ଏୟାର ଇଣ୍ଡିଆ ବିକ୍ରି:ଜାନୁୟାରୀରେ ଆସିବ ଇଓଆଇ

ନୂଆଦିଲ୍ଲୀ,୮-୧: ସୌରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀ ଗୋଷ୍ଠୀ ଏୟାର ଇଣ୍ଡିଆ ବିକ୍ରି ପାଇଁ ଏକ୍ସପ୍ରେଶନ ଅଫ୍‌ ଇଣ୍ଟରେଷ୍ଟ (ଇଓଆଇ) ଏବଂ ଶେୟାର ପରଚେଜ୍‌ ଏଗ୍ରିମେଣ୍ଟକୁ ମଙ୍ଗଳବାର ମଞ୍ଜୁରୀ ପ୍ରଦାନ କରିଛି। ଏହା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଘରୋଇକରଣ ଦିଗରେ ଏକ ବଡ ପଦକ୍ଷେପ ବୋଲି ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ବିଡରଙ୍କ ଲାଗି ଚଳିତ ମାସରେ ଇଓଆଇ ଜାରି କରାଯିବ ବୋଲି ଅଧିକାରୀ ଜଣକ ମତ ଦେଇଛନ୍ତି। ଏଥିଲାଗି ମନ୍ତ୍ରୀଗୋଷ୍ଠୀ ଗତ ବର୍ଷ ସେପ୍ଟେମ୍ବରରେ ମଞ୍ଜୁରୀ ପ୍ରଦାନ କରିଥିଲା। ଗତ ବର୍ଷ ଏୟାର ଇଣ୍ଡିଆ ସ୍ପେଶିଫିକ ଅଲଟରନେଟିଭ ମେକାନିଜମ (ଏଆଇଏସ୍‌ଏଏମ୍‌) ବିମାନ କମ୍ପାନୀର ୧୦୦% ଅଂଶଧନ ବିକ୍ରିକୁ ମଞ୍ଜୁରୀ ପ୍ରଦାନ କରିଥିଲେ। ଏହା ସହ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏବଂ ଯୌଥ ଉଦ୍ୟୋଗ ଏଆଇଏସ୍‌ଏଟିଏସ୍‌ର ମଧ୍ୟ ଘରୋଇକରଣ ନେଇ ପଥ ପରିସ୍କାର ହୋଇଛି। ବର୍ତ୍ତମାନ ଏୟାର ଇଣ୍ଡିଆ ଉପରେ ୮୦ ହଜାର କୋଟି ଟଙ୍କାର ଋଣ ରହିଛି। ୨୦୧୮-୧୯ ଆର୍ଥତ୍କ ବର୍ଷରେ ଏହା ୮,୫୫୬ କୋଟି ଟଙ୍କାର ନେଟ୍‌ କ୍ଷତି ସହିଛି। ସେହିଭଳି ଏହି ବିମାନ କମ୍ପାନୀ ଲାଗି ସ୍ବେଚ୍ଛାକୃତ ଅବସର ଯୋଜନା(ଭିଆର୍‌ଏସ୍‌) ଏବଂ ଋଣ ପୁନର୍ଗଠନ ଯୋଜନାକୁ ମଞ୍ଜୁରୀ ଦିଆଯାଇଛି।


All Right Reserved By Dharitri.Com

ଜନଧନ ଯୋଜନା ଜମା;ଖୁବଶୀଘ୍ର ପାର୍‌ କରିଯିବ ୧ଲକ୍ଷ କୋଟି

ନୂଆଦିଲ୍ଲୀ,୨୨-୪: ଜନଧନ ଯୋଜନା ଅଧୀନରେ ଖୋଲାଯାଇଥିବା ବ୍ୟାଙ୍କ ଆକାଉଣ୍ଟରେ ଜମା ରାଶି ଖୁବଶୀଘ୍ର ୧ ଲକ୍ଷ କୋଟି ଟଙ୍କା ପାର୍‌ କରିଯିବ ବୋଲି ଆଶାକରାଯାଉଛି। ମୋଦି...

ନିବେଶକଙ୍କୁ ୧୪.୨୨ ଲକ୍ଷ କୋଟି କ୍ଷତି

  ନୂଆଦିଲ୍ଲୀ,୨୪-୩: କରୋନା ପ୍ରଭାବରେ ଭାରତୀୟ ପୁଞ୍ଜି ବଜାର କାରବାର ଲଗାତାର ଭାବେ ଖସୁଥିବା ବେଳେ ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ନିବେଶକଙ୍କୁ ରେକର୍ଡ ସ୍ତର...

୧୮ରାଷ୍ଟ୍ରାୟତ୍ତ କମ୍ପାନୀଙ୍କ ଅଂଶଧନ ୭୫%କୁ ହ୍ରାସ ପାଇବ

ନୂଆଦିଲ୍ଲୀ,୯-୭: କେନ୍ଦ୍ର ସରକାର ଅଂଶଧନ ହ୍ରାସ ମାଧ୍ୟମରେ ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୧୫ ହଜାର କୋଟି ଟଙ୍କା ଆୟ କରିବାକୁ ପ୍ରୟାସ ଚଳାଇଛନ୍ତି। ଏଥିଲାଗି...

ଆଇବିସି ପ୍ରକ୍ରିୟା ପୂର୍ବରୁ ୯ ହଜାରରୁ ଉର୍ଦ୍ଧ୍ୱ ମାମଲା ଫଇସଲା

ନୂଆଦିଲ୍ଲୀ,୧୬-୧୨: ଇନସଲଭେନ୍ସି ଆଇନରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ପ୍ରି ଆଡମିଶନ ଷ୍ଟେଜରେ ୯ ହଜାରରୁ ଉର୍ଦ୍ଧ୍ୱ ମାମଲା ଫଇସଲା କରାଯାଇଛି। ଏହି ମାମଲାଗୁଡିକ...

ପିଏମ୍‌ କିଷାନରେ କୃଷକଙ୍କୁ ୫୦,୮୫୦ କୋଟି ଟଙ୍କା ପ୍ରଦାନ

ନୂଆଦିଲ୍ଲୀ,୨୩।୨ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ କେନ୍ଦ୍ର ସରକାର ୫୦,୮୫୦ କୋଟି ଟଙ୍କା ପ୍ରଦାନ କରିଥିବା ଶନିବାର କହିଛନ୍ତି। ଇନପୁଟ ଖର୍ଚ୍ଚ ଏବଂ ଘର ଖର୍ଚ୍ଚ ଉଠାଇବା...

ଚାଷୀଙ୍କୁ ସିଧାସଳଖ ସାର ସବ୍‌ସିଡି ଦେବାକୁ ବିଚାର

ନୂଆଦିଲ୍ଲୀ,୭-୬: କେନ୍ଦ୍ର ସରକାର ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର(ଡିବିଟି)ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିରେ ଚାଷୀଙ୍କୁ ସାର ସବ୍‌ସିଡି ସିଧାସଳଖ ସେମାନଙ୍କ ଆକାଉଣ୍ଟରେ ଦେବାକୁ...

ପାସେଞ୍ଜର ଯାନ ବିକ୍ରି ୫୧% କମିଲା

ନୂଆଦିଲ୍ଲୀ,୧୪।୪: ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ ପାଇଁ ପାସେଞ୍ଜର ଯାନ ବିକ୍ରି ୫୧% କମିଛି। ସଂକ୍ରମଣ ଭୟରେ ଲୋକମାନେ ଏବେ ଘରୁ ବାହାରକୁ ବାହାରୁ...

ରତନ ଟାଟାଙ୍କ ପାଦ ଛୁଇଁଲେ ନାରାୟଣ ମୂର୍ତ୍ତି

ନୂଆଦିଲ୍ଲୀ,୨୯।୧: ଟାଟା ଗ୍ରୁପର ପୂର୍ବତନ ଚେୟାରମ୍ୟାନ ରତନ ଟାଟା ଭାରତର ପ୍ରତିଷ୍ଠିତ କୋଟିପତି ବ୍ୟବସାୟୀଙ୍କ ମଧ୍ୟରୁ ଅନ୍ୟତମ। ନିକଟରେ ତାଙ୍କୁ ଟାଇକୋନ ପକ୍ଷରୁ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ...

Leave a comment

Your email address will not be published. Required fields are marked *