ମସଜିଦ୍‌ରେ ହେବ ହିନ୍ଦୁ ବିବାହ: କନ୍ୟାଙ୍କୁ ମିଳିବ ୧୦ ତୋଳା ସୁନା ଏବଂ ୨ଲକ୍ଷ ଟଙ୍କା…

ଅଲପ୍ପୁଝା, ୬।୧: ଦେଶରେ ବିଭିନ୍ନ ସମ୍ପ୍ରଦାୟକୁ ନେଇ ରାଜନୀତି ଜାରି ରହିଛି। ଏପରିସ୍ଥଳେ କେରଳରେ ସାମ୍ପ୍ରଦାୟିକ ସଦ୍‌ଭାବର ଏକ ଉଦାହରଣ ଦେଖିବାକୁ ମିଳିଛି। ସ୍ଥାନୀୟ ଅଲପ୍ପୁଝାର ଚେରୁବଲ୍ଲୀଠାରେ ଏକ ମସଜିଦ୍‌ରେ ହିନ୍ଦୁ ରୀତିନୀତିରେ କନ୍ୟା-ବରଙ୍କ ବିବାହ ଅନୁଷ୍ଠିତ ହେବ। ଏହି ବିବାହରେ କନ୍ୟାଙ୍କୁ ୧୦ ତୋଳା ସୁନା ଏବଂ ୨ ଲକ୍ଷ ଟଙ୍କା ଉପହାର ଦିଆଯିବ ବୋଲି ଚେରୁବଲ୍ଲୀ ମୁସ୍ଲିମ୍‌ ଜମାତ ସମିତି ପକ୍ଷରୁ କୁହାଯାଇଛି। ଏହି ବିବାହ ଜାନୁୟାରୀ ୧୯ରେ ହେବ। ୨୨ ବର୍ଷ ବୟସ୍କା କନ୍ୟା ଅଞ୍ଜୁଙ୍କ ବିବାହ ଶରତ ଶଶିଙ୍କ ସହିତ ସମ୍ପନ୍ନ ହେବ। ଅଞ୍ଜୁଙ୍କ ପିତା ଅଶୋକନଙ୍କ ମୃତ୍ୟୁ ଘଟିଥିବାରୁ ଏପରି କରାଯାଉଥିବା ମୁସ୍ଲିମ୍‌ ଜମାତ ସମିତ ସମ୍ପାଦକ ନୁଜୁମୁଦ୍ଦିନ୍‌ ଅଲୁମୁଟିଲ୍‌ ସୂଚନା ଦେଇଛନ୍ତି। ସମିତି ପକ୍ଷରୁ ହଜାର ଲୋକଙ୍କର ଭୋଜନ ବ୍ୟବସ୍ଥା କରାଯାଇଛି। ଏବେ ବିବାହ କାର୍ଡ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।


All Right Reserved By Dharitri.Com

ବଜେଟ୍‌ ଅଧିବେଶନର ପ୍ରଥମ ଦିନ: ଲୋକ ସଭାରେ ରାହୁଲ ଅନୁପସ୍ଥିତ

ନୂଆଦିଲ୍ଲୀ,୧୭।୬: ନୂଆ ଲୋକ ସଭାର ବଜେଟ୍‌ ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅନୁପସ୍ଥିତ ରହିଛନ୍ତି। ସେ କେରଳର ଓ୍ବାୟନାଡ୍‌ ଗସ୍ତରୁ ଆସି...

ଭାଜପା ପାଇଁ ପ୍ରଚାର କଲେ ରେସ୍‌ଲର ଖଲି

କୋଲକାତା,୨୬।୪: ଚଳିତ ଲୋକ ସଭା ନିର୍ବାଚନରେ କେତେଜଣ ବଲିଉଡ୍‌ ସେଲିବ୍ରିଟି, ସ୍ପୋର୍ଟସ୍‌ ପର୍ସନ୍‌ ରାଜନୀତି ମଇଦାନକୁ ଆସିଥିବା ଦେଖାଯାଇଛି। ଏହି କ୍ରମରେ ରେସଲର ଦଲିପ ସିଂ...

ଚନ୍ଦ୍ରୟାନ-୨: ମହିଳା ବୈଜ୍ଞାନିକଙ୍କ ଉପରେ ଗୁରୁ ଦାୟିତ୍ୱ

ବେଙ୍ଗାଲୁରୁ,୨୨।୭: ଚନ୍ଦ୍ରାୟାନ-୨ର ନେତୃତ୍ୱ ୨ ମହିଳା ବୈଜ୍ଞାନିକଙ୍କୁ ଦିଆଯାଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ମହାକାଶ ମିଶନରେ ଏହା ପ୍ରଥମ ଥର ହେବାକୁ ଯାଉଛି।...

ପ୍ରିୟଙ୍କାଙ୍କୁ କଂଗ୍ରେସ ଅଧ୍ୟକ୍ଷ ଭାବେ ଦେଖିବାକୁ ଚାହୁଁ ନାହାଁନ୍ତି ରାହୁଲ

ନୂଆଦିଲ୍ଲୀ,୩୦।୭: ଏବେ କଂଗ୍ରେସର ଅଧ୍ୟକ୍ଷ ପଦ ଖାଲି ପଡିଥିବା ବେଳେ ଏହାକୁ ନେଇ ଚାଲିଛି ଅଙ୍କକଷା। ହେଲେ ଏହା ଛିଡି ପାରୁ ନାହିଁ। ଗୋଟିଏ ଦିନ...

କଂଗ୍ରେସକୁ ଝଟ୍‌କା: ମହାବଲ ମିଶ୍ରାଙ୍କ ପୁଅ ବିନୟ ଏଏପିରେ ସାମିଲ

ନୂଆଦିଲ୍ଲୀ,୧୩।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ଶକ୍ତ ଝଟ୍‌କା ଲାଗିଛି। ଦଳର ବରିଷ୍ଠ ନେତା ତଥା ପୂର୍ବତନ ଏମ୍‌ପି ମହାବଳ ମିଶ୍ରାଙ୍କ ପୁଅ...

ଭୁଲ୍‌ରେ ଫ୍ରିଜ୍‌ରେ ରଖନ୍ତୁ ନାହିଁ ଏହି ୬ଟି ଜିନିଷ

ସାଧାରଣତଃ ବ୍ୟସ୍ତବହୁଳତା ଜୀବନ ଯୋଗୁ ଲୋକମାନେ ସପ୍ତାହର ପନିପରିବା ଆଣି ଫ୍ରିଜ୍‌ରେ ରଖିଦେଇଥାନ୍ତି। ପ୍ରାୟ ସମୟରେ ଏହି ପନିପରିବା ବହୁଦିନ ପର୍ଯ୍ୟନ୍ତ ଫ୍ରିଜ୍‌ରେ ରହିଯାଇଥାଏ। ହେଲେ...

ବିଭୀଷଣଙ୍କୁ ଦେଖିଲେ କଂଗ୍ରେସ ସଦସ୍ୟଙ୍କୁ ମନେପଡୁଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ !

ନୂଆଦିଲ୍ଲୀ,୧୬।୪: ଦେଶରେ କରୋନା ସଂକ୍ରମଣକୁ ନେଇ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଏପରିସ୍ଥଳେ କୌଣସି ନୂଆ ଶୁଟିଂ ନ ହୋଇ ପାରିବାରୁ ରାମାନନ୍ଦ ସାଗରଙ୍କ ଦ୍ୱାରା...

ପ୍ରେମରେ ପଡ଼ିଲେ ବଢେ ଶରୀରର ଓଜନ

ଅଷ୍ଟ୍ରେଲିଆର ସେଣ୍ଟ୍ରାଲ୍‌ କୁଇନ୍ସ ଲ୍ୟାଣ୍ଡ ୟୁନିଭର୍ସିଟିରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ପ୍ରେମରେ ପଡିବା ପରେ ଉଭୟେ ଝିଅ ଓ ପୁଅଙ୍କ ଶରୀରର ଓଜନ ବୃଦ୍ଧି...

Leave a comment

Your email address will not be published. Required fields are marked *