ବାଣିଜ୍ୟ ଲିଡରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ,୭-୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୦-୨୧ ସାଧାରଣ ବଜେଟର ଅବ୍ୟବହିତ ପୂର୍ବରୁ ଦେଶର ବାଣିଜ୍ୟ ଲିଡରଙ୍କୁ ଭେଟିଛନ୍ତି। ଅର୍ଥ ବ୍ୟବସ୍ଥା ସାମ୍ନାରେ ରହିଥିବା ବିଭିନ୍ନ ଚ୍ୟାଲେଞ୍ଜ, ନିଯୁକ୍ତି ସୃଷ୍ଟି ଏବଂ ଅଭିବୃଦ୍ଧି ସମ୍ପର୍କିତ ବିଭିନ୍ନ ପଦକ୍ଷେପ ଉପରେ ବୈଠକରେ ଆଲୋଚନା ହୋଇଛି। ବୈଠକରେ ରିଲାଏନ୍ସ ଗ୍ରୁପ ଅଧ୍ୟକ୍ଷ ମୁକେଶ ଅମ୍ବାନୀ, ଟାଟା ଗ୍ରୁପର ସେବା ନିବୃତ୍ତ ଅଧ୍ୟକ୍ଷ ରତନ ଟାଟା, ଭାରତୀ ଏୟାରଟେଲ ଅଧ୍ୟକ୍ଷ ସୁନୀଲ ଭାରତୀ ମିତ୍ତଲ, ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ମହିନ୍ଦ୍ରା ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ବେଦାନ୍ତ ରିସୋସେର୍ସ ଅଧ୍ୟକ୍ଷ ଅନୀଲ ଅଗ୍ରଓ୍ବାଲ ଆଲୋଚନାରେ ସାମିଲ ହୋଇଥିଲେ। ଟାଟାସନ୍ସର ଅଧ୍ୟକ୍ଷ ଏନ୍‌.ଚନ୍ଦ୍ରଶେକରନ, ଟିଭିଏସ୍‌ ଅଧ୍ୟକ୍ଷ ଭେନୁ ଶ୍ରୀନିବାସନ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।


All Right Reserved By Dharitri.Com

ମୁଦ୍ରାନୀତି ବୈଠକ ପୂର୍ବରୁ ସୀତାରାମନ୍‌ଙ୍କୁ ଭେଟିଲେ ଗଭର୍ନର

ନୂଆଦିଲ୍ଲୀ,୨୫-୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଆସନ୍ତା ମୁଦ୍ରାନୀତି ସମୀକ୍ଷା ପୂର୍ବରୁ ଗଭର୍ନର ଶକ୍ତିକାନ୍ତ ଦାସ ମଙ୍ଗଳବାର ଏଠାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କୁ ଭେଟିଛନ୍ତି। ସରକାରଙ୍କ ଆର୍ଥିକ...

ବିଲ୍‌ ନେବା ଲାଗି ଗ୍ରାହକଙ୍କୁ ପ୍ରୋତ୍ସାହନ

ନୂଆଦିଲ୍ଲୀ,୫-୨: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) କ୍ଷେତ୍ରରେ ସାମଗ୍ରୀ କ୍ରୟରେ ଦୋକାନରୁ ବିଲ୍‌ ନେବା ଲାଗି ଗ୍ରାହକଙ୍କୁ ସରକାର ଉତ୍ସାହିତ କରିବାକୁ ଏକ ଯୋଜନା...

ପିଡିଏସ୍‌ରେ ମିଳିବ ଅତିରିକ୍ତ ୫ କିଲୋ ଖାଦ୍ୟଶସ୍ୟ

ନୂଆଦିଲ୍ଲୀ,୨୭। ୩: ଲକ୍‌ଡାଉନ ସମୟରେ ଦେଶର ୮୦ କୋଟି ରାଶନକାର୍ଡଧାରୀ ଯେଭଳି କେହି ଭୋକିଲା ନ ରୁହନ୍ତି ତାକୁ ଧ୍ୟାନରେ ରଖି ସରକାର ଗୁରୁବାର ଅତିରିକ୍ତ...

ନୂଆ ଏମ୍‌ଡିଙ୍କୁ ନିଯୁକ୍ତି ଦେବ ରିଲାଏନ୍ସ

  ନୂଆଦିଲ୍ଲୀ,୧୪-୧: ବଜାର ନିୟନ୍ତ୍ରକ ସେବିର ଆଦେଶ ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ନୂଆ ଏମ୍‌ଡିଙ୍କୁ ନିଯୁକ୍ତି ଦେବ ବୋଲି ଜଣାପଡିଛି। ଗୋଟିଏ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି)...

ଇଣ୍ଡିଗୋ ପ୍ରମୋଟରଙ୍କ ଝଗଡା ସେବିରେ ପହଞ୍ଚିଲା

ମୁମ୍ବାଇ,୧୦-୭: ଦେଶର ସର୍ବବୃହତ୍‌ ଘରୋଇ ଏୟାରଲାଇନ ଭାବେ ପରିଚିତ ଇଣ୍ଡିଗୋ ଏୟାରଲାଇନ୍ସର ପ୍ରମୋଟରଙ୍କ ଭିତରେ ଆରମ୍ଭ ହୋଇଥିବା ଝଗଡା ଏବେ ଷ୍ଟକ୍‌ ଏକ୍ସଚେଞ୍ଜ ନିୟନ୍ତ୍ରକ ସିକ୍ୟୁରିଟିଜ...

ମୋଦି ୨.୦ର ପ୍ରସ୍ତୁତି; ଉଜ୍ଜ୍ୱଳାରେ ୫ କେଜିର ସିଲିଣ୍ଡର ହେବ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୨୯-୫: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଯୋଗୁ ଗ୍ରାମାଞ୍ଚଳର ମହିଳାମାନଙ୍କ ଭୋଟ୍‌ ହାତେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଦ୍ୱିତୀୟ କାର୍ଯ୍ୟକାଳରେ ଆଉ ଏକ...

ରେଲଓ୍ବେ ସେବା ମିଶ୍ରଣକୁ ଅଧିକାରୀଙ୍କ ବିରୋଧ

ନୂଆଦିଲ୍ଲୀ,୧୧-୧: ରେଲଓ୍ବେର ବିଭିନ୍ନ ସେବା ମିଶ୍ରଣ ନେଇ ସରକାର ନିକଟରେ ଘୋଷଣା କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ରେଲଓ୍ବେର ଅଧିକାରୀ ଏବଂ କର୍ମଚାରୀମାନେ ବିରୋଧ...

ଟିକସ ହ୍ରାସ ନେଇ ପରାମର୍ଶ ଲୋଡିଲା ଅର୍ଥମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୪-୧୧: ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ କ୍ଷେତ୍ରରେ ବିଭିନ୍ନ ପରିବର୍ତ୍ତନ ଆଣିବା ଲାଗି ସରକାର ଯୋଜନା ରଖିଛନ୍ତି। ଆଗାମୀ ବଜେଟରେ ଏଥି ସଂକ୍ରାନ୍ତ ଘୋଷଣା...

Leave a comment

Your email address will not be published. Required fields are marked *