ସର୍ବଭାରତୀୟ ନାଟକ, ନୃତ୍ୟ ପ୍ରତିଯୋଗିତା ଆଜି: ଓଡ଼ିଆ, ହିନ୍ଦି, ମଣିପୁରୀ ନାଟକ ମଞ୍ଚସ୍ଥ ହେବ

ଦେବଗଡ,୧୦।୧(ଡି.ଏନ.ଏ)-ସର୍ବଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ପ୍ରତିଯୋଗିତା ଆୟୋଜନ ପାଇଁ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ଜାଗରଣ ଆର୍ଟ ଇଣ୍ଟରନ୍ୟାଶନାଲ’ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ସର୍ବଭାରତୀୟ ପ୍ରତିଯୋଗିତା ଜାନୁୟାରୀ ୧୦ରୁ ଆରମ୍ଭ ହେବ। ୧୫ତାରିଖ ପର୍ଯ୍ୟନ୍ତ ଦୀର୍ଘ ୬ଦିନ ଧରି ଏହା ଆୟୋଜନ କରିବାକୁ ନିଷ୍ପତି ହୋଇଛି। ଆୟୋଜକ ସାଂସ୍କୃତିକ ଅନୁଷ୍ଠାନ ‘ଜାଗରଣ ଆର୍ଟ ଇଣ୍ଟରନ୍ୟାଶନାଲ’ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜିଲା ଓ ଜିଲା ବାହାରୁ ନାଟକ ଓ କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିତ୍ୱମାନଙ୍କୁ ଅନୁଷ୍ଠାନ ପକ୍ଷରୁ ‘ଜାଗରଣ ସମ୍ମାନ’ରେ ସମ୍ମାନିତ କରାଯିବ। ସ୍ଥାନୀୟ ଟାଉନ ହଲଠାରେ ୧୦ତାରିଖ ଶୁକ୍ରବାର ଉଦ୍‌ଘାଟନୀ ସନ୍ଧ୍ୟାରେ ପ୍ରଥମ ନାଟକ ଝାରସୁଗୁଡା ଜିଲା ବେଲପାହାଡର ମିରର ଥିଏଟର ଦ୍ୱାରା ସୁବାସ ଚନ୍ଦ୍ର ପ୍ରଧାନଙ୍କ ରଚିତ ଓ ନିର୍ଦ୍ଦେଶିତ ଓଡିଆ ନାଟକ ‘ସ୍ମାଇଲ ପ୍ଲିଜ’ପରିବେଷଣ କରାଯିବ। ସେହିପରି ଝାଡ଼ଖଣ୍ଡର ଝାଡ଼ଖଣ୍ଡ ସାଂସ୍କୃତିକ ମଞ୍ଚ ଦ୍ୱାରା ସୁନୀଲ ରାଜଙ୍କ ରଚିତ ଓ ଶିବଲାଲ ସାଗରଙ୍କ ନିର୍ଦ୍ଦେଶିତ ହିନ୍ଦୀ ନାଟକ ‘ସମ୍ବୋଧନ’ ପରିବେଶିତ ହେବ। ୧୧ ତାରିଖ ଦ୍ୱିତୀୟ ସନ୍ଧ୍ୟାରେ ଜାମସେଦପୁରର ସାଗର ଏକଟିଂ ଇନ୍ସଟିଚ୍ୟୁଟ ଦ୍ୱାରା ଡକ୍ଟର ସରକାର ସେସାଙ୍କ ରଚିତ ଓ ପ୍ରତିତୀ ସାଗରଙ୍କ ନିର୍ଦ୍ଦେଶିତ ହିନ୍ଦୀ ନାଟକ ‘ଘରୋନ୍ଦା’ ଓ ସୋନପୁରର ବୀଣାପାଣି ସାହିତ୍ୟ କଳା ସଂସଦ ଦ୍ୱାରା ସୁମନ୍ତ ଭୋଇଙ୍କ ରଚିତ ଓ ନିର୍ଦ୍ଦେଶିତ ସମ୍ବଲପୁରୀ ନାଟକ ‘ନାଇଟ ହସ୍‌ପିଟାଲ’ମଞ୍ଚସ୍ଥ ହେବ। ୧୨ ତାରିଖ ତୃତୀୟ ସନ୍ଧ୍ୟାରେ ସମ୍ବଲପୁରର ଆର୍ଟିଷ୍ଟ ଆସୋସିଏଶନ ପରିଚୟ ଦ୍ୱାରା ଶଙ୍କର ତ୍ରିପାଠୀଙ୍କ ରଚିତ ତଥା ପ୍ରଶାନ୍ତ ମହାରଣାଙ୍କ ଅନୁବାଦିତ ଓ ନିର୍ଦ୍ଦେଶିତ ସମ୍ବଲପୁରୀ ନାଟକ ‘ବାଗଡି’ ଓ ପଦ୍ମପୁରର ‘ଲୁ’ ଦ୍ୱାରା ଅଶୋକ ମିଶ୍ରଙ୍କ ରଚିତ ତଥା ଅଧ୍ୟାପକ କେଶବରଞ୍ଜନ ପ୍ରଧାନଙ୍କ ଅନୁବାଦିତ ଓ ନିର୍ଦ୍ଦେଶିତ ସମ୍ବଲପୁରୀ ନାଟକ ‘ଗାନ୍ଧୀ ଛକ’,୧୩ ତାରିଖ ଚତୁର୍ଥ ସନ୍ଧ୍ୟାରେ ମଧ୍ୟପ୍ରଦେଶ ଭୋପାଳର ନିଲେଶ ତିଫ୍ବାରୀ ଶିକ୍ଷା ଏବମ୍‌ ସମାଜ କଲ୍ୟାଣ ସମିତି ଦ୍ୱାରା ଅଭୟ ଦୁବେଙ୍କ ରଚିତ ଓ ନିର୍ଦ୍ଦେଶିତ ହିନ୍ଦୀ ନାଟକ ‘କେନଛୁଲି’ ଓ ବରଗଡ ଜିଲା ସୋହେଲାର ଡ୍ରାମା ଚେତନା ଦ୍ୱାରା ନାଟ୍ୟରଶ୍ମୀ ଅଶୋକ ବହିଦାରଙ୍କ ରଚିତ ଓ ଡ. ତୁଷାରକାନ୍ତ ସାହୁଙ୍କ ନିର୍ଦ୍ଦେଶିତ ସମ୍ବଲପୁରୀ ନାଟକ ‘ରଘୁପତି ରାଘବ ରାଜାରାମ’ମଞ୍ଚସ୍ଥ ହେବ। ୧୪ ତାରିଖ ପଞ୍ଚମ ସନ୍ଧ୍ୟାରେ ମଣିପୁର ଇମ୍ଫାଲର ଲେଇସାରେମବି ଆର୍ଟ ଏଣ୍ଡା କଲଚୁରାଲ ଏସୋସିଏସନ ଦ୍ୱାରା ଡକ୍ଟର କେ.ବି. ଶର୍ମାଙ୍କ ରଚିତ ଓ ୟୁ.ୟୁ.ସମରେନ୍ଦ୍ରଙ୍କ ନିର୍ଦ୍ଦେଶିତ ମଣିପୁରୀ ନାଟକ ‘ଓମ୍‌ ଶାନ୍ତି’ ଓ ରାଉରକେଲାର ସ୍ବସ୍ତି ଝଙ୍କାର ଦ୍ୱାରା ସର୍ମିଷ୍ଠା କବି ଶତପଥିଙ୍କ ରଚିତ ଓ ରାଜୀବ ପାଣିଙ୍କ ନିର୍ଦ୍ଦେଶିତ ଓଡିଆ ନାଟକ ‘ଗଛ’ ମଞ୍ଚସ୍ଥ ହେବ ା ସେହିପରି ୧୫ ତାରିଖ ଅନ୍ତିମ ସନ୍ଧ୍ୟାରେ ଭୁବନେଶ୍ୱରର ବିଦ୍ୟା କନକ ସୃଜନ ଅନୁଷ୍ଠାନ ଦ୍ୱାରା ପ୍ରାଣଭନ୍ଧୁ କରଙ୍କ ରଚିତ ଓ ଜଗଦିଶ ପ୍ରସାଦ ମହାରଣାଙ୍କ ନିର୍ଦ୍ଦେଶିତ ଓଡିଆ (ପ୍ରଦର୍ଶନୀ) ନାଟକ ‘ଆଶାନ୍ତ’ମଞ୍ଚସ୍ଥ ହେବ ବୋଲି ଜଣାପଡିଛି। ଏଥିସହ ପ୍ରତ୍ୟେକ ସନ୍ଧ୍ୟାରେ ୨ଟି ଲେଖାଏଁ ନାଟକ ମଞ୍ଚସ୍ଥ ହେବା ପରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ଚଳିତବର୍ଷ ପ୍ରଥମ ଥର ପାଇଁ ପ୍ରତ୍ୟେକ ନାଟକ ପରେ ଦର୍ଶକମାନଙ୍କୁ ନେଇ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ। ଏହାପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ଆୟୋଜକ ସାଂସ୍କୃତିକ ଅନୁଷ୍ଠାନ ‘ଜାଗରଣ ଆର୍ଟ ଇଣ୍ଟରନ୍ୟାଶନାଲ’ର ସାଧାରଣ ସମ୍ପାଦକ ସୁଜିତ କୁମାର ପାତ୍ର ସୂଚନା ଦେଇଛନ୍ତି।


All Right Reserved By Dharitri.Com

କଣ୍ଡରାପାଟ ପୀଠରେ ଛତରଯାତ୍ରା ବନ୍ଦ

ସମ୍ବଲପୁର,୧୯ା୪(ବ୍ୟୁରୋ)-ସମ୍ବଲପୁର ସହର ଉପକଣ୍ଠ ଝାଙ୍କରପାଲି କଣ୍ଡରାପାଟ ପୀଠରେ ହେବାକୁ ଥିବା ଛତରଯାତ୍ରା ତଥା ଅକ୍ଷୟତୃତୀୟା ପର୍ବ ପାଳନ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ଫଳରେ...

ସଉଦା କିଣି ଫେରୁଥିବା ବେଳେ ଧକ୍କାଦେଲା ଟ୍ରକ୍‌ : ଜଣଙ୍କ ଜୀବନଗଲା

ଜେନାପୁର,୮।୧୧(ଡି.ଏନ୍‌.ଏ.): ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ଚଢ଼େଇଧରା ହାଟ ନିକଟସ୍ଥ ରାଣୀବନ୍ଧ ପୋଲ ନିକଟରେ ଶୁକ୍ରବାର ଟ୍ରକ୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।...

ରାସ୍ତାରେ ମୃତଦେହ ଛାଡି ଚାଲିଗଲେ ଅଟୋ ଚାଳକ

ନବରଙ୍ଗପୁର,୧୨ା୨(ବି.ପ୍ର.): କାମଳ ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ଦେଶୀ ଚିକିତ୍ସା ପାଇଁ ଅଟୋରେ ନେଉଥିବା ସମୟରେ ରାସ୍ତାରେ ମୃତ୍ୟୁ ଘଟିଥିଲା ା ଅଟୋ ଚାଳକ ମୃତଦେହ ନେଇ...

ତିଗିରିଆରୁ ଚିହ୍ନଟ କରୋନା ପଜିଟିଭିଙ୍କ ଲିଙ୍କ୍‌ ଠାବକଲା ନନ୍ଦନକାନନ ପୋଲିସ

ବାରଙ୍ଗ,୧୨।୫(ଡି.ଏନ୍‌.ଏ.): କଟକ ଜିଲା ତିଗିରିଆର ଜଣେ ୩୭ ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୩ ତାରିଖରେ ସେ ସୁରଟରୁ ଫେରି ପୁରୀରେ...

ମୋବାଇଲ ଦୋକାନ ଜଳିଗଲା : ନିଅଁ। ଲିଭାଇବା ବେଳେ ଅଗ୍ନିଶମ କର୍ମଚାରୀ ଆହତ

ଭଞ୍ଜନଗର,୨୭।୬(ଡି.ଏନ.ଏ.)-ଭଞ୍ଜନଗର ମୁଖ୍ୟ ସଡ଼କରେ ଥିବା ଜେକେ ମୋବାଇଲ ଫୋନ ଦୋକାନରେ ମଙ୍ଗଳବାର ରାତି ପ୍ରାୟ ୧୧ଟାରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଲକ୍ଷାଧିକ ଟଙ୍କାର ମୋବାଇଲ ଫୋନ...

ମହାନଦୀ ଜଳରେ ଭାସୁଛି ନବଜାତ ଶିଶୁପୁତ୍ରର ମୃତଦେହ

ଭାପୁର,୧୭।୧(ଡି.ଏନ୍‌.ଏ.): ନୟାଗଡ଼ ଜିଲା ଫତେଗଡ଼ ଥାନା କରବର ପଞ୍ଚାୟତ ନଣ୍ଡାବର ଗ୍ରାମ ନିକଟ ମହାନଦୀର ଘାଟତୁଠରେ ଶୁକ୍ରବାର ଏକ ନବଜାତ ଶିଶୁପୁତ୍ରର ମୃତଦେହ ଭାସୁଥିବା ଦେଖାଯାଇଛି।...

ଗଛମୂଳେ କ୍ୱାରାଣ୍ଟାଇନରେ ଶ୍ରମିକ

ନୂଆପଡା ଅଫିସ/ବୋଡେନ,୨୪|୪ – କରୋନା ଲକ୍‌ଡାଉନ ପରେ ଶ୍ରମିକମାନେ ଜିଲା ତଥା ରାଜ୍ୟ ବାହାରେ ହଇରାଣ ହେବା ପରେ ବିକଳ୍ପ ଚିନ୍ତା କରି ଘରକୁ ଫେରିଆସୁଛନ୍ତି।...

ନିଯୁକ୍ତି ଦାବିରେ କାରଖାନା ଆଗରେ ଧାରଣା

ଖୁଣ୍ଟୁଣୀ,୧୮ା୧( ଡି.ଏନ.ଏ .): ଖୁଣ୍ଟୁଣୀ ଥାନା ଅଧୀନ ରାଧାଶ୍ୟାମପୁରଠାରେ ପ୍ରତିଷ୍ଠିତ ଏକ ସିମେଣ୍ଟ କାରଖାନାକୁ ଜମି ଦେଇ ନିଯୁକ୍ତି ଓ ଅନ୍ୟାନ୍ୟ ସୁବିଧା ପାଇ ନ...

Leave a comment

Your email address will not be published. Required fields are marked *