୫-ଟି ପ୍ରଭାବ:ମାଲକାନଗିରି ବ୍ଲକ ସମନ୍ବିତ ଶିଶୁ ବିକାଶ ଅଧିକାରୀ ନିଲମ୍ବିତ

ମାଲକାନଗିରି,୯।୧ (ଡି.ଏନ୍‌.ଏ.)- ବୁଧବାର ମାଲକାନଗିରି ଜିଲାରେ ୫-ଟିର ପ୍ରଭାବ ଦେଖିବାକୁ ମିଳିଛି। ମାଲକାନଗିରି ସଦର ବ୍ଲକ ସମନ୍ବିତ ଶିଶୁ ବିକାଶ ଅଧିକାରୀ ବିପୁଳା ସରଦାରଙ୍କୁ ସରକାର କାର୍ଯ୍ୟରୁ ନିଳମ୍ବିତ କରିଛନ୍ତି। ବିପୁଳାଙ୍କ ବିରୋଧରେ ବିଭିନ୍ନ ଦୁର୍ନୀତି ଏବଂ ଅନିୟମିତତା ଅଭିଯୋଗ ପାଇଲା ପରେ ଜିଲାପାଳ ମନୀଷ ଅଗ୍ରଓ୍ବାଲ ଏହାର ତଦନ୍ତ କରି ତାଙ୍କୁ ନିଳମ୍ବିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲେ। ଗତ ୬ରେ ବିପୁଳାଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଏହି ଆଦେଶ ପାଇବା ପରେ ନିଲମ୍ବିତ ଆଦେଶକୁ
କାର୍ଯ୍ୟକାରୀ କରାଯାଇଛି। ସୂଚନାଯୋଗ୍ୟ ଯେ, ସମନ୍ବିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ସ୍ବୟଂ ସହାୟକ ମହିଳା ଗୋଷ୍ଠୀଙ୍କୁ ଶାଢି କିଣା, ଅଙ୍ଗନଓ୍ବାଡି କେନ୍ଦ୍ରକୁ ବିଭିନ୍ନ ସାମଗ୍ରୀ ଯୋଗାଣରେ ଅନିୟମିତତା, କର୍ମଚାରୀଙ୍କୁ ଦୁର୍ବ୍ୟହାର ସମ୍ପର୍କରେ ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରାଯାଇ ତାଙ୍କୁ ନିଲମ୍ବିତ କରାଯାଇଛି ା


All Right Reserved By Dharitri.Com

ଛେଳି ଖାଇବାକୁ ଆସିଥିବା ୧୪ ଫୁଟର ଅହିରାଜ ଉଦ୍ଧାର, ଜଙ୍ଗଲରେ ଛାଡ଼ିଲା ବନବିଭାଗ

ପାଟଣା,୨୨ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ତଣ୍ଡ ଗ୍ରାମ ମଝିସାହିର ପ୍ରଭାକର ବେହେରାଙ୍କ ଘରୁ ୧୪ ଫୁଟ ଲମ୍ବର ଏକ ଅହିରାଜକୁ...

ଲକ୍‌ଡାଉନ ଉଲ୍ଲଂଘନ: ପାଟଣା ପୋଲିସ ପକ୍ଷରୁ ୬୯ ବାଇକ, ୨କାର ଜବତ

ପାଟଣା,୧୭।୪(ସ୍ବ.ପ୍ର.): ସାରା ଦେଶରେ କରୋନା ଭୂତାଣୁ ସଂକ୍ରମଣରେ ଅଙ୍କୁଶ ଲଗାଇବାକୁ ସରକାର ଲକ୍‌ଡାଉନ କରିଥିବା ବେଳେ କେତେକ ଅମାନିଆ ଏହାକୁ ଉଲ୍ଲଂଘନ କରୁଛନ୍ତି। ବାଇକ୍‌ ଓ...

ଘେରିବନ୍ଧ କାଟିଦେଲା ତୈଳ ବିଶୋଧନାଗାର : ଧାନକ୍ଷେତରେ ଲହଡ଼ି ମାରୁଛି ପାଣି

ବାଲିକୁଦା,୧୯ା୮(ସ୍ବ.ପ୍ର.): ବାଲିକୁଦା ବ୍ଲକ ତଣ୍ଡିକୁଳ ପଞ୍ଚାୟତରେ ଏବେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତ ଖରାଦିନେ ପାରାଦୀପ ତୈଳ ବିଶୋଧନାଗାର ପାଇପ ଲାଇନ କାମ...

କାର୍‌ଗିଲ ବିଜୟ ଦିବସ: ବିଜୟ ଘୋଷଣା ପରେ ବି ସୀମାରେ ଉତ୍ତେଜନା କମି ନ ଥିଲା

ଖଇରା, ୨୬।୭-୧ମାସର ଘମାଘୋଟ ଲଢ଼େଇ ପରେ ଜୁଲାଇ ୨୬ତାରିଖକୁ ବିଜୟ ଦିବସ ଘୋଷଣା ସରିଥାଏ| ହେଲେ ସୀମାରୁ ଉତ୍ତେଜନା ହ୍ରାସ ପାଇ ନ ଥାଏ| ସେତେବେଳେ...

ପିପିଲିରେ ଦି୍ବତୀୟ କରୋନା ସଂକ୍ରମିତ ଚିହ୍ନଟ

ପିପିଲି,୧୮।୫(ଡି.ଏନ୍‌.ଏ.): ପିପିଲିରେ ଦ୍ୱିତୀୟ କରୋନା ସଂକ୍ରମିତ ରବିବାର ରାତିରେ ଚିହ୍ନଟ ହୋଇଛନ୍ତି। ସେ ବୀରପୁରୁଷୋତ୍ତମପୁର ପଞ୍ଚାୟତ ଅଞ୍ଚଳର ୨୨ବର୍ଷ ଯୁବକ ହୋଇଥିବାବେଳେ ନିକଟରେ ତାମିଲନାଡୁରୁ ଆସିଥିଲେ।...

ସାବିତ୍ରୀ ଭୋଗ ଖାଇ ୧୦ ଅସୁସ୍ଥ

ବନ୍ତ,୨୩ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ରାମପୁର ଗ୍ରାମର ୧୦ଜଣ ବ୍ୟକ୍ତି ସାବିତ୍ରୀ ଭୋଗ ଖାଇ ଅସୁସ୍ଥ ହୋଇଥିବା ବେଳେ ୨ ଜଣଙ୍କୁ ଭଦ୍ରକ ମୁଖ୍ୟ...

ନାଭାଲ ଛକରେ ସିରିଜ୍‌ ଦୁର୍ଘଟଣା: କାରକୁ ସାଇଡ୍‌ ଦେବାକୁ ଯାଇ ୬ ଅଟୋକୁ ଧକ୍କା ଦେଲା ଅଏଲ ଟ୍ୟାଙ୍କର

ଖୋର୍ଦ୍ଧା ଅଫିସ, ୨୦।୪: ଖୋର୍ଦ୍ଧା ଜିଲା ନାଭାଲ ଛକ ୧୬ ନଂ. ଜାତୀୟ ରାଜପଥଠାରେ ସୋମବାର ସିରିଜ୍‌ ଦୁର୍ଘଟଣା ଘଟିଛି। ଏକ ଅଏଲ ଟ୍ୟାଙ୍କର ସମ୍ମୁଖରୁ...

ବିଷକ୍ରିୟାରେ ଚାଷୀ ମୃତ

କ.ନୂଆଗଁ।,୨୫ା୮-କନ୍ଧମାଳ ଜିଲା କ.ନୂଆଗଁ। ବ୍ଲକ ସାଇନପଡା ପଞ୍ଚାୟତ କିଲୁପଡା ଗ୍ରାମର ଜଣେ ଚାଷୀଙ୍କର ବିଷ କ୍ରିୟାରେ ଶୁକ୍ରବାର ରାତିରେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି।...

Leave a comment

Your email address will not be published. Required fields are marked *