ଜେଏନ୍‌ୟୁ ହିଂସା ପରେ ପ୍ରଥମ ଥର ସାମ୍ନାକୁ ଆସିଲା କୁଳାଧିପତିଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ,୭।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ)ରେ ହୋଇଥିବା ହିଂସା ପରେ ପ୍ରଥମ ଥର ସେଠାକାର କୁଳାଧିପତିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ କୁଳାଧିପତି ଏମ୍‌. ଜଗଦେଶ କୁମାର କହିଛନ୍ତି, କ୍ୟାମ୍ପସ୍‌ରେ ଏହି ଘଟଣା ଘଟିବା ଅତ୍ୟନ୍ତ ର୍ଦୁଭାଗ୍ୟପୂର୍ଣ୍ଣ। ଏହି ଘଟଣାର ତଦନ୍ତ କ୍ରାଇମ୍‌ ବ୍ରାଞ୍ଚ କରୁଛି। ଖବ୍‌ଶୀଘ୍ର ହିଂସାରେ ସାମିଲ ଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ଜେଏନ୍‌ୟୁ ସବୁବେଳେ ବିତର୍କ ଓ ଆଲୋଚନା ପାଇଁ ଜଣାଯାଏ। ତେବେ ହିଂସା କୌଣସି ସମସ୍ୟାର ସମାଧାନ ନୁହେଁ ବୋଲି ଜଗଦେଶ କହିଛନ୍ତି। ଜେଏନ୍‌ୟୁରେ ପୁଣି ଶାନ୍ତି ଫେରାଇ ଆଣିବା ପାଇଁ ଉଦ୍ୟମ ଚାଲିଛି ଏବଂ ଏହା ଆମର ପ୍ରଥମ ପ୍ରାଥମିକତା। ଅପରପକ୍ଷେ ବନ୍ଦ ହୋଇପଡ଼ିଥିବା ସର୍ଭର ଚାଲୁ ହୋଇଯାଇଥିବା ବେଳେ ଶିକ୍ଷାର୍ଥିମାନେ ସବୁ ଘଟଣାକୁ ଭୁଲି ନୂଆ ଆରମ୍ଭ କରି ଓ୍ବିଣ୍ଟର ସେସନ୍‌ ପାଇଁ ରେଜିଷ୍ଟ୍ରେଶନ୍‌ କରାନ୍ତୁ ବୋଲି ଜଗଦେଶ କହିଛନ୍ତି।


All Right Reserved By Dharitri.Com

ମୋଦିଙ୍କ ମା’ ଟିଭିରେ ଦେଖିଲେ ଶପଥ ଉତ୍ସବ

ଅହମଦାବାଦ,୩୦ା୫: ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାବେଳେ ତାଙ୍କ ମା’ ହୀରାବେନ୍‌ ନୂଆଦିଲ୍ଲୀରୁ ୯୦୦ କିଲୋମିଟର ଦୂର ଅହମଦାବାଦର...

ଆନ୍ଧ୍ର ପ୍ରଦେଶର ଘରୋଇ କମ୍ପାନୀରେ ୭୫ ପ୍ରତିଶତ ଚାକିରି ସଂରକ୍ଷିତ ରହିବ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ

ବିଜୟଓ୍ବାଡା,୨୩।୭: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଭଲ ଯୋଜନା କରିଛନ୍ତି। ଏବେ ଆନ୍ଧ୍ର ପ୍ରଦେଶରେ ଥିବା ଘରୋଇ କମ୍ପାନୀରେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ...

ବିବାଦରେ ‘ବିଫ୍‌ ଫ୍ରାଏ’ ଟୁଇଟ୍‌

ଥିରୁଭାନନ୍ତପୁରମ୍‌,୧୮ା୧ (ପି.ଟି.): ମକର ସଂକ୍ରାନ୍ତି ଦିନ କେରଳ ପର୍ଯ୍ୟଟନ ବିଭାଗ ‘ବିଫ୍‌ ଫ୍ରାଏ’ ଟୁଇଟ୍‌ କରି ବିବାଦ ଘେରକୁ ଆସିଛି। ଏହାକୁ ନେଇ ବିବଦା ଉଠିବା...

‘୬ ମାସ ତିଷ୍ଠିବନି ସୁବିଧାବାଦୀ ମେଣ୍ଟ’

ରାଞ୍ଚି,୨୩ା୧୧(ପି.ଟି.): ଶିବସେନା, ଏନ୍‌ସିପି ଏବଂ କଂଗ୍ରେସ ମଧ୍ୟରେ ସୁବିଧାବାଦୀ ମେଣ୍ଟ ହୋଇଛି। ଏହା ୬ରୁ ୮ ମାସ ତିଷ୍ଠିବ ନାହିଁ ବୋଲି ବରିଷ୍ଠ ଭାଜପା ନେତା...

ପୁଅର ମୁକ୍ତି ପାଇଁ କାନ୍ଦୁଥିଲେ ମା’, କୋଳେଇ ନେଲେ ପୋଲିସ କନ୍‌ଷ୍ଟେବଳ

ଜଳନ୍ଧର, ୨୬।୧୧: ପଞ୍ଜାବରେ ଜଣେ ପୋଲିସ କନ୍‌ଷ୍ଟେବଳଙ୍କ ନିଆରା କାର୍ଯ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଜଣେ ମହିଳାଙ୍କ ପୁଅ ମାଲେସିଆ ଜେଲରେ ବନ୍ଦୀ ଥିବାବେଳେ...

ମୃତକଙ୍କ ପରିବାରକୁ ଦୁର୍ବ୍ୟବହାର ଘଟଣା: ନିଲମ୍ବିତ ହେଲେ ଅମେଠିର ଜିଲାପାଳ

ଆମେଠି,୧୪।୧୧: ମହଙ୍ଗା ପଡ଼ିଲା ମୃତକଙ୍କ ପରିବାରଙ୍କୁ ଦୁର୍ବ୍ୟବହାର କରିବା। ଆମେଠି ଜିଲାପାଳଙ୍କ ଏଭଳି କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିଲାପାଳ ପ୍ରଶାନ୍ତ...

ସର୍ବୋଚ୍ଚ ରାମ ମୂର୍ତ୍ତି ନିର୍ମାଣରେ ଅନିଶ୍ଚିତତା

ଅଯୋଧ୍ୟା,୧୩ା୮(ଆଇଏଏନ୍‌ଏସ୍‌): ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦ ମାମଲାର ଦୈନନ୍ଦିନ ଶୁଣାଣି ସୁପ୍ରିମକୋର୍ଟରେ ଚାଲିଥିବାବେଳେ ସେପଟେ ଶ୍ରୀରାମଙ୍କର ସର୍ବୋଚ୍ଚ ମୂର୍ତ୍ତି ସ୍ଥାପନକୁ ନେଇ ଅନିଶ୍ଚିତତା...

ଚିଦାମ୍ବରମ୍‌ ଲୁଚି ବିଦେଶ ପଳାଇବା ଆଶଙ୍କା: ଜାରି ହେଲା ଲୁକ୍‌ଆଉଟ୍‌ ସର୍କୁଲାର

ନୂଆଦିଲ୍ଲୀ,୨୧।୮: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କ ଉପରେ ଇଡ଼ି ଏବଂ ସିବିଆଇ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ ନେଇ ଯୋଜନା ଆରମ୍ଭ ହୋଇଛି। ଜାମିନ୍‌ ନ...

Leave a comment

Your email address will not be published. Required fields are marked *