ରାହା ଯୋଗାଇଛି କୌଳିକ ବୃତ୍ତି

ସିମୁଳିଆ, ୮ା୧-ଏବେ ବି ରହିଛି ହସ୍ତଶିଳ୍ପର ଚାହିଦା। ସରକାରୀ ସ୍ତରରେ ପ୍ରୋତ୍ସାହନ ମିଳୁ ନ ଥିଲେ ମଧ୍ୟ କେତେକ ପରିବାର ଏହି ବୃତ୍ତିକୁ ଆପଣେଇ ନିଜ ପରିବାର ପ୍ରତିପୋଷଣ କରୁଛନ୍ତି। ବାଲେଶ୍ୱର ଜିଲା କନ୍ଦଡା ଅଞ୍ଚଳର ୬ଟି ପରିବାର ବର୍ଷତମାମ ବାଉଁଶରୁ କୁଲା, ବୋଝ, ନାଳିଆ, ଖଇଚଲା, ଟପ, ଝୁଡି ଆଦି ବିଭିନ୍ନ ସରଞ୍ଜାମ ତିଆରି କରି ବିକ୍ରି କରୁଛନ୍ତି। ଏହି ସରଞ୍ଜାମ କିଣିବା ପାଇଁ ସେମାନଙ୍କ ନିକଟରେ ଭଦ୍ରକ, ବାଲେଶ୍ୱର, କଟକ ଆଦି ଅଞ୍ଚଳର ବେପାରୀମାନଙ୍କ ଭିଡ ଲାଗେ। ଏହାବ୍ୟତୀତ ଲୋକମାନଙ୍କର ଅର୍ଡର ମୁତାବକ ସେମାନେ ସରଞ୍ଜାମ ତିଆରି କରନ୍ତି। ଜାଲି, ପାଛିଆ, କୁଲାଗୁଡ଼ିକୁ ସାଇକେଲରେ ବୋଝେଇ କରି ଗାଁ ଗାଁ ବୁଲି ବିକ୍ରି କରି ଥାଆନ୍ତି। ଗାଁକୁ ଗଲେ ତାଙ୍କ ସାମଗ୍ରୀ କେବେ ଫେରେ ନାହିଁ। ତେଣୁ କୌଳିକ ବୃତ୍ତିକୁ ଆପଣେଇଥିବା ଯୋଗୁ ତାଙ୍କ ପରିବାରର ପେଟ କେବେ ଅପୋଷା ରହୁ ନ ଥିବା କହନ୍ତି ଜଗବନ୍ଧୁ ଜେନା।
ଜଗବନ୍ଧୁ କୁହନ୍ତି ପରିବାରରେ ଆର୍ଥିକ ଅସ୍ବଚ୍ଛଳତା କାରଣରୁ ସେ ଆଦୌ ପାଠ ପଢ଼ି ପାରିନାହାନ୍ତି। ୧୦ବର୍ଷ ବୟସରୁ ସେ ନିଜ ବାପାଙ୍କ ନିକଟରୁ ବାଉଁଶ ସାମଗ୍ରୀ ତିଆରି କରିବା ଶିକ୍ଷା ଆରମ୍ଭ କରିଥିଲେ। ସେ ମାସକୁ ଏଥିରୁ ୧୫ରୁ ୨୦ହଜାର ଟଙ୍କା ଆୟ କରୁଛନ୍ତି। ସ୍ତ୍ରୀ ଚୁମୁକିଙ୍କ ସହିତ ଦୁଇ ଝିଅ ଓ ଦୁଇ ପୁଅଙ୍କୁ ନେଇ ତାଙ୍କ ସଂସାର। ଚାଷଜମି ଆଦୌ ନ ଥିବାରୁ କୌଳିକ ବୃତ୍ତିକୁ ଆପଣେଇ ସେ ପରିବାର ପୋଷଣ କରୁଛନ୍ତି। ତାଙ୍କର ଅନ୍ୟ ୬ ଭଉଣୀ ଭାଇଙ୍କ ମଧ୍ୟରୁ ୩ଜଣ ମଧ୍ୟ ଏହି ବୃତ୍ତିକୁ ଅପଣେଇ ଥିବା ସେ କୁହନ୍ତି।
ବାଉଁଶ ସାମଗ୍ରୀ ତିଆରି ପାଇଁ ବାଡ଼ିଆ କିସମର ବାଉଁଶ ହିଁ ଆବଶ୍ୟକ ପଡ଼ିଥାଏ। ଗାଁରୁ ସେ ଗୋଟା ବାଉଁଶ ପ୍ରତି ୪୦ରୁ ୫୦ଟଙ୍କା ଦରରେ କିଣି ଥାଆନ୍ତି। ଏଥିରୁ ପ୍ରସ୍ତୁତି କୁଲା ୭୦, ବୋଝ ୨ଶହ, ଝୁଡି ୨ଶହ, ନଳିଆ ୫୦, ଖଇଚଲା ୧୫୦ଟଙ୍କାରେ ବିକ୍ରି କରିଥାଆନ୍ତି। ବେପାରି ନେଲେ ୨ ଟଙ୍କା କମ୍‌ ଦେଇଥାଆନ୍ତି। ଏହି ବୃତ୍ତି ପାଇଁ ତାଙ୍କୁ କୌଣସି ସରକାରୀ ସହାୟତା ମିଳୁନାହିଁ। ତେବେ ଏହି ବୃତ୍ତିକୁ କୁଟୀରଶିଳ୍ପ ରୂପେ ଗ୍ରହଣ କରି ଜଣେ ଯୁବତୀ ଯୁବକ ଆମତ୍ନିର୍ଭରଶୀଳ ହୋଇପାରିବେ ବୋଲି ଜଗବନ୍ଧୁ କୁହନ୍ତି।

(ସନ୍ତୋଷ କୁମାର ନାୟକ)


All Right Reserved By Dharitri.Com

ଡମି ମାଓବାଦୀ ନିକଟରୁ ୨ ବୋମା ଉଦ୍ଧାର

ମାଲକାନଗିରି,୨୨ା୭ (ସ୍ବ.ପ୍ର.): ମାଓବାଦୀମାନେ ଯବାନମାନଙ୍କୁ ଚକମା ଦେବା ପାଇଁ ବିଭିନ୍ନ ସମୟରେ ଭିନ୍ନଭିନ୍ନ ପନ୍ଥା ଅବଲମ୍ବନ କରିଥାନ୍ତି। ଗତ କିଛିଦିନ ତଳେ ଛତିଶଗଡ଼ର ସୁକୁମା ଜିଲାରେ...

ଡ୍ରେନେଜ୍‌ ଡିଭିଜନ ଦୁର୍ନୀତିର ତଦନ୍ତ ଦାବି : ଭିଜିଲାନ୍ସ ଅଫିସ ଘେରାଉ କରିବ ଭାଜପା

ବ୍ରହ୍ମପୁର ଅଫିସ,୨୯ା୧୦-ରେଶମ ନଗରୀ ପରିମଳ ବ୍ୟବସ୍ଥାରେ ବ୍ରହ୍ମପୁରର ଉତ୍ତର ଓ ଦକ୍ଷିଣ ପାର୍ଶ୍ୱରେ ଥିବା ବାହାନା ଓ ସାପୁଆ ନାଳ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି ଦୁଇ...

ମରଣଯନ୍ତା ପାଲଟିଛି କିଡ୍‌କୋ ରାସ୍ତା

ଝୁମ୍ପୁରା, ୧୨।୯(ଡି.ଏନ.ଏ.)-ପଳାଶପଙ୍ଗାଠାରେ ୨୦ନଂ ଜାତୀୟ ରାଜପଥକୁ ଗୋଟିଏ ପାର୍ଶ୍ୱରେ କିଡ୍‌କୋ ରାସ୍ତା ସଂଯୋଗ କରୁଥିବାବେଳେ ଅନ୍ୟପାର୍ଶ୍ୱରେ ବାମେବାରୀ ରାଜ୍ୟ ରାଜପଥକୁ ସଂଯୋଗ କରୁଛି। ଯୋଡା ଖଣି...

ନନ୍ଦନକାନନ ସୁରକ୍ଷା କମିଟି ପକ୍ଷରୁ ମୁଖ୍ୟ ଫାଟକ ବନ୍ଦ: ଉପନିର୍ଦ୍ଦେଶକଙ୍କୁ ଦାବିପତ୍ର ପ୍ରଦାନ

ବାରଙ୍ଗ, ୨୫।୯(ଡି.ଏନ୍‌.ଏ.): ନନ୍ଦନକାନନ ପଶୁପକ୍ଷୀ ସୁରକ୍ଷା କମିଟି ପକ୍ଷରୁ ବୁଧବାର ସକାଳେ ନନ୍ଦନକାନନ ମୁଖ୍ୟ ପ୍ରବେଶପଥ ଫାଟକକୁ ବନ୍ଦ କରାଯାଇଥିଲା। ଜଟଣୀ ବିଧାୟକ ସୁରେଶ କୁମାର...

ସୌଭାଗ୍ୟ ଯୋଜନାରେ ଜଣକ ଘରକୁ ହୋଇନି ବିଦ୍ୟୁତ ସଂଯୋଗ

ପାପଡାହାଣ୍ଡି, ୧୮।୪,(ଡି.ଏନ.ଏ)-  ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଘାଟଗୁଡ଼ା ପଞ୍ଚାୟତ ବିସମପଦର ଗ୍ରାମବାସୀ ସମସ୍ୟା ଭିତରେ ଗତି କରୁଛନ୍ତି। ରାସ୍ତା ନ ଥିବାରୁ ବର୍ଷା ଦିନେ...

ମହିଳାଙ୍କୁ ଗଣ ବଳାତ୍କାର ଅଭିଯୋଗ: ସ୍ବାମୀ ଛାଡି ଚାଲିଯିବାପରେ ଥାନାର ଦ୍ୱାରସ୍ଥ ହେଲେ ମହିଳା

ରାଉରକେଲା ଅଫିସ, ୧୧।୭: ଝିରିପାଣି ଥାନା ଅଞ୍ଚଳର ଜନୈକା ମହିଳାଙ୍କୁ ଗଣ ବଳାତ୍କାର କରାଯାଇଥିବା ଗୁରୁବାର ଅଭିଯୋଗ ହୋଇଛି। ଗତ ୭ ତାରିଖରେ ଏଭଳି ଘଟଣା...

ନର୍ସ ନିହାରିକା ହତ୍ୟା ମାମଲା: ପୋଲିସ ନିକଟରେ ପ୍ରେମିକଙ୍କ ଆତ୍ମସମର୍ପଣ

ଜଗତସିଂହପୁର ଅଫିସ/ବିରିଡ଼ି(ଡି.ଏନ୍‌.ଏ.), ୨୦।୯: ବିରିଡ଼ି ଥାନା କୁଳକଇଜଙ୍ଗା ପଞ୍ଚାୟତ ନୂଆପାରି ଗ୍ରାମ ନିକଟ ବିଲୁଆଖାଇ ନଦୀପଠାରୁ ନର୍ସ ନିହାରିକା ପାତ୍ର ଓରଫ ରୂପାଲୀ(୨୪)ଙ୍କ ମୃତଦେହ ଉଦ୍ଧାର...

ବାଲିମେଳା ଡ୍ୟାମ୍‌ର ୨ଟି ଗେଟ୍‌ ଖୋଲିଲା

କୋରୁକୋଣ୍ଡା, ୧୯।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡାରେ ଥିବା ବାଲିମେଳା ଜଳ ଭଣ୍ଡାରର ୨ଟି ଗେଟ୍‌ ସୋମବାର ଖୋଲାଯାଇ ଜଳ ନିଷ୍କାସନ କରାଯାଇଛି । ଜଳଭଣ୍ଡାରରେ ଜଳସ୍ତର...

Leave a comment

Your email address will not be published. Required fields are marked *