Posted inଜାତୀୟ

ନିର୍ବାଚନ ବେଳେ ପ୍ଲାଷ୍ଟିକ୍‌ ବ୍ୟବହାର ବିରୋଧରେ ପିଟିଶନ: କେନ୍ଦ୍ର, ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ,୧୦ା୧(ପି.ଟି.): ନିର୍ବାଚନ ବେଳେ ପ୍ଲାଷ୍ଟିକ୍‌ ବ୍ୟାନର, ହୋର୍ଡିଂ ଇତ୍ୟାଦିର ବ୍ୟବହାରକୁ ବିରୋଧ କରି ଦାଏର ଏକ ପିଟିଶନ ଉପରେ ସୁପ୍ରିମକୋର୍ଟ ଗୁରୁବାର କେନ୍ଦ୍ର ସରକାର ଓ ନିର୍ବାଚନ କମିଶନ (ଇସି)ଙ୍କୁ ନୋଟିସ ଜାରି କରିଛନ୍ତି। ଜଷ୍ଟିସ୍‌ ଏଲ୍‌. ନାଗେଶ୍ୱର ରାଓ ଏବଂ ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଏବଂ ଇସିଙ୍କୁ ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇନଜୀବୀ ଡବ୍ଲ୍ୟୁ. ଏଡଓ୍ବିନ୍‌ ଓ୍ବିଲ୍‌ସନ ଏହି ପିଟିଶନ ଦାଏର କରିଥିଲେ।
ପ୍ଲାଷ୍ଟିକ୍‌ ବ୍ୟବହାର ବିରୋଧରେ ଜାରି କଟକଣା କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ତଦାରଖ କରିବାକୁ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ଭାରତର ନିର୍ବାଚନ କମିଶନ ଏବଂ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ବାଚନରେ ପ୍ରଚୁର ପରିମାଣରେ ପିଭିସି ବ୍ୟାନର ବ୍ୟବହୃତ ହେଉଛି, ଯାହା ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ। ଏହି ମୁଖ୍ୟ ପ୍ରସଙ୍ଗ ଉପରେ ଏନ୍‌ଜିଟି ପ୍ରଭାବଶାଳୀ ନିର୍ଦ୍ଦେଶନାମା ଜାରି କରି ନ ଥିବା ପିଟିଶନରେ ଦର୍ଶାଯାଇଛି। ଆଇନଜୀବୀ ସଞ୍ଜୟ ଉପାଧ୍ୟାୟ ଏବଂ ସଲିକ୍‌ ଶଫିକ୍‌ଙ୍କ ଜରିଆରେ ଏହି ପିଟିଶନ ଦାଏର କରାଯାଇଛି। ନିର୍ବାଚନ ପ୍ରଚାର ବେଳେ ପ୍ଲାଷ୍ଟିକ୍‌ରେ ପ୍ରସ୍ତୁତ ପୋଷ୍ଟର, ବ୍ୟାନର, ହୋର୍ଡିଂ ବ୍ୟବହୃତ ହେଉଛି ଓ ପରେ ତାହା ବର୍ଜ୍ୟରେ ପରିଣତ ହେଉଛି, ଯାହାକି ପରିବେଶ ପାଇଁ ଅତ୍ୟନ୍ତ ହାନିକାରକ ବୋଲି ଆବେଦନକାରୀ ଓ୍ବିଲ୍‌ସନ ଅଭିଯୋଗ କରିଛନ୍ତି। ତେଣୁ ପିଭିସି, ସିନ୍ଥେଟିକ୍‌ ପ୍ଲାଷ୍ଟିକ୍‌ ପଲିମର ଏବଂ କ୍ଲୋରିନେଟେଡ୍‌ ପ୍ଲାଷ୍ଟିକ ବ୍ୟବହାର ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସେ ସର୍ବୋଚ୍ଚ ଅଦାଲତଙ୍କୁ ଅନୁରୋଧ କରିଛନ୍ତି।
ନିର୍ବାଚନ ପ୍ରଚାରବେଳେ ପ୍ଲାଷ୍ଟିକ୍‌ର ବିକଳ୍ପ ବ୍ୟବହାର କରିବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ କହିବା ପରେ ଏନ୍‌ଜିଟି ଉପରୋକ୍ତ ନିଷ୍ପତ୍ତି ନେଇଥିଲେ। ମନ୍ତ୍ରଣାଳୟ ବିଘଟନ ହେଉଥିବା ପ୍ଲାଷ୍ଟିକ୍‌, ପ୍ରାକୃତିକ ଫାଇବର, ପୁନଃଚକ୍ରଣଯୋଗ୍ୟ କାଗଜ ଓ ଅନ୍ୟାନ୍ୟ ପରିବେଶ ଅନୁକୂଳ ପଦାର୍ଥକୁ ପ୍ରଚାର କାର୍ଯ୍ୟରେ ବ୍ୟବହାର କରିବା ଲାଗି ରାଜ୍ୟଗୁଡିକୁ ପତ୍ର ଲେଖିଥିଲେ ବୋଲି କହିଛନ୍ତି। ନିର୍ବାଚନ ବେଳେ ପ୍ଲାଷ୍ଟିକ ପଦାର୍ଥ ବିଶେଷ କରି ବ୍ୟାନର ଓ ହୋର୍ଡିଂ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ ହେବା ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଏବଂ ନିର୍ବାଚନ କମିଶନ ଚାହାନ୍ତି। ତେଣୁ ଉପରୋକ୍ତ କଟକଣା/ନିର୍ଦ୍ଦେଶାବଳୀ ଉପଯୁକ୍ତ ଭାବେ ପାଳନ ହେଉଛି କି ନାହିଁ ତାହା ନିର୍ବାଚନ କମିଶନ ଏବଂ ପ୍ରତି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନ ଅଧିକାରୀ ଏବଂ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଦାରଖ କରିବା ଠିକ୍‌ ହେବ ବୋଲି ଟ୍ରିବ୍ୟୁନାଲ କହିଥିଲେ।


All Right Reserved By Dharitri.Com

ବିଏଚ୍‌ୟୁରେ ‘ଭୂତ ବିଦ୍ୟା’ ଉପରେ ଆରମ୍ଭ ହେବ ୬ ମାସିଆ ପାଠ୍ୟକ୍ରମ

ବାରାଣସୀ,୨୫।୧୨: ବିଏଚ୍‌ୟୁରେ ଖୁବ୍‌ ଶୀଘ୍ର ‘ଭୂତ ବିଦ୍ୟା’ ଉପରେ ୬ ମାସିଆ ପାଠ୍ୟକ୍ରମ ଆରମ୍ଭ ହେବ। ଲୋକମାନଙ୍କ ମଧ୍ୟରେ ରହିଥିବା ଅନ୍ଧବିଶ୍ୱାସକୁ କିପରି ଦୂର କରାଯାଇପାରିବ...

ଘରେ ବନ୍ଦୀ ହୋଇ ରହୁଛନ୍ତି କରୋନା ଯୋଦ୍ଧାଙ୍କ ୭ ବର୍ଷର ଶିଶୁ

ଭିଲଓ୍ବାରା,୧୪।୪: ରାଜସ୍ଥାନର ସରୋଜ କୁମାର କନଷ୍ଟେବଳ ଭାବେ କାମ କରନ୍ତି। ଏବେ ସେ କରୋନା ଯୋଦ୍ଧା ଭାବେ ନିଜର କାର୍ଯ୍ୟରେ ଯୋଗ ଦେଉଥିବା ବେଳେ ନିଜର...

ମହାରାଷ୍ଟ୍ର ନିର୍ବାଚନ: ଭାଜପାର ୧୨୫, ଶିବସେନାର ୧୨୪ ପ୍ରାର୍ଥୀ ତାଲିକା ଘୋଷଣା

ମୁମ୍ବାଇ,୧।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଦୀର୍ଘ ଦିନ ଧରି ଚାଲିରହିଥିବା ଅଙ୍କକଷା ମଙ୍ଗଳବାର ଛିଣ୍ଡିଛି। ଭାଜପା ପକ୍ଷରୁ ପ୍ରଥମ ତାଲିକା ଜାରି...

କରୋନା ଭୟରେ ଆତ୍ମହତ୍ୟା କଲେ ସରକାରୀ କର୍ମଚାରୀ

ସାହାରନପୁର,୨।୪: କରୋନା ଭାଇରସ ଏବେ ସଂକ୍ରମିତଙ୍କୁ ଯେତିକି ଡରାଉଛି ସୁସ୍ଥ ଲୋକ ମଧ୍ୟ ଏହାକୁ ସେତିକି ଭୟ କରୁଛନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି...

ସିଏଏ ଏବଂ ଏନ୍‌ଆର୍‌ସି ବିଭାଜନ ଅସ୍ତ୍ର ଭାବେ କାର୍ଯ୍ୟ କରିବ: ରାହୁଲ

ନୂଆଦିଲ୍ଲୀ,୧୬।୧୨: ନାଗରିକତା ସଂଶୋଧନ ଆଇନ(ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟାର (ଏନ୍‌ଆର୍‌ସି) ଦେଶରେ ବିଭାଜନର ଅସ୍ତ୍ର ଭାବେ କାର୍ଯ୍ୟ କରିବ ବୋଲି କଂଗ୍ରେସ ପକ୍ଷରୁ ରାହୁଲ...

ମସ୍ତିଷ୍କ ଜ୍ୱର ଶିଶୁମୃତ୍ୟୁ: କେନ୍ଦ୍ର ଓ ବିହାର ସରକାରଙ୍କୁ ରିପୋର୍ଟ ତଲବ୍‌ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୪।୬: ବିହାରରେ ମସ୍ତିଷ୍କ ଜ୍ୱର ଶିଶୁ ମୃତ୍ୟୁ ଘଟଣାରେ ସୁପ୍ରିମ୍‌କୋର୍ଟ ସୋମବାର କେନ୍ଦ୍ର ସରକାରଙ୍କ ସହିତ ବିହାର ସରକାରଙ୍କୁ ଧିକ୍କାରିବା ସହିତ ଏନେଇ ରିପୋର୍ଟ ତଲବ...

ଆର୍‌ଟିଆଇ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ

ନୂଆଦିଲ୍ଲୀ,୨୬।୭(ପି.ଟି.):ସୂଚନା ଅଧିକାର ଆଇନ (ସଂଶୋଧନ) ବିଲ୍‌ ପାର୍ଲାମେଣ୍ଟର ଅନୁମୋଦନ ଲାଭ କରିଛି। ୨୨ ତାରିଖରେ ବିଲ୍‌ ଲୋକ ସଭାରେ ଗୃହୀତ ହୋଇଥିବାବେଳେ ଗୁରୁବାର ରାଜ୍ୟ ସଭାରେ...

ଭାଜପା ସଂସଦୀୟ ଦଳ ବୈଠକ: ସଦସ୍ୟଙ୍କ ଉପସ୍ଥାନ ଏବଂ ଭାଷା ସଞ୍ଜମତା ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ,୩।୧୨: ଭାଜପା ସଂସଦୀୟ ଦଳ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂସଦରେ ଭାଜପା ସଦସ୍ୟଙ୍କ ଉପସ୍ଥାପନ ନେଇ...

Leave a comment

Your email address will not be published. Required fields are marked *