Posted inଖେଳ

ମୋତେ କୁହ, ମୋ ପରିବାରକୁ ଟାଣନି

ଭାରତୀୟ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜରୁ ବିଶ୍ରାମ ନେଇଛନ୍ତି। ଏବେ ସେ ନିଜ ପରିବାର ସହ ସମୟ ବିତାଉଛନ୍ତି। ଆଇସିସି ବିଶ୍ୱକପର ସେମିଫାଇନାଲରୁ ଭାରତୀୟ ଦଳ ବିଦାୟ ନେବା ପରେ ଖେଳାଳି ନିଜ ପରିବାର ସହ ଅଧିକ ସମୟ ବିତାଉଥିବାରୁ ଦଳ ହାରିଲା ବୋଲି ପ୍ରଶଂସକ ମତ ଦେଇଥିଲେ। ଏପରି କି ଗଣମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା ହୋଇଥିଲା। ଏନେଇ ମୁହଁ ଖୋଲିଛନ୍ତି ରୋହିତ। ସେ କହିଛନ୍ତି, ସବୁକଥାକୁ ନେଇ ପରିବାରକୁ ଟାଣିବା ଉଚିତ୍‌ ନୁହେଁ। ଯଦି ମୋ ପ୍ରଦର୍ଶନରେ ତ୍ରୁଟି ରହୁଛି, ତେବେ ମୋତେ ନେଇ ଚର୍ଚ୍ଚା କରାଯାଉ। କିନ୍ତୁ ମୋ ପରିବାରକୁ ଟାଣନ୍ତୁ ନାହିଁ। ଗଣମାଧ୍ୟମରେ ଏଭଳି ଚର୍ଚ୍ଚା ହେଲେ ଦୁଃଖ ଲାଗେ। ସମସ୍ତଙ୍କ ଲାଗି ପରିବାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ତେଣୁ ସେମାନଙ୍କୁ ପ୍ରଦର୍ଶନ ପାଇଁ ଦାୟୀ କରାଯିବା ଆଦୌ ଉଚିତ୍‌ ନୁହେଁ ବୋଲି ରୋହିତ କହିଛନ୍ତି।


All Right Reserved By Dharitri.Com

Posted inଖେଳ View All

ଆଇସିସି ବିଶ୍ୱକପ୍‌: ସେମିଫାଇନାଲରେ ଇଂଲଣ୍ଡ

ଚେଷ୍ଟର- ଲି- ଷ୍ଟିଟ୍‌, ୪।୭(ପି.ଟି)- ଚଳିତ ଆଇସିସି ବିଶ୍ୱକପ୍‌ରେ ଆୟୋଜକ ଇଂଲଣ୍ଡ ତୃତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି। ପୂର୍ବରୁ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ...

ନ୍ୟୁଜିଲାଣ୍ଡ ଗସ୍ତ: ଭାରତୀୟ ମହିଳା ହକି ଦଳର ଦ୍ୱିତୀୟ ବିଜୟ

ଅକ୍‌ଲାଣ୍ଡ, ୫।୨(ପି.ଟି.)- ଚଳିତ ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ମହିଳା ହକି ଦଳ ତା’ର ଦ୍ୱିତୀୟ ବିଜୟ ହାସଲ କରିଛି। ମଙ୍ଗଳବାର ଖେଳାଯାଇଥିବା ଚତୁର୍ଥ ମ୍ୟାଚ୍‌ରେ ଭାରତ...

ସଲମାନ, ଶାହରୁଖଙ୍କୁ ପଛରେ ପକାଇଲେ କୋହଲି

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି କ୍ରିକେଟ ପଡିଆରେ ଅନେକ ରେକର୍ଡ ହାସଲ କରିଛନ୍ତି। କ୍ରିକେଟରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗୁଥିବା କୋହଲିଙ୍କ ବ୍ରାଣ୍ଡ୍‌...

ପଞ୍ଜାବୀ ଗୀତରେ ଗେଲ୍‌ଙ୍କ ସହ ମିଶି ଧୂମ୍‌ ନାଚିଲେ ଯୁବରାଜ

ଟିମ୍‌ ଇଣ୍ଡିଆର ସିକ୍ସର୍‌ କିଙ୍ଗ୍‌ ଯୁବରାଜ ସିଂ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିସାରିଛନ୍ତି କିନ୍ତୁ ତାଙ୍କ ବ୍ୟାଟିଂକୁ ଏବେ ବି ଦର୍ଶକ ଉପଭୋଗ କରୁଛନ୍ତି। କାନାଡାରେ...

ବାରବାଟୀ ଷ୍ଟାଡିୟମ: ସ୍ଥିତି ଅନୁଧ୍ୟାନ କଲେ ଡିସିପି

କଟକ ଅଫିସ,୨୪ା୧୧-  ଡିସେମ୍ବର ୨୨ରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ଏକଦିବସୀୟ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ନିମନ୍ତେ କଟକ ଡିସିପି ଅଖିଳେଶ୍ୱର ସିଂ ଶନିବାର ବାରବାଟୀ ଷ୍ଟାଡିୟମର...

ବାବରଙ୍କଠାରୁ ପଛରେ କୋହଲି

କରାଚୀ,୩୦।୯: ପାକିସ୍ତାନ ଷ୍ଟାର ବ୍ୟାଟ୍ସମ୍ୟାନ ବାବର ଆଜାମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ୧୧ତମ ଶତକ ଲଗାଇବାରେ ଭାରତୀୟ ସେନସେଶନ ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି। ଭାରତୀୟ...

ନୂଆ ରୂପ ନେବ ରାଉରକେଲା

ଭୁବନେଶ୍ୱର,୧୬।୧୨- ହକି ବିଶ୍ୱକପ୍‌  ପୁଣି ଥରେ ଓଡ଼ିଶାରେ ଅନୁଷ୍ଠିତ ହେବ। ଭୁବନେଶ୍ୱର ସହ ରାଉରକେଲାରେ କେତେକ ବିଶ୍ୱକପ୍‌ ମ୍ୟାଚ୍‌ ଖେଳାଯିବ। ଏଥିନେଇ ନୂଆ ରୂପରେ ସଜେଇ...

କୋବେ ବ୍ରାଏଣ୍ଟଙ୍କ ମୃତ୍ୟୁରେ ସାରା ବିଶ୍ୱରେ ଶୋକର ଛାୟା: ତାଙ୍କ ଚିଠିରୁ ନିର୍ମିତ ଫିଲ୍ମ ଜିତିଥିଲା ଓସ୍କାର

କାଲିିଫର୍ନିଆ,୨୭।୧: ବିଶ୍ୱର ପ୍ରସିଦ୍ଧ ବାସ୍କେଟବଲ ଖେଳାଳି କୋବେ ବ୍ରାଏଣ୍ଟଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଖବର ପ୍ରସାରିତ ହେବାପରେ ସାରା ବିଶ୍ୱରେ ଶୋକର ଛାୟା ଖେଳିଯାଇଛି। ତାଙ୍କ...

Leave a comment

Your email address will not be published. Required fields are marked *