ଭାଇବୋହୂଙ୍କୁ ମରଣାନ୍ତକ ଆକ୍ରମଣ:ଜେଲ୍‌ ଗଲେ ଦେଢ଼ଶୁର

ରୂପ୍‌ସା, ୯।୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ରାଇସୁଆଁ ଗ୍ରାମର ଅଭିଯୁକ୍ତ ପ୍ରତାପ ଚନ୍ଦ୍ର ସାହୁଙ୍କୁ ଗୁରୁବାର ବସ୍ତା ଥାନା ପୋଲିସ ଗିରଫ କରିଛି। ପାରିବାରିକ କଳହ ଓ ଜମିଜମା ବିବାଦକୁ କେନ୍ଦ୍ର କରି ପ୍ରତାପ ତାଙ୍କ ସାନଭାଇ ଗୋପୀନାଥଙ୍କ ପନତ୍ୀ ଭାରତୀଙ୍କୁ କଟୁରୀରେ ମୁଣ୍ଡକୁ ପିଟି ମରଣାନ୍ତକ ଆକ୍ରମଣ କରିଥିଲେ। ଏନେଇ ଆହତ ଭାରତୀଙ୍କ ଭାଇ ଖନ୍ତାପଡ଼ା ଥାନା ତାହାରପୁର ଗ୍ରାମର ସୁରେନ୍ଦ୍ର ସାହୁ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ଥାନାରେ ଏକ ମାମଲା (ନଂ. ୭/୨୦) ରୁଜୁ କରାଯାଇଛି। ଘଟଣାର ତଦନ୍ତ କରି ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ, ଏସ୍‌ଆଇ ପ୍ରଶାନ୍ତ କୁମାର ପାଣି ଚଢ଼ାଉ କରି ଅଭିଯୁକ୍ତ ଦେଢ଼ଶୁରଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଯାଇଛି। ଆହତ ଭାରତୀଙ୍କୁ ପ୍ରଥମେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି।


All Right Reserved By Dharitri.Com

ଅଣନିଯୁକ୍ତି ଫାର୍ମାସିଷ୍ଟ ସଂଘର ଧାରଣା

ବାଲେଶ୍ୱର ଅଫିସ, ୨୦।୨-ବେକାରୀ ଫାର୍ମାସିଷ୍ଟମାନଙ୍କୁ ଉପେକ୍ଷା କରାଯାଇଥିବା ପ୍ରତିବାଦରେ ବୁଧବାର ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ...

ପିକ୍‌ନିକ୍‌ ବସ୍‌କୁ ଧକ୍କା ଦେଲା ଗୋରୁ ବୋଝେଇ ଟ୍ରକ୍‌: ୭ ଗୁରୁତର

ଜଳେଶ୍ବର,୨୦।୧(ଡି.ଏନ.ଏ): ବାଲେଶ୍ବର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ନନ୍ଦିକା ଛକ ନିକଟରେ ଏକ ପିକନିକ୍‌ ବସ୍‌କୁ ଧକ୍କା ଦେଇଛି ଗୋରୁ...

ପୁଅଙ୍କୁ ଥଇଥାନ

ଭୁବନେଶ୍ୱର, ୨୭।୩(ବ୍ୟୁରୋ): ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବିଜେଡି ବୁଧବାର ୩୬ଟି ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି। ପୂର୍ବରୁ ଯାହା ଚର୍ଚ୍ଚା ହେଉଥିଲା ତାହା...

ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ସହାୟତା

ଖଇରା, ୨୧।୪(ଡି.ଏନ.ଏ.)-ଖଇରା ବ୍ଲକ ବର୍ତ୍ତନା ପଞ୍ଚାୟତ ଅଧୀନ ତୁମ୍ବାପଦି ଗ୍ରାମର ଚାଷୀ ସୂର୍ଯ୍ୟମଣୀ ପାଢୀଙ୍କର ଦୁର୍ଘଟଣାରେ ମୃତ୍ୟୁବରଣ କରିବା ପରେ ଏବେ ତାଙ୍କ ପରିବାରକୁ ବୀମା...

ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି

ସଜନାଗଡ଼,୧୭ା୪(ଡି.ଏନ୍‌.ଏ.): ଆଜି ଅର୍ଥାତ୍‌ ଶୁକ୍ରବାର ପ୍ରବାଦ ପୁରୁଷ ତଥା ବରିଷ୍ଠ ଜନନାୟକ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ସାମାଜିକ ଦୂରତ୍ୱ...

ଛାତ୍ରୀଙ୍କ ଆତ୍ମହତ୍ୟା

ରୂପସା, ୧୦ା୩(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ସାର୍ଥା ଫାଣ୍ଡି ଅନ୍ତର୍ଗତ ସାଉଡି ଗ୍ରାମର ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ସେ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ଗତ...

ଡାକ୍ତର ନାହାନ୍ତି: ଖରାସାହାପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ

ବାହାନଗା, ୧୯।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଳକ ଖରାସାହାପୁରଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନ ଥିବାରୁ ଶନିବାର ଗ୍ରାମବାସୀ ତାଲାପକାଇ ଧାରଣାରେ ବସିଛନ୍ତି। ପ୍ରାଥମିକ...

ବିଭିନ୍ନ ଚୋରିରେ ସମ୍ପୃକ୍ତ ଯୁବକ ଗିରଫ

ଖଇରା, ୧୩ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବଜାରର ଏକ ମୋବାଇଲ ଦୋକାନ ସମେତ ଅନ୍ୟାନ୍ୟ ସ୍ଥାନରୁ ସାଇକେଲ ତଥା ଅନ୍ୟାନ୍ୟ ଆସବାବପତ୍ର ଚୋରିରେ ସମ୍ପୃକ୍ତ ଯୁବକଙ୍କୁ...

Leave a comment

Your email address will not be published. Required fields are marked *