ଡ୍ରାଗନ୍‌ ଚିକେନ୍‌

ପର୍ଯ୍ୟଟନ ସହର ପୁରୀର ହୋଟେଲ, ରେସ୍ତୋରଁାଗୁଡ଼ିକ ଗ୍ରାହକଙ୍କ ରୁଚିକୁ ଦେଖି ବିଭିନ୍ନ ପ୍ରକାର ଡିଶ୍‌ ପ୍ରସ୍ତୁତ କରୁଛନ୍ତିି। ସାଗର ତରଙ୍ଗ ରେସିଡେନ୍ସିରେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହେଉଛି ସ୍ବାଦିଷ୍ଟ ଡ୍ରାଗନ ଚିକେନ୍‌। ଏହାର ଚାହିଦା ବି ରହିଛି। ଗୋଟେ ପ୍ଲେଟ୍‌ର ଦାମ୍‌ ୩୦୦ଟଙ୍କା। ଏହାକୁ ଘରେ କିପରି ସହଜରେ ପ୍ରସ୍ତୁତ କରିହେବ ସେ ସମ୍ପର୍କରେ ଶେଫ୍‌ ଅଭୟ ଜେନା କୁହନ୍ତି…

ଆବଶ୍ୟକ ସାମଗ୍ରୀ

ଚିକେନ୍‌: ୫୦୦ ଗ୍ରାମ୍‌
ଗୋଲ ମରିଚ ଗୁଣ୍ଡ:୨ ଚାମଚ
ସୋୟା ସସ୍‌: ୨ଚାମଚ
ଅଣ୍ଡା:୧ଟା
କର୍ନଫ୍ଳୋର୍‌:୨ ଚାମଚ
ରିଫାଇନ ତେଲ: ୫୦୦ମିଲିଗ୍ରାମ୍‌
କାଜୁ:୨୦ ଗ୍ରାମ
ଶୁଖିଲା ଲଙ୍କା: ୩ଟା
ପିଆଜ କଟା: ୧୦୦ଗ୍ରାମ୍‌
କ୍ୟାପ୍‌ସିକମ୍‌: ୧୦୦ ଗ୍ରାମ୍‌
ଲଙ୍କା ପେଷ୍ଟ: ୨ ଚାମଚ
ଟମାଟୋ ସସ୍‌: ୪ ଚାମଚ
ଚିନି: ୧ ଚାମଚ
ଅଦା ରସୁଣ ପେଷ୍ଟ:୧ ଚାମଚ
ଧନିଆ ପତ୍ର: ୧ବିଡା
ଲୁଣ ସ୍ବାଦ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ

ଚିକେନ୍‌କୁ ପତଳା କରି କାଟି ଗୋଟିଏ ପାତ୍ରରେ ରଖନ୍ତୁ। ସେଥିରେ ଗୋଲ ମରିଚ ଗୁଣ୍ଡ, ଲୁଣ, ଅଣ୍ଡା, ଅଦା ରସୁଣ ଦେଇ ଭଲ ଭାବରେ ମିଶାନ୍ତୁ। ଏହାପରେ ସେଥିରେ କର୍ନଫ୍ଲୋର ପାଉଡର ମିଶାଇ ତେଲରେ ଡିପ୍‌ ଫ୍ରାଏ କରନ୍ତୁ। ଅନ୍ୟ ଏକ କଡେଇରେ ତେଲ ନେଇ ଗରମ କରନ୍ତୁ ଓ ସେଥିରେ ପ୍ରଥମେ କାଜୁ ପକାନ୍ତୁ। କାଜୁ କଲର ଆସିବା ପରେ ସେଥିରେ ଶୁଖିଲା ଲଙ୍କା ପକାନ୍ତୁ। ଏହାପରେ ସେଥିରେ ଲଙ୍କା ପେଷ୍ଟ, ସୋୟା ସସ୍‌, ଲୁଣ, ଟମାଟୋ ସସ୍‌, ଚିନି ଓ ଅଳ୍ପ ପାଣି ଦେଇ ମିଶାନ୍ତୁ। ୨ ମିନିଟ୍‌ ପରେ ସେଥିରେ ଫ୍ରାଏଡ୍‌ ଚିକେନ୍‌ ମିଶାନ୍ତୁୁ। ପରେ ଧନିଆ ପତ୍ର ପକାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଡ୍ରାଗନ ଚିକେନ୍‌। ଗରମ ଗରମ ପରଷି ଦିଅନ୍ତୁ।


All Right Reserved By Dharitri.Com

ଓଜନ ହ୍ରାସ ପାଇଁ ଖାଆନ୍ତୁ ଭିଜା ଅଖରୋଟ

ଅଖରୋଟ୍‌ ଅନେକଙ୍କୁ ପସନ୍ଦ। ଏହାକୁ ଭିଟାମିନ୍‌ର ରାଜା ବୋଲି କୁହାଯାଏ। ପ୍ରୋଟିନ ସମେତ କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌, ଆଇରନ୍‌, ଫସଫରସ୍‌ ଭଳି ପୋଷକ ତତ୍ତ୍ୱରେ ଭରପୂର୍‌ ଏହା।...

କ୍ୟାଣ୍ଡେଲ ମସାଜ ଥେରାପି

ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ସହ ଶରୀରକୁ ଫିଟ୍‌ ରଖିବା ଲାଗି ଅଧିକାଂଶ ବିଭିନ୍ନ ମସାଜ ଥେରାପି ଆପଣାଉଥିବା ଦେଖିବାକୁ ମିଳୁଛି। ଯାହା ଭିତରୁ ବର୍ତ୍ତମାନ ଖୁବ୍‌...

ମ୍ୟାଲେରିଆ ଚିହ୍ନଟ କରିବେ କୁକୁର

ବ୍ରିଟେନ୍‌ ଏବଂ ଗାମ୍ବିଆର ବୈଜ୍ଞାନିକଙ୍କ ମତରେ, ପ୍ରଥମଥର ଏଭଳି ଏକ ଉପାୟର ସନ୍ଧାନ ହୋଇଛି, ଯଦ୍ଦ୍ବାରା କୁକୁରମାନେ ମ୍ୟାଲେରିଆ ଭଳି ରୋଗର ଚିହ୍ନଟ କରିବାରେ ସାହାଯ୍ୟ...

ସଂଖ୍ୟାକୁ ଦେଖିଲେ ଲାଗେ ଡର …

ପୃଥିବୀର ବିଭିନ୍ନ ଲୋକଙ୍କଠାରେ ନାନା ପ୍ରକାର ସମସ୍ୟା ଦେଖାଦେଇଥାଏ। ସେଥିମଧ୍ୟରୁ ଗୋଟିଏ ସମସ୍ୟା ହେଉଛି ସଂଖ୍ୟାକୁ ଦେଖିଲେ ଡର ଲାଗିବା। ଏହାକୁ ଡାକ୍ତରୀ ଭାଷାରେ ଆରିଥ୍‌ମୋଫୋବିଆ...

ଗର୍ଭାବସ୍ଥାରେ ଏସବୁ ଖାଇଲେ ରହିଥାଏ ଗର୍ଭପାତ ଆଶଙ୍କା

ସାଧାରଣତଃ ଗର୍ଭାବସ୍ଥାରେ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଉଚିତ୍‌। କିନ୍ତୁ ଏମିତି କିଛି ଖାଦ୍ୟପାନୀୟ ରହିଛି, ଯାହାକୁ ଖାଇଲେ ଗର୍ଭପାତ ଆଶଙ୍କା ରହିଥାଏ ବୋଲି ଏକ ଗବେଷଣାରୁ...

ଆଜ୍‌ମାରୁ ଦୂରେଇ ରହିବା ପାଇଁ ସକାଳେ ୧୫ ମିନିଟ୍‌ ଏପରି କରନ୍ତୁ…

ଆଜ୍‌ମା ସମସ୍ୟାରୁ ଦୂରେଇ ରହିବା ପାଇଁ ପ୍ରତିଦିନ ସକାଳେ ୧୫ ମିନିଟ୍‌ କଅଁଳ ଖରାରେ ବସିଲେ ସୁଫଳ ମିଳିଥାଏ। ଏଥିରେ ଭିଟାମିନ୍‌-ଡି ରହିଥାଏ। ଭିଟାମିନ୍‌-ଡି’ ଅନେକ...

ଉପକାରୀ ଅପରାଜିତା ଫୁଲ ଚା’

ସାରାଦିନର କାର୍ଯ୍ୟବ୍ୟସ୍ତ ମଧ୍ୟରେ ଯଦି ଥକ୍କା ଅନୁଭବ କରୁଛନ୍ତି, ତେବେ ଅପରାଜିତା ଫୁଲ ଚା’ର ସେବନ କରନ୍ତୁ। ଫୁଲଟି ଦେଖିବାକୁ ଯେତିକି ସୁନ୍ଦର ଏହାର ଔଷଧୀୟ...

ଓଠ କଳା ପଡୁଥିଲେ ଆପଣାନ୍ତୁ ଏହି ଘରୋଇ ଉପଚାର

ମୁହଁର ସୌନ୍ଦର୍ଯ୍ୟ ବଢ଼ାଇଥାଏ ଓଠ। ବିଶେଷକରି ଗୋଲାପୀ ଓଠ ଆକର୍ଷଣୀୟ ଦେଖାଯାଏ। ବେଳେବେଳେ ବିଭିନ୍ନ ରାସାୟନିକ ପଦାର୍ଥ ମିଶିଥିବା ଲିପ୍‌ଷ୍ଟିକ୍‌ ବ୍ୟବହାର କରିବା ଦ୍ୱାରା ଓଠ...

Leave a comment

Your email address will not be published. Required fields are marked *