ମଥୁରାରେ କୃଷ୍ଣ, ବଳରାମ

ମଥୁରାନଗରୀ/ଗୋପପୁର,୯ା୧: ବରଗଡ଼ ଧନୁଯାତ୍ରା ମହୋତ୍ସବର ବୁଧବାର ନବମ ଦିବସରେ ଶ୍ରୀକୃଷ୍ଣ, ବଳରାମଙ୍କୁ ଧରି ଅକ୍ରୂର ନନ୍ଦଭବନରୁ ବାହାରି ଥିଲେ। ନନ୍ଦରାଣୀ, ନନ୍ଦରାଜା ବେନିଭାଇଙ୍କ ଶୁଭ ମନାସୀ ଥିଲେ। ଶ୍ରୀକୃଷ୍ଣ, ବଳରାମ ଗୋପପୁର ପରିକ୍ରମା କରି ଗୋପ ମଣ୍ଡପରେ ପହଞ୍ଚିଥିଲେ। ଗୋପପୁର ପରିକ୍ରମା ବେଳେ ପ୍ରତି ଘର ସମ୍ମୁଖରେ ପୂର୍ଣ୍ଣକଳସ ସ୍ଥାପନ କରି ଅକ୍ରୂରଙ୍କ ସହ ବେନିଭାଇଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ବେନିଭାଇଙ୍କ ଗୋପ ପରିକ୍ରମା ସମୟରେ ସମ୍ପ୍ରଦା ଦଳର ସାଂସ୍କୃତିକ କାର୍ଯ୍ୟକ୍ରମ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା।
ଗୋପ ମଣ୍ଡପ ଦୃଶ୍ୟାଭିନୟରେ ଅକ୍ରୂର ଶ୍ରୀକୃଷ୍ଣ, ବଳରାମଙ୍କୁ ମଥୁରା ନେବା ପାଇଁ ନନ୍ଦରାଜା, ନନ୍ଦରାଣୀଙ୍କୁ କହିଥିଲେ। ମାତ୍ର ନନ୍ଦରାଣୀ, ନନ୍ଦରାଜା ବେନିଭାଇଙ୍କୁ ମଥୁରା ଛାଡ଼ିବାକୁ ଚାହିଁ ନ ଥିଲେ। ତେବେ ଧନୁଯାତ୍ରା ସାରି ୪ଦିନ ପରେ ମଥୁରାରୁ ଫେରି ଆସିବେ ବୋଲି ଶ୍ରୀକୃଷ୍ଣ ନନ୍ଦରାଣୀ ଓ ନନ୍ଦରାଜାଙ୍କୁ ବୁଝାଇଥିଲେ। ଶେଷରେ ନନ୍ଦରାଣୀ, ନନ୍ଦରାଜା ବେନିଭାଇଙ୍କ ବାଟ ଓଗାଳି ଥିଲେ। ଶ୍ରୀକୃଷ୍ଣଙ୍କୁ ମେଲାଣି ଦେବାବେଳେ ନନ୍ଦରାଣୀ, ନନ୍ଦରାଜାଙ୍କ ସମେତ ଗୋପବାସୀ କାନ୍ଦି ପକାଇଥିଲେ। ସେହିପରି ଶ୍ରୀକୃଷ୍ଣ ବିରହରେ ରାଧା ପଥରୋଧ କରିବାକୁ ଚେଷ୍ଟା କରି ବିଫଳ ହୋଇ ପଡ଼ିଥିଲେ। ବେନିଭାଇ ଗୋପପୁର ଛାଡ଼ିବା ପରେ ରାଧାଙ୍କ ସମେତ ସମସ୍ତ ଗୋପାଳ ବାଳକ, ଗୋପୀ ଗୋପାଙ୍ଗନା ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଅନ୍ୟପକ୍ଷେ ବେନିଭାଇ ଅକ୍ରୂରଙ୍କ ସହିତ ମଥୁରା ପହଞ୍ଚି ଆଦିମାତା ମନ୍ଦିର(ଖଜୁରଟିକ୍ରା)ରେ ବିଶ୍ରାମ ନେଇଥିଲେ।
ସେହିପରି ଅନ୍ୟଦିନ ଭଳି କଂସ ମହାରାଜ ମଥୁରା ପରିକ୍ରମା କରିଥିଲେ। ପରିଭ୍ରମଣ ବାଟରେ ସେ ଆମ୍ରବନ(ଗୋବିନ୍ଦପାଲି)କୁ ଯାଇଥିଲେ। ସେଠାରେ ଶ୍ରୀକୃଷ୍ଣଙ୍କ ଆରାଧନାରତ ମୁନି ଋଷିଙ୍କ ଯଜ୍ଞ ମଣ୍ଡପ ଭାଙ୍ଗିଥିଲେ। ଏପରି କି ମୁନିଋଷିଙ୍କୁ ଚାବୁକ ପ୍ରହାର କରି ବାନ୍ଧି ଆଣିଥିଲେ। କଂସଙ୍କ ଆଦେଶ କ୍ରମେ ସୈନ୍ୟ, ସାମନ୍ତ ମୁନିଋଷିଙ୍କୁ କାରାଗାରକୁ ନେଇ ବନ୍ଦୀ ରଖିଥିଲେ। ଅନ୍ୟାୟ, ଅତ୍ୟାଚାରରୁ ନିବୃତ୍ତ ରହିବା ପାଇଁ ମୁନିଋଷିମାନେ ମହାରାଜ କଂସଙ୍କୁ ପରାମର୍ଶ ଦେଇଥିଲେ। ହେଲେ ମହାରାଜ କଂସ କ୍ରୋଧାନ୍ବିତ ହୋଇ ପଡ଼ିବାରୁ ମୁନିଋଷି ତାଙ୍କୁ ଅଭିଶାପ ଦେଇଥିଲେ। ତେବେ ଶ୍ରୀକୃଷ୍ଣ, ବଳରାମ ମଥୁରା ପହଞ୍ଚିବା ଖବର ପାଇ ମହାରାଜ କଂସ ଖୁସିରେ ଉତ୍‌ଫୁଲ୍ଲିତ ହୋଇ ପଡ଼ିଥିଲେ। ବିଭିନ୍ନ ସାଂସ୍କୃତିକ ଦଳର ନାଚଗୀତର ଆସରରେ ମସ୍‌ଗୁଲ୍‌ ହୋଇ ପଡ଼ିଥିଲେ। ସେହିପରି ରାଜ ଦରବାରରେ ମନ୍ତ୍ରୀ ଜଗନ୍ନାଥ ସାରକା, ବରଗଡ଼ ଜିଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ଏବଂ ହାସ୍ୟ ଅଭିନେତା ଯୋଗେଶ ଯୋଯୋ ରାଜ ଅତିଥିଭାବେ ଯୋଗ ଦେଇଥିଲେ।


All Right Reserved By Dharitri.Com

୨୪% ଭୁବନେଶ୍ୱରବାସୀ ଜୀବନସାଥୀଙ୍କୁ ବିଶ୍ୱାସଘାତକ ଭାବନ୍ତି

ଭୁବନେଶ୍ୱର,୧୩ା୧୨(ବ୍ୟୁରୋ):ବିବାହିତ ଦମ୍ପତିଙ୍କ ମଧ୍ୟରେ ଅସୁରକ୍ଷିତ ଭାବନା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏପରି କି ନିଜ ଜୀବନସାଥିଙ୍କ ଉପରେ ଲୋକଙ୍କ ଭରସା କମିଯାଉଥିବା ବେଳେ ନିଜ...

୨୬ ଦିନରେ ଧାନ ଗଛରୁ ଥୋଡ଼ ବାହାରିବା ଘଟଣା, ତଦନ୍ତ କଲେ ସିଆର୍‌ଆର୍‌ଆଇ ବୈଜ୍ଞାନିକ

ପଟ୍ଟାମୁଣ୍ଡାଇ, ୧୭।୯ (ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ଚାଷୀମାନେ ତଳି ରୋଇବାର ମାତ୍ର ୨୬ ଦିନରେ ଧାନ ଗଛରୁ ଥୋଡ଼ ବାହାରିଥିବା ନେଇ ଚାଷୀମାନେ ଅଭିଯୋଗ...

ଖରସ୍ରୋତାରେ ଡଙ୍ଗା ବୁଡ଼ି, ଅଳ୍ପକେ ବର୍ତ୍ତିଲେ ଛାତ୍ରୀଛାତ୍ର

ସିଂହପୁର,୧୪।୮(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଜରୀଗ୍ରାମ ନଦୀ ଅପରପାର୍ଶ୍ୱ ମଧୁବନଠାରେ ଖରସ୍ରୋତାରେ ବୁଧବାର ଡଙ୍ଗା ବୁଡ଼ିଯାଇଥିଲା। ମାତ୍ର ସ୍ଥାନୀୟ ଲୋକଙ୍କ ଉପସ୍ଥିତି ବୁଦ୍ଧି...

ଦାରିଙ୍ଗବାଡ଼ିରେ ଜନତା କର୍ଫ୍ୟୁର ପ୍ରଭାବ: ଦୋକାନ ବଜାର, ଗାଡ଼ିମୋଟର ଚଳାଚଳ ବନ୍ଦ; ରାସ୍ତାଘାଟ ଜନଶୂନ୍ୟ

ଦାରିଙ୍ଗବାଡି,୨୨।୩(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଳକ ଅଞ୍ଚଳରେ ରବିବାର ଜନତାକର୍ଫ୍ୟୁର ପ୍ରଭାବ ଦେଖିବାକୁ ମିଳିଛି। ଦାରିଙ୍ଗବାଡି ସମେତ ସିମନବାଡି, ବ୍ରାହ୍ମଣୀଗାଁ, ଗଦାପୁର ସମେତ ୨୫ ପଞ୍ଚାୟତରେ ଏହାର...

ସୁଦର୍ଶନଙ୍କୁ ଇଟାଲିଆନ ଗୋଲ୍ଡେନ ସ୍ୟାଣ୍ଡ ଆର୍ଟ ଆୱାର୍ଡ

ପୁରୀ ଅଫିସ,୧୭।୧୧: ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ମିଳିଛି ଇଟାଲିଆନ ଗୋଲ୍ଡେନ ସ୍ୟାଣ୍ଡ ଆର୍ଟ ଆୱାର୍ଡ। ଇଟାଲୀର ରାଜଧାନୀ ରୋମ୍‌ରେ ଅନୁଷ୍ଠିତ ବିଶ୍ୱସ୍ତରୀୟ...

ବିରୋଧୀ ଦଳ ନେତାଙ୍କ ଅଭିଯୋଗ: କେନ୍ଦୁପତ୍ର ତୋଳାଳି ପଇସା ପାଉ ନାହାନ୍ତି

ଭୁବନେଶ୍ୱର, ୧୨।୩(ବ୍ୟୁରୋ): କେନ୍ଦୁପତ୍ର ତୋଳାଳିଙ୍କୁ ସେମାନଙ୍କ ନ୍ୟାଯ୍ୟ ପତ୍ର ମିଳୁନାହିଁ। ସେମାନେ ଯେତିକି ପାଉଣା ପାଇବା କଥା ତାହା ପାଉ ନାହାନ୍ତି। ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ଉନ୍ନୟନ...

ଓଏମ୍‌ସି କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ : ଭାଗନେଲେ ୧୦ ପଞ୍ଚାୟତର ଶ୍ରେଷ୍ଠ ଦଳ

କାଳିଆପାଣି/ସୁକିନ୍ଦା,୫।୯(ଡି.ଏନ୍‌.ଏ.)- ଖଣି ନିଗମ କାଳିଆପାଣି ଟାଉନସିପ୍‌ କଲୋନୀ ପରିସରରେ ଥିବା ଖେଳ ପଡ଼ିଆରେ ବୁଧବାର ୩ ଦିନିଆ ଆନ୍ତଃଗ୍ରାମାଞ୍ଚଳ (ଓଡ଼ିଶା ଖଣି ନିଗମ) ଓଏମ୍‌ସି କପ୍‌...

ହାଇକୋର୍ଟରେ ବାରବାଟୀ-କଟକ ବିଧାନସଭା ନିର୍ବାଚନ ମାମଲା: ବିଧାୟକ ମୋକିମ୍‌ଙ୍କୁ ଜବାବ ଦାଖଲ ନିର୍ଦ୍ଦେଶ

କଟକ ଅଫିସ,୨୭।୮: ବାରବାଟୀ-କଟକ ନିର୍ବାଚନକୁ ନେଇ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୋମବାର ହାଇକୋର୍ଟ ବିଚାରପତି ଜଷ୍ଟିସ ସଙ୍ଗମ କୁମାର ସାହୁ...

Leave a comment

Your email address will not be published. Required fields are marked *