କୋରାପୁଟ ମେଡିକାଲ : ବିଜୁଳି ଗଲେ ଟର୍ଚ୍ଚ ଲାଇଟରେ ଚିକିତ୍ସା

କୋରାପୁଟ,୨ା୬(ସ୍ବ.ପ୍ର.)କୋରାପୁଟ ମେଡିକାଲ ବର୍ତ୍ତମାନ ବିଭିନ୍ନ ସମସ୍ୟା ଘେରରେ ଚାଲିଛି। କେତେବେଳେ ମେଡିକାଲରେ ବିଦ୍ୟୁତ କଟିଗଲେ ମେଡିକାଲ ସେବା ଟର୍ଚ୍ଚ ଲାଇଟରେ କରାଯାଉଛି ତ ପୁଣି କେତେବେଳେ ବିଭିନ୍ନ ବିଭାଗ ଥାଇ ମଧ୍ୟ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁ ରୋଗୀ ଉପଯୁକ୍ତ ସେବା ପାଇପାରୁ ନାହାନ୍ତି। କେତେବେଳେ ମେଡିକାଲରେ ଅଲଟ୍ରାସାଉଣ୍ଡ ସମେତ ବହୁ ମୂଲ୍ୟବାନ ଯନ୍ତ୍ରପାତି ଖରାପ ହେବା ଯୋଗୁ ଦୂର ଦୂରାନ୍ତରୁ ଆସୁଥିବା ରୋଗୀ ଏଠାରେ ଭର୍ତ୍ତି ହେବା ପରେ ସେମାନଙ୍କୁ ବିଶାଖାପାଟଣା ନଚେତ ବ୍ରହ୍ମପୁର ଯିବାକୁ କୁହାଯାଉଛି। ମେଡିକାଲକୁ ଆସୁଥିବା ଶହ ଶହ ରୋଗୀ ଓ ତାଙ୍କ ସମ୍ପର୍କୀୟ ଏଭଳି ଅଭିଯୋଗ କରୁଛନ୍ତି।
କିଛି ଦିନ ହେଲା ମେଡିକାଲ କଲେଜରେ ରୋଗୀଙ୍କ ପାଇଁ ଆବଶ୍ୟକ ପରିମାଣରେ ଷ୍ଟ୍ରେଚର ଓ ହୁଇଲ ଚେୟାରର ଘୋର ଅଭାବ ରହିଥିବା ବେଳେ ରୋଗୀଙ୍କୁ କାନ୍ଧେଇ ମେଡିକାଲ ଭିତରକୁ ନେଉଛନ୍ତି ସମ୍ପର୍କୀୟ। ଗୁରୁତର ରୋଗୀଙ୍କୁ ଦୁଇ ତିନି ଜଣ ଲୋକ ବୋହି ଡାକ୍ତରଙ୍କ ପାଖକୁ ନେଉଛନ୍ତି। ଡାକ୍ତରଙ୍କ ପାଖରେ ଅଧିକ ଭଡ଼ି ଥିଲେ, ରୋଗୀ ଜଣଙ୍କୁ ତଳେ ଶୁଆଇବାକୁ ପଡୁଛି। ଏହି ମେଡିକାଲକୁ ଦୈନନ୍ଦିନ କୋରାପୁଟ ସମେତ ଜିଲା ବାହାରୁ ତଥା ପଡ଼ୋଶୀ ଛତିଶଗଡ଼ ଅଞ୍ଚଳର ହଜାର ହଜାର ରୋଗୀ ଆସୁଛନ୍ତି। କିନ୍ତୁ ମେଡିକାଲରେ ରହିଥିବା ବିଭିନ୍ନ ସମସ୍ୟା ପାଇଁ ସେମାନଙ୍କୁ ଉଚିତ୍‌ ସେବା ମିଳୁପାରୁ ନାହିଁ। ମେଡିକାଲରେ ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ସୁବିଧା ନ ଥିବାରୁ ରୋଗୀଙ୍କୁ ବ୍ରହ୍ମପୁର ନଚେତ ବିଶାଖାପାଟଣା ରେଫର କରାଯାଉଛି। ସେହିପରି ମେଡିକାଲରେ ଥିବା ୩ଟି ଡିଜିସେଟ୍‌ରୁ ବର୍ତ୍ତମାନ ୨ଟି ଖରାପ ହୋଇଥିବାରୁ ବିଜୁଳି ଗଲେ ବେଳେବେଳେ ଡାକ୍ତରଙ୍କୁ ଅନ୍ଧାରରେ ରୋଗୀଙ୍କ ଚିକିତ୍ସା କରିବାକୁ ପଡୁଛି। ମେଡିକାଲ କଲେଜର ଡିନ୍‌ କୃଷ୍ଣଚନ୍ଦ୍ର ବିଶ୍ୱାଳ ଓ ମେଡିକାଲ ଅଧୀକ୍ଷକଙ୍କୁ ବହୁବାର ଏହି ସମସ୍ୟା ଉପରେ ଅବଗତ କରାଯାଇଥିଲେ ମଧ୍ୟ ଏହାର ସମାଧାନ ପ୍ରତିଶ୍ରୁତି ମିଳୁଛି ସତ, କିନ୍ତୁ ସମାଧାନ ହେଉନାହିଁ। ଅନ୍ୟପକ୍ଷରେ ମେଡିକାଲ କଲେଜର ସମସ୍ୟା ନେଇ ଆଗାମୀ ବିଧାନସଭା ଅଧିବେଶନରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରକାଶ କରିଛନ୍ତି।


All Right Reserved By

କାଟୁ କରୁନି ସରକାରୀ କଟକଣା ପଲିଥିନ୍‌ ବିଷବଳୟରେ ପଦ୍ମପୁର ସହର

ପଦ୍ମପୁର, ୨୮।୫ (ଡି.ଏନ୍‌.ଏ.)ପଲିଥିନ୍‌ର ବିଷବଳୟ ମଧ୍ୟରେ ପଦ୍ମପୁର ସହର। କାଟୁ କରୁନି ସରକାରଙ୍କ କଟକଣା। ପ୍ରଦୁଷିତ ହେଉଛି ପରିବେଶ। ଛୋଟ ଚା’ ଦୋକାନଠାରୁ ଆରମ୍ଭ କରି...

ଫେରିବାଲାଙ୍କଠୁ ମିଳିଲା ୪୫କେଜି ଗଞ୍ଜେଇ: ଷ୍ଟେଶନରୁ ୩ ଗିରଫ, ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା

ଦାମନଯୋଡି, ୯।୭(ଡି.ଏନ୍‌.ଏ.)- ଗଞ୍ଜେଇ ଚାଲାଣ ଅଭିଯୋଗରେ କୋରାପୁଟ ସିଆର୍‌ପିଏଫ୍‌ ମଙ୍ଗଳବାର ଦାମନଯୋଡି ଷ୍ଟେସନରୁ ଜଣେ ମହିଳାଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପଡୋଶୀ...

ପଦ୍ମପୁରରେ ବ୍ୟାପୁଛି ଝାଡାବାନ୍ତି: ୨ ଦିନରେ ୩୦ ଆକ୍ରାନ୍ତ

ପଦ୍ମପୁର, ୧୨।୯(ଡି.ଏନ୍‌.ଏ.)- ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ମାରିଗୁଡ଼ା ଓ ବହୁପଦର ଗ୍ରାମରେ ଝାଡାବାନ୍ତି ବ୍ୟାପିଛି। ଗତ ଦୁଇ ଦିନ ମଧ୍ୟରେ ଉଭୟ ଗ୍ରାମରେ ୩୦ରୁ...

ଜିଲାସ୍ତରୀୟ ସ୍ବାଧୀନତା ଦିବସ

ରାୟଗଡ଼ା ଅଫିସ, ୧୫।୮- ରାୟଗଡ଼ା ସହରସ୍ଥିତ ଜିସିଡି ପଡିଆରେ ଗୁରୁବାର ଜିଲାସ୍ତରୀୟ ୭୩ତମ ସ୍ବାଧୀନତା ଦିବସ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ବୟନ ଶିଳ୍ପ...

ହୋମ୍‌ଓ୍ବାର୍କ କରି ନ ଥିବାରୁ ଦଣ୍ଡ:ଛାତ୍ରଙ୍କୁ ଶ୍ରେଣୀକକ୍ଷରେ ବନ୍ଦକରି ପଳାଇଲେ ଶିକ୍ଷୟିତ୍ରୀ

ଜୟପୁର,୧୧।୯(ଡି.ଏନ୍‌.ଏ.):ହୋମଓ୍ବାର୍କ କରି ନ ଥିବାରୁ ଷ୍ଟାଣ୍ଡାର୍ଡ଼ ଓ୍ବାନ୍‌ର ଜଣେ କୋମଳମତି ଛାତ୍ରଙ୍କୁ ଶ୍ରେଣୀକକ୍ଷରେ ଲାଇଟ୍‌ ଓ ଫ୍ୟାନ୍‌ ଅଫ୍‌କରି କବାଟ ଦେଇ ପଳାଇଛନ୍ତି ଶିକ୍ଷୟିତ୍ରୀ। ଛାତ୍ର...

ପାଣି ପାଇଁ ଡହଳବିକଳ ବିଶୁଭଟ୍ଟାବାସୀ

କୁନ୍ଦୁରା,୨୪।୪(ଡି.ଏନ୍‌.ଏ.):କୁନ୍ଦୁରା ସଦରରୁ ୨୫ କିମି ଦୂର ଫୁଲଭଟ୍ଟା ପଞ୍ଚାୟତ ବିଶୁଭଟ୍ଟାରେ ୨ ମାସ ହେଲା ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକେ। ଗତ ମାର୍ଚ୍ଚରୁ...

ସ୍ବାଧୀନତା ସଂଗ୍ରାମୀ ମହମ୍ମଦ ବାଜିଙ୍କ ପରଲୋକ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ଅନ୍ତ୍ୟେଷ୍ଟିକ୍ରିୟା

ନବରଙ୍ଗପୁର,୨୭ା୬(ବି.ପ୍ର.)- ସ୍ବାଧୀନତା ସଂଗ୍ରାମୀ ମହମ୍ମଦ ବାଜିଙ୍କ ୧୦୩ ବର୍ଷରେ ପରଲୋକ ଘଟିଛି। ନବରଙ୍ଗପୁର ସହରସ୍ଥିତ ସୁନାରୀ ସାହିରେ ଥିବା ତାଙ୍କ ନିଜ ବାସଭବନଠାରେ ପୂର୍ବାହ୍ନ ୧୦.୧୫ମିନିଟ୍‌ରେ...

ଯୁବକଙ୍କୁ ହତ୍ୟା

ବୌଦ୍ଧ,୨୨ା୪(ସ୍ବ.ପ୍ର.) : ବୌଦ୍ଧ ଜିଲା ବଡ଼ବାଗବର ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଭୋରରୁ ବଡ଼ବାଗବର ଗ୍ରାମର ରାଜେଶ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *