Posted inଜାତୀୟ

ଜେଏନ୍‌ୟୁ ବିକ୍ଷୋଭରେ ଦୀପିକା

ନୂଆଦିଲ୍ଲୀ,୮ା୧: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ମଙ୍ଗଳବାର ରାତିରେ ଜେଏନ୍‌ୟୁ କ୍ୟାମ୍ପସ୍‌ରେ ପହଞ୍ଚି ଆହତ ଛାତ୍ରୀଛାତ୍ରଙ୍କୁ ଭେଟିଥିଲେ। ରବିବାର ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଉପରେ ଦୁର୍ବୃତ୍ତମାନେ ମୁହଁରେ କପଡ଼ା ବାନ୍ଧି ଆକ୍ରମଣ କରାଯିବାରୁ ୩୯ ଜଣ ଆହତ ହୋଇଥିଲେ। ଏହା ପରେ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଥିଲା। ଆକ୍ରମଣକାରୀଙ୍କ ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଥିବାବେଳେ ଦୀପିକା ଅଚାନକ ଜେଏନ୍‌ୟୁରେ ପହଞ୍ଚି ଛାତ୍ରୀଛାତ୍ରଙ୍କୁ ସମବେଦନା ସହ ସମର୍ଥନ ଜଣାଇଥିଲେ। ଛାତ୍ରୀଛାତ୍ରଙ୍କ ସହ ପ୍ରାୟ ୧୫ ମିନିଟ ସେ ଏକାଠି ଛିଡ଼ାହୋଇ ଆଲୋଚନା କରିଥିଲେ। ପରେ ଦକ୍ଷିଣ-ପଶ୍ଚିମ ଦିଲ୍ଲୀରେ ଏକ ସାଧାରଣ ସଭାରେ ଯୋଗଦେଇ ସେ ଚାଲିଯାଇଥିଲେ। ପ୍ରକାଶଥାଉ କି, ସୋମବାର ଦୀପିକା ଜେଏନ୍‌ୟୁ ଘଟଣାକୁ ନେଇ ପ୍ରତିକ୍ରିୟା ରଖି କହିଥିଲେ ଯେ, ଆମେ ନ ଡ଼ରି ଦେଶ ହିତ କଥା ଭାବି ରାଜରାସ୍ତାକୁ ଆସି ପ୍ରତିକ୍ରିୟା ପ୍ରକାଶ କରିପାରୁଛୁ।


All Right Reserved By Dharitri.Com

ଓଲଟିଲା ଡଙ୍ଗା: ଜୀବନ ସହ ବାଜି ଲଗାଇ ୮୮ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ୨ ପୋଲିସ କର୍ମଚାରୀ

ମୁମ୍ବାଇ,୧୪।୩ : କଥାରେ ଅଛି ରଖେ ହରି ମାରେ କିଏ। ଏହାର ସଦ୍ୟତମ ଉଦାହରଣ ମୁମ୍ବାଇରେ ଘଟିଛି। ୮୮ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା...

ବନ୍ୟା ପରିସ୍ଥିତିକୁ ନେଇ ମୋଦି ସରକାରଙ୍କୁ ଅନୁରୋଧ କଲେ ତେଜସ୍ବୀ

ପାଟନା.୨୦।୭: ବିହାରରେ ଚଳିତ ବର୍ଷ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। ଏଠାରେ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବା ବେଳେ ବନ୍ୟା ମୃତ୍ୟୁ...

ଭାରତରେ ଇରାନ ବହିର୍ବ୍ୟାପାର ମନ୍ତ୍ରୀ

ନୂଆଦିଲ୍ଲୀ,୧୫ା୧(ପି.ଟି.): ଇରାନର ବହିର୍ବ୍ୟାପାର ମନ୍ତ୍ରୀ ଜଭାଦ୍‌ ଜରିଫ୍‌ ୩ ଦିନିଆ ଭାରତ ଗସ୍ତରେ ଆସି ମଙ୍ଗଳବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଇରାନ-ଆମେରିକା ମଧ୍ୟରେ ତିକ୍ତତା ବଢ଼ୁଥିବାବେଳେ ଜରିଫ୍‌ଙ୍କ...

ପୁଣି ହାଣ ମୁହଁରେ ୧୫ ବରିଷ୍ଠ ଅଧିକାରୀ: ନେଲେ ବାଧ୍ୟତାମୂଳକ ଅବସର

ନୂଆଦିଲ୍ଲୀ,୧୮।୬: ଦୁର୍ନୀତି ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ପୁଣି ମଙ୍ଗଳବାର ନେଇଛନ୍ତି ଦୃଢ଼ ପଦକ୍ଷେପ। ଏଥର ଦୁର୍ନୀତି ତଥା ନିର୍ଯାତନା ଅଭିଯୋଗରେ ୧୫ ବରିଷ୍ଠ...

ଖାଲକୁ ଖସିଲା ସ୍କୁଲ ବସ୍‌ ଡ୍ରାଇଭର ସମେତ ୩ ମୃତ

ଶିମଲା,୧।୭: ଶିମଲାର ଝଞ୍ଜିଡିରେ ସୋମବାର ଏକ ସ୍କୁଲ ବସ ଖାଲକୁ ଖସି ପଡିବା ଫଳରେ ଡ୍ରାଇଭର ଓ ୨ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।...

ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକରେ ଯୋଗ ଦେବେ ନାହିଁ ମମତା

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଏଥିରେ ସବୁ ଦଳର ମୁଖ୍ୟମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହି ବୈଠକରେ ପଶ୍ଚିମବଙ୍ଗ...

ଘୋଷଣାପତ୍ରରେ ଭାଜପା କହିଲା ଶାସନକୁ ଆସିଲେ କମିବ ଦିଲ୍ଲୀର ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ,୩୧।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସବୁଦଳ ଭୋଟରଙ୍କୁ ଆକର୍ଷିତ କରିବାକୁ ବହୁ ଘୋଷଣା କରିବା ଆରମ୍ଭ କରିଛନ୍ତି। ଶୁକ୍ରବାର ଭାରତୀୟ ଜନତା...

ପାଚେରି ତଳେ ଚାପି ହୋଇ ୪ ଶିଶୁ ମୃତ

ପାଟନା,୪।୮: ବିହାର ଧୋରାଇୟା ଅଞ୍ଚଳରେ ଥିବା ବାଙ୍କାରେ ରବିବାର ଏକ ମାଟି ପାଚେରି ଭୂଷୁଡି ଯିବାରୁ ୪ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏଥିରେ ଅନ୍ୟ...

Leave a comment

Your email address will not be published. Required fields are marked *