୧୪ରେ ରିଲିଜ ହେବ ‘ଗେମ୍‌ ଓଭର’

ମୁମ୍ବାଇ: ଆଗାମୀ ବହୁଭାଷିକ ଥ୍ରିଲର ‘ଗେମ୍‌ ଓଭର’ ରିଲିଜ ଅପେକ୍ଷାରେ ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ। । ଏଥିରେ ସେ ଜଣେ ଭିନ୍ନକ୍ଷମ ଚରିତ୍ରରେ ଅଭିନୟ କରିଛନ୍ତି। ଏକ ହୁଇଲ୍‌ ଚେୟାରରେ ନିଜର ଜୀବନ ସଂଗ୍ରାମ ଜାରି ରଖିଛନ୍ତି। ଅଶ୍ୱିନ ସର୍ବାନନ୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ହିନ୍ଦୀ ଭର୍ସନରେ ସ୍ବର ଦେଇଛନ୍ତି ତାପସୀ। ‘ଗେମ୍‌ ଓଭର’ର ଯୁଗ୍ମ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଓ୍ବାଇ ନଟ୍‌ ଷ୍ଟୁଡିଓ ଏବଂ ରିଲାଏନ୍ସ ଏଣ୍ଟରଟେନ୍‌ମେଣ୍ଟ। ଏହାର ହିନ୍ଦୀ ଭର୍ସନରେ ଅନୁରାଗ କଶ୍ୟପ ଭଏସ୍‌ ଦେଇଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ରନ୍‌ ୟୋହନ୍‌। ଏହା ଜୁନ୍‌ ୧୪ରେ ରିଲିଜ ହେବାର ଅଛି। ତାପସୀ ଇତିମଧ୍ୟରେ ମୁମ୍ବାଇରେ ୩ ବେଡରୁମ୍‌ ବିଶିଷ୍ଟ ଏକ ଫ୍ଲାଟ୍‌ କିଣିଛନ୍ତି। ତାଙ୍କ ଭଉଣୀ ନୂଆ ଆପାର୍ଟମେଣ୍ଟର ଅଭ୍ୟନ୍ତର ସାଜସଜ୍ଜା ଦାୟିତ୍ୱ ନେଇଛନ୍ତି। ଏଥିପାଇଁ ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଉକ୍ତ ଅଭିନେତ୍ରୀ ଗୃହର ସାଜ ସରଞ୍ଜାମ କିଣିବାରେ ରୁଚି ରଖନ୍ତି। ଥାଇଲାଣ୍ଡର କୋହ ସାମୁଇ ଗସ୍ତ କରିଥିବାବେଳେ ସେଠାରୁ କିଛି ଲାଇଟ୍‌ କିଣିବା ସହିତ ଗତବର୍ଷ ସ୍ପେନ୍‌କୁ ଛୁଟି କଟାଇବାକୁ ଯାଇଥିବାବେଳେ ଘରସଜେଇବା ସାମଗ୍ରୀ କିଣି ସେ ସବୁକୁ ସାଇତି ରଖିଛନ୍ତି।


All Right Reserved By Dharitri.Com

ଦକ୍ଷିଣଭାରତୀୟ ସିନେମାରୁ କରିଥିଲେ ଡେବ୍ୟୁ, ଏବେ ପାଲଟିଛନ୍ତି ବଲିଉଡ୍‌ ଷ୍ଟାର

ବମ୍ବେ: ଦକ୍ଷିଣ ଭାରତୀୟ ସିନେମାରୁ କ୍ୟାରିଅର ଆରମ୍ଭ କରିବା ସତ୍ତ୍ୱେ ବଲିଉଡର ନାମକରା ଅଭିନେତ୍ରୀ ପାଲଟିଛନ୍ତି ଅନେକେ ଅଭିନେତ୍ରୀ। ସେମାନଙ୍କ ମଧ୍ୟରେ ରହିଛନ୍ତି ଦୀପିକା ପାଦୁକୋନ,...

ନାୟିକା ହେବ ଏମିତି

ସତରେ ନାୟିକା ହେବ ଏମିତି। ନିର୍ମାଣାଧୀନ ସିନେମା ‘ଲାଲ୍‌ ସିଂ ଚଢ଼ା’ର ଶୁଟିଂ ସେଟ୍‌ରେ ଏପରି ଏକ ଘଟଣା ଘଟିଥିଲା, ଯେଉଁଥିପାଇଁ କରୀନା ପ୍ରଶଂସା ସାଉଁଟିବାରେ...

ଅଗଷ୍ଟ ୧୫ରେ ‘ମିଶନ୍‌ ମଙ୍ଗଲ’ ରିଲିଜ୍‌

ମୁମ୍ବାଇ: ଅଗଷ୍ଟ ୧୫ରେ ‘ମିଶନ୍‌ ମଙ୍ଗଲ’ ରିଲିଜ ହେବାକୁ ଯାଉଛି। ଏହାର ଟ୍ରେଲର ରିଲିଜ ହୋଇସାରିଥିବାବେଳେ ଏହା ସୋସିଆଲ ମିଡିଆ ୟୁଜର୍ସଙ୍କୁ ଅନୁପ୍ରେରିତ କରିଛି। ସବୁଠୁ...

‘ଗୁପ୍ତ ସମ୍ପର୍କ’ର ଶ୍ରୀୟା

ଦୁଇବର୍ଷ ତଳେ ଓଡ଼ିଆ ଯାତ୍ରାଜଗତକୁ ଆସିଥିଲା ଗୋଟିଏ ନାଟକ ‘ଗୁପ୍ତ ସମ୍ପର୍କ’। ଏହି ନାଟକକୁ ନବଘନ ରାଉଳ ରଚନା କରିଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଥିଲେ...

ଶାହାରୁଖ କି ଅମୀର ନୁହନ୍ତି, ଏହି ଖାନ୍‌ଙ୍କୁ ଅଧିକ ପସନ୍ଦ କରନ୍ତି କରୀନା

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ପ୍ରାୟ ସମସ୍ତ ବଡ଼ ଆକ୍ଟରଙ୍କ ସହିତ କାମ କରିଛନ୍ତି। କିନ୍ତୁ ଜଣେ ଖାନ୍‌ଙ୍କୁ ସେ ବହୁତ ପସନ୍ଦ କରନ୍ତି।...

ବାୟୋପିକ୍‌ ‘୮୩’ରେ ସୁନିଲ ଗାଭାସ୍କରଙ୍କ ଭୂମିକାରେ ନଜର ଆସିବେ ତାହିର

ମୁମ୍ବାଇ: କ୍ରିକେଟର କପିଲ ଦେବଙ୍କ ବାୟୋପିକ୍‌ ‘୮୩’ରେ ମୁଖ୍ୟ ଭୂମିକାରେ ରଣବୀର ସିଂ ନଜର ଆସୁଛନ୍ତି। ୧୯୮୩ରେ ଭାରତ ଓ୍ବାର୍ଲଡ କପ୍‌ ଜିତିବା ବେଳର କାହାଣୀକୁ...

ଲତା ମଙ୍ଗେସକର ଅସୁସ୍ଥ

ମୁମ୍ବାଇ,୧୧।୧୧: ସୁର ସାମ୍ରାଜ୍ଞୀ ତଥା ଭାରତରତ୍ନ ଲତା ମଙ୍ଗେସକର ଅସୁସ୍ଥ ହୋଇପଡିଥିବା ଖବର ମିଳିଛି। ଛାତିରେ ସଂକ୍ରମଣ ଯୋଗୁ ତାଙ୍କୁ ରବିବାର ରାତି ପ୍ରାୟ ୨ଟାରେ...

ନିଜ ଟୁଇଟର ଆକାଉଣ୍ଟ ଡିଲିଟ୍‌ କଲେ ଅନୁରାଗ

ମୁମ୍ବାଇ: ବଲିଉଡ୍‌ର ନାମୀ ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ଏବେ ତାଙ୍କ ଟୁଇଟର ଆକାଉଣ୍ଟ ଡିଲିଟ କରିଥିବା କହିଛନ୍ତି। ଗ୍ୟାଙ୍ଗସ୍‌ ଅଫ୍‌ ଓ୍ବାସିପୁର, ବ୍ଲାକ ଫ୍ରାଇଡେ ଭଳି...

Leave a comment

Your email address will not be published. Required fields are marked *