Posted inଖେଳ

ସୌମ୍ୟଙ୍କୁ ୫୮ତମ ଓପନ୍‌ ଚେସ୍‌ ଟାଇଟଲ

ଭୁବନେଶ୍ୱର, ୬।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ (ଓଏସ୍‌ସିଏ) ଓ ୟୁନିକ୍‌ ଫାଉଣ୍ଡେଶନର ମିଳିତ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲା ବୋଲଗଡ଼ର ଅସରାଳସ୍ଥିତ ହରିହର ବିଦ୍ୟାପୀଠରେ ୨ୟ ଦେବରାଜ କର ମେମୋରିଆଲ ଓପନ୍‌ ର଼୍ୟାପିଡ୍‌ ଚେସ୍‌ ଚାମ୍ପିୟନଶିପ୍‌ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ନାମେଣ୍ଟରେ ଫିଡେ ମାଷ୍ଟର ସୌମ୍ୟରଞ୍ଜନ ମିଶ୍ର ଚାମ୍ପିୟନ ହୋଇଛନ୍ତି। ୭ ରାଉଣ୍ଡବିଶିଷ୍ଟ ପ୍ରତିଯୋଗିତାରେ ସୌମ୍ୟ ୬.୫ ପଏଣ୍ଟ ସହ ଏହି ସଫଳତା ପାଇଛନ୍ତି। ସୌମ୍ୟଙ୍କ କ୍ୟାରିୟରର ଏହା ହେଉଛି ୫୮ତମ ଓପନ୍‌ ଚେସ୍‌ ଟାଇଟଲ। ମାନସ ରଞ୍ଜନ ପରିଡ଼ା ୬ ପଏଣ୍ଟ ସହିତ ରନର୍ସଅପ୍‌ ହୋଇଛନ୍ତି। ଅନ୍ୟ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥିତପ୍ରଜ୍ଞ ସାହୁ, ସୃଜନ ରାୟ, ରବୀନ୍ଦ୍ର କୁମାର ଓଝା, ଅବିନାଶ ବଳିୟାରସିଂ, ଶିଶିର କୁମାର ନାୟକ, ପ୍ରକାଶ ଚନ୍ଦ୍ର ସାହୁ, ଧୀରେନ୍ଦ୍ର କୁମାର ଦାସ ଏବଂ ଓମ୍‌ ଆଦିତ୍ୟ ଖାଡ଼ଙ୍ଗା ଯଥାକ୍ରମେ ୩ୟରୁ ୧୦ମ ସ୍ଥାନ ଅଧିକାର କରିଛନ୍ତି। ପ୍ରଦର୍ଶନ ଆଧାରରେ ୨୦ ଜଣ ମୁଖ୍ୟ ଖେଳାଳିଙ୍କ ବ୍ୟତୀତ ୮ ସ୍କୁଲ ଛାତ୍ରଙ୍କୁ ସ୍ବତନ୍ତ୍ର ପୁରସ୍କାରରେ ପୁରସ୍କୃତ କରାଯାଇଛି। ରଶ୍ମିତା ପାତ୍ର ଶ୍ରେଷ୍ଠ ମହିଳା ଓ ବଂଶୀଧର ଭୋଇ ଶ୍ରେଷ୍ଠ ଭେଟେରାନ ଖେଳାଳି ବିବେଚିତ ହୋଇଛନ୍ତି। ୟୁନିକ୍‌ ଫାଉଣ୍ଡେଶନର ସମ୍ପାଦକ ସନ୍ତୋଷ ମିଶ୍ର, ଯୁଗ୍ମ ସମ୍ପାଦକ ବିଷ୍ଣୁପ୍ରସାଦ କର ଏବଂ ଓଏସ୍‌ସିଏର ଗେମ୍ସ ଡାଇରେକ୍ଟର ଦେବାଶିଷ ପାଣିଗ୍ରାହୀ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।


All Right Reserved By Dharitri.Com

Posted inଖେଳ View All

ଅଭ୍ୟାସ ବେଳେ କୋହଲିଙ୍କ ଆଙ୍ଗୁଠିରେ ବାଜିଲା ବଲ୍‌

ଗୁଆହାଟୀ,୪ା୧ (ପି.ଟି.): ଏଠାରେ ରବିବାର ଖେଳାଯିବାକୁଥିବା ଶ୍ରୀଲଙ୍କା ବିପକ୍ଷ ଟି୨୦ ପାଇଁ ଶନିବାର ଭାରତୀୟ କ୍ରିକେଟ ଦଳର ଖେଳାଳିମାନେ ଅଭ୍ୟାସ କରିଛନ୍ତି। ଏହି ସମୟରେ ଅଧିନାୟକ...

ଦ୍ୱିତୀୟ ଅନ୍‌ଅଫିସିଆଲ ଟେଷ୍ଟ: ସୁବିଧାଜନକ ସ୍ଥିତିରେ ଭାରତ ଏ

ମହୀଶୂର,୧୯।୯(ପି.ଟି.)- ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ଏ’ ବିପକ୍ଷ ଦ୍ୱିତୀୟ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଭାରତ ଏ’ ଉନ୍ନତ ବ୍ୟାଟିଂ ଓ ବୋଲିଂ କରି...

୧୦୦ ଅନ୍ତର୍ଜାତୀୟ ଟି୨୦ ଖେଳିଥିବା କ୍ଲବରେ ଆଲିସା ହେଲି

ସିଡ୍‌ନୀ,୩୦।୯(ପିଟି): ଗତକିଛି ବର୍ଷ ହେଲା ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ହୋଇ ରହିଥିବା ଉଇକେଟକିପର ଆଲିସା ହେଲି ସୋମବାର କ୍ୟାରିୟରର ୧୦୦ତମ ଟି୨୦...

ଏଟିପି ମ୍ୟାଚ୍‌ ଜିତିବାରେ ଲି ପ୍ରଥମ ବଧିର ଖେଳାଳି

ଓ୍ବାଶିଂଟନ, ୨୦।୮ (ଏଏଫ୍‌ପି)- ଦକ୍ଷିଣ କୋରିଆର ଲି ଡକ୍‌-ହେ ପ୍ରଥମ ବଧିର ଟେନିସ ଖେଳାଳି ଭାବେ ଏଟିପି ମୁଖ୍ୟ ପର୍ଯ୍ୟାୟର ଏକ ମ୍ୟାଚ୍‌ ଜିତିବାର କୀର୍ତ୍ତିମାନ...

ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗୁଥିବା ବିରାଟ କୋହଲି କେତେ ପାଠ ପଢିଛନ୍ତି ଜାଣନ୍ତି

ଭାରତୀୟ ଅଧିନାୟକ ବିରାଟ କୋହଲି କ୍ରିକେଟ ପଡିଆରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗୁଛନ୍ତି। ଖୁବ୍‌ଶୀଘ୍ର ସେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ ବୋଲି...

ଗତ ୧୦ ବର୍ଷରେ କ୍ରିକେଟର ବାଦ୍‌ଶାହ ପାଲଟିଛନ୍ତି ‘ବିରାଟ କୋହଲି’

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଗତ ୧୦ ବର୍ଷ ଭିତରେ କ୍ରିକେଟର ବାଦ୍‌ଶାହ ପାଲଟିଯାଇଛନ୍ତି। ଏକଦିବସୀୟ ମ୍ୟାଚରେ ଶତକ ହାସଲ କରିବାରେ ସେ...

୧୯ ବର୍ଷରୁ କମ୍‌ ଫୁଟ୍‌ବଲ : ତାହିଟିକୁ ହରାଇଲା ଭାରତ

ନୂଆଦିଲ୍ଲୀ,୨୪ା୮(ପି.ଟି.)- ଭାନୁଆଟୁର ପୋର୍ଟ ଭିଲାରେ ଚାଲିଥିବା ଓସେନିଆନ ଡେଭଲପମେଣ୍ଟାଲ ଟୁର୍ନାମେଣ୍ଟରେ ଭାରତର ୧୯ ବର୍ଷରୁ କମ୍‌ ଫୁଟ୍‌ବଲ ଦଳ ପ୍ରଥମ ସ୍ଥାନ ଅଧିକାର କରିଛି। ଶୁକ୍ରବାର...

ଓଡ଼ିଶା ପ୍ରିମିୟର ଲିଗ୍‌ ଉଦ୍‌ଯାପିତ; ଜଗତ୍‌ସିଂହପୁର କଳିଙ୍ଗସ୍‌ ଚାମ୍ପିୟନ

ଭୁବନେଶ୍ୱର, ୨୦।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ୟୁଥ୍‌ ଆନୁକୂଲ୍ୟରେ ବେଙ୍ଗାଲୁରୁଠାରେ ଓଡ଼ିଶା ପ୍ରିମିୟର ଲିଗ୍‌ ରବିବାର ଉଦ୍‌ଯାପିତ ହୋଇଛି। ଏହାର ଫାଇନାଲରେ ଭୁବନେଶ୍ୱର ବାଉନ୍ସର୍ସକୁ ୩ ଉଇକେଟରେ...

Leave a comment

Your email address will not be published. Required fields are marked *