Posted inଜାତୀୟ

୫ ଜୀବନ ବଞ୍ଚାଇ ଭାସିଗଲେ ଗାଇଡ୍‌

ଶ୍ରୀନଗର,୨ା୬(ପି.ଟି.): ଦୁଇ ବିଦେଶୀଙ୍କ ସମେତ ୫ ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇବା ପରେ ଜଣେ ଟୁରିଷ୍ଟ ଗାଇଡ୍‌ ନଦୀରେ ଭାସିଯାଇ ପ୍ରାଣ ହରାଇଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି ଜମ୍ମୁ-କଶ୍ମୀରସ୍ଥିତ ଅନ୍ତନନାଗ ଜିଲା ପହଲ୍‌ଗାମର ଏକ ରିସର୍ଟରେ।
ଦକ୍ଷିଣ କଶ୍ମୀରର ମାଓ୍ବୁରା ପହଲଗାମସ୍ଥିତ ରାଫ୍ଟିଙ୍ଗ୍‌ ପଏଣ୍ଟରେ ଶୁକ୍ରବାର ପର୍ଯ୍ୟଟକଙ୍କୁ ଏକ ରବର ବୋଟ୍‌ରେ ନେଇ ଗାଇଡ୍‌ ରୌଫ୍‌ ଅହମଦ ଦର ବାହାରିଥିଲେ। ନଈମଝିରେ ହଠାତ୍‌ ଖୁବ୍‌ ଜୋର୍‌ରେ ପବନ ବହିବାରୁ ଭେଳା ଡୁବିଯାଇଥିଲା। ରୌଫ୍‌ ନିଜ ଜୀବନକୁ ବାଜି ଲଗାଇ ବୁଡ଼ିଯାଉଥିବା ୫ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ସୁରକ୍ଷିତ ଭାବେ ସେ ବଞ୍ଚାଇଦେଇଥିଲେ। ହେଲେ ନଦୀ ସ୍ରୋତରେ ନିଜେ ଭାସିଯାଇଥିଲେ। ଉଦ୍ଧାରକାରୀ ଦଳ ଆସି ରୌଫ୍‌ଙ୍କୁ ଖୋଜିବା ବେଳକୁ ଅନ୍ଧାର ହୋଇଯାଇଥିଲା। ଶନିବାର ସକାଳେ ସାହସୀ ଟୁରିଷ୍ଟ ଗାଇଡ୍‌ଙ୍କ ମୃତଦେହ ଭବାନୀ ବ୍ରିଜ୍‌ ନିକଟରୁ ମିଳିଛି। ତାଙ୍କର ଏହି ଦୁଃସାହସିକ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।


All Right Reserved By Dharitri.Com

ବନ୍ୟାରୁ ଏକ ମାସର ଶିଶୁକୁ ‘ବସୁଦେବ’ଙ୍କ ଭଳି ଉଦ୍ଧାର କଲେ ପୋଲିସ ଅଧିକାରୀ

ବଡୋଦରା, ୨।୮: ଗୁଜରାଟର ବଡୋଦରାରେ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇପଡିଛି। ବନ୍ୟା ପାଣି ଘରେ ପଶିଯିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସାମ୍ନା କରୁଛନ୍ତି।...

ଇମ୍ରାନ୍‌ଙ୍କ ପରମାଣୁ ଆକ୍ରମଣ ଧମକକୁ ବେଖାତିର: ପାକିସ୍ତାନ ଆକାଶ ମାର୍ଗ ଦେଇ ସ୍ବଦେଶ ଫେରିଲେ ମୋଦି

ନୂଆଦିଲ୍ଲୀ,୨୭।୮: ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପ୍‌ କାର୍ଡ ଖେଳିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଜୋକ ମୁହଁରେ ଲୁଣ ଦେବା...

ନନ୍ଦା ଦେବୀରୁ ଠାବ ହେଲା ୫ ମୃତଦେହ

ଡେରାଡୁନ,୩।୬: ଉତ୍ତରାଖଣ୍ଡର ନନ୍ଦାଦେବୀ ପର୍ବତରେ ବରଫ ସ୍ଖଳନ ଯୋଗୁ ନିଖୋଜ ଥିବା ୮ ପର୍ବତ ଆରୋହୀଙ୍କ ମଧ୍ୟରୁ ସୋମବାର ୫ ଜଣଙ୍କ ମୃତଦେହ ଠାବ କରାଯାଇଛି।...

ଅପରେଶନ୍‌ ୩୭୦ ପରେ ସୋଫିଆନ ଗସ୍ତରେ ଡୋଭାଲ: କଶ୍ମୀରୀଙ୍କ ସହ କଲେ ଭୋଜନ

ଶ୍ରୀନଗର,୭।୮: ଜମ୍ମୁ-କଶ୍ମୀରରେ ଧାରା ୩୭୦ ହଟାଇ ଦିଆଯିବା ପରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ ସୋଫିଆନ୍‌ ଗସ୍ତରେ ଅଛନ୍ତି। ସେ ବିଭିନ୍ନ ଅଞ୍ଚଳ ପରିଦର୍ଶନ...

ଇଦ୍‌ ଅବସରରେ ସୀମାରେ ପାକିସ୍ତାନୀ ରେଞ୍ଜର୍ସଙ୍କୁ ମିଠା ଦେଲେ ଭାରତୀୟ ସେନା

ଅମୃତସର,୫।୬: ପଞ୍ଜାବ ଅମୃତଶରର ଅଟାରୀ ଓ୍ବାଘା ସୀମାରେ ଭାରତୀୟ ସେନା ଇଦ୍‌ ଅବସରରେ ପାକିସ୍ତାନୀ ରେଞ୍ଜର୍ସଙ୍କୁ ମିଠା ଦେବା ସହ ଶୁଭେଚ୍ଛା ଜଣାଇଛନ୍ତି। ସାରା ବିଶ୍ୱରେ...

୨୪ ବୁଡ଼ାଜାହାଜ ନିର୍ମାଣ କରିବ ନୌସେନା: ୬ଟିରେ ରହିବ ଆଣବିକ ଆକ୍ରମଣ କ୍ଷମତା

ନୂଆଦିଲ୍ଲୀ,୩୦।୧୨(ପି.ଟି.): ଭାରତୀୟ ନୌସେନା ସମୁଦ୍ରର ଗଭୀର ଜଳରାଶି ମଧ୍ୟରେ ନିଜ କ୍ଷମତା ବୃଦ୍ଧି ପାଇଁ ୨୪ଟି ବୁଡ଼ାଜାହାଜ ନିର୍ମାଣ କରିବାକୁ ଯାଉଛି। ସେଥିମଧ୍ୟରୁ ୬ଟି ବୁଡ଼ାଜାହାଜର...

ଶବାନାଙ୍କ ଡ୍ରାଇଭରଙ୍କ ନାଁରେ ଆସିଲା ଅଭିଯୋଗ

ମୁମ୍ବାଇ,୧୯।୧: ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମୀ ଶନିବାର ଏକ କାର୍‌ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଖବର ମିଳିଥିଲା। ଏଥିରେ ତାଙ୍କ ଡ୍ରାଇଭର ମଧ୍ୟ ଆହତ...

୩୩ ପ୍ରତିଶତ ଲୋକଙ୍କ ମତ:ମାନ୍ଦାବସ୍ଥାର କାରଣ ବିମୁଦ୍ରୀକରଣ

ନୂଆଦିଲ୍ଲୀ, ୮।୧୧:୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରୀକରଣ ଘୋଷଣା କରିଥିଲେ। ଏଥିଯୋଗୁ ୮୬% ନୋଟ୍‌ ଅଚଳ ଓ ଅବୈଧ ହୋଇଯାଇଥିଲା। ଏବେ ଏହାର...

Leave a comment

Your email address will not be published. Required fields are marked *