ବିଭାଗରେ ରହୁନାହାନ୍ତି ପୌର କର୍ମଚାରୀ: ଅଭିଯୋଗକାରୀଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ

ଅନୁଗୋଳ ଅଫିସ, ୧୦।୧- ଅନୁଗୋଳ ପୌରପାଳିକାକୁ ବିଭିନ୍ନ ଅଭିଯୋଗ ନେଇ ଆସୁଥିବା ସହରବାସୀ ଅନେକ ସମୟରେ ବିଭାଗୀୟ କର୍ମଚାରୀଙ୍କୁ ଅଫିସରେ ପାଉନାହାନ୍ତି। କାର୍ଯ୍ୟାଳୟ ଖୋଲାଥିଲେ ବି ବିଭିନ୍ନ ବିଭାଗର କେତେଜଣ କର୍ମଚାରୀ ତାଙ୍କ ଆସନରେ ଅଧିକାଂଶ ସମୟ ରହୁ ନ ଥିବା ସାଧାରଣରେ ଅଭିଯୋଗ ହେଉଛି। ବିଶେଷକରି ଜନ୍ମ ମୃତ୍ୟୁ ବିଭାଗରେ ଏପରି ଅବ୍ୟବସ୍ଥା ଏବେ ଅସନ୍ତୋଷର କାରଣ ହୋଇଛି। ଏ ନେଇ ପୌରନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା କହିଛନ୍ତି, କର୍ମଚାରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅନୁଗୋଳ ପୌରପାଳିକାରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା କରାଯାଇଛି। କେତେକ ବିଭାଗରେ ସିସିଟିଭି ମଧ୍ୟ ଲଗାଯାଇଛି। କିନ୍ତୁ କେତେଜଣ ପୌର କର୍ମଚାରୀଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ୁନାହିଁ। ସେମାନେ ଉପସ୍ଥାନ ପକାଇବା ପରେ ଅଧିକାଂଶ ସମୟ ଆସନରେ ରହୁନାହାନ୍ତି। ଏ ନେଇ ଅଭିଯୋଗ ନେଇ ଆସୁଥିବା ଜନସାଧାରଣ ପ୍ରଶ୍ନ କଲେ କେତେବେଳେ ସମ୍ପୃକ୍ତ କର୍ମଚାରୀ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଫାଇଲ ନେଇ ଯାଇଛନ୍ତି ତ ଆଉ କେତେବେଳେ ପିଡିଙ୍କ ପାଖକୁ ଯାଇଛନ୍ତି ବୋଲି ଅନ୍ୟ କର୍ମଚାରୀମାନେ କହୁଛନ୍ତି।


All Right Reserved By Dharitri.Com

ଡିହଡୋଳ ଫରେଷ୍ଟ ସେକ୍ସନରେ ଦନ୍ତା ଦୌରାତ୍ମ୍ୟ: ଆକ୍ରମଣରେ ମାମୁ, ଭାଣିଜୀ ସମେତ ୩ ଗୁରୁତର

ପରଜଙ୍ଗ, ୯।୧(ଡି.ଏନ.ଏ.) – ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ପୁଣିଥରେ ହାତୀ ଦୌରାତ୍ମ୍ୟ ଦେଖାଦେଇଛି। ଜନବସତିକୁ ପଶି ଆସିଥିବା ଏକ ଦନ୍ତା...

ମୁକୁଳିଲେ ୪୨ ନିର୍ଯାତିତ ଦାଦନ: ଖାଦ୍ୟ କି ଦରମା ମିଳୁ ନ ଥିଲା

ବ୍ରହ୍ମପୁର ଅଫିସ୍‌,୫ା୧୨-କର୍ନାଟକରେ ୩ ମାସ ହେଲା ଦରମା କିମ୍ବା ଖାଦ୍ୟ ନ ପାଇ ନିର୍ଯାତିତ ହେଉଥିବା ୪୨ ଶ୍ରମିକ ନିଜସ୍ବ ଉଦ୍ୟମରେ ଘରକୁ ଫେରିଛନ୍ତି। ମଙ୍ଗଳବାର...

ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ: ୯୨୩୫୨ ମେଟ୍ରିକ ଟନ୍‌ ସଂଗ୍ରହ ଲକ୍ଷ୍ୟ

ଢେଙ୍କାନାଳ ଅଫିସ, ୮।୧୧-ଢେଙ୍କାନାଳ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଗୁରୁବାର ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଭୂମେଶ...

ସାଳନ୍ଦୀ ହସ୍‌ପିଟାଲରେ ମାଗଣା ଡାଏଲେସିସ୍‌ କେନ୍ଦ୍ରକୁ ଉଦ୍‌ଘାଟନ କଲେ ରାଜ୍ୟପାଳ

ଭଦ୍ରକ ଅଫିସ, ୨୧।୮- ଭଦ୍ରକ ଜିଲା ମୋଟେଲ ଛକ ନିକଟସ୍ଥ ସାଳନ୍ଦୀ ହସ୍ପିଟାଲ ପରିସରରେ ରୋଟାରୀ କ୍ଲବ ପକ୍ଷରୁ ମାଗଣା ଡାଏଲେସିିସ୍‌ କେନ୍ଦ୍ର ବୁଧବାର ଉଦ୍‌ଘାଟିତ...

ଲଗାଣ ବର୍ଷାରେ ଭାସିଲା ସହର

ଭଦ୍ରକ ଅଫିସ, ୨।୭ – ମୌସୁମୀର ୨ୟ ବର୍ଷାରେ ଭଦ୍ରକ ସହରର ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ସହରର ଖାଲୁଆ ଅଞ୍ଚଳରେ ବର୍ଷାପାଣି ଜମି ରହିଛି। ରବିବାର...

ଉଧେଇ ପାରୁନି ବେଦ ବିଦ୍ୟାଳୟ

କେନ୍ଦୁଝର, ୩ା୮ (ସ୍ବ.ପ୍ର.) -କେନ୍ଦୁଝର ପୁରୁଣା ବଜାର ନିକଟ ସିଦ୍ଧମଠଠାରେ ୨୦୦୪ରୁ ଗଢି ଉଠିଥିବା ବେଦ ବିଦ୍ୟାଳୟ ପ୍ରୋତ୍ସାହନ ଅଭାବରୁ ଆଗକୁ ବଢି ପାରୁନାହିଁ ା...

ଉଦାହରଣ ସାଜିଛନ୍ତି ମହେଶ୍ୱର

ବନ୍ତ, ୨୭।୧୨(ସ୍ବ.ପ୍ର.) – ବର୍ତ୍ତମାନ ଦେଶରେ ନିଯୁକ୍ତି ଅଭାବରୁ ବେକାର ସମସ୍ୟା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ସମାଜରେ ଶାରୀରିକ ସୁସ୍ଥ ଶିକ୍ଷିତ...

ବ୍ୟକ୍ତିତ୍ୱକୁ ବିକାଶ କରେ ସଙ୍ଗୀତ

ସିମୁଳିଆ, ୧୧।୧୨-କଳା ମାଧ୍ୟମରେ ସମାଜ ଜୀବନକୁ ସରସ, ସୁନ୍ଦର କରି ଗଢ଼ିହେବ। ଏଭଳି ବିଶ୍ୱାସ ରଖି ଯନ୍ତ୍ର ସଙ୍ଗୀତ ଶିକ୍ଷାଲାଭ କରି ସାଧନା ଜାରି ରଖିବା...

Leave a comment

Your email address will not be published. Required fields are marked *