Posted inଜାତୀୟ

କଂଗ୍ରେସ ପାଇଁ ଆତ୍ମସମୀକ୍ଷାର ବେଳ

ନୂଆଦିଲ୍ଲୀ,୨ା୬: ୨୦୦୪ରୁ ୨୦୧୪ ଉପା ସରକାରର ମଙ୍ଗ ଧରିଥିବା କଂଗ୍ରେସ ଏବେ ବିପର୍ଯ୍ୟସ୍ତ। ଦୀର୍ଘଦିନ କ୍ଷମତାରୁ ଦୂରେଇ ରହି ସତେ ଯେପରି ଏହି ସର୍ବପୁରାତନ ଦଳ ସ୍ଥାଣୁ ପାଲଟିଯାଇଛି। କଂଗ୍ରେସ ପାଖରେ ନା ଅସଲ ପ୍ରସଙ୍ଗ ଅଛି ନା ନିର୍ଣ୍ଣାୟକ ନେତୃତ୍ୱ ନେବା ଭଳି ବ୍ୟକ୍ତିତ୍ୱ। ସମ୍ଭବତଃ ଏଥିପାଇଁ କଂଗ୍ରେସ ଜାତୀୟ ରାଜନୀତିରେ ଏକପ୍ରକାର ବାଟବଣା ହେଲା ଭଳି ମନେହେଉଛି। ଉପଯୁକ୍ତ ନୀତି ଓ ରଣନୀତି ନ ଆପଣାଇଲେ ଦଳର ସାଙ୍ଗଠନିକ ସ୍ଥିତି ଆହୁରି ଦୋହଲିଯାଇପାରେ ବୋଲି କୁହାଯାଉଛି।
୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସକୁ ମାତ୍ର ୪୪ ଆସନ ମିଳିଥିଲା। କେନ୍ଦ୍ରରେ ଉପା ସରକାର ୧୦ ବର୍ଷ ରହିବା ପରେ ସେତେବେଳେ ଲୋକେ ପରିବର୍ତ୍ତନ ଚାହିଁଥିଲେ। ଦେଶରେ ଉପା ସରକାର ବିରୋଧୀ ମନୋଭାବ ସାଙ୍ଗକୁ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ଲହର ସୃଷ୍ଟି ହୋଇଥିଲା। ଫଳରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ୩୦୦ରୁ ଊର୍ଦ୍ଧ୍ୱ ଆସନରେ ବିଜୟୀ ହୋଇ ସରକାର ଗଢ଼ିଥିଲା। ତେବେ ଏନ୍‌ଡିଏ କ୍ଷମତାରେ ରହିବାର ୫ ବର୍ଷ ପରେ ମଧ୍ୟ ୨୦୧୯ ନିର୍ବାଚନରେ ସରକାର ବିରୋଧୀ ପ୍ରସଙ୍ଗଗୁଡିକୁ ଜନସାଧାରଣଙ୍କ ସାମନାକୁ ଆଣି ସେଗୁଡିକୁ ଭୋଟରେ ବଦଳାଇବାରେ କଂଗ୍ରେସ ବିଫଳ ହେଲା। ଅନ୍ୟ ପ୍ରସଙ୍ଗଗୁଡିକରୁ ଦୂରେଇ ଯାଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେବଳ ରାଫାଲ ପ୍ରସଙ୍ଗକୁ ନେଇ ନିର୍ବାଚନୀ ସଭାଗୁଡିକରେ ବାରମ୍ବାର ମୋଦିଙ୍କୁ ଚୋର କହିବା କଥାକୁ ସାଧାରଣ ଲୋକେ ଗ୍ରହଣ କଲେନି। ଏହା ବ୍ୟତୀତ ନ୍ୟାୟ ଯୋଜନାରେ ଗରିବ ପରିବାରକୁ ବର୍ଷକୁ ୭୨ ହଜାର ଟଙ୍କା ଯୋଗାଇଦେବା ଲାଗି କଂଗ୍ରେସର ପ୍ରତିଶ୍ରୁତିକୁ ଲୋକେ ବିଶ୍ୱାସକୁ ନେଲେ ନାହିଁ। କୃଷି ସମସ୍ୟା, ବେକାରି, ବିମୁଦ୍ରୀକରଣ ଏବଂ ଜିଏସ୍‌ଟି ପରବର୍ତ୍ତୀ ଆର୍ଥିକ ଅବନତି ଆଦି ସାଧାରଣ ଜନତାଙ୍କୁ ପ୍ରଭାବିତ କରିବା ଭଳି ପ୍ରସଙ୍ଗରେ ନରେନ୍ଦ୍ର ମୋଦି ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସ ଲୋକଙ୍କ ପାଖରେ ପହଞ୍ଚତ୍ ପାରିଲା ନାହିଁ। ଫଳରେ ୫ ବର୍ଷର ସୁଯୋଗ ପାଇ ମଧ୍ୟ କଂଗ୍ରେସ ଲୋକ ସଭାରେ ମାତ୍ର ୮ ଆସନ ବଢ଼ାଇବାରେ ସକ୍ଷମ ହେଲା। ଏପରିକି ଗାନ୍ଧୀ ପରିବାରର ପାରମ୍ପରିକ ଆସନ ଉତ୍ତରପ୍ରଦେଶର ଅମେଠିରେ ମଧ୍ୟ ଦଳ ଅଧ୍ୟକ୍ଷ ରାହୁଲଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଲା। କ୍ଷମତାକୁ ଫେରିବା ଲାଗି ଲକ୍ଷ୍ୟ ରଖିଥିବା କଂଗ୍ରେସ ମାତ୍ର ୫୨ ଆସନରେ ସୀମିତ ରହିଲା। ୨୦୧୯ ଲୋକ ସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ପରେ ଏବେ ଦଳର ନୀତି, ରଣନୀତି ଓ କାର୍ଯ୍ୟଧାରାର ସମୀକ୍ଷା ଜରୁରୀ ହୋଇପଡିଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଅମେଠିରେ ରାହୁଲଙ୍କ ପରାଜୟର ସମୀକ୍ଷା କରୁଛି କଂଗ୍ରେସ। ସାଧାରଣ ସମ୍ପାଦିକ ପ୍ରିୟଙ୍କା ଗାନ୍ଧୀଙ୍କ ରାଜନୈତିକ କାର୍ଯ୍ୟକୁ ଅନୁଧ୍ୟାନ କରୁଥିବା ଜୁବେର ଖାନ୍‌ ଏବଂ ସୋନିଆ ଗାନ୍ଧୀଙ୍କ ପାଇଁ ପ୍ରତିନିଧିତ୍ୱ କରୁଥିବା କିଶୋରୀଲାଲ ଶର୍ମା କିଛିଦିନ ହେଲା ଅମେଠିରେ ରହି ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି। ତେବେ କେବଳ ଅମେଠି ପରାଜୟ ନୁହେ,ଁ ସାରା ଦେଶରେ ଦଳ ସମ୍ମୁଖୀନ ହୋଇଥିବା ବିପର୍ଯ୍ୟୟର ସମୀକ୍ଷା ହେବା ଦରକାର ବୋଲି ରାଜନୈତିକ ପଣ୍ଡିତମାନେ କହିଛନ୍ତି।


All Right Reserved By Dharitri.Com

ମୋଦି ବିଶ୍ୱର ସବୁଠୁ ବଡ ଅଭିନେତା: ପ୍ରିୟଙ୍କା

ଲକ୍ଷ୍ନୌ, ୧୭।୫: ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଲାଗି ଶୁକ୍ରବାର ପ୍ରଚାର ଶେଷ ହେବ। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମାରାଥନ ରାଲି...

ଜମ୍ମୁ-କଶ୍ମୀରରେ ଶାହଙ୍କ ଶାନ୍ତି ପ୍ରୟାସ: ଯୁବବର୍ଗଙ୍କୁ ମିଳିବ ନିଯୁକ୍ତି

ଶ୍ରୀନଗର,୪।୭: ଜମ୍ମୁ-କଶ୍ମୀରରେ ଶାନ୍ତି ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆରମ୍ଭ କରିଛନ୍ତି ପ୍ରୟାସ। ଏହା ଅନ୍ତର୍ଗତ ସ୍ଥାନୀୟ ଯୁବବର୍ଗଙ୍କୁ ନିଯୁକ୍ତି ପ୍ରଦାନକୁ ସେ ଗୁରୁତ୍ୱ...

ଟ୍ରମ୍ପ ଯାହା କହୁଛନ୍ତି ତାହା ସେ ବୁଝି ନାହାଁନ୍ତି: ଥରୁର

ନୂଆଦିଲ୍ଲୀ,୨୩।୭: କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଟ୍ରମ୍ପ ଯାହା କହିଛନ୍ତି ତାହାର ଜବାବ ରଖିଛନ୍ତି କଂଗ୍ରେସ ନେତା ଶଶି ଥରୁର।...

୨୦୨୦ରେ ଚନ୍ଦ୍ରୟାନ-୩

ବେଙ୍ଗାଲୁରୁ,୧୫-୧୧:ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର ବିକ୍ରମକୁ ଚନ୍ଦ୍ର ପୃଷ୍ଠରେ ମୃଦୁ ଅବତରଣ କରାଇବାରେ ବିଫଳ ହୋଇଥିବା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଆସନ୍ତାବର୍ଷ ନଭେମ୍ବର ସୁଦ୍ଧା ଏହାର...

ବେଙ୍ଗାଲୁରୁରୁ ୩୦ ବାଂଲାଦେଶୀ ଗିରଫ: ବିନା ଭିଜାରେ ବାସ କରୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୧୦: କର୍ନାଟକ ବେଙ୍ଗାଲୁରୁରୁ ୩୦ ବାଂଲାଦେଶୀଙ୍କୁ ଗିରଫ କରାଯାଇଛି। ସେମାନେ ବିନା ଭିଜାରେ ସହରରେ ବାସ କରୁଥିବା ଅଭିଯୋଗ ହୋଇଛି। ସହରରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା...

ବଲିଉଡ୍‌ର ନିଆରା ପ୍ରେମକାହାଣୀ: ଘାତ ପ୍ରତିଘାତ ପରେ ଗୌରୀ ଧରିଥିଲେ ଶାହରୁଖଙ୍କ ହାତ

ମୁମ୍ବାଇ,୮।୧୦: କିଙ୍ଗ୍‌ ଖାଁ ଶାହରୁଖ୍‌ଙ୍କ ସ୍ତ୍ରୀ ଗୌରୀ ଖାଁ ମଙ୍ଗଳବାର ୪୯ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୦ ଅକ୍ଟୋବର ୮ରେ ସେ ନୂଆଦିଲ୍ଲୀରେ ଏକ ପଞ୍ଜାବୀ...

ଶିବସେନା, କଂଗ୍ରେସ, ଏନ୍‌ସିପିର ରାଜ୍ୟପାଳଙ୍କ ସହ ହୋଇ ପାରିଲାନି ସାକ୍ଷାତ୍‌

ମୁମ୍ବାଇ,୧୬।୧୧: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଥିବା ବେଳେ ଏବେ କିନ୍ତୁ ସରକାର ଗଠନକୁ ନେଇ ଭାଜପା ଓ ଶିବସେନା ପାଗ ଭିଡୁଥିବା ଆଲୋଚନାର ବିଷୟ...

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଆଖି ବୁଜିଲେ ୧୫ ଦିନର ଶିଶୁ

ଶ୍ରୀନଗର,୨୯।୭: ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରିବା ଫଳରେ ସୀମାରେ ଥିବା ଲୋକେ ବିନା ଦୋଷରେ ଜୀବନ ହାରୁଛନ୍ତି। ରବିବାର ବିଳମ୍ବିତ ରାତିରେ ପାକିସ୍ତାନ ପକ୍ଷରୁ...

Leave a comment

Your email address will not be published. Required fields are marked *