ଦେବଗଡ଼ରେ ଭାରତ ବନ୍ଦର ପ୍ରଭାବ

ଦେବଗଡ଼,୮।୧(ଡି.ଏନ୍‌.ଏ.): ଦରବୃଦ୍ଧି, ଆର୍ଥିକ ମାନ୍ଦାବସ୍ଥା,ପ୍ରସ୍ତାବିତ ଶ୍ରମ ଆଇନ, ସିଏଏ ଓ ଏନ୍‌ଆର୍‌ସିକୁ ବିରୋଧ କରି କେନ୍ଦ୍ରୀୟ ଶ୍ରମିକ ସଂଗଠନ ତଥା ବିଭିନ୍ନ ଫେଡେରେଶନ ପକ୍ଷରୁ ୧୨ ଦଫା ଦାବି ପୂରଣ ନେଇ ଦିଆଯାଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ଦେବଗଡ଼ ଜିଲାରେ ମଧ୍ୟ ଦେଖିବାକୁ ମିଳିଛି ା ବୁଧବାର ସିଆଇଟିୟୁ ଓ ପଶ୍ଚିମ ଓଡ଼ିଶା ବିଦ୍ୟୁତ୍‌ କର୍ମଚାରୀ ସଂଘ ସମେତ ବିଭିନ୍ନ ଟ୍ରେଡ୍‌ ୟୁନିଅନ ପକ୍ଷରୁ ପିକେଟିଂ କରାଯାଇ ଦେବଗଡ଼ ସହରର ସମସ୍ତ ଦୋକାନ ବଜାର ବନ୍ଦ କରଯାଇଥିଲା ା ସେହିପରି ପୂର୍ବାହ୍ନରେ ପିକେଟିଂ କରାଯାଇ ଦେବଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ, କୋର୍ଟ କଚେରୀ ଓ ସ୍କୁଲ କଲେଜ ଆଦି ବନ୍ଦ କରାଯାଇଥିଲା ା ଏଥିସହ ସମସ୍ତ ବ୍ୟାଙ୍କ୍‌ ଓ ପୋଷ୍ଟ ଅଫିସ ମଧ୍ୟ ବନ୍ଦ ରହିଥିବା ଜଣାପଡ଼ିଛି। ସେହିପରି ସ୍ଥାନୀୟ ପୁରୁଣା ପୋଷ୍ଟ ଅଫିସ ଛକ ଦେଇଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ଆନ୍ଦୋଳନକାରୀମାନେ ବସିରହି ଯାନବାହନ ଅଟକାଇବା ଫଳରେ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି। ଏହି ବନ୍ଦ ପାଳନକୁ ଦେବଗଡ଼ ଜିଲା କଂଗ୍ରେସ କମିଟି ମଧ୍ୟ ପୂର୍ଣ୍ଣ ସମର୍ଥନ କରି ବନ୍ଦ ପାଳନରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଥିଲା ା ସିଟୁର ସମ୍ପାଦକ ଭଞ୍ଜକିଶୋର ନାୟକ,ପଶ୍ଚିମ ଓଡ଼ିଶା ବିଦ୍ୟୁତ କର୍ମଚାରୀ ସଂଘର ଡିଭିଜନାଲ ସମ୍ପାଦକ ପ୍ରଦ୍ୟୁମ୍ନ ସାମଲ, ବସନ୍ତ ପ୍ରଧାନ, ସୁରେଶ ଦେହୁରୀ, ଚନ୍ଦ୍ରଭାନୁ ଦେହୁରୀ, ଦେବ ପ୍ରସାଦ ପାଲ,ସୁମନ୍ତ ମାଝି, ରାଜେଶ ନାୟକ,ଦିଗାମ୍ବର ନାୟକ ଓ ମନୋଜ ନାୟକ, ଜିଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁ, ମହିଳା କଂଗ୍ରେସ ସଭାନେତ୍ରୀ ମଞ୍ଜୁଲତା ନାୟକ ଓ ଜିଲା ଯୁବ କଂଗ୍ରେସ ସଭାପତି ସିଦ୍ଧେଶ୍ୱର ଗୁରୁ, ସୁବାସ ଚନ୍ଦ୍ର ଭୋଇ, ଅନୁଜ କୁମାର ପ୍ରଧାନ,ପ୍ରମୋଦ କୁମାର ମିଶ୍ର, ପ୍ରକାଶ ଦେବତା, ବିକାଶ ଖଡ଼ିରତ୍ନ ଓ ପଞ୍ଚୁ ବରାଇ ପ୍ରମୁଖ ଏହି ବନ୍ଦ ପାଳନର ନେତୃତ୍ୱ ନେଇଥିଲେ ା


All Right Reserved By Dharitri.Com

ଆନ୍ଦୋଳନରୁ ଓହରିଲା ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏଶନ: ନଭେମ୍ବର ୪ରେ କାର୍ଯ୍ୟରେ ଯୋଗଦେବେ ଓକିଲ

କଟକ ଅଫିସ,୧।୧୧: ବିଭିନ୍ନ ଦାବି ନେଇ ପ୍ରାୟ ଦୁଇ ମାସ ଧରି ହାଇକୋର୍ଟ ବାର୍‌ ଆସୋସିଏଶନ୍‌ ପକ୍ଷରୁ ଜାରି ରହିଥିବା କୋର୍ଟ ବର୍ଜନ ଆନ୍ଦୋଳନରୁ ଓହରିବାକୁ...

କୋଇଲା ବୋଝେଇ ବଗି ଛାଡ଼ି ଚାଲିଗଲା ଇଞ୍ଜିନ୍‌

ବସ୍ତା,୫।୩(ଡି.ଏନ.ଏ.)- ଦକ୍ଷିଣ-ପୂର୍ବ ରେଳପଥର ବସ୍ତା ଷ୍ଟେଶନ ନିକଟରେ ବୁଧବାର ସନ୍ଧ୍ୟା ୫ଟା ୫୦ ମିନିଟ୍‌ ସମୟରେ ଏକ କୋଇଲା ବୋଝେଇ ଟ୍ରେନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି...

ରୁଟ୍‌ ବଦଳାଇ ପଶିଲା ପ୍ରବାସୀ ବସ୍‌, ଟିକ୍ରାପଡାରେ ଭୟର ବାତାବରଣ

ବଲାଙ୍ଗୀର ଅଫିସ, ୧୫ା୫- ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରୁ ଆସିଥିବା ଦୁଇଟି ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଗୁରୁବାର ବଲାଙ୍ଗୀର ରେଳଷ୍ଟେଶନ୍‌ରେ ପହଞ୍ଚଥିଲା। ସେଠାରୁ ବସ୍‌ ଯୋଗେ ବଲାଙ୍ଗୀର...

ଢେଙ୍କାରେ ପହଞ୍ଚିଲେ ୭ ପ୍ରବାସୀ ଓଡ଼ିଆ

ହାଟଡିହୀ,୫।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଢେଙ୍କା ପଞ୍ଚାୟତରେ ୭ ପ୍ରବାସୀ ଓଡ଼ିଆ ସୋମବାର ବିଳମ୍ବିତ ରାତିରେ ପହଞ୍ଚିଛନ୍ତ। ଏମାନେ ସୁରଟରୁ ନିଜ ଖର୍ଚ୍ଚରେ ବାଲେଶ୍ୱର...

ବୋଲେରୋ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ: ମୃତଦେହ ରଖି ରାସ୍ତାରୋକୋ

କୁଳିଅଣା,୧୧ା୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ୧୮ ନଂ. ଜାତୀୟ ରାଜପଥ ବାଇଗଣବାଡ଼ିଆ ଛକଠାରେ ଶୁକ୍ରବାର ପୂର୍ବାହ୍ନରେ ଏକ ବୋଲେରୋ ଧକ୍କାରେ ଜଣେ ବୃଦ୍ଧାଙ୍କ...

୩୫ରୁ ଊର୍ଦ୍ଧ୍ୱ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଲା, ଛପର ଉଡିଲା

ଜଳେଶ୍ୱର,୧୫।୫(ଡି.ଏନ.ଏ.)- ବାଲେଶ୍ୱର ଜିଲା ଜଳେସ୍ବର ବ୍ଲକ ଅଧୀନ କୋଟସାହି ପଞ୍ଚାୟତ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନ ୪ଟା ସମୟରେ କାଳବୈଶାଖୀ ତାଣ୍ଡବ ରଚିଛି। ଫଳରେ କୋଟସାହି ଗ୍ରାମର...

ପୁରୁଷୋତ୍ତମପୁରରେ ସାଧାରଣତନ୍ତ୍ର ଦିବସ

ପୁରୁଷୋତ୍ତମପୁର,୨୬।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ସାଧାରଣତନ୍ତ୍ର ଦିବସ ରବିବାର ପାଳିତ ହୋଇଯାଇଛି। ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ବିଚାରପତି ଅନ୍ନପୂଣ୍ଣା ଷଡ଼ଙ୍ଗୀ ଜାତୀୟ...

ବସ୍‌ ଧକ୍କାରେ ୨ ସ୍କୁଟି ଆରୋହୀ ମୃତ

ପାଲଲହଡା,୨୯।୧୨(ଡି.ଏନ.ଏ.)- ଅନୁଗୋଳ ଜିଲା ପାଲଲହଡା ଥାନା ବତିସୁଆଁ ପଞ୍ଚାୟତ ଭୀମକାଣ୍ଡ ଛକ ନିକଟରେ ରବିବାର ଏକ ବସ୍‌ ସ୍କୁଟିକୁ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ...

Leave a comment

Your email address will not be published. Required fields are marked *