୫ରୁ ଊର୍ଦ୍ଧ୍ୱ ଲୋକଙ୍କ ଘର ଭାଙ୍ଗିଲା ହାତୀ

ପାଟଣା,୧୦।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ଗୋଟିକିଆ ଦନ୍ତାହାତୀର ଆତଙ୍କରାଜ ଯୋଗୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ଏହି ଦନ୍ତାହାତୀଟି ପାଟଣା ରେଞ୍ଜର ବଡ଼ବିଲ, ଜମୁନାଳିଆ, ତାଳସରୁଆ, ହଳଦୀବଟା, ନୂଆଗାଁ ଓ ଦୁବେଇପେଣ୍ଠ ଆଦି ଗ୍ରାମରେ ପଶି ୫ରୁ ଊର୍ଦ୍ଧ୍ୱ ଲୋକଙ୍କ ଘର ଭାଙ୍ଗିବା ସହିତ ଧାନ, ଚାଉଳ,ପନିପରିବା ଖାଇ ନଷ୍ଟ କରିଛନ୍ତି। ଏହି ଗୋଠ ଛଡ଼ା ହାତୀଟି ହଳଦୀବଟା ଗ୍ରାମର ମରା ମୁଣ୍ଡା, ଖଗେଶ୍ୱର ନାଏକ, ବଡ଼ବିଲ ଗ୍ରାମର ଦୁଃଶାସନ ନାଏକ, ସହଦେବ ନାଏକ, ଜାମୁନାଳିଆ ଗ୍ରାମର ମେରା ମୁଣ୍ଡାଙ୍କ ଘର ଭାଙ୍ଗିଦେଇଛି। ହାତୀର ଉପଦ୍ରବ ଦେଖି ଲୋକେ ଭୟଭୀତ ଅବସ୍ଥାରେ ରାତି ଅନିଦ୍ରା ହେଉଛନ୍ତି। ହାତୀଟି ଏବେ ଘୁଣ୍ଟିବେଡ଼ା ଗାଁ ନିକଟ ପୁରୁଣା ପାଣି ଜଙ୍ଗଲ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଖୁବ୍‌ଶୀଘ୍ର କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିଗ୍ରସ୍ତ ପରିବାରଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଭାଜପା ନେତା ଗୌତମ ନାଏକ ଦାବି କରିଛନ୍ତି।


All Right Reserved By Dharitri.Com

ବୈଜ୍ଞାନିକ ମନୋଭାବ ଦିବସ: ଅନ୍ଧବିଶ୍ୱାସ ବିରୋଧରେ ଲଢ଼େଇ ଲାଗି ଆହ୍ବାନ

ବ୍ରହ୍ମପୁର ଅଫିସ,୨୦।୮: ସମାଜ ସଂସ୍କାରକ, ହେତୁବାଦୀ ଓ ମନନବାଦୀ ଡ. ନରେନ୍ଦ୍ର ଡାଭୋଲକରଙ୍କୁ ୨୦୧୩ ମସିହା ଅଗଷ୍ଟ ୨୦ ତାରିଖରେ ହତ୍ୟା କରାଯାଇଥିଲା। ମୌଳବାଦୀମାନେ ତାଙ୍କୁ...

ମେଳଣ ଆଣିଛି ଗାଁରେ ଏକତା

ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧୀନ ବଡ଼ବିଶୋଳ ପଞ୍ଚାୟତର ବେଲଡ଼ିହାରେ ୧୯୮୭ ମସିହାରୁ ପାଳିତ ହୋଇ ଆସୁଥିବା ଦୋଳ ଉତ୍ସବ ଗାଁରେ ଆଣିଛି ଏକତା। ନିଜ...

ଯୁବତୀଙ୍କୁ ନେଇ ବିବାହିତ ଯୁବକ ଫେରାର: ଅଭିଯୋଗ ଆଣିଲେ ସ୍ତ୍ରୀ

ବଅଁରପାଳ,୧୧।୩(ଡିଏନ୍‌ଏ): ଅନୁଗୋଳ ଜିଲା ନାଲ୍‌କୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଅଞ୍ଚଳ ଜଣେ ବିବାହିତ ଯୁବକ ହିନ୍ଦୋଳ ଅଞ୍ଚଳର ଜଣେ ଯୁବତୀଙ୍କୁ ନେଇ ଫେରାର ହୋଇଯାଇଛନ୍ତି। ଏହା...

୯ ବର୍ଷ ହେବ ମିଳିନି ଦରମା:ଅନଶନରେ ବସିଲେ ଆକାଉଣ୍ଟାଣ୍ଟ

ଅନୁଗୋଳ ଅଫିସ, ୨୬।୧୧ଷଷ୍ଠ ଓ ସପ୍ତମ ବେତନ କମିଶନଙ୍କ ସୁପାରିଶ ମୁତାବକ ବେତନ ନ ପାଇବା ପ୍ରତିବାଦରେ ଅନୁଗୋଳ ଜିଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ପରିସରରେ...

ଜାନୁଆରୀ ୧୪ରୁ ଆଇଆଇଏମ୍‍ସିରେ ‘ଫିଲ୍ମି ଚକ୍କର-୩’

ଢେଙ୍କାନାଳ,୯।୧:: ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା । ଚଳଚ୍ଚିତ୍ର ଉପରେ ଆଲୋଚନା । ପୁଣି ଚଳଚ୍ଚିତ୍ରର ବିଭିନ୍ନ ବିଭବକୁ ନେଇ କର୍ମଶାଳା । ଏସବୁର ସୁଯୋଗ ଆଣିଦେଇଛି...

ରାଜ୍ୟର ପ୍ରଥମ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ ସଫଳ: ସୁସ୍ଥହୋଇ ଘରକୁ ଫେରିଲେ ଫିରୋଜ

କଟକ ଅଫିସ,୨୫ା୨: ରାଜ୍ୟର ପ୍ରଥମ କାଡାଭେରିକ୍‌ ଟ୍ରାନ୍ସପ୍ଲାଣ୍ଟ ବା ଜଣେ ମସ୍ତିଷ୍କ ମୃତ(ବ୍ରେନ୍‌ ଡେଡ୍‌) ବ୍ୟକ୍ତିଙ୍କ ଶରୀରରୁ କିଡ୍‌ନୀକୁ ନେଇ ଜଣେ ଜୀବିତଙ୍କ ଶରୀରରେ ପ୍ରତିରୋପଣ...

ନୂଆପଡ଼ା ଜିଲା ଛୁଇଁଲା କରୋନା

ଭୁବନେଶ୍ୱର,୨୪।୫(ବ୍ୟୁରୋ): ପ୍ରଥମ ଥର ପାଇଁ ନୂଆପଡ଼ାକୁ କରୋନା ଛୁଇଁଛି। ରବିବାର ଜିଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପ୍ରକାଶ ଯେ, ରାଜ୍ୟରେ ନୂଆ ୬୭ଜଣ...

ଲାଠୋର ପ୍ରାଣୀଧନ ଚିକିତ୍ସା କେନ୍ଦ୍ର: କାର୍ଯ୍ୟକ୍ଷମ ହେଉନି ବର୍ଯ୍ୟବସ୍ତୁ ଭଷ୍ମକ ଯନ୍ତ୍ର

ଲାଠୋର,୧୩ା୧୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ବିଭିନ୍ନ ଅବ୍ୟବସ୍ଥା ମଧ୍ୟଦେଇ ଗତି କରୁଥିବା ଅଭିଯୋଗ ହୋଇଛି। କେନ୍ଦ୍ର ଉପରେ ଅଞ୍ଚଳର...

Leave a comment

Your email address will not be published. Required fields are marked *