୫%କୁ ଖସିବ ଜିଡିପି

ନୂଆଦିଲ୍ଲୀ,୮-୧: ୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି ସରକାର ଜିଡିପିର ପ୍ରଥମ ଆଗୁଆ ପୂର୍ବାନୁମାନ ମଙ୍ଗଳବାର ଜାରି କରିଛନ୍ତି। କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ସିଏସ୍‌ଓ) ପକ୍ଷରୁ ପ୍ରକାଶ ପାଇଥିବା ସଦ୍ୟତମ ଡାଟା ମୁତାବକ ୨୦୧୯-୨୦ରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୫%କୁ ଖସିବ ବୋଲି ପୂର୍ବାନୁମାନ କରାଯାଇଛି। ଦେଶର ବିକାଶ ହାର ଗତ ଆର୍ଥତ୍କ ବର୍ଷରେ ୬.୮% ରହିଥିବା ବେଳେ ଚଳିତ ବର୍ଷ ଏହା ଅନେକ ହାରରେ ଖସିଥିବା ଜଣାପଡିଛି। ଚଳିତ ଆର୍ଥତ୍କ ବର୍ଷ ଜିଡିପି ହାର ୫% ରହିବ ବୋଲି ଆର୍‌ବିଆଇ କହିସାରିଥିଲା। ସେହିଭଳି ୨୦୧୯-୨୦ରେ ଦେଶର ଗ୍ରସ୍‌ ଭାଲ୍ୟୁ ଆଡେଡ(ଜିଭିଏ) ଅଭିବୃଦ୍ଧି ୪.୯%ରେ ଧାର୍ଯ୍ୟ କରାଯାଇଛି।
ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ଦେଶର ବିକାଶ ୪.୫%କୁ ଖସି ଆସିଛି। ଚଳିତ ଆର୍ଥତ୍କ ବର୍ଷ ଜିଡିପି ହାର କମିବ ବୋଲି ବଜାର ବିଶେଷଜ୍ଞମାନେ କହି ଆସୁଛନ୍ତି। ମାନୁଫାକଚରିଂ କ୍ଷେତ୍ରର ଅଭିବୃଦ୍ଧି କମିବା, ଚାହିଦା ଏବଂ ନିବେଶ ଭଳି ପ୍ରମୁଖ କାରଣ ଯୋଗୁ ବିକାଶ ହାର ଖସୁଥିବା ଜଣାପଡିଛି। ୨୦୧୯-୨୦ରେ ଦେଶର ମାନୁଫାକ୍‌ଚରିଂ କ୍ଷେତ୍ର ଅଭିବୃଦ୍ଧି ୨%କୁ କମିବ ବୋଲି ଅନୁମାନ କରାଯାଇଛି। ଏହା ଗତ ଆର୍ଥତ୍କ ବର୍ଷରେ ୬.୨%କୁ ରହିଥିଲା। ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ୬ ମାସରେ ଜିଡିପି ଅଭିବୃଦ୍ଧି ୪.୮%କୁ ଖସି ଆସିଛି। ଏହା ପ୍ରଥମ ତ୍ରୈମାସରେ ୫% ରହିଥିଲା। ୨୦୧୮-୧୯ ବର୍ଷ ଲାଗି ଜିଡିପିର ଆଗୁଆ ପୂର୍ବାନୁମାନ ୭.୨% ଧାର୍ଯ୍ୟ କରାଯାଇଥିଲା। ଏହା ୭%କୁ ଖସିଥିଲା। ଦ୍ୱିତୀୟ ଆଗୁଆ ପୂର୍ବାନୁମାନରେ ଏହାକୁ ୬.୮%କୁ ଖସାଯାଇଥିଲା। ଯାହା ପ୍ରକୃତ ନମ୍ବର ରହିଥିଲା।


All Right Reserved By Dharitri.Com

ଆମେରିକାର ୮୦ ଧନୀ ମହିଳାଙ୍କ ମଧ୍ୟରେ ୩ ଭାରତୀୟ

ନ୍ୟୁୟର୍କ,୮।୬: ନିଜର ଦକ୍ଷତା ବଳରେ ସଫଳତା ହାସଲ କରିଥିବା ୮୦ ସବୁଠାରୁ ଧନୀ ମହିଳାଙ୍କ ମଧ୍ୟରେ ୩ ଜଣ ପ୍ରବାସୀ ଭାରତୀୟ ରହିଛନ୍ତି। ଫୋବର୍‌ସ ପକ୍ଷରୁ...

ମାର୍ଚ୍ଚ ପହିଲାରୁ ଲଟେରି ଉପରେ ୨୮% ଜିଏସ୍‌ଟି

ନୂଆଦିଲ୍ଲୀ, ୨୪-୨: ମାର୍ଚ୍ଚ ପହିଲାରୁ ଲଟେରି ଉପରେ ୨୮% ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) କାର୍ଯ୍ୟକାରୀ ହେବ ବୋଲି ସରକାର ରବିବାର ଏକ ବିଜ୍ଞପ୍ତି ପ୍ରକାଶ...

ସ୍ପାଇସଜେଟର ୨ ପାଇଲଟ ବର୍ଷେ ନିଲମ୍ବିତ

ନୂଆଦିଲ୍ଲୀ,୧୧ା୮: ବେସାମରିକ ବିମାନ ଚଳାଚଳ ମହାନିଦ୍ଦେର୍ଶାଳୟ(ଡିଜିସିଏ) ସ୍ପାଇସଜେଟର ଦୁଇଜଣ ପାଇଲଟଙ୍କୁ ଶନିବାର ଏକ ବର୍ଷ ପାଇଁ ନିଲମ୍ବିତ କରିଛି। ମୁମ୍ବାଇ ବିମାନ ବନ୍ଦରରେ ବିମାନକୁ ଠିକ୍‌...

ବାସଗୃହ ଋଣ ଉପରେ ଅତିରିକ୍ତ ଟିକସ ରିହାତି

ନୂଆଦିଲ୍ଲୀ,୬-୭: ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ଗ୍ରାହକ ନେଉଥିବା ବାସଗୃହ ଋଣ ଉପରେ ପ୍ରଦାନ କରୁଥିବା ସୁଧ ଉପରେ ଅତିରିକ୍ତ ୧.୫୦ ଲକ୍ଷ କୋଟି ଟଙ୍କାର ଅତିରିକ୍ତ...

ବିଦା ହେଲେ ୨୧ ଦୁର୍ନୀତିଗ୍ରସ୍ତ ଟିକସ ଅଧିକାରୀ

ନୂଆଦିଲ୍ଲୀ,୨୭-୧୧: ଆୟକର ବିଭାଗରୁ ୨୧ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ କେନ୍ଦ୍ର ସରକାର ବିଦା କରିଦେଇଛନ୍ତି। ଚାକିରୀ ଶେଷ କରିବା ପୂର୍ବରେ ଏମାନଙ୍କୁ ସେବା ନିବୃତ୍ତ କରାଯାଇଥିବା ଜଣାପଡିଛି।...

ଟ୍ରେନରେ ମସାଜ ପ୍ରସ୍ତାବ ପ୍ରତ୍ୟାହାର କଲା ରେଲଓ୍ବେ

ନୂଆଦିଲ୍ଲୀ,୧୬-୬: ଭାରତୀୟ ରେଲଓ୍ବେ ପକ୍ଷରୁ ଟ୍ରେନରେ ଯାତ୍ରୀଙ୍କୁ ମସାଜ ଦେବାର ବ୍ୟବସ୍ଥା କରାଯାଇଥିଲା। ତେବେ ଏହାକୁ ପଶ୍ଚିମ ରେଲଓ୍ବେ ପ୍ରତ୍ୟାହାର କରିନେଇଛି। ମଧ୍ୟପ୍ରଦେଶର ରାଜଧାନୀ ଇନ୍ଦୋରଠାରୁ...

ଆସିପାରେ ୧.୫ ଲକ୍ଷ କୋଟି ଆର୍ଥିକ ପ୍ୟାକେଜ

ମୁମ୍ବାଇ,୨୬। ୩: କରୋନା ଭାଇରସ ଲାଗି ସାରା ଦେଶ ଏବେ ଲକ୍‌ଡାଉନ ହୋଇଛି। ଦେଶର ଆର୍ଥତ୍କ କାର୍ଯ୍ୟକଳାପ ଏବେ ବନ୍ଦ ପାଇଁ ଠପ୍‌ ହୋଇଯାଇଛି। କରୋନା...

ପାଇକାରୀ ବଜାରରେ ଟମାଟୋ କିଲୋ ୫ ଟଙ୍କା

ନୂଆଦିଲ୍ଲୀ,୨୩।୫: କରୋନା ଯୋଗୁ କୃଷକମାନେ ବର୍ତ୍ତମାନ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଏଭଳି ବିଭିନ୍ନ ସମସ୍ୟା ଲାଗି ପାଇକାରୀ ବଜାରରେ ଟମାଟୋର କିଲୋ ପ୍ରତି...

Leave a comment

Your email address will not be published. Required fields are marked *