ଜଟଣୀରେ କଂସେଇଖାନା ନାହିଁ: ଅବାଧରେ ବାହାରେ ଚାଲିଛି ମାଂସକଟା

ଜଟଣୀ,୯ା୧(ଡି.ଏନ.ଏ.): ଜଟଣୀରେ କଂସେଇଖାନାଟିଏ ନାହିଁ। ନିୟମକୁ ଉଲ୍ଲଂଘନ କରି ବିଭିନ୍ନ ସ୍ଥାନରେ ଖୁଲମ୍‌ଖୁଲା ଛେଳି, ମେଣ୍ଢା, କୁକୁଡ଼ା କଟାଯାଇ ବ୍ୟବସାୟ ଚାଲିଛି। ପ୍ରଶାସନ ପକ୍ଷରୁ ଏହା ଉପରେ କୌଣସି ଅଙ୍କୁଶ ରହୁନାହିଁ। ଏପରି କି ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନ ନିକଟରେ ମାଂସ ବେପାର ହେଉଛି। ସର୍ବସାଧାରଣ ଯାତାୟାତ କରୁଥିବା ଜନଗହଳିପୂର୍ଣ୍ଣ ରାସ୍ତାପାର୍ଶ୍ୱରେ ବିଭତ୍ସ ଭାବେ ଉପରୋକ୍ତ ପ୍ରାଣୀଙ୍କୁ କଟାଯାଇ ଖୋଲାରେ ଏହାକୁ ଝୁଲାଇ ରଖିବାକୁ ଅନେକେ ନାପସନ୍ଦ କରିଛନ୍ତି। ପୌରାଞ୍ଚଳ ଅନ୍ତର୍ଗତ ଟାଉନ୍‌ହଲ୍‌ ନିକଟ, ଦୁର୍ଗା ମାର୍କେଟ୍‌, ବ୍ଲକ ଛକ, ରେତଙ୍ଗ କଲୋନୀ, ହାଟବଜାର, ହରିଭାଇନା ଛକ, କୁଦିଆରୀ ଆଦି ବିଭିନ୍ନ ସ୍ଥାନରେ ଖୋଲାରେ ବେପାର ହେଉଛି। କଟା ଯାଉଥିବା ପ୍ରାଣୀଙ୍କୁ ବିଭତ୍ସ ଭାବେ ଖୋଲାରେ ଟଙ୍ଗା ଯିବା ଦ୍ୱାରା ଏହାକୁ ଦେଖି ଲୋକଙ୍କ ମଧ୍ୟରେ ବିଶେଷକରି ସ୍କୁଲ ବିଦ୍ୟାର୍ଥୀ ଶିଶୁଙ୍କ ମନରେ ଏହାର ନକାରାତ୍ମକ ପ୍ରଭାବ ପକାଉଛି। ଏପରି କି ଏଠାରେ ମାଂସର ଗୁଣବତ୍ତା ପରୀକ୍ଷଣ କରାଯାଉନାହିଁ। ଏହା ହେଉ ନ ଥିବାରୁ ରୋଗଣା ପ୍ରାଣୀର ମାଂସକୁ ଅଜାଣତରେ ଗ୍ରାହକ ଖାଉଛନ୍ତି। ନିୟମ ଅନୁଯାୟୀ ମାନ ପରୀକ୍ଷଣ ଓ ଷ୍ଟାମ୍ପ ମରାଯାଉ ନ ଥିବାରୁ କେଉଁଠି କିପରି ମାଂସ ବିକ୍ରି ହେଉଛି ଖାଉଟି ଜାଣିପାରୁନାହାନ୍ତି। ଏ ନେଇ ଗୌରୀ ପ୍ରସାଦ ସିଂହ କୁହନ୍ତି, ସେ ଜଟଣୀ ମ୍ୟୁନିସିପାଲିଟିର ପୌରାଧ୍ୟକ୍ଷ ଥିବା ବେଳେ ୧୯୮୮ରେ ସ୍ଥାନୀୟ ବାଛରା ପାହାଡ଼ ତଳେ କଂସେଇଖାନା କରାଯାଇଥିଲା। ଏଥିପାଇଁ ସେଠାରେ ମ୍ୟୁନିସିପାଲିଟି ପକ୍ଷରୁ ପାଣି, ଘର ଓ ସମସ୍ତ ଭିତ୍ତିଭୂମି ଯୋଗାଇ ଦିଆଯାଇଥିଲା। ସେତେବେଳେ ପ୍ରାଣୀ ଚିକିତ୍ସକ ଦୈନିକ ଆସି ମାଂସ ପରୀକ୍ଷା କରି ଷ୍ଟାମ୍ପ ମାରିବା ପରେ ଏହା ବିକ୍ରୟ ଉପଲବ୍ଧ ହେଉଥିଲା। ତେବେ ମାଂସ ବେପାରୀଙ୍କ ଅସହଯୋଗ ଯୋଗୁ ଗୋଟିଏ ସପ୍ତାହ ଚାଲିବା ପରେ ଏହି କଂସେଇଖାନା ବନ୍ଦ ହୋଇଯାଇଥିଲା। ମନଇଚ୍ଛା ଯେ ଯେଉଁଠି ପାରିଲା ମାଂସ ଦୋକାନ ଖୋଲିବା ଦ୍ୱାରା ଗୋଟିଏ ପକ୍ଷରେ ଲୋକଙ୍କ ମନରେ ଖରାପ ପ୍ରଭାବ ପଡୁଛି। ଅନ୍ୟପକ୍ଷରେ ଏଥିରୁ ବାହାରୁ ଥିବା ବର୍ଜ୍ୟବସ୍ତୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି ବୋଲି ଗୌରୀ ପ୍ରସାଦ କହିଛନ୍ତି। ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ର କୁହନ୍ତି, କଂସେଇଖାନା ଖୋଲିବା ନେଇ ପ୍ରସ୍ତାବ ରହିଛି। ଜମି ନିଆଯାଇ ଏହା ଖୋଲାଯିବ। ଗୁରୁତର ସହ ଏଥିପ୍ରତି ଧ୍ୟାନ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।


All Right Reserved By Dharitri.Com

ଅଗ୍ନିକାଣ୍ଡରେ ୬ ବଖରା ଭସ୍ମୀଭୂତ

ବାଲିକୁଦା, ୨୯।୨ (ସ୍ବ.ପ୍ର.): ବାଲିକୁଦା ତହସିଲ ଅଧୀନ ଗରାମ ଗ୍ରାମରେ ଶୁକ୍ରବାର ସଂଧ୍ୟାରେ ଅଗ୍ନିକାଣ୍ଡ ଘଟି ପ୍ରଶାନ୍ତ ସାସମଲଙ୍କ ଗୋଟିଏ ଗୁହାଳ ସମେତ ୬ ବଖରା...

ବୃତ୍ତି ନୁହେଁ, ବିଶ୍ୱରୂପ ଦର୍ଶନ ବିଦ୍ୟାର୍ଥୀଙ୍କ ଲକ୍ଷ୍ୟ ହେଉ

ବ୍ର୍‌ହ୍ମପୁର ଅଫିସ,୩ା୧- ବୃତ୍ତି ନୁହେଁ, ବିଶ୍ୱଦର୍ଶନ ଓ ବିଶ୍ୱରୂପ ଦର୍ଶନ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଲକ୍ଷ୍ୟ ହେବା ଉଚିତ। କେବଳ ବୃତ୍ତି ଲକ୍ଷ୍ୟରେ ଅଧ୍ୟୟନ ବିଦ୍ୟାର୍ଥୀଙ୍କୁ ଶିକ୍ଷା...

ଋଣ କରାଇଦେବା ନଁ। ରେ ଠକେଇ: ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ଭଦ୍ରକ ଅଫିସ, ୧୨।୧୦- ନାବାର୍ଡ ଭଳି ସରକାରୀ ସଂସ୍ଥାରୁ ଋଣ କରାଇଦେବେ ବୋଲି କହି ବିଭିନ୍ନ ମହିଳା ସଂଘଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି ଏକ...

ଅର୍ଦ୍ଧନିର୍ମିତ ପୋଲ ନେଇ ବଢ଼ୁଛି ଅସନ୍ତୋଷ

ଆଠମଲ୍ଲିକ,୨୫ା୨(ଡି.ଏନ.ଏ.) – ସରକାରୀ ଉଦାସୀନତା, ବ୍ଲକ ପ୍ରଶାସନର ଚରମ ଅବହେଳା ତଥା ରାଜନୈତିକ ଗୋଷ୍ଠୀ ବିବାଦ ଯୋଗୁ ଆଠମଲ୍ଲିକ ବ୍ଲକ ଠାକୁରଗଡ ପଞ୍ଚାୟତର ହତାଶିମିଳି ପୋଲ...

ଆୟୁଷ୍ମାନ ଭାରତ: ଓଡ଼ିଶା ପାଇଛି ୧୧୩କୋଟି

ଭୁବନେଶ୍ୱର,୪ା୧୨(ବ୍ୟୁରୋ):କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ସରକାର ଲାଗୁ କରୁ ନ ଥିବାରୁ ଭାଜପା ଓ ବିଜେଡି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିଛି।...

ମାଉସୀମା’ ମନ୍ଦିର ଆଗରେ ତିନିଠାକୁରଙ୍କ ରଥ

ରଣପୁର, ୭ା୭ (ସ୍ବ.ପ୍ର.): ଓଡ଼ିଶାର ଦ୍ୱିତୀୟ ଶ୍ରକ୍ଷେତ୍ର କୁହାଯାଉଥିବା ରଣପୁରଠାରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ରଥଟଣା କାର୍ଯ୍ୟ ଶନିବାର ସମାପ୍ତ ହୋଇଛି । ସନ୍ଧ୍ୟାରେ ରଥରୁ...

ଉପକୂଳରେ ସବୁଜିମା ସୃଷ୍ଟିକୁ ଗୁରୁତ୍ୱ

ଭୁବନେଶ୍ୱର, ୨ା୧୧(ବ୍ୟୁରୋ): ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱ ପାଇଁ ବଡ ସମସ୍ୟା ଭାବେ ଦେଖାଦେଲାଣି। ତାପମାତ୍ରା ବୃଦ୍ଧି ଯୋଗୁ ସମୁଦ୍ର ଜଳପତ୍ତନ...

ଶେରଗଡରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ

ଶେରଗଡ଼,୨୧।୭(ଡି.ଏନ୍‌.ଏ.): ଶେରଗଡ଼ ବ୍ଲକର ଦୁଇ ପଞ୍ଚାୟତକୁ ରବିବାର ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଦିଲ୍ଲୀପ କୁମାର ମହାନ୍ତି ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।...

Leave a comment

Your email address will not be published. Required fields are marked *