେସ୍‌ ଦାଏର କରାଯାଇଛି। ଉକ୍ତ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ...

ଅଗଷ୍ଟ ୩ରୁ ‘ମେଟଲ୍‌ ମିଟ୍‌-୨୦୧୯’

ଭୁବନେଶ୍ୱର,୨।୭(ବ୍ୟୁରୋ): ବର୍ଷକର ପ୍ରତୀକ୍ଷା ପରେ ପୁଣିଥରେ ଫେରୁଛି ଓଡିଶାର ପ୍ରଥମ ଏବଂ ଏକମାତ୍ର କୁଇଜ୍‌ ମହାକୁମ୍ଭ ‘ମେଟଲ୍‌ ମିଟ୍‌- ୨୦୧୯’। ଅଗଷ୍ଟ ୩ ଓ ୪...

ବିଶ୍ୱ ହସ୍ତୀ ଦିବସ : ବନ ବିଭାଗର ହାତୀ ସୁରକ୍ଷା ଫେଲ୍‌, ୮ବର୍ଷରେ ମଲେଣି ୫୪୮ ହାତୀ

ଭୁବନେଶ୍ୱର,୧୨ା୮(ବ୍ୟୁରୋ) : ଆଜି ବିଶ୍ୱ ହସ୍ତୀ ଦିବସ। ଐତିହ୍ୟ ପ୍ରାଣୀ ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୨କୁ ହସ୍ତୀ ଦିବସ ଭାବେ...

ରାଜ୍ୟରେ ଆଉ ୪ ବିମାନବନ୍ଦର ହେବ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜ୍ୟରେ ଝାରସୁଗୁଡା ସମେତ ଜୟପୁର, ଉତ୍‌କେଲା ଏବଂ ରାଉରକେଲାରେ ବିମାନବନ୍ଦର ନିର୍ମାଣ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ୧୯ଟି ଏୟାର ଷ୍ଟ୍ରିପର...

ଉପବାଚସ୍ପତି ରଜନୀକାନ୍ତ ସିଂହ ଆହତ

ଭୁବନେଶ୍ୱର, ୮।୮(ବ୍ୟୁରୋ): ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ଗୁରୁବାର ଆହତ ହୋଇଛନ୍ତି। ଝୁଣ୍ଟିପଡ଼ିବାରୁ ତାଙ୍କ ଆଣ୍ଠୁରେ ଗୁରୁତର ଆଘାତ ଲାଗିଥିବା ସୂଚନା ମିଳିଛି।

Leave a comment

Your email address will not be published. Required fields are marked *