ରାଜ୍ୟସ୍ତରୀୟ ଆମ୍ବ ମେଳା ଉଦ୍‌ଘାଟିତ: ୧୦ରୁ ଊର୍ଦ୍ଧ୍ୱ କିସମର ଆମ୍ବ ପ୍ରଦର୍ଶନ

ଭୁବନେଶ୍ୱର, ୨ା୬(ବ୍ୟୁରୋ)- ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି (ଓର୍‌ମାସ୍‌) ତଥା ଓଡ଼ିଶା ଜୀବିକା ମିଶନର ମିଳିତ ଉଦ୍ୟମରେ ଶନିବାର ରାଜ୍ୟସ୍ତରୀୟ ଆମ୍ବ ମେଳା ଉଦ୍‌ଘାଟିତ ହୋଇଛି। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ (ଏସ୍‌.ଆଇ.ଆର୍‌.ଡି) ପରିସରରେ ଅନୁଷ୍ଠିତ ଏହି ମେଳା ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଓଡ଼ିଶାର ଅନୁଗୋଳ, ରାୟଗଡ଼ା, ମୟୂରଭଞ୍ଜ, ସମ୍ବଲପୁର, ବଲାଙ୍ଗୀର, କୋରାପୁଟ, ଢେଙ୍କାନାଳ ଓ ଗଜପତି ଆଦି ଜିଲାରୁ ଆମ୍ରପଲି, ଦଶେରୀ, ମଲ୍ଲିକା, ଲେଙ୍ଗେଡ଼ା, ବାଇଗଣ ପାଲି, ହିମସାଗର, ତୋଟା ପୁରୀ, ସୁନ୍ଦରୀ, ନିଲମ, ବମ୍ବେ ଗ୍ରୀନ ଆଦି ୧୦ରୁ ଊର୍ଦ୍ଧ୍ୱ କିସମର ଆମ୍ବ ମେଳାରେ ପ୍ରଦର୍ଶନ ଓ ବିକ୍ରି ପାଇଁ ଉପଲବ୍ଧ ରହିଛି। ମୋଟ ୧୬ଟି ଷ୍ଟଲ୍‌ ଖୋଲାଯାଇଛି। ଚାଷୀଙ୍କଠାରୁ ସିଧାସଳଖ ଉପଭୋକ୍ତାଙ୍କୁ ତଥା ଉତ୍ପାଦକଙ୍କଠାରୁ ସିଧାସଳଖ ଉପଭୋକ୍ତାଙ୍କୁ ଉତ୍କୃଷ୍ଟ ଆମ୍ବ ଯୋଗାଇବା ସହ ଚାଷୀଙ୍କ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ଏହି ମେଳାର ଲକ୍ଷ୍ୟ।


All Right Reserved By Dharitri.Com

ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଦୁର୍ନୀତି ନିରୋଧ ଅଭିଯାନ: ମାସକ ମଧ୍ୟରେ ୧୦ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨।୨(ବ୍ୟୁରୋ)- ଦୁର୍ନୀତି ଅଭିଯୋଗରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଗୋଟିଏ ମାସରେ ୧୦ଜଣଙ୍କୁ ବରଖାସ୍ତ କରାଗଲାଣି। ରାଜ୍ୟରୁ ଦୁର୍ନୀତି ହଟାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ...

୨୦ରେ ପାଟକୁରା ନିର୍ବାଚନ: ୨୪ରେ ଭୋଟଗଣତି

ଭୁବନେଶ୍ୱର,୪।୭(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନ ଲାଗି ଗୁରୁବାର ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ୨୦ ତାରିଖରେ ଏହି ଆସନ ଲାଗି ଭୋଟ...

ବିହନ ପିଣ୍ଡୁଳାରେ ବୃକ୍ଷ

ପୁରୁଣା ଭୁବନେଶ୍ୱର, ୧୫।୨ (ଡି.ଏନ.ଏ.): ବିଶ୍ୱ ବ୍ୟାପୀ ‘ଭାଲେଣ୍ଟାଇନ୍‌ ଡେ’ କୁ ପ୍ରେମ ଦିବସ ଭାବେ ପାଳନ କରା ଯାଉଥିବା ବେଳେ ପରିବେଶବିତ୍‌ ତଥା ସାମାଜିକ...

ଭଙ୍ଗାଗଲା ଶ୍ରୀଲିଙ୍ଗରାଜ ମାର୍କେଟ କମ୍ଲେକ୍ସ

ପୁରୁଣା ଭୁବନେଶ୍ୱର,୨୯।୧୧(ଡି.ଏନ୍‌.ଏ.): ଦୀର୍ଘ ବର୍ଷ ପରେ ଶ୍ରୀ ଲିଙ୍ଗରାଜ ମାର୍କେଟ କମ୍ଲେକ୍ସକୁ ଶୁକ୍ରବାର ଭଙ୍ଗାଯାଇଛି। ପୂର୍ବାହ୍ନରେ ବିଡିଏ ଓ ବିଏମ୍‌ସିର ମିଳିତ ସ୍କ୍ବାର୍ଡ ଏବଂ ଏକ...

ଶିଶୁପୁତ୍ରଙ୍କୁ ଘରେ ତାଲା ପକାଇ ପଳାଇଲେ ମା’, ଉଦ୍ଧାର କଲା ଚାଇଲ୍ଡଲାଇନ୍‌

କଟକ ଅଫିସ,୨୭।୬: କଟକ ଜିଲା ବିଡ଼ାନାସୀ ଥାନା ଅଧୀନରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ବନ୍ଦ ଘରୁ ୪ ବର୍ଷର ଶିଶୁପୁତ୍ରଙ୍କୁ...

ଧଉଳିରେ ପ୍ରତିଷ୍ଠା ହେବ ଉତ୍କର୍ଷ କେନ୍ଦ୍ର: ନୃତ୍ୟ, ସଙ୍ଗୀତ, ଚିତ୍ରକଳାରେ ଗୁରୁକୁଳ ଢାଞ୍ଚାରେ ମିଳିବ ଶିକ୍ଷା

ଭୁବନେଶ୍ୱର,୧୧ା୧(ବ୍ୟୁରୋ): ନୃତ୍ୟ, ସଙ୍ଗୀତ, ଚିତ୍ରକଳା ଆଦି ବିଷୟରେ ପିଲାମାନଙ୍କୁ ସ୍ବଳ୍ପ ଅବଧିର ପାଠ୍ୟକ୍ରମରେ ଶିକ୍ଷାଦେବା ଲାଗି ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଏକ ଉତ୍କର୍ଷ କେନ୍ଦ୍ର। ଗୁରୁକୁଳ...

ଆଜିଠାରୁ ପୁଣି ବର୍ଷା : ୯ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୬ା୯(ବ୍ୟୁରୋ) : ସୋମବାର ରାଜ୍ୟର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଗତ ଦୁଇଦିନ ଧରି ପାଗ ଶୁଖିଲା ରହିବା...

ଚର୍ଚ୍ଚାରେ ରାଜ୍ୟ ସଭା ଲଢ଼େଇ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଓଡିଶାର ୩ଟି ରାଜ୍ୟ ସଭା ଆସନ ଏପ୍ରିଲ ୨ତାରିଖରେ ଖାଲି ହେବାକୁ ଥିବାବେଳେ ଗୋଟିଏ ଆସନ ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ବାହାରିବା ପରଠାରୁ...

Leave a comment

Your email address will not be published. Required fields are marked *