ଉଦ୍ୟୋଗପତି ବି.ଏମ୍‌.ଖୈତାନଙ୍କ ପରଲୋକ

କୋଲକାତା,୨-୬: ବିଶିଷ୍ଟ ଉଦ୍ୟୋଗପତି ତଥା ଡ୍ରାଇସେଲ୍‌ ବ୍ୟାଟେରି ନିର୍ମାତା ଏଭରେଡି ଇଣ୍ଡଷ୍ଟ୍ରିଜ ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ବ୍ରିଜ ମୋହନ ଖୈତାନଙ୍କ ଶନିବାର ୯୨ ବର୍ଷରେ ପରଲୋକ ହୋଇଯାଇଛି। ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥାଇ ସେ ଶନିବାର ନିଜ ବାସଭବନରେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ। କୋଲକାତା ନିବାସୀ ଖୈତାନ ଚଳିତ ବର୍ଷ ଏପ୍ରିଲ ୨୫ରେ ଓ୍ବିଲିୟାମଶନ୍‌ ମେଗର ଗ୍ରୁପ୍‌ର କମ୍ପାନୀ ଏଭରେଡି ଏବଂ ମ୍ୟାକଲଏଡ ରସେଲର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ତେବେ ଉଭୟ କମ୍ପାନୀ ତାଙ୍କର ଯୋଗଦାନକୁ ଦୃଷ୍ଟିରେ ରଖି ତାଙ୍କୁ ଚେୟାରମ୍ୟାନ ଏମିରେଟସ୍‌ ଭାବେ ନିଯୁକ୍ତ କରିଥିଲା। ଦୀର୍ଘ ୪ ଦଶନ୍ଧି ଧରି ଚା’ ଉଦ୍ୟୋଗରେ ଖୈତାନଙ୍କର ଅଭିଜ୍ଞତା ଥିଲା। ସେ ବିଶ୍ୱନାଥ ଚା’ କମ୍ପାନୀର ଏମ୍‌ଡି ରହିଥିଲେ। ଏହାବ୍ୟତୀତ ସେ ୧୯୭୩ରେ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସର ଅଧ୍ୟକ୍ଷ ମଧ୍ୟ ଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟ୍‌ କରି ଖୈତାନଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି। ବଙ୍ଗଳା ବ୍ୟବସାୟୀଙ୍କ ମଧ୍ୟରେ ସେ ବରିଷ୍ଠତମ ଥିଲେ ବୋଲି ଉଲ୍ଲେଖ କରି ମମତା କହିଛନ୍ତି ଯେ, ତାଙ୍କର ମୃତ୍ୟୁରେ ସେ ଅତ୍ୟନ୍ତ ଦୁଃଖୀ।


All Right Reserved By

ମହଙ୍ଗା ହେବ ପେଟ୍ରୋଲ, ଡିଜେଲ ଗାଡ଼ି କ୍ରୟ;ପଞ୍ଜୀକରଣ, ନବୀକରଣ ବହୁଗୁଣା ବୃଦ୍ଧି

ନୂଆଦିଲ୍ଲୀ,୨୮-୭: କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଗାଡ଼ି କିଣାକୁ ନିରୁତ୍ସାହିତ କରିବା ତଥା ପୁରୁଣା ଗାଡ଼ିଗୁଡ଼ିକୁ ପର୍ଯ୍ୟାୟକ୍ରମେ ସଡ଼କରୁ ହଟାଇବାକୁ ଚାହୁଁଛନ୍ତି। ଏହାକୁ ଦୃଷ୍ଟିରେ...

ଏଫ୍‌ପିଆଇଙ୍କ ସରଚାର୍ଜ ପ୍ରତ୍ୟାହାର ନେଇ ବିଚାର

ନୂଆଦିଲ୍ଲୀ,୯-୮: ବଜେଟରେ ସରଚାର୍ଜ ଘୋଷଣା ପରେ ବିଦେଶୀ ନିବେଶକ(ଏଫ୍‌ପିଆଇ) ଦେଶରୁ ନିଜର ନିବେଶ ପ୍ରତ୍ୟାହାର କରିବା ଆରମ୍ଭ କରିଛନ୍ତି। ଭାରତୀୟ ଷ୍ଟକ୍‌ ବଜାର ପାଇଁ ଏହା...

ମାତ୍ର ୫୯ ମିନିଟରେ ଘର, ଗାଡ଼ି ଋଣ ଦେବ ରାଷ୍ଟ୍ରାୟତ୍ତ ବ୍ୟାଙ୍କ

ନୂଆଦିଲ୍ଲୀ,୨୧-୮: ଏଣିକି ଘର ଓ ଗାଡ଼ି ଋଣ ଲାଗି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ ଦୌଡିବାକୁ ପଡିବ ନାହିଁ। ସେମାନେ ଏଣିକି ଏହି ଋଣକୁ ମାତ୍ର ୫୯ ମିନିଟରେ...

ଅନ୍ୟ କମ୍ପାନୀକୁ ଜେଟ୍‌ର ସ୍ଲଟ୍‌ ପ୍ରଦାନ ଅସ୍ଥାୟୀ: ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୪-୪: ଜେଟ୍‌ ଏୟାରଓ୍ବେର ସ୍ଲଟକୁ ନେଇ ବିଭିନ୍ନ ବିବାଦ ଉପୁଜୁଥିବା ବେଳେ ଏହାକୁ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନିଜର ପ୍ରତିକ୍ରିୟା ରଖିଛି। ବିମାନ...

ଆଇଏମ୍‌ଏଫ୍‌ର ନୂଆ ମୁଖ୍ୟ ରେସ୍‌ରେ ରାଜନ

ନୂଆଦିଲ୍ଲୀ,୨୩-୭: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ନୂଆ ମ୍ୟାନେଜିଂ ଡାଇରେକ୍ଟର(ଏମ୍‌ଡି) ରେସ୍‌ରେ ସମସ୍ତଙ୍କ ଆଗରେ ରହିଛନ୍ତି। ଆଇଏମ୍‌ଏଫ୍‌ର...

୯ ମାସର ସବୁଠାରୁ ନିମ୍ନ ସ୍ତରରେ ଟଙ୍କା

ମୁମ୍ବାଇ, ୪-୯: ମଙ୍ଗଳବାର ଡଲାର ତୁଳନାରେ ଟଙ୍କା ମୂଲ୍ୟ ଗଭୀର ଭାବେ ହ୍ରାସ ହୋଇଛି। ଡଲାର ତୁଳନାରେ ଟଙ୍କା ୯ ମାସର ସବୁଠାରୁ ନିମ୍ନ ସ୍ତରରେ...

ଏନ୍‌ସିଏଲ୍‌ଟିରେ ଜେଟ୍‌ ଏୟାରଓ୍ବେଜ୍‌ ମାମଲା: ପାଇଲଟ, ୨ ବିଦେଶୀ ଭେଣ୍ଡର ଅଦାଲତ ଗଲେ

ନୂଆଦିଲ୍ଲୀ,୧୯।୬: ଜେଟ୍‌ ଏୟାରଓ୍ବେଜ୍‌ର ପାଇଲଟ, ଇଞ୍ଜିନିୟର ସଂଗଠନ ଏବଂ ନେଦରଲାଣ୍ଡର ୨ ଭେଣ୍ଟର ବୁଧବାର ଦେବାଳିଆ ଅଦାଲତ ଏନ୍‌ସିଏଲ୍‌ଟିରେ ପହଞ୍ଚତ୍ଛନ୍ତି। ନିଜକୁ ଜେଟ୍‌ର ଦେବାଳିଆ ପ୍ରକ୍ରିୟାରେ...

ପାର୍ଲାମେଣ୍ଟରେ ହେଲା ନୂଆ ରେକର୍ଡ; ମଧ୍ୟରାତ୍ରି ଯାଏ ଚାଲିଲା ରେଳ ବଜେଟ ଆଲୋଚନା

ନୂଆଦିଲ୍ଲୀ,୧୩।୭: ବଜେଟରେ ରେଲଓ୍ବେକୁ ମିଳିବାକୁ ଥିବା ଅନୁଦାନ ଉପରେ ଗୁରୁବାର ଲୋକ ସଭାରେ ଦୀର୍ଘ ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଆଲୋଚନା ହୋଇଥିଲା। ଏହା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *