ଜେଏନ୍‌ୟୁ ହିଂସା: ମୋଦିଙ୍କୁ ଟାର୍ଗେଟ କଲେ ବିରୋଧୀ

ନୂଆଦିଲ୍ଲୀ,୬।୧: ରାଜଧାନୀ ଦିଲ୍ଲୀରେ ଥିବା ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନୟୁ)ରେ ରବିବାରଠାରୁ ଉପୁଜିଥିବା ହିଂସା ଘଟଣାକୁ ନେଇ ଏବେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିରୋଧୀ। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରିହାସ କରିଛନ୍ତି। ଉଦାର ଗଣତନ୍ତ୍ର ପାଇଁ ଭାରତ ବିଶ୍ୱରେ ପରିଚିତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଭଳି ନିର୍ବୋଧ ବ୍ୟକ୍ତିଙ୍କ ପାଇଁ ଜେଏନ୍‌ୟୁ ପରିସରରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ପ୍ରିୟଙ୍କା ଟୁଇଟ୍‌ କରିଛନ୍ତି। ଅନ୍ୟପଟେ ଦିଗ୍‌ବିଜୟ କହିଛନ୍ତି ଏ ସମସ୍ତ ଘଟଣା ଶାହାଙ୍କ ପରାମର୍ଶ କ୍ରମେ ହୋଇଛି। ତେଣୁ ସେ ଇସ୍ତଫା ଦିଅନ୍ତୁ ବୋଲି ଦିଗ୍‌ବିଜୟ ଦାବି କରିଛନ୍ତି।


All Right Reserved By Dharitri.Com

ଜମ୍ମୁ-କଶ୍ମୀରରେ ସନ୍ଦିଗ୍ଧଙ୍କୁ ଦେଖି ଆଲର୍ଟରେ ସୁରକ୍ଷାକର୍ମୀ

ଶ୍ରୀନଗର,୨।୧୦: ଜମ୍ମୁ-କଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଭାରତରେ ଅନୁପ୍ରବେଶ ଲାଗି ଉଦ୍ୟମ ଚଳାଇଛି ପାକିସ୍ତାନ। ବୁଧବାର ଉଧମପୁର ଅଞ୍ଚଳରେ କିଛି ସନ୍ଦିଗ୍ଧଙ୍କୁ ଦେଖିବାକୁ ମିଳିଛି।...

ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ନାମ ଲେଖାଇବେ ରାଜୌରିର ପ୍ରଥମ ଛାତ୍ରୀ

ରାଜୌରି,୨୬।୮: ଜମ୍ମୁ-କଶ୍ମୀରର ରାଜୌରି ଜିଲାରେ ଇରମିମ ଶମିମ ନାମକ ଜଣେ ଛାତ୍ରୀ ପ୍ରଥମ କରି ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌ (ଏମ୍ସ)ରେ ଏମ୍‌ବିବିଏସ୍‌...

ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଇଡିର ଆବେଦନ ଖାରଜ: ବିଚାର ବିଭାଗୀୟ ହାଜତକୁ ଗଲେ ଚିଦାମ୍ବରମ୍‌

ନୂଆଦିଲ୍ଲୀ,୩୦।୧୦: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଗିରଫ ହୋଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମଙ୍କୁ ମିଳିଲାନି ଆଶ୍ୱସ୍ତି। ବୁଧବାର ଦିଲ୍ଲୀର ସ୍ବତନ୍ତ୍ର...

ମହିଳା ତହସିଲଦାରଙ୍କ ଘରେ ଚଢ଼ାଉ

ହାଇଦ୍ରାବାଦ,୧୧।୭: ତେଲେଙ୍ଗାନା ରେଡ୍ଡି ଜିଲାର ଜଣେ ମହିଳା ତହସିଲଦାରଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ଆଣ୍ଟି କରପଶନ୍‌ ବ୍ୟୁରୋ(ଏସିବି) ପକ୍ଷରୁ ଚଢ଼ାଉ କରାଯାଇଛି। ମହିଳା ତହସିଲଦାର...

ଶିଶୁଙ୍କୁ ଯୌନ ନିର୍ଯାତନା ନେଇ କଠୋର ହେଲେ ସୁପ୍ରିମକୋର୍ଟ:ସବୁ ଜିଲାରେ ହେବ ପୋକ୍ସୋ କୋର୍ଟ

ନୂଆଦିଲ୍ଲୀ,୨୬।୭(ପି.ଟି.):ଦେଶରେ ଶିଶୁଙ୍କ ପ୍ରତି ଯୌନ ନିର୍ଯାତନା ମାମଲା ବଢ଼ିବାରେ ଲାଗିଛି। ଏପରି କି କେତେକ ଜିଲାରେ ଏଭଳି ଶତାଧିକ ମାମଲା ଗଡ଼ୁଛି। ସୁପ୍ରିମକୋର୍ଟ ଏହାକୁ ଦୃଷ୍ଟିରେ...

ପ୍ରଥମଥର ନୂଆବୋହୂ ହାତ ରନ୍ଧା ଖାଇ ଡାକ୍ତରଖାନାରେ ପୂରା ପରିବାର

ଲକ୍ଷ୍ନୌ,୬।୮:ଉତ୍ତର ପ୍ରଦେଶର ମୁରାଦାବାଦ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହ ପରେ ନୂଆବୋହୂର ହାତରନ୍ଧା ପ୍ରଥମଥର ଖାଇ ଡାକ୍ତରଖାନାରେ ପହଞ୍ଚିଛନ୍ତି ପୂରା ପରିବାର। ଖାଦ୍ୟରେ ନିଶା...

ନିର୍ବାଚନ ସମୟରେ ହୃଦ୍‌ଘାତରେ ଭୋଟରଙ୍କ ମୃତ୍ୟୁ

ସାହିବଗଞ୍ଜ,୨୦।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଏହି ସମୟରେ ସାହିବଗଞ୍ଜ ଜିଲାର ବୋରିଓଠାରେ...

ରାଷ୍ଟ୍ରପତି ଦେଲେ ମଞ୍ଜୁରୀ: ନଭେମ୍ବର ୧୮ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେବେ ଶରଦ ଅରବିନ୍ଦ ବୋବଡେ

ନୂଆଦିଲ୍ଲୀ,୨୯।୧୦: ଆସନ୍ତା ନଭେମ୍ବର ୧୮ରେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ। ସିଆଇଜେଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ...

Leave a comment

Your email address will not be published. Required fields are marked *