ଗୋପାଳ ପଣ୍ଡା ପାଇବେ ନାଲ୍‌କୋ ସଙ୍ଗୀତ ସୁଧାକର ସ୍ମାରକୀ ସମ୍ମାନ

ଭୁବନେଶ୍ୱର, ୨ା୬(ବ୍ୟୁରୋ)- ଚଳିତବର୍ଷ ‘ନାଲ୍‌କୋ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ସ୍ମାରକୀ ସମ୍ମାନ’ ପାଇବେ ଓଡ଼ିଶୀ କଣ୍ଠଶିଳ୍ପୀ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା। ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ଫାଉଣ୍ଡେଶନ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ହେବାକୁ ଥିବା ବାଳକୃଷ୍ଣ ଦାଶଙ୍କ ୯୬ତମ ଜୟନ୍ତୀ ଏବଂ ଫାଉଣ୍ଡେଶନର ୨୭ତମ ବାର୍ଷିକ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ। ସମ୍ମାନ ପ୍ରଦାନ ପୂର୍ବକ ତାଙ୍କୁ ନାଲ୍‌କୋ ପକ୍ଷରୁ ୧ଲକ୍ଷ ଟଙ୍କାର ଅର୍ଥରାଶି ସହ ସମ୍ବର୍ଦ୍ଧିତ କରାଯିବ। ଏଥିସହ ଗୀତିକାର କୁମୁଦିନୀ ମହାନ୍ତିଙ୍କୁ ‘ଗୀତି ସରସ୍ବତୀ ସମ୍ମାନ’, ମୃଦଙ୍ଗ ବାଦ୍ୟଶିଳ୍ପୀ ଡି. ଧନୁର୍ଦ୍ଧର ରେଡ୍ଡୀଙ୍କୁ ‘ବାଦ୍ୟ ସରସ୍ବତୀ ସମ୍ମାନ’ ଏବଂ ଓଡ଼ିଶୀ କଣ୍ଠଶିଳ୍ପୀ ବୀଣାପାଣି ନାୟକଙ୍କୁ ‘ସଙ୍ଗୀତ ସରସ୍ବତୀ ସମ୍ମାନ’ ପ୍ରଦାନ କରାଯିବ। ଏହି ୩ ଜଣଙ୍କୁ ୧୦ ହଜାର ଟଙ୍କାର ଅର୍ଥରାଶି ସହ ସମ୍ମାନିତ କରାଯିବ। ଏଥିସହ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ଓଡ଼ିଶୀ କଣ୍ଠ ସଙ୍ଗୀତରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ ଅର୍ଚ୍ଚନା ଜେନାଙ୍କୁ ‘ସଙ୍ଗୀତ ସୁଧାକର ସ୍ମୃତି ବୃତ୍ତି ପୁରସ୍କାର’ ପ୍ରଦାନ କରାଯିବ। ନାଲ୍‌କୋର ସିଏମ୍‌ଡି ଡ. ତପନ କୁମାର ଚାନ୍ଦ ମୁଖ୍ୟ ଅତିଥି ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିବେ। ଏ ସଂକ୍ରାନ୍ତରେ ଫାଉଣ୍ଡେଶନ ସଭାପତି ଧୀରେନ୍ଦ୍ର କୁମାର ରାୟ, ସମ୍ପାଦକ ରାମହରି ଦାସ ଏବଂ ଆବାହକ ଅରକ୍ଷିତ ଦାଶ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି।


All Right Reserved By Dharitri.Com

ଆମ ଗାଁ ଆମ ବିକାଶ ଯୋଜନା : ସରକାରଙ୍କ ତଥ୍ୟର ତାଳମେଳ ନାହିଁ

ଭୁବନେଶ୍ୱର,୨୬ା୮(ବ୍ୟୁରୋ): ୨୦୧୮ ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟେକ ଗ୍ରାମାଞ୍ଚଳର ବିକାଶ ଲାଗି ଆମ ଗାଁ ଆମ...

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ମାମଲା : ୪ବର୍ଷ ପରେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ) : ଜଣେ ନାବାଳିକାଙ୍କୁ ଅପହରଣ କରିବା ପରେ ବଳାତ୍କାର କରିବା ମାମଲାର ୪ବର୍ଷ ପରେ ନୟାପଲ୍ଲୀ ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ...

ଏୟାରଫିଲ୍ଡ ଥାନା ଏଏସ୍‌ଆଇଙ୍କ ନାଁରେ ମାମଲା

ଭୁବନେଶ୍ୱର,୭।୧୨(ବ୍ୟୁରୋ)/ପୁରୁଣା ଭୁବନେଶ୍ୱର(ଡିଏନ୍‌ଏ): ଜଣେ ଠିକାଦାରଙ୍କୁ ଠକିବା ଅଭିଯୋଗରେ ଏୟାରଫିଲ୍ଡ ଥାନାର ଏଏସ୍‌ଆଇ ନବଘନ ସାହୁଙ୍କ ନାମରେ ମାମଲା ରୁଜୁ ହୋଇଛି। ପୋଖରୀପୁଟରେ ରହୁଥିବା ଠିକାଦାର ଅନୁପ...

ଲୋକ ସଭାରେ ‘ଫନୀ’ ଚର୍ଚ୍ଚା

ଭୁବନେଶ୍ୱର,୪ା୧୨(ବ୍ୟୁରୋ):ସାମୁଦ୍ରିକ ଝଡ ‘ଫନୀ’ ଦ୍ୱାରା ଉପକୂଳ ଓଡ଼ିଶାର ବହୁତ କ୍ଷତି ହୋଇଛି। ଓଡ଼ିଶାର ଭୌଗୋଳିକ ଅବସ୍ଥିତି ନିୟମିତ ପ୍ରାକୃତିକ ବିପର୍ଯ୍ୟୟର ସାମ୍‌ନା କରୁଛି। ‘ଫନୀ’ ପୁନରୁଦ୍ଧାର...

ରାଇଜିଂ ଷ୍ଟାର ସିଜନ୍‌-୩ର ଶ୍ରେଷ୍ଠ ୬ରେ ଅନନ୍ୟା

ଭୁବନେଶ୍ୱର, ୩୧।୫(ବ୍ୟୁରୋ): କଲର୍ସ ଚ୍ୟାନେଲରେ ପ୍ରସାରିତ ‘ରାଇଜିଂ ଷ୍ଟାର’ରେ ଓଡ଼ିଶାରୁ ପ୍ରତିଯୋଗୀ ଅନନ୍ୟା ଶ୍ରୀତମ ନନ୍ଦ ଅଂଶ ଗ୍ରହଣକରି ଶ୍ରେଷ୍ଠ ୬ ଜଣଙ୍କ ମଧ୍ୟରେ ସ୍ଥାନ...

ଷ୍ଟ୍ରଙ୍ଗ ରୁମ୍‌ରେ ନିଆଁ, ଭୋଟ ଗଣତି ସାମୟିକ ସ୍ଥଗିତ

ସୁନ୍ଦରଗଡ଼,୨୩।୫: ସୁନ୍ଦରଗଡ଼ ମାଦ୍ରିକାଲ ଭବନଠାରେ ରାଜଗାଙ୍ଗପୁର ବିଧାନସଭା ଆସନ ପାଇଁ ଚାଲିଥିବା ଭୋଟ ଗଣତି କେନ୍ଦ୍ର ନିକଟ ଷ୍ଟ୍ରଙ୍ଗ ରୁମ୍‌ରେ ଗୁରୁବାର ଅପରାହ୍ନ ୧ଟାରେ ଶର୍ଟ...

ପୁଣି ଅଳିଆଗଦାରେ ନାଗ ମୂର୍ତ୍ତି

ପୁରୁଣା ଭୁବନେଶ୍ୱର,୨୨ା୧୧(ଡି.ଏନ.ଏ.): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରୁ ନାଗ ମୂର୍ତ୍ତି ଏଣେତେଣେ ଫିଙ୍ଗିବା ଏବଂ ଅନ୍ୟ ପାର୍ଶ୍ୱ ଦେବଦେବୀ ଅବକ୍ଷୟ ହେବା ପୁଣି ପାର୍ଶ୍ୱ ଦେବଦେବୀଙ୍କୁ ନିର୍ଦ୍ଦିଷ୍ଟ...

ରୂପେଲିର ଚିକିଛା ଲାଗି ଟଁକା ଅଭାବ୍‌ ଘଟନା: ପରୀକ୍ଷା ଲାଗି ନମୁନା ବାହାରକେ ପଠାଗଲା

  ଗୁଡ଼ଭେଲା,୨୭ା୮(ଡି.ଏନ୍‌.ଏ.): ଗଲା ୧୯ ତାରିଖ ସୋମବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ରୂପେଲିର ଚିକିଛା ଲାଗି ଟଁକା ଅଭାବ୍‌, ଚିନ୍‌ତାରେ ଗରିବ୍‌ ମା’ବାପ୍‌’ ଶୀରଷକ୍‌ରେ ଖବର...

Leave a comment

Your email address will not be published. Required fields are marked *