ମେ’ରେ ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ଟପିଲା

ନୂଆଦିଲ୍ଲୀ,୨-୬: ମେ’ରେ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିଛି। ଗତ ବର୍ଷ ଏହି ସମୟରେ ଏହା ୯୪,୦୧୬ କୋଟି ଟଙ୍କା ଥିଲା। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟରୁ ଜଣାପଡିଛି ଯେ, ମେ’ରେ ୧,୦୦,୨୮୯ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି। ତେବେ ଏପ୍ରିଲରେ ଆଦାୟ ହୋଇଥିବା ୧,୧୩,୮୬୫ କୋଟି ଟଙ୍କା ଠାରୁ ଏହା ସାମାନ୍ୟ କମ୍‌। ସେହିପରି ମେ’ରେ ୭୨.୪୫ ଲକ୍ଷ ଜିଏସ୍‌ଟିଆର୍‌-୩ବି ଫର୍ମ ପୂରଣ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ଏପ୍ରିଲରେ ଏହା ୭୨.୧୩ ଲକ୍ଷ ଥିଲା। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ମେ’ରେ କେନ୍ଦ୍ରୀୟ ଜିଏସ୍‌ଟି(ସିଜିଏସ୍‌ଟି) ବାବଦରେ ୧୭,୮୧୧ କୋଟି ଟଙ୍କା, ରାଜ୍ୟ ଜିଏସ୍‌ଟି(ଏସ୍‌ଜିଏସ୍‌ଟି) ବାବଦରେ ୨୪,୪୬୨ କୋଟି ଟଙ୍କା, ଏକିକୃତ ଜିଏସ୍‌ଟି(ଆଇଜିଏସ୍‌ଟି) ବାବଦରେ ୪୯,୮୯୧ କୋଟି ଟଙ୍କା ଏବଂ ଉପକର ବାବଦରେ ୮୧୨୫ କୋଟି ଟଙ୍କା ଆଦାୟ ହୋଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଫେବୃୟାରୀ-ମାର୍ଚ୍ଚରେ ଜିଏସ୍‌ଟି କ୍ଷତିପୂରଣ ବାବଦରେ ରାଜ୍ୟଗୁଡ଼ିକୁ ୧୮,୯୩୪ କୋଟି ଟଙ୍କା ଦିଆଯାଇଛି।


All Right Reserved By

ମୂର୍ତ୍ତି ପରେ ଘରେ ପହଞ୍ଚୁଛି ଚାଇନା ଧୂପବତି;ସଙ୍କଟରେ ଭାରତୀୟ ଘରୋଇ ଉଦ୍ୟୋଗ

ନୂଆଦିଲ୍ଲୀ,୩୦-୮: ଭାରତୀୟ ଘରେ ଏବେ ମୂର୍ତ୍ତି ପରେ ଚାଇନା ନିର୍ମିତ ଧୂପବତି ପହଞ୍ଚତ୍ବାରେ ଲାଗିଛି। ଏହା ଏବେ ଏଭଳି ସ୍ଥିତିରେ ପହଞ୍ଚତ୍ଲାଣି ଯେ, ଦେଶର ଘରୋଇ...

ଜମି ପାଇଁ ଗୋଦ୍‌ରେଜ ପରିବାରରେ ଫାଟ

ନୂଆଦିଲ୍ଲୀ,୨୮-୬: ଦେଶର ଧନୀ ବ୍ୟବସାୟୀ ପରିବାର ମଧ୍ୟରେ ଗଣାଯାଉଥିବା ଗୋଦ୍‌ରେଜ ପରିବାରରେ ଏବେ ଫାଟ ସୃଷ୍ଟି ହୋଇଛି। ଜମି ଭାଗବଣ୍ଟାକୁ ନେଇ ଏବେ ଏହି ପରିବାର...

ୟୁଏସ୍‌ ଭିଜା ପାଇଁ ଆବେଦନ; ଦେବାକୁ ହେବ ୫ ବର୍ଷର ସୋସିଆଲ ମିଡିଆ ରେକର୍ଡ

ଓ୍ବାଶିଂଟନ,୩-୬: ଆମେରିକାର ଟ୍ରମ୍ପ ସରକାର ଭିଜା ନିୟମରେ ସଂଶୋଧନ କରିଛନ୍ତି। ନୂଆ ନିୟମ ଅନୁଯାୟୀ, ଏଣିକି ଭିଜା ଆବେଦନ କରିବା ବେଳେ ଆବେଦନକାରୀଙ୍କୁ ନିଜର ସୋସିଆଲ...

ଜନଧନ ଆକାଉଣ୍ଟରେ ଜମା ୧ ଲକ୍ଷ କୋଟି ଟପିଲା

ନୂଆଦିଲ୍ଲୀ,୧୮-୮: ସମାଜର ଗରିବ ଶ୍ରେଣୀ ନିକଟରେ ବ୍ୟାଙ୍କକୁ ପହଞ୍ଚାଇବା ଲାଗି ୫ ବର୍ଷ ପୂର୍ବେ ଏନ୍‌ଡିଏ ସରକାର ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା। ଏବେ...

ଜାନୁୟାରୀ ୮ରେ ଧର୍ମଘଟକୁ ଓହ୍ଲାଇବେ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ

ନୂଆଦିଲ୍ଲୀ,୧-୧୦: କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡିକ ଆସନ୍ତା ବର୍ଷ ଜାନୁୟାରୀ ୮ରେ ଦେଶବ୍ୟାପୀ ଧର୍ମଘଟକୁ ଓହ୍ଲାଇବେ ବୋଲି ସୋମବାର ଜଣାପଡିଛି। ଶ୍ରମିକଙ୍କ ବିଭିନ୍ନ ଦାବୀ ପୂରଣ ଲାଗି...

୨୦୨୬ ସୁଦ୍ଧା ଓଲା, ଉବର ଗାଡ଼ି ହେବ ଇଲେକ୍ଟ୍ରିକ

ନୂଆଦିଲ୍ଲୀ,୭-୬: ଖୁବଶୀଘ୍ର ଦେଶର ସଡ଼କରେ ଇଲେକ୍ଟ୍ରିକ କ୍ୟାବ୍‌ ଦେଖିବାକୁ ମିଳିବ। କେନ୍ଦ୍ର ସରକାର ଓଲା ଓ ଉବର ଭଳି ଆପ୍‌ ଆଧାରିତ କ୍ୟାବ୍‌ ସର୍ଭିସ ଉପଲବ୍ଧ...

ଟଙ୍କା, ସେନ୍‌ସେକ୍ସ ହ୍ରାସ, ସୁନା ଦର ବୃଦ୍ଧି

ମୁମ୍ବାଇ,୨୩-୮: ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନ ସରକାରଙ୍କ ପକ୍ଷରୁ କୌଣସି ଆର୍ଥିକ ପ୍ରୋତ୍ସାହନ ଦିଆଯିବ ନାହିଁ ବୋଲି ଗୁରୁବାର ସ୍ପଷ୍ଟ କଲା ପରେ...

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୪୬.୧୮%

ଭୁବନେଶ୍ୱର,୧।୬(ବ୍ୟୁରୋ) – ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ମାର୍ଚ୍ଚରେ ୩୦୯ ପଏଣ୍ଟ ଥିଲା। ଏହା ଏପ୍ରିଲରେ ୩ ପଏଣ୍ଟ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *