ଅନିୟମିତତା: କୂଅ ଖୋଳା ନାଁରେ ଲକ୍ଷାଧିକ ଟଙ୍କା ଚଳୁ

କୋଟପାଡ଼,୯ା୧(ଡି.ଏନ୍‌.ଏ.) କୋରାପୁଟ ଜିଲା କୋଟପାଡ଼ ବ୍ଲକ ଚିତ୍ରା ପଞ୍ଚାୟତ ମକାପୁଟ ଗ୍ରାମରେ ଗଭୀର କୂପ ଖୋଳା ନ ଯାଇ ହିତାଧିକାରୀଙ୍କ ଟଙ୍କା ଆତ୍ମସାତ୍‌ କରାଯାଇଥିବା ଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି। ଏପରିକି କେତେକ ହିତାଧିକାରୀଙ୍କ କୂଅ ପାଇଁ ଆବଶ୍ୟକ ଗଭୀରତାର ଗାତ ଖୋଳା ନ ଯାଇ ଟଙ୍କା ଉଠାଯାଇଥିବା ଅଭିଯୋଗ କରାଯାଇଛି।
ସୂଚନା ଅନୁଯାୟୀ, ଚିତ୍ରା ପଞ୍ଚାୟତ ମକାପୁଟ ଗ୍ରାମର ନରସିଂହ ଦିଆନଙ୍କ ନାମରେ ଏକ କୂଅ ଖୋଳିବା ପାଇଁ ୬ ମାସ ତଳେ କାର୍ଯ୍ୟାଦେଶ ପତ୍ର ଦିଆଯାଇଥିଲା। କିନ୍ତୁ ତାଙ୍କ ଜମିରେ କୂଅ ଖୋଳା ନ ଯାଇ ଦୁଇଲକ୍ଷରୁ ଅଧିକ ଟଙ୍କା ଉଠାଯାଇଥିବା ନିଜେ ନରସିଂହ ଦିଆନ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। କୂଅଖୋଳା ନାଁରେ ମିଥ୍ୟା ବିଲ୍‌ କରାଯାଇ ଟଙ୍କା ଆତ୍ମସାତ୍‌ କରାଯାଇଥିବା ଅଭିଯୋଗ ମଧ୍ୟ ହୋଇଥିଲା। କିନ୍ତୁ ଏହାର କୌଣସି ତଦନ୍ତ କରାଯାଇନାହିଁ। ଉକ୍ତ ଘଟଣାକୁ ନେଇ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ୍‌ରେ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ଉତ୍ତର ମିଳୁନାହିଁ। ବିଡିଓ ଅଂଶୁମାନ ମହାପାତ୍ରଙ୍କୁ ଯୋଗାଯୋଗ କରିବାରୁ, ଏନେଇ ତାଙ୍କ ପାଖରେ କେହି ଲିଖିତ ଅଭିଯୋଗ କରିନାହାନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ସହକାରୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ କହିଛନ୍ତି ଜଣକ ନାମରେ ହେବା କଥା, ଅନ୍ୟ ଜଣକ ନାମରେ ହୋଇଯାଇଛି। ହିତାଧିକାରୀଙ୍କ ନାମରେ ଖୁବ୍‌ ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ। ଏନେଇ ସାଧାରଣରେ ଚର୍ଚ୍ଚା ବଢ଼ିବା ପରେ ଗତ ୧ ସପ୍ତାହ ହେବ ତରବରିଆ ଭାବେ ହିତାଧିକାରୀଙ୍କ ନାମରେ କୂଅଖୋଳା ଆରମ୍ଭ ହୋଇଛି। ହିତାଧିକାରୀଙ୍କ ନିଜ ପଟ୍ଟା ଥିବା ସ୍ଥାନରେ କୂଅ ଖୋଳାଯିବା କଥା। କିନ୍ତୁ ସରକାରୀ ଜାଗାରେ କୂଅ ଖୋଳା ଚାଲିଥିବା ଦେଖିବାକୁ ମିଳୁଛି। ଏଭଳି ଅନିୟମିତତାର ତଦନ୍ତ ପାଇଁ ଦାବି ହୋଇଛି।


All Right Reserved By Dharitri.Com

ସୂଚନା ଅଧିକାର କର୍ମୀଙ୍କୁ ଗୁଳିକରି ହତ୍ୟା

ବାଲିଗୁଡ଼ା(ଡି.ଏନ୍‌.ଏ.)/ଫୁଲବାଣୀ ଅଫିସ,୧୧ା୧୨-କନ୍ଧମାଳ ଜିଲା ବାଲିଗୁଡ଼ା ଅଞ୍ଚଳର ଜଣେ ସୂଚନା ଅଧିକାର କର୍ମୀଙ୍କୁ ମଙ୍ଗଳବାର ସକାଳେ ଗୁଳିକରି ହତ୍ୟା କରାଯାଇଛି। ମୃତକ ହେଲେ ସ୍ଥାନୀୟ ପାତ୍ର ସାହିର...

ସାନିଟାଇଜ୍‌ ହେଲା ଆରଡ଼ି ପୀଠ

ଆରଡ଼ି,୨୦ା୪(ଡି.ଏନ୍‌.ଏ.) : ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ସମେତ ଧାମନଗର ବ୍ଲକ ଅନ୍ତର୍ଗତ ବେତାଳିଗାଁ ବଜାରକୁ ସୋମବାର ପୂର୍ବାହ୍ନରେ ଧାମନଗର ବ୍ଲକ ପ୍ରଶାସନ ପକ୍ଷରୁ...

ଶ୍ରେଣୀଗୃହ ନାହିଁ, ବାରଣ୍ଡାରେ ଚାଲିଛି ପାଠପଢ଼ା

ଝରିଗାଁ,୧୦।୭(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବାଣୁଆଗୁଡ଼ା ପଞ୍ଚାୟତ ଗୋମିଓଡ଼ା ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ନ ଥିବାରୁ ବାରଣ୍ଡାରେ ପିଲାମାନେ ପାଠ ପଢୁଛନ୍ତି। ୧୯୮୦ ମସିହାରେ...

୭ ନଂ ଓ୍ବାର୍ଡରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଯୋଡ଼ା,୧୪।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ପୌରପାଳିକାର ୭ନଂ. ଓ୍ବାର୍ଡରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଉକ୍ତ ଓ୍ବାର୍ଡର ପୋଷ୍ଟ ଅଫିସ ପଛପାର୍ଶ୍ୱରେ ଅଳିଆ ଆବର୍ଜନା ପଡ଼ି...

ବସ୍‌ ଧକ୍କାରେ ମହିଳା ମୃତ, କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକୋ

ଗଞ୍ଜାମ,୩୦ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ୧୬ ନଂ. ଜାତୀୟ ରାଜପଥ ପୁଇଁତୋଳା ଗ୍ରାମ ନିକଟରେ ମଙ୍ଗଳବାର ଭୋରରେ ବସ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ...

ପଲିଥିନ୍‌ ତଳେ ତିନି ଭାଇଭଉଣୀ

ସଜନାଗଡ଼, ୧୪।୧୨(ଡି.ଏନ.ଏ.)-ଆଦିବାସୀଙ୍କ ଉନ୍ନତି ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ହେଲେ ତୃଣମୂଳସ୍ତରରେ ଏହାର ସଫଳ...

ସାମ୍ବାଦିକତାରେ ବିଚାରଶକ୍ତି ଗୁରୁତ୍ୱପୂର୍ଣ୍ଣ

ଢେଙ୍କାନାଳ ଅଫିସ, ୧୬।୨ – ସାମ୍ବାଦିକତା ବୃତ୍ତିରେ ସାଧାରଣ ବିଚାରଶକ୍ତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ସମୟରେ ଡିଜିଟାଲ ମିଡିଆର ବହୁଳ ପ୍ରଚଳନ ଆହ୍ବାନ ପାଲଟିଛି। ତେଣୁ...

ବାଲିଆରେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ

ବରୀ,୨୧ା୧୦(ସ୍ବ.ପ୍ର.): ଯାଜପୁର ଜିଲାବରୀ ବ୍ଲକ ବାଲିଆ ପଞ୍ଚାୟତ ଅଧୀନ ଗଙ୍ଗାଧରପୁର ଗ୍ରାମ ପ୍ରାଥମିକ ବିଦ୍ୟାଳୟ ନିକଟରେ ରବିବାର ବରୀ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଅନୁଷ୍ଠିତ...

Leave a comment

Your email address will not be published. Required fields are marked *