ଖଣି ଦୁର୍ନୀତି ମାମଲା : ହାଜର ହେଲେ ୯ରୁ ୮ କମ୍ପାନୀଜରିମାନା ଅର୍ଥ ନ ଦେଲେ ସମ୍ପତ୍ତି ବାଜ୍ୟାପ୍ତି

କେନ୍ଦୁଝର, ୨ା୬(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜିଲାରେ ବହୁଚର୍ଚ୍ଚିତ ଖଣି ଦୁର୍ନୀତିରେ ସମ୍ପୃକ୍ତ ଜିଲାର ଖଣି କମ୍ପାନୀ ଆଗାମୀ ୭ରୁ ୧୫ ଦିନ ମଧ୍ୟରେ ଜରିମାନା ପୈଠ ନ କଲେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ସମ୍ପତ୍ତି ବାଜ୍ୟାପ୍ତି କରାଯିବ ବୋଲି ଶନିବାର କୋର୍ଟ ପକ୍ଷରୁ ସତର୍କ କରାଇଦିଆଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜରିମାନା ପୈଠ କରି ନ ଥିବା ଜିଲାର ୯ଟି ଖଣି ସଂସ୍ଥା ବିରୋଧରେ ସ୍ଥାନୀୟ ଜିଲାପାଳଙ୍କ କୋର୍ଟରେ ସମ୍ପତ୍ତି ବାଜ୍ୟାପ୍ତି ମାମଲା (ସାର୍ଟିଫିକେଟ କେସ) ଚାଲିଛି। ଶନିବାର ଉକ୍ତ ମାମଲାର ଶୁଣାଣି ହୋଇଥିଲା। କୋର୍ଟରେ ହାଜର ହେବା ସକାଶେ ୯ ଖଣିକୁ ନୋଟିସ୍‌ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ମାଲା ରାୟ, ବିପିଏମଇ, ଏମଆର ଦାସ, ମିନେରାଲ ଟ୍ରେଡିଂ ସିଣ୍ଡିକେଟ, ଏସସି ପାଢୀ, ମେସ୍କୋର ଦୁଇଟି ଖଣି, ଏସଏନ ଦାସ ମହାପାତ୍ର ଖଣିର ପ୍ରତିନିଧି ଉପସ୍ଥିତ ଥିବା ବେଳେ ଭଞ୍ଜ ମିନେରାଲ ପକ୍ଷରୁ କେହି ଆସି ନ ଥିଲେ। କେତେକ ଖଣି ସଂସ୍ଥା ଉଚ୍ଚ ନ୍ୟାୟାଳୟର କେସ ପେଣ୍ଡିଂ ଥିବା ଦର୍ଶାଇ ସମୟ ଗଡାଉଥିବାରୁ କୋର୍ଟ ତାହାକୁ ଏଣିକି ଗ୍ରହଣ କରିବେନାହିଁ ବୋଲି ମନା କରିଦେଇଥିଲେ। ଏନେଇ ଖଣି ସଂସ୍ଥା ଅଡୁଆରେ ପଡିଯାଇଛନ୍ତି। ମାମଲାର ଶୁଣାଣି ବେଳେ ମାଲା ରାୟ, ବିପିଏମଇ, ଏସସି ପାଢୀ, ମିନେରାଲ ଟ୍ରେଣ୍ଡିଂ ସିଣ୍ଡିକେଟ ଅଧିକ ସମୟ ମାଗିବାରୁ ସେମାନଙ୍କୁ ୧୫ ଦିନ ମହଲତ ଦିଆଯାଇଥିବା ଜଣାପଡିଛି। ଏମଆର ଦାସ, ମେସ୍କୋର ଦୁଇଟି ଖଣି, ଏସଏନ ଦାସ ମହାପାତ୍ରଙ୍କ ଖଣିକୁ ୭ ଦିନ ସମୟ ଦିଆଯାଇଛି। ଏହି ସମୟ ମଧ୍ୟରେ ଜରିମାନା ପୈଠ ନ କଲେ ସମ୍ପତ୍ତି ବିକ୍ରି ପାଇଁ ନୋଟିସ (ଓାରେଣ୍ଟ ଅଫ ସେଲ) ଜାରି କରାଯିବା ସହ ‘ଆରେଷ୍ଟ ଅଫ ଓାରେଣ୍ଟ’ ଇସ୍ୟୁ କରାଯିବ ବୋଲି ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ସର୍ବୋଚ୍ଚ ନ୍ୟାୟାଳୟର ଚାପ ପଡୁଥିବାରୁ ଜିଲା ପ୍ରଶାସନ ଉକ୍ତ ମାମଲାକୁ ତୁରନ୍ତ ଶେଷ କରିବାକୁ ଉଦ୍ୟମ କରୁଛି। ପରବର୍ତ୍ତୀ ଶୁଣାଣି ଜୁନ ୨୨ରେ ହେବ ବୋଲି ଜଣାପଡିଛି।
ଉଲ୍ଲେଖନୀୟ ଯେ, କେନ୍ଦୁଝର ଜିଲାରେ ସମୁଦାୟ ୩୩ ଖଣି ମଧ୍ୟରୁ ୨୪ କମ୍ପାନୀ ବିରୋଧରେ କେସ ରୁଜୁ ହୋଇଛି। ମୋଟ ୬୩ଶହ କୋଟି ଟଙ୍କାର ଜରିମାନା ଆଦାୟ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ବେଳେ ଅଦ୍ୟାବଧି ମାତ୍ର ୫୨୦ କୋଟି ଆଦାୟ ହୋଇଛି। ସେଥିରୁ ପାଖାପାଖି ଓଏମଡିସି ୫୧୧ କୋଟି ଟଙ୍କା ଦେଇଥିବା ବେଳେ ବିଡି ପଟ୍ଟନାୟକ ୧ କୋଟି, ଡକ୍ଟର ସରୋଜିନୀ ପ୍ରଧାନ ୧ କୋଟି, ବିପିଏମଇ ୨ କୋଟି, ନାରାୟଣୀ ସନ୍ସ ପାଖାପାଖି ୨ କୋଟି ଟଙ୍କା ଜମା କରିଥିବା ଜଣାପଡିଛି। କେତେକ ଖଣି ସଂସ୍ଥା ଏନେଇ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସେଠାରୁ ନିରାଶ ହୋଇ ଫେରିଥିବାରୁ ଜରିମାନା ଅର୍ଥ ଜମା ଦେବେ ନଚେତ ସମ୍ପତ୍ତି ବାଜ୍ୟାପ୍ତି ହେବା ନିଶ୍ଚିତ ବୋଲି ଆଇନଜୀବୀମାନେ କହିଛନ୍ତି।


All Right Reserved By

ସରିଲା ଲଗ୍ନଧରା: ୩୦ରେ ଟୁସୁ – ଶଙ୍କରଙ୍କ ବିବାହ

ବାଲେଶ୍ୱର ଅଫିସ, ୧୯।୫-ବାଲେଶ୍ୱରର ଲୋକପର୍ବ ଜଉକଣ୍ଢେଇ ବାହାଘର ଉତ୍ସବ କମିଟି ପକ୍ଷରୁ ଚଳିତବର୍ଷ ଟୁସୁ ଓ ଶଙ୍କରଙ୍କର ଲଗ୍ନଧରା ଶ୍ୟାମସୁନ୍ଦର ମନ୍ଦିର ପରିସରରେ ଶନିବାର ଅନୁଷ୍ଠିତ...

ଘଷିପୁରାରେ ବଦ୍ରି ପାତ୍ର ଆଗୁଆ

ଆନନ୍ଦପୁର/ ହାଟଡିହୀ(ସ୍ବ.ପ୍ର/ଡି.ଏନ.ଏ),୨୩। ୫: କେନ୍ଦୁଝର ଜିଲାର ବହୁ ଚର୍ଚ୍ଚିତ ଘଷିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ସରିଛି। ବିଜେଡିର ବଦ୍ରି ନାରାୟଣ...

ଅଙ୍ଗନୱାଡ଼ି ଶିଶୁଙ୍କ ଜଳଖିଆରେ ପୋକ

ରୂପ୍‌ସା, ୭।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ସାନଖୁଡ଼ି ଅଙ୍ଗନୱାଡ଼ି କେନ୍ଦ୍ର-୨ରେ ଶନିବାର ଶିଶୁଙ୍କୁ ଦିଆଯାଇଥିବା ଜଳଖିଆରେ ପୋକ ବାହାରିବାରୁ ଉତ୍ତେଜନା ଦେଖାଦେଇଛି। ଏହି ଖବର ପ୍ରଚାରିତ...

ଋଣଭାର ସହି ନ ପାରି ଛତୁ ଚାଷୀଙ୍କ ଆତ୍ମହତ୍ୟା

ସୋର, ୧୭ା୬(ଡି.ଏନ.ଏ.)-ରଜ ମଉଜରେ ସମସ୍ତେ ମଜାମସ୍ତିରେ ମାତିଥିବା ବେଳେ ବାଲେଶ୍ୱର ଜିଲା ସୋର ବ୍ଲକ ମାଣତ୍ରୀ ପଞ୍ଚାୟତ ନୂଆପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ହାତୀପଲ ଉଜାଡ଼ିଲେ ମକା ଫସଲ

ଚମ୍ପୁଆ, ୩ା୭(ଡି.ଏନ.ଏ.)-ଚମ୍ପୁଆ ରେଞ୍ଜରେ ବଢୁଥିବା ହାତୀ ଉପଦ୍ରବ କମୁ ନ ଥିବା ବେଳେ ବନବିଭାଗର ହାତୀ ଘଉଡାଇବା ଉଦ୍ୟମ ଫେଲ ମାରୁଛି। ଏହି ଉପଦ୍ରବ ଫଳରେ...

ଥମୁନି ହାତୀ ଉପଦ୍ରବ

ଔପଦା, ୧୧।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ଗଡ଼ସାହି ପଞ୍ଚାୟତ ଗଡ଼ସାହି ଓ ଭରଡ଼ାବାଟି ଗ୍ରାମରେ ହାତୀ ଉପଦ୍ରବ ଥମିବାର ନଁା ଧରୁନି। ଫଳରେ ଚାଷୀମାନେ ଅସନ୍ତୁଷ୍ଟ...

ସରକାରୀ ସହାୟତା ସ୍ବପ୍ନ

ବନ୍ତ, ୧୨।୭(ଡି.ଏନ.ଏ.) – କେନ୍ଦ୍ର ଓ ରାଜ୍ୟ ସରକାର ଦିବ୍ୟାଙ୍ଗମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷ୍ୟରେ ବିଭିନ୍ନ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସେମାନଙ୍କୁ...

ଡମ୍ପର ଧକ୍କାରେ ବାଇକ ଆରୋହୀ ମୃତ: ଗାଡି ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ରୂପ୍‌ସା/ବସ୍ତା, ୪।୭(ସ୍ବ.ପ୍ର.)-ବାଲେଶ୍ୱର ସଦର ବ୍ଲକ ସାର୍ଥା ଫାଣ୍ଡି ଅନ୍ତର୍ଗତ ସାର୍ଥା ଓଡ଼ିଶାଳ ଶିବ ମନ୍ଦିରଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *