Posted inଖେଳ

‘ବନ୍ଦେ ମାତରମ୍‌’ରେ କମ୍ପିଲା ଗୁଆହାଟୀ ଷ୍ଟାଡିୟମ୍‌

ଗୁଆହାଟୀ,୬।୯: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ବର୍ଷା କାରଣରୁ ବାତିଲ ହୋଇଛି। ଟସ୍‌ ପରେ ଗୋଟିଏ ବି ବଲ ପଡିବା ପୂର୍ବରୁ ମ୍ୟାଚକୁ ବାତିଲ କରିଦିଆଯାଇଛି। ଟସ୍‌ ପରେ ଲଗାତର ବର୍ଷା କାରଣରୁ ମ୍ୟାଚ ଆରମ୍ଭ ହୋଇପାରି ନ ଥିଲା। ମ୍ୟାଚ ବାତିଲ ହେବା ଦ୍ୱାରା ଷ୍ଟାଡିୟମରେ ଉପସ୍ଥିତ ହଜାର ହଜାର ସଂଖ୍ୟକ ଦର୍ଶକଙ୍କୁ ନିରାଶ ହେବାକୁ ପଡିଥିଲା। କିନ୍ତୁ ଷ୍ଟାଡିୟମରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ବର୍ଷା ପରେ ପଡିଆକୁ ଶୁଖାଇବା ପାଇଁ ଗ୍ରାଉଣ୍ଡ ଷ୍ଟାଫମାନେ ଚେଷ୍ଟା କରୁଥିବାବେଳେ ଷ୍ଟାଡିୟମରେ ଉପସ୍ଥିତ ପ୍ରାୟ ୩୦ ହଜାର ଦର୍ଶକ ଏକସଙ୍ଗରେ ଛିଡା ହୋଇ ମୋବାଇଲ୍‌ ଫ୍ଲାସ୍‌ ଅନ୍‌ କରି ବନ୍ଦେ ମାତରମ୍‌ ଗାଇବାକୁ ଲାଗିଥିଲେ। ବିସିସିଆଇ ନିଜ ଟୁଇଟର୍‌ ପେଜ୍‌ରେ ଏହାର ଏକ ଭିଡିଓ ଶେୟାର କରିଛି। ଏପରିକି ଶ୍ରୀଲଙ୍କ କ୍ରିକେଟରମାନେ ମଧ୍ୟ ନିଜ ସୋସିଆଲ ଆକାଉଣ୍ଟରେ ଏହି ଭିଡିଓକୁ ଶେୟାର କରିବାକୁ ପଛାଇନାହାନ୍ତି। ସିରିଜର ଦ୍ୱିତୀୟ ମ୍ୟାଚ ଆସନ୍ତା ୭ ତାରିଖରେ ଇନ୍ଦୋରରେ ଖେଳାଯିବ।


All Right Reserved By Dharitri.Com

Posted inଖେଳ View All

ଶୀର୍ଷ ସ୍ଥାନ ବଜାୟ ରଖିଲେ ସ୍ମିଥ, କୁମିନ୍ସ

ଦୁବାଇ,୧୬।୯: ଅଷ୍ଟ୍ରେଲିଆନ୍‌ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଓ ବୋଲର ପ୍ୟାଟ କୁମିନ୍ସ ଆଇସିସି ଟେଷ୍ଟ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଆଶେସ ସିରିଜ୍‌...

ହାର୍ଦ୍ଦିକଙ୍କୁ ସମାଲୋଚନା

ନୂଆଦିଲ୍ଲୀ,୮।୧୦: ପୂର୍ବତନ ପେସର ଜାହିର ଖାନ ସୋମବାର ୪୧ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ତାଙ୍କୁ ସାଥୀ ଖେଳାଳି ଓ ବର୍ତ୍ତମାନ ଖେଳାଳିମାନେ ଶୁଭେଚ୍ଛା...

ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଧାରା ସଂଶୋଧନ ନେଇ ସିଓଏର ପ୍ରସ୍ତାବ

ନୂଆଦିଲ୍ଲୀ,୧୬।୧୦(ପି.ଟି.) – ଖୁବ୍‌ ଶୀଘ୍ର ପୂର୍ବତନ କ୍ରିକେଟରମାନଙ୍କୁ କ୍ରିକେଟ ପ୍ରଶାସନରେ ଏକାଧିକ ଭୂମିକାରେ ଦେଖିବାକୁ ମିଳିବ। ଏନେଇ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଧାରା ଅନ୍ତରାୟ ସୃଷ୍ଟି...

ଅଲ ଇଂଲଣ୍ଡ ଟୁର୍ନାମେଣ୍ଟରୁ ଓହରିଲେ ଭାରତୀୟ ବ୍ୟାଡ୍‌ମଣ୍ଟନ ଖେଳାଳି

ନୂଆଦିଲ୍ଲୀ,୬।୩(ପି.ଟି.)- ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି କରୋନା ଭାଇରସ ଭୟରେ ଆସନ୍ତା ସପ୍ତାହରେ ହେବାକୁ ଥିବା ଅଲ ଇଂଲଣ୍ଡ ଚାମ୍ପିୟନଶିପ୍‌ ଇଭେଣ୍ଟରୁ ଓହରି ଯାଇଛନ୍ତି। ଏଚ୍‌ଏସ୍‌ ପ୍ରଣୟଙ୍କ...

ଅଷ୍ଟ୍ରେଲିଆରେ ଟେଷ୍ଟ ପଦାର୍ପଣ କରିବାରେ ନସୀମ ଶାହ ସର୍ବକନିଷ୍ଠ କ୍ରିକେଟର

ବ୍ରିସ୍‌ବେନ,୨୧।୧୧- ୧୬ ବର୍ଷୀୟ ପାକିସ୍ତାନୀ ପେସର ନସୀମ ଶାହ ଗୁରୁବାର ସର୍ବକନିଷ୍ଠ କ୍ରିକେଟର ଭାବେ ଅଷ୍ଟ୍ରେଲିଆରେ ଟେଷ୍ଟ ପଦାର୍ପଣ କରିଛନ୍ତି। ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ...

ଭାରତୀୟ ଦଳର ଟେଷ୍ଟ ଜର୍ସି ଉନ୍ମୋଚିତ

ନୂଆଦିଲ୍ଲୀ,୨୧।୮(ପିଟି): ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ସହ ଭାରତୀୟ ଦଳ ତା’ର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଅଭିଯାନ ଆରମ୍ଭ କରିବ। ଏହି...

ଅଜୟ,ସୌରଭ, ଲକ୍ଷ୍ୟଙ୍କ ବିଜୟ ଅଭିଯାନ

ନୂଆଦିଲ୍ଲୀ,୩।୭(ପି.ଟି.)- ଭାରତୀୟ ଶଟଲର ଅଜୟ ଜୟରାମ, ସୌରଭ ବର୍ମା ଓ ଲକ୍ଷ୍ୟ ସେନ ଏଠାରେ ଚାଲିଥିବା କାନାଡା ଓପନ ସୁପର ୧୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ବିଜୟ...

ଜାତୀୟ ସିନିୟର ଟେନିସ କ୍ରିକେଟ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର, ୨୧।୫(କ୍ରୀଡ଼ା ପ୍ରତିନିଧି)- ଚଳିତ ମାସ ୨୩ରୁ ୨୬ ପର୍ଯ୍ୟନ୍ତ ଗୋଆର ପଞ୍ଜିମ୍‌ଠାରେ ୪ର୍ଥ ଜାତୀୟ ସିନିୟର ଟେନିସ କ୍ରିକେଟ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏଥିପାଇଁ...

Leave a comment

Your email address will not be published. Required fields are marked *