ବରଗଡରେ ସରକାରୀ କାର୍ଯ୍ୟ ଅଚଳ: ଧନୁଯାତ୍ରା ପାଇଁ ଦୋକାନ ବଜାର ଖୋଲା

ବରଗଡ ଅଫିସ,୮।୧: କେନ୍ଦ୍ରୀୟ ଟ୍ରେଡ୍‌ ୟୁନିଅନ ଆହ୍ବାନରେ କେନ୍ଦ୍ର ସରକାରଙ୍କ ଶ୍ରମିକ, ଚାଷୀମାରଣ ନୀତି, ଦରଦାମ ବୃଦ୍ଧି ବିରୋଧରେ ତଥା ୧୨ଦଫା ଦାବିରେ ଦିଆଯାଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ବରଗଡରେ ପରିଲକ୍ଷିତ ହୋଇଛି। ଏହି କ୍ରମରେ ବରଗଡ ଶ୍ରମିକ ସମନ୍ବୟ ସମିତି ନେତୃତ୍ୱରେ ବୁଧବାର ସ୍ଥାନୀୟ କୋର୍ଟ, କଚେରୀ, ଜିଲାପାଳ ଅଫିସ ସମେତ ସମସ୍ତ ସରକାରୀ ଅଫିସକୁ ଅଚଳ କରିଦିଆଯାଇଛି। ଦିନ ପ୍ରାୟ ୧୦ଟାରେ ବିଚାରପତି ଏବଂ ଅନ୍ୟ ବିଚାର ବିଭାଗୀୟ କର୍ମଚାରୀମାନେ ସ୍ଥାନୀୟ କୋର୍ଟକୁ ଆସୁଥିଲେ। ମାତ୍ର କୋର୍ଟ ସମ୍ମୁଖରେ ଚାଲିଥିବା ପିକେଟିଂ ତଥା ବନ୍ଦ ପାଳନକାରୀଙ୍କଠାରୁ ସେମାନଙ୍କ ଆନ୍ଦୋଳନ ନେଇ ଅବଗତ ହେବା ପରେ ବିଚାରପତି, ବିଚାର ବିଭାଗୀୟ କର୍ମଚାରୀମାନେ ସେଠାରୁ ଫେରି ଯାଇଥିଲେ। ଏହାପରେ ସଂଗଠନର କର୍ମକର୍ତ୍ତାମାନେ ଅନ୍ୟ ସରକାରୀ ଅଫିସକୁ ଯାଇ ସେଠାରେ ପିକେଟିଂ କରି ସେହି ଅଫିସଗୁଡିକୁ ବନ୍ଦ କରି ଦେଇଥିଲେ। କଂଗ୍ରେସ ନେତୃବୃନ୍ଦ ମଧ୍ୟ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ବରଗଡ ଜିଲା ଶ୍ରମିକ ସମନ୍ବୟ ସମିତିର ବ୍ରହ୍ମା ମହାକୁଡ, ଜେଠୁ ଭୋଇ, କଂଗ୍ରେସର ଯୁଗଳ ପ୍ରସାଦ ସିଂ, ନିପନ କୁମାର ଦାଶ, ନିହାର ରଞ୍ଜନ ମହାନନ୍ଦ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ। ଅନ୍ୟପକ୍ଷରେ ବରଗଡ ଧନୁଯାତ୍ରା ମହୋତ୍ସବ ଚାଲୁଥିବା ଯୋଗୁ ଯାନବାହାନ ଚଳାଚଳ ଏବଂ ଦୋକାନ ବଜାରକୁ ବନ୍ଦ ପାଳନରୁ ବାଦ ଦିଆଯାଇଛି। ଫଳରେ ବରଗଡରେ ଦୋକାନ ବଜାର ଖୋଲାଥିବାବେଳେ ଯାନବାହାନ ଚଳାଚଳ ସ୍ବାଭାବିକ ରହିଛି।


All Right Reserved By Dharitri.Com

ସ୍ବାମୀ ଓମ୍‌ ଜୀଙ୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ

କୋଣାର୍କ,୧୨।୧୦(ଡି.ଏନ୍‌.ଏ.): ଗ୍ଲୋବାଲ ଓ ଭାରତ ହିନ୍ଦୁ ମହାସଭାର ଅଧ୍ୟକ୍ଷ ସ୍ବାମୀ ଓମ୍‌ ଜୀ ଶୁକ୍ରବାର ବିଶ୍ୱ ପ୍ରସିଦ୍ଧ କୋଣାର୍କର ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି...

୭ ଫୁଟ ଲମ୍ବର ରଣା ଉଦ୍ଧାର

ଉଦଳା,୧୪ା୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଉଦଳା ବନାଞ୍ଚଳ ଅଧୀନ ବିସିପୁର ପଞ୍ଚାୟତ କାଦୁସାହି ଗ୍ରାମର ଜଗନ୍ନାଥ ହେମ୍ବ୍ରମଙ୍କ ବାଡିରୁ ରବିବାର ୭ ଫୁଟ ଲମ୍ବର ଏକ ରଣା...

ବାଇକ୍‌ ଧକ୍କାରେ କାଉଡିଆ ଗୁରୁତର: ଘଟଣାକୁ କେନ୍ଦ୍ରକରି ବଚସା, ରାସ୍ତାରୋକୋ

ଓଡ଼ଗାଁ,୧୧ା୮(ସ୍ବ.ପ୍ର.): ଶନିବାର ଓଡଗାଁ ଥାନା ଅଞ୍ଚଳରେ ବାଇକ୍‌ ଧକ୍କାରେ ଜଣେ କାଉଡିଆ ଗୁରୁତର ହୋଇଛନ୍ତି। ଏହାକୁ କେନ୍ଦ୍ରକରି ବଚସା ଓ ରାସ୍ତାରୋକୋ ହୋଇଥିଲା। ଅପରାହ୍ନରେ ଓଡ଼ଗାଁ...

କୋରାପୁଟ ମେଡିକାଲ କଲେଜରେ କାର୍ଯ୍ୟକ୍ଷମ ହେଲା ଅଲଟ୍ରାସାଉଣ୍ଡ୍‌ ମେଶିନ

କୋରାପୁଟ,୧।୮(ସ୍ବ.ପ୍ର.) : କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଦୀର୍ଘଦିନ ପରେ ଅଲଟ୍ରାସାଉଣ୍ଡ ମେଶିନ କାର୍ଯ୍ୟକ୍ଷମ ହୋଇଛି। ସୂଚନାଯୋଗ୍ୟ, ଦୀର୍ଘଦିନ ଧରି...

ଖୁଡ଼ୀ ହତ୍ୟାକାରୀ ପୁତୁରାଙ୍କୁ ଆଜୀବନ ଜେଲ

ଅନୁଗୋଳ ଅଫିସ, ୨୩।୮-ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଜଳତାପ ଗ୍ରାମରେ ୨୦୧୮ରେ ହୋଇଥିବା ଏକ ହତ୍ୟା ମାମଲାର ବିଚାର କରି ଗୁରୁବାର ଅନୁଗୋଳ ଆଡିଶନାଲ ଡିଷ୍ଟ୍ରିକ୍ଟ...

ଭଦ୍ରକ ଜିଲା ଲକ୍‌ଡାଉନ୍‌ ଘୋଷଣା

  ଭଦ୍ରକ ଅଫିସ, ୨୪ା୩- କରୋନାର ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ଜିଲାରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ପୂର୍ବରୁ...

ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ: ମନ୍ତ୍ରୀ

ଭୁବନେଶ୍ୱର, ୬।୨(ବ୍ୟୁରୋ): ଆଗକୁ ମାଟ୍ରିକ୍‌ ପରୀକ୍ଷା। ଏ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସବୁଥର ପ୍ରଶ୍ନପତ୍ର ଭାଇରାଲ ଏକ ବଡ଼...

ମାରଣାସ୍ତ୍ର ଦେଖାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ୍‌ ଘଟଣା: ୨ ଗିରଫ

ସୋରଡ଼ା,୨୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ନୂଆଗଡ଼ ପଞ୍ଚାୟତ କେଶରା ଅଞ୍ଚଳରେ କାର୍ଯ୍ୟରତ ଏକ ଘରୋଇ ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ୍‌ ହୋଇଥିଲା। ଗତ ଫେବୃଆରୀ ୧୧ ତାରିଖରେ...

Leave a comment

Your email address will not be published. Required fields are marked *