ଶୋଇଥିବା ବେଳେ କାମୁଡ଼ିଲା ସାପ, ନାବାଳିକା ମୃତ

ଝରିଗାଁ, ୨।୬(ସ୍ବ.ପ୍ର.)- ନବରଙ୍ଗପୁର ଜିଲା ଝରିଗାଁ ଥାନା ଅନ୍ତର୍ଗତ ଚଚା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ସାପ କାମୁଡ଼ାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ରବି ହରିଜନଙ୍କ ଝିଅ ଇନ୍ଦୁ ହରିଜନ(୧୨)। ଘରେ ପରିବାର ଲୋକଙ୍କ ସହ ଶୋଇଥିବା ବେଳେ ରାତି ପ୍ରାୟ ୧୧ଟା ସମୟରେ ଇନ୍ଦୁଙ୍କ ଡାହାଣ ଗୋଡ଼କୁ କିଛି କାମୁଡିଥିବା ନେଇ ପରିବାର ଲୋକକୁ ଜଣାଇଥିଲେ। ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ରାତି ପ୍ରାୟ ୩ଟାରେ ଏକ ଅଟୋ ସହାୟତାରେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଡା. ଅଜିତ ଦାଶ ପ୍ରକାଶ କରିଛନ୍ତି। ଖବରପାଇ ସ୍ଥାନୀୟ ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଚଳାଇଛି।


All Right Reserved By Dharitri.Com

ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର, ୩୧ା୮(ବ୍ୟୁରୋ): ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପରେ ଶୁକ୍ରବାର ରାତିରେ ତାଙ୍କୁ ଗିରଫ କରିଛି ପୋଲିସ।...

ବିକାଶନୁ ବହୁତ୍‌ ଦୂରେ କଛାରପଡ଼ାବାସୀ

କୋକସରା, ୧୩ା୧୨(ଡି.ଏନ୍‌.ଏ.)- ଝାର ଜଂଗଲ, ପାହାଡ଼ ପରବତ୍‌ ଘେରା କଳାହାଣ୍ଡି ଜିଲାରେ ଆଏଜ୍‌ ବି ଅନେକ ଗଁାଗଁଡ଼ାର ଲୋକ୍‌ ସାଧାରନ ମଉଲିକ ସୁବିଧାରୁ ବଁଚିତ୍‌ ହେଇ...

ଶିକ୍ଷା, ସ୍ବାସ୍ଥ୍ୟ ବିଭାଗର ଅବହେଳା: ପଡିରହିଛି ୭ ଲକ୍ଷର ସାନିଟାରି ନାପ୍‌କିନ

ଆଠମଲ୍ଲିକ, ୪ା୧୦ (ଡି.ଏନ.ଏ.)-ବିଦ୍ୟାଳୟ ଛାତ୍ରୀଙ୍କୁ ମାଗଣାରେ ସାନିଟାରି ନାପକିନ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି। ସମସ୍ତ ବିଦ୍ୟାଳୟରେ ଛାତ୍ରୀମାନେ ଯେପରି ଏହି ପ୍ୟାଡ ପାଇବେ ସେଥିପାଇଁ ସରକାରୀ...

ସବୁ ଜିଲାରେ ହେବ ବିଜ୍ଞାନ ପାର୍କ: ପ୍ରଥମ ପର୍ଯ୍ୟାୟରେ ୧୦ ଜିଲା, ଖର୍ଚ୍ଚ ହେବ ୬ କୋଟି

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ରାଜ୍ୟର ୧୦ଟି ଜିଲାରେ ବିଜ୍ଞାନ ପାର୍କ ନିର୍ମାଣ ହେବ। ସେହି ଜିଲାଗୁଡିକ ହେଲା ଗଞ୍ଜାମ, ନୟାଗଡ, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ଭଦ୍ରକ, ପୁରୀ, ବଲାଙ୍ଗୀର,...

ନନ୍ଦନକାନନରେ ଭାଇରସ୍‌ ଭୟ: ବଦଳିଲା ଛୁଆହାତୀ କମଳା, ଗୌରୀଙ୍କ ଠିକଣା

ବାରଙ୍ଗ,୧୭-୯(ଡି.ଏନ୍‌.ଏ):ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ହରପିସ ଭୂତାଣୁ ଯୋଗୁ ଦୁଇଟି ହାତୀଙ୍କର ମୃତ୍ୟୁପରେ ହାତୀଶାଳରେ ଥିବା ଦୁଇ ହାତୀଛୁଆ କମଳା ଓ ଗୌରୀଙ୍କର ଠିକଣା ବଦଳିଯାଇଛି। ଆଉ...

ଓଡ଼ିଆ ପ୍ରଯୋଜକ ରାଜେଶଙ୍କୁ ‘ମିଡ୍‌ ଡେ ଶୋ’ବିଜ୍‌ ପୁରସ୍କାର

ଭୁବନେଶ୍ୱର, ୫ା୧୦(ବ୍ୟୁରୋ): ଓଡ଼ିଆ ପ୍ରଯୋଜକ ରାଜେଶ କୁମାର ମହାନ୍ତି ମୁମ୍ବାଇଠାରେ ଅନୁଷ୍ଠିତ ‘ମିଡ୍‌ ଡେ ଶୋ ବିଜ୍‌’ରେ ‘ଆଇକନିକ୍‌ ଡେବ୍ୟୁ ପ୍ରଡ୍ୟୁସର’ ଭାବେ ସମ୍ମାନିତ ହୋଇଛନ୍ତି।...

ବିଜେପୁର ଉପନିର୍ବାଚନ : ପ୍ରଚାର ମୈଦାନରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ବରଗଡ଼ ଅଫିସ,୧୮।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ସନତ କୁମାର ଗଡ଼ତିଆଙ୍କ ପାଇଁ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି।...

ଆଜିଠାରୁ ବଢ଼ିବ ପାହାଳ ମିଠା ଦର

ବାଲିଅନ୍ତା,୧୧।୧୦(ଡି.ଏନ୍‌.ଏ): ଓମଫେଡ କ୍ଷୀର ଲିଟର ପିଛା ୪ଟଙ୍କା ବୃଦ୍ଧି ପରେ ଛେନାଦର କିଲୋ ପିଛା ୧୫ଟଙ୍କା ବୃଦ୍ଧି ପାଇଛି। ଫଳରେ ପାହାଳ ମିଠା ଦର ନିର୍ଦ୍ଧାରଣ...

Leave a comment

Your email address will not be published. Required fields are marked *