ଭାରତର ଜିଏସ୍‌ପି ମାନ୍ୟତା ପ୍ରତ୍ୟାହାର କଲା ଆମେରିକା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨-୬: ଭାରତକୁ ମିଳୁଥିବା ଜେନେରାଲାଇଜ୍‌ଡ ସିଷ୍ଟମ ଅଫ୍‌ ପ୍ରିଫରେନ୍ସେସ(ଜିଏସ୍‌ପି) ମାନ୍ୟତାକୁ ଆମେରିକା ପ୍ରତ୍ୟାହାର କରିନେଇଛି। ଏହା ଆସନ୍ତା ୫ରୁ ଲାଗୁ ହୋଇଯିବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ୍‌ ହାଉସ୍‌ରେ ଏ ସମ୍ପର୍କରେ ଘୋଷଣା କରିଥିଲେ। ଭାରତଠାରୁ ଏହି ମାନ୍ୟତା ପ୍ରତ୍ୟାହାର କରାଯିବ ବୋଲି ଟ୍ରମ୍ପ ମାର୍ଚ୍ଚ ୪ରେ ସୂଚନା ଦେଇଥିଲେ। ତେବେ ବାଣିଜ୍ୟ ବିବାଦର ସମାଧାନ ପାଇଁ ଭାରତ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ପୂର୍ବରୁ ଆମେରିକା ପ୍ରତ୍ୟାଖ୍ୟାନ କରିଦେଇଥିଲା। ଭାରତ ନିଜର ବଜାରରେ ଆମେରିକାକୁ ସମାନ ପ୍ରବେଶ ଅଧିକାର ଦେଉନାହିଁ ବୋଲି ଅଭିଯୋଗ କରି ରାଷ୍ଟ୍ରପତି ଟ୍ରମ୍ପ ଏପରି ପଦକ୍ଷେପ ନେଇଥିବା ସୂଚନା ଦେଇଛନ୍ତି। ଏଥିଲାଗି ୬୦ ଦିନର ନୋଟିସ ପିରିୟଡ ଧାର୍ଯ୍ୟ ହୋଇଥିଲା, ଯାହା କି ମେ ୩ରେ ଶେଷ ହୋଇଛି।
ଜିଏସ୍‌ପି ମାନ୍ୟତା କ’ଣ
ବିକାଶଶୀଳ ଦେଶର ଆର୍ଥିକ ବୃଦ୍ଧି ଲାଗି ଆମେରିକା ପକ୍ଷରୁ ୧୯୭୬ରେ ଜିଏସ୍‌ପି ମାନ୍ୟତା ପ୍ରଦାନ ଆରମ୍ଭ କରାଯାଇଥିଲା। ଏହି ମାନ୍ୟତା ପାଇଥିବା ଦେଶ ଆମେରିକାକୁ ଟିକସ ନ ଦେଇ ସାମଗ୍ରୀ ରପ୍ତାନି କରିପାରୁଛନ୍ତି। ଏବେ ମାନ୍ୟତା ପ୍ରତ୍ୟାହାର କରାଯିବା ପରେ ଆମେରିକାକୁ ରପ୍ତାନି କରାଯାଉଥିବା ସାମଗ୍ରୀ ଉପରେ ଭାରତ ଟିକସ ଦେବାକୁ ବାଧ୍ୟ ରହିବ। ଏହି କାରଣରୁ ଆମେରିକାରେ ଭାରତୀୟ ସାମଗ୍ରୀ ଦର ମହଙ୍ଗା ହୋଇଯିବ ଏବଂ ବିକ୍ରି ଉପରେ ଏହାର ସିଧାସଳଖ ପ୍ରଭାବ ପଡିବ। ଫଳରେ ଆମେରିକାକୁ ଭାରତର ସାମଗ୍ରୀ ରପ୍ତାନି ଧୀରେ ଧୀରେ ହ୍ରାସ ପାଇବ। ରପ୍ତାନି କମିବା ଭାରତର ଅର୍ଥନୀତି ପାଇଁ ଶୁଭଙ୍କର ନୁହେଁ। କାରଣ ଭାରତ ପୂର୍ବରୁ ହିଁ ବାଣିଜ୍ୟ ନିଅଣ୍ଟର ସାମ୍ନା କରୁଛି। ଭାରତ ପ୍ରାୟ ୨୦୦୦ ପ୍ରକାର ଉତ୍ପାଦ ଆମେରିକାକୁ ରପ୍ତାନି କରିଥାଏ। ଏହିସବୁ ଉତ୍ପାଦ ଉପରେ ଆମେରିକାରେ ଆମଦାନୀ ଶୁଳ୍କ ଆଦାୟ କରାଯାଉ ନଥିଲା। ଭାରତ ୨୦୧୭ରେ ଜିଏସ୍‌ପି କାର୍ଯ୍ୟକ୍ରମ ଅଧୀନରେ ସବୁଠାରୁ ବଡ଼ ଲାଭାର୍ଥୀ ଥିଲା। ଏହା ଆମେରିକାକୁ ୫.୭ ବିଲିୟନ ଡଲାର(ପ୍ରାୟ ୪୦ ହଜାର କୋଟି ଟଙ୍କା)ର ଶୁଳ୍କ ମୁକ୍ତ ସାମଗ୍ରୀ ରପ୍ତାନି କରିଥିଲା। ଆମେରିକା ପକ୍ଷରୁ ଯୁକ୍ତି ଦର୍ଶାଯାଇ କୁହାଯାଇଛି ଯେ, ଭାରତ ତାଙ୍କ ଦେଶରେ ବିନା ଶୁଳ୍କ ଦେଇ ସାମଗ୍ରୀ ବିକ୍ରି କରୁଛି। ଅଥଚ, ଭାରତରେ ଆମେରିକାର ସାମଗ୍ରୀ ବିକ୍ରି କରିବା ବେଳେ ଆମଦାନୀ ଶୁଳ୍କ ଆଦାୟ କରାଯାଉଛି।
ଭାରତର ପ୍ରତିକ୍ରିୟା
ଆମେରିକାର ଉକ୍ତ ପଦକ୍ଷେପ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ଆମେରିକା ସହ ବାଣିଜ୍ୟ ସମାଧାନ ଲାଗି ଭାରତ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ଆମେରିକା ଏହାକୁ ସ୍ବୀକାର କରିନାହିଁ। ଆମେରିକା ଅଥବା ଅନ୍ୟ କୌଣସି ଦେଶ ହେଉ ଭାରତ ନିଜର ରାଷ୍ଟ୍ରହିତକୁ ପ୍ରଥମେ ଗୁରୁତ୍ୱ ଦେବ। ଦେଶର ବିକାଶକୁ ଆଗେଇ ନେବା ବେଳେ ଅନେକ ଚିନ୍ତା କରିବାକୁ ପଡେ। କାରଣ ଭଲରେ ବଞ୍ଚତ୍ବାର ଅଧିକାର ସମସ୍ତେ ଚାହାଁନ୍ତି। ଦେଶ-ଦେଶ ଭିତରେ ଆର୍ଥିକ ସମ୍ପର୍କରେ ଏଭଳି ଅଘଟଣ ହୁଏ। ଯାହାକୁ ନିଜ-ନିଜ ଭିତରେ ସମାଧାନ କରାଯାଇଥାଏ। ଏହା ଏକ ନିରବଚ୍ଛିନ୍ନ ପ୍ରକ୍ରିୟା ଏବଂ ଆମେରିକା ସହିତ ଭାରତ ନିଜର ସମ୍ପର୍କ ଦୃଢ଼ିଭୂତ କରିବା ଜାରି ରଖିବ।
ଭାରତ ଉପରେ କ’ଣ ପ୍ରଭାବ ପଡ଼ିବ
ଜିଏସ୍‌ପି ମାନ୍ୟତା ଅଧୀନରେ ଭାରତ ରସାୟନ ଏବଂ ଇଞ୍ଜିନିୟରିଂ ସେକ୍ଟରରେ ପ୍ରାୟ ୧୯୦୦ ଏବଂ ଅନ୍ୟାନ୍ୟ କ୍ଷେତ୍ରରୁ ପ୍ରାୟ ୧ ହଜାର ପ୍ରକାର ସାମଗ୍ରୀ ଆମେରିକାକୁ ବିନା ଶୁଳ୍କ ଦେଇ ରପ୍ତାନି କରିଥାଏ। ଜିଏସ୍‌ପି ମାନ୍ୟତା ପ୍ରତ୍ୟାହାର ଭାରତ ପାଇଁ ନିଶ୍ଚିତ ଭାବେ ଏକ ବଡ଼ ଝଟକା କୁହାଯାଇପାରେ। ତେବେ ବାଣିଜ୍ୟ ସଚିବ ଅନୁପ ଓ୍ବାଧବନ ନିକଟ ଅତୀତରେ କହିଥିଲେ ଯେ, ମାନ୍ୟତା ପ୍ରତ୍ୟାହାର ଦ୍ୱାରା ଭାରତ ଉପରେ ବିଶେଷ କିଛିି ପ୍ରଭାବ ପଡ଼ିବ ନାହିଁ। କାରଣ ଜିଏସ୍‌ପି ଯୋଗୁ ଭାରତକୁ ସେଭଳି ବିଶେଷ ଫାଇଦା ମିଳୁ ନ ଥିଲା। ଭାରତ ପ୍ରାୟ ୫.୭ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ଆମେରିକାକୁ ରପ୍ତାନି କରିଥାଏ। ଏହାଦ୍ୱାରା ଭାରତକୁ ବାର୍ଷିକ ୧୯କୋଟି ଡଲାର ଅର୍ଥାତ୍‌ ୧୩୪୫ କୋଟି ଟଙ୍କାର ଶୁଳ୍କ ଛାଡ଼ ମିଳେ। ଭାରତ ମୁଖ୍ୟତଃ କଞ୍ଚାମାଲ ଏବଂ ଅର୍ଗାନିକ କେମିକାଲ୍ସ ଭଳି ସାମଗ୍ରୀ ଆମେରିକାକୁ ରପ୍ତାନି କରିଥାଏ। ସେ କହିଛନ୍ତି ଯେ, ଭାରତ ୨୦୧୭-୧୮ରେ ଆମେରିକାକୁ ପ୍ରାୟ ୪୮ ବିଲିୟନ ଡଲାର(୩,୩୯,୮୧୧ କୋଟି ଟଙ୍କା)ର ସାମଗ୍ରୀ ରପ୍ତାନୀ କରିଥିଲା। ତନ୍ମଧ୍ୟରେ ପ୍ରାୟ ୩୯,୬୪୫ କୋଟି ଟଙ୍କାର ସାମଗ୍ରୀ ଜିଏସ୍‌ପି ଅଧୀନରେ ପଠାଯାଇଛି। ଅନ୍ୟପକ୍ଷରେ ଆମେରିକା ସହିତ ଟ୍ରେଡ୍‌ ସର୍‌ପ୍ଲସ୍‌ ଅର୍ଥାତ ବାଣିଜ୍ୟ ବଳକା କ୍ଷେତ୍ରରେ ଭାରତ ୧୧ ତମ ସ୍ଥାନରେ ରହିଛି। ଅର୍ଥାତ୍‌ ଆମେରିକାକୁ ଭାରତ ଅଧିକ ମାଲ୍‌ ପଠାଇଥାଏ ଓ କମ୍‌ ଆମଦାନୀ କରିଥାଏ। ଏହି ଟ୍ରେଡ୍‌ ସର୍‌ପ୍ଲସ୍‌କୁ ହ୍ରାସ କରିବା ପାଇଁ ଟ୍ରମ୍ପ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।
କଂଗ୍ରେସର ତୀବ୍ର ପ୍ରତିକ୍ରିୟା
ଭାରତଠାରୁ ଆମେରିକା ଜିଏସ୍‌ପି ମାନ୍ୟତା ପ୍ରତ୍ୟାହାର କରିବା ନେଇ ବିରୋଧୀ ଦଳ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି। ଏଭଳି କାହିଁକି ହେଲା ଏବଂ ଏଦିଗରେ ଭାରତ କିପ୍ରକାର ପଦକ୍ଷେପ ନେବାକୁ ଯାଉଛି, ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଜଣାନ୍ତୁ ଏବଂ ଦେଶବାସୀଙ୍କ ଭରସା ଦିଅନ୍ତୁ ବୋଲି କଂଗ୍ରେସ କହିଛି। ଦଳର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜଓ୍ବୋଲା କହିଛନ୍ତି ଯେ, ଜିଏସ୍‌ପି ପ୍ରତ୍ୟାହାର ଯୋଗୁ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପଡ଼ିବ। ଦେଶର ମୋଟ୍‌ ରପ୍ତାନି ୧୬% ପର୍ଯ୍ୟନ୍ତ ପ୍ରଭାବିତ ହେବ। ଦେଶର ବିକାଶ ହାର କମିଥିବା ବେଳେ ବେକାରି ହାର ୪୫ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ୟାଇଥିବା ବେଳେ ଆମେରିକାର ଉକ୍ତ ପଦକ୍ଷେପ ଦେଶର ଅର୍ଥନୀତିକୁ ଆହୁରି କ୍ଷତିଗ୍ରସ୍ତ କରିବ।


All Right Reserved By Dharitri.Com

୩୫% କମିପାରେ ଘର ବିକ୍ରି

ଦେଶର ଆବାସ ରିୟଲ ଇଷ୍ଟେଟ କରୋନା ଯୋଗୁ କ୍ଷତିଗ୍ରସ୍ତ ହୋଇଛି। ଲକ୍‌ଡାଉନ ଯୋଗୁ ଏହି ଶିଳ୍ପର କାର୍ଯ୍ୟ ଏବେ ବନ୍ଦ ରହିଛି। ଏଥିଯୋଗୁ ୨୦୨୦ କ୍ୟାଲେଣ୍ଡର...

ସେନ୍‌ସେକ୍ସ ୪୫ହଜାର ଛୁଇଁବ: ମୋର୍ଗାନ ଷ୍ଟାନ୍‌ଲେ

ମୁମ୍ବାଇ,୨୪-୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାରଙ୍କୁ ଦେଶବାସୀ ପୁନର୍ବାର ଭାରି ବହୁମତରେ ଜିତାଇଛନ୍ତି। ନୂଆ ସରକାରରେ ଦେଶର ଅର୍ଥନୀତିରେ ବିରାଟ କୌଣସି ପରିବର୍ତ୍ତନ...

ଫେବୃୟାରୀରେ ଶିଳ୍ପ ଉତ୍ପାଦନ ବୃଦ୍ଧି

ନୂଆଦିଲ୍ଲୀ,୧୦।୪: ଚଳିତ ବର୍ଷ ଫେବୃୟାରୀ ମାସରେ ଦେଶର ଶିଳ୍ପ ଉତ୍ପାଦନ ୪.୫% ବୃଦ୍ଧି ଘଟିଛି। ଖଣି ,ମାନୁଫାକଚରିଂ ଏବଂ ବିଦ୍ୟୁତ୍‌ ଉତ୍ପାଦନ କ୍ଷେତ୍ରରେ ଉନ୍ନତି ଆସିବା...

ଓଡ଼ିଶାରେ ହେବ ଇ-ଯାନ ଉତ୍ପାଦନ

ଭୁବନେଶ୍ୱର,୧୮-୪: ଓଡ଼ିଶାରେ ପ୍ରଥମଥର ଲାଗି ଇ-ସ୍କୁଟର ଉତ୍ପାଦନ ହେବ। ଓମ୍‌ଜୟ ଇଭି ଲିମିଟେଡ ଏହି ଇ-ଯାନଗୁଡ଼ିକୁ ଉତ୍ପାଦନ କରିବାକୁ ଯୋଜନା ରହିଛି। ଯାଜପୁର ଜିଲାର ବଡଚଣାଠାରେ...

ବଜେଟ-୨୦୨୦: ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ

କେନ୍ଦ୍ର ସରକାର ଭିତ୍ତିଭୂମି ବିକାଶ ଉପରେ ବଜେଟରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଉଡ଼ାନ୍‌ ଯୋଜନାରେ ଦେଶରେ ଅଧିକ ୧୦୦ ବିମାନବନ୍ଦରର ବିକାଶ...

୧୦୦ ରୁଟ୍‌ରେ ଗଡିବ ୧୫୦ ପ୍ରାଇଭେଟ ଟ୍ରେନ

ନୂଆଦିଲ୍ଲୀ,୩୦-୧୨: ଦେଶର ୧୦୦ ରୁଟ୍‌ରେ ୧୫୦ ଘରୋଇ ଟ୍ରେନ ଗଡିବ। ଏଥି ଲାଗି ଆସନ୍ତା ମାସରେ ବିଡ୍‌ ଆହ୍ବାନ କରାଯିବ ବୋଲି ରେଲଓ୍ବେର ଜଣେ ବରିଷ୍ଠ...

କରୋନା ମୁକାବିଲାରେ ସାମିଲ୍‌ ହେଲେ ଜୁକରବର୍ଗ

ଓ୍ବାଶିଂଟନ,୫।୩: କରୋନା ସଂକ୍ରମଣ ଇତି ମଧ୍ୟରେ ପୃଥିବୀର ୮୨ଟି ଦେଶକୁ ବ୍ୟାପଛି। କରୋନା ମୁକାବିଲା ପାଇଁ ବିଶ୍ୱବ୍ୟାଙ୍କ, ଗୁଗଲ, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅଣ୍ଟା ଭିଡ଼ିଛନ୍ତି।...

୫ ପ୍ରମୁଖ ଅର୍ଥନୈତିକ ଚ୍ୟାଲେଞ୍ଜ

ସରକାରଙ୍କ ସାମ୍ନାରେ ୫ ଅର୍ଥନୈତିକ ଚ୍ୟାଲେଞ୍ଜ ରହିବ। ସେଗୁଡିକୁ ସାମ୍ନା କରିବାକୁ ସରକାରଙ୍କୁ ପ୍ରସ୍ତୁତ ହେବାକୁ ପଡିବ। ଦ୍ୱିତୀୟ ପାଳିରେ ଏନ୍‌ଡିଏ ସରକାର କିଭଳି ଏପ୍ରମୁଖ...

Leave a comment

Your email address will not be published. Required fields are marked *