କୋଟିପତି ପ୍ରଧାନ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ଲକ୍ଷାଧିକ ଟଙ୍କା, ସୁନା, ଗାଡ଼ି ଜବତ

ଚଢ଼େଇଧରା,୨।୬(ଡିଏନଏ)- ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧୀନ ସାମସୁନ୍ଦରପୁର ୟୁଜିଏମ୍‌ଇ ସ୍କୁଲର ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ମିଶ୍ରଙ୍କ ଘରେ ଶନିବାର ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ କଟକ ଡିଭିଜନ ପକ୍ଷରୁ ମିଶ୍ରଙ୍କ ଯାଜପୁର ଜିଲା ଜେନାପୁର ଥାନା ଅଧୀନ ଭୁବନପୁର ଗ୍ରାମରେ ଥିବା ୨ମହଲା କୋଠା, ବରଦା ଗ୍ରାମରେ ଥିବା ମାର୍କେଟ କମ୍ପ୍ଲେକ୍ସ, ଭୁବନପୁର, ତଳଗଡ଼ ଗ୍ରାମରେ ଥିବା ସମ୍ପର୍କୀୟଙ୍କ ଘର ଓ ସେ ପୂର୍ବରୁ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରିଥିବା ଅନ୍ତିଆ ସ୍କୁଲ କାର୍ଯ୍ୟାଳୟକୁ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଯାଞ୍ଚ କରାଯାଇଛି। ଉପରୋକ୍ତ ସ୍ଥାନଗୁଡିକ ଯାଞ୍ଚ କରାଯିବା ପରେ ପ୍ରଧାନଶିକ୍ଷକ ମିଶ୍ରଙ୍କ ୧କୋଟି ୬୮ଲକ୍ଷ ୯୨ହଜାର ୯୪୩ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। ଠାବ ସମ୍ପତ୍ତିଗୁଡିକ ମଧ୍ୟରେ ଭୁବନପୁର ଗ୍ରାମରେ ଥିବା ଦୁଇମହଲା କୋଠାର ମୂଲ୍ୟ ୪୭ଲକ୍ଷ ୮ହଜାର ୮୫୫ ଟଙ୍କା, ବରଦା ଗ୍ରାମରେ ଥିବା ଦୁଇମହଲା ମାର୍କେଟ କମ୍ପ୍ଲେକ୍ସର ମୂଲ୍ୟ ୫୨ଲକ୍ଷ ୮୪ହଜାର ଟଙ୍କା, ଯାଜପୁରର ବିଭିନ୍ନ ସ୍ଥାନରେ ଥିବା ୧୦ଟି ପ୍ଲଟ୍‌ ସମୂହର ମୂଲ୍ୟ ୧୬ଲକ୍ଷ ୮୭ହଜାର ୨୨୦ ଟଙ୍କା ହେବ ବୋଲି ଭିଜିଲାନ୍ସ ହିସାବ କରିଛି। ବିଭିନ୍ନ ବ୍ୟାଙ୍କ ଓ ବୀମା କମ୍ପାନୀରେ ମିଶ୍ର ୨୬ଲକ୍ଷ ୭୭ ହଜାର ୩୧୮ ଟଙ୍କା ଜମା ରଖିଥିବା ଭିଜିଲାନ୍ସ ଯାଞ୍ଚରୁ ଜଣାପଡିଛି। ମିଶ୍ରଙ୍କର ୭ଲକ୍ଷ ୧୨ହଜାର ୩୨୦ଟଙ୍କା ମୂଲ୍ୟର ଗୋଟିଏ କାର ଥିବା ଭିଜିଲାନ୍ସ ସୂଚନା ଦେଇଛି। ସେହିପରି ତାଙ୍କର ୯୧ହଜାର ୯୭୫ଟଙ୍କା ମୂଲ୍ୟର ଦୁଇଟି ବାଇକ୍‌ ଓ ୧୨ଲକ୍ଷ ୩୩ ହଜାର ମୂଲ୍ୟର ଗହଣା ଭିଜିଲାନ୍ସ ଠାବ କରିଛି। ସେହିପରି ଯାଞ୍ଚ ସମୟରେ ୨ଲକ୍ଷ ୪୮ହଜାର ୨୫୫ ନଗଦ ଟଙ୍କା ଠାବ ହୋଇଥିବାବେଳେ ଘରୁ ଅଢ଼େଇ ଲକ୍ଷ ଟଙ୍କା ମୂଲ୍ୟର ଆସବାବପତ୍ର ଭିଜିଲାନ୍ସ ଠାବ କରିଛି। ଏହି ଚଢ଼ାଉରେ ଯାଜପୁର ଭିଜିଲାନ୍ସ ଡିଏସ୍‌ପି ବନମାଳୀ ଧଳ, ଇନ୍ସପେକ୍ଟର ଅନୁପମା ସାହୁ, ଅନସୂୟା ସେନାପତି ଏବଂ ଅନ୍ୟ କର୍ମଚାରୀ ମଧ୍ୟ ସାମିଲ ଥିଲେ। ସକାଳ ୫ରୁ ରାତି ୮ଟା ପର୍ଯ୍ୟନ୍ତ ଏହି ଚଢ଼ାଉ ଚାଲିଥିଲା।


All Right Reserved By Dharitri.Com

ରଣପୁର ଡାକ୍ତରଖାନାରେ ଔଷଧ ବିତରଣ କେନ୍ଦ୍ର:୨୪ ବଦଳରେ ଖୋଲା ରହୁଛି ୬ଘଣ୍ଟା

ରଣପୁର,୨୪ା୭ (ସ୍ବ.ପ୍ର.): ସରକାର ରୋଗୀ ସେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା ପ୍ରଚଳନ କରୁଛନ୍ତି। ହେଲେ କେତେକ ଅସାଧୁ ଅଧିକାରୀ...

ବଲାଙ୍ଗୀରରେ ‘ମୋ ସରକାର’ କାର୍ଯ୍ୟକ୍ରମକୁ ଫୁ: ଶ୍ରମ ବିଭାଗ କିରାଣି ଖୋଲାଖୋଲି ଲାଞ୍ଚ ନେବାର ଭିଡିଓ ଭାଇରାଲ

ବଲାଙ୍ଗୀର ଅଫିସ,୧୯।୧୦: ବଲାଙ୍ଗୀର ଜିଲାର ସରକାରୀ ଅଧିକାରୀଙ୍କ ୫-ଟି କିମ୍ବା ‘ମୋ ସରକାର’ କାର୍ଯ୍ୟକ୍ରମକୁ ଖାତିର ନାହିଁ। ବିଭିନ୍ନ ଯୋଜନାରେ ଦୁର୍ନୀତି ଚାଲିଛି। ଏପରିକି ଖୋଲାଖୋଲି...

ଗୁଧିରାମପଡ଼ାରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ପାଟଣା, ୧୨।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ପଲାଣିଘାଟି ପଞ୍ଚାୟତ ଗୁଧିରାମପଡ଼ା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଜଣେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରାଯାଇଥିଲା। ୫...

କପିଳେଶ୍ୱରପୁରରେ ଗାଈ ମଡ଼କ: ୫ ମୃତ, ୧୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ନିରାକାରପୁର, ୨୮।୫(ଡି.ଏନ୍‌.ଏ.): ବାତ୍ୟା ‘ଫନୀ’ ପରେ ଦୂଷିତ ପାଣି, ଅସ୍ବାସ୍ଥ୍ୟକର ପରିବେଶ ଓ ଭୀଷଣ ଗରମ ଯୋଗୁ ଖୋର୍ଦ୍ଧା ଜିଲା ଡିଆ ପଞ୍ଚାୟତସ୍ଥିତ ବାଲିଗାଁ(କପିଳେଶ୍ୱରପୁର)ଗ୍ରାମରେ ଗାଈ...

ଦୁଇ ମହିଳା ଏସ୍‌ଆଇଙ୍କୁ ମାଡ଼, ଦୁଇ ଯୁବକ ଗିରଫ

ଭୁବନେଶ୍ୱର,୨୮।୭(ବ୍ୟୁରୋ): କ୍ୟାପିଟାଲ ଥାନା ଅନ୍ତର୍ଗତ ରାଜମହଲ ଛକରେ ଖାରବେଳନଗର ଥାନାର ଦୁଇଜଣ ମହିଳା ଏସ୍‌ଆଇଙ୍କୁ ୩ଜଣ ଯୁବକ ଅଶ୍ଳୀଳ ଇଙ୍ଗିତ କରିବା ସହ ମାଡ଼ ମାରିଛନ୍ତି।...

ଏଟିଏମ୍‌ ଭାଙ୍ଗି ଟଙ୍କା ଚୋରି ଉଦ୍ୟମ

କୃଷ୍ଣପ୍ରସାଦ,୧୬ା୬(ଡି.ଏନ୍‌.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ବଜ୍ରକୋଟସ୍ଥିତ ଷ୍ଟେଟ୍‌ବ୍ୟାଙ୍କ ଏଟିଏମ୍‌ ଭାଙ୍ଗି ଶନିବାର ବିଳମ୍ବିତ ରାତିରେ କେତେଜଣ ଦୁର୍ବୃତ୍ତ ଟଙ୍କା ଚୋରି ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।...

ପିଙ୍କ୍‌ ବୁଥ୍‌ରେ ଉତ୍ସାହ

ଢେଙ୍କାନାଳ ଅଫିସ/କାମାକ୍ଷାନଗର, (ଡି.ଏନ୍‌.ଏ.) ୨୪।୪- ସବୁ କ୍ଷେତ୍ରରେ ପୁରୁଷଙ୍କୁ ପଛରେ ଛାଡ଼ିଦେଲେଣି ମହିଳା। ସଶକ୍ତ ନାରୀ ଏବେ ଦେଶ ପ୍ରଗତିର ସାରଥି। ଗଣତନ୍ତ୍ରର ମହାନ୍‌ ପର୍ବରେ...

ବାଲେଶ୍ୱର-ଫୁଲାଡ଼ି ରାସ୍ତାରୁ ବ୍ରାଉନ୍‌ସୁଗାର ଜବତ: ୪ ଗିରଫ

ବାଲେଶ୍ୱର ଅଫିସ,୧୮।୬: ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ପୋଲିସ ସୋମବାର ବିଳମ୍ବିତ ରାତିରେ ଚଢ଼ାଉ କରି ବାଲେଶ୍ୱର-ଫୁଲାଡ଼ି ରାସ୍ତାରୁ ଏକ କାରରେ ଯାଉଥିବା ୧ କିଲୋରୁ...

Leave a comment

Your email address will not be published. Required fields are marked *