Posted inଜାତୀୟ

ସିଏଏ ହିଂସାରେ ମୃତ ବ୍ୟକ୍ତିଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ଦେବ ସମାଜବାଦୀ ପାର୍ଟି

ଲକ୍ଷ୍ନୌ,୫।୧: ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ହିଂସାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସାହାଯ୍ୟ ଦେବା ପାଇଁ ସମାଜବାଦୀ ପାର୍ଟି(ଏସ୍‌ପି) ପକ୍ଷରୁ ଘୋଷଣା କରାଯାଇଛି। ଏନେଇ ପାର୍ଟି ପକ୍ଷରୁ ଟୁଇଟ୍‌ ଯୋଗେ କୁହାଯାଇଛି। ଭାରତ ସମ୍ବିଧାନକୁ ରକ୍ଷା କରିବା ପାଇଁ ନାଗରିକତ୍ୱ ସଂଶୋଧନ ଆଇନ ଓ ଏନ୍‌ଆରସିକୁ ବିରୋଧ କରି ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା ଆନ୍ଦୋଳନକାରୀଙ୍କ ପରିବାରକୁ ଆମ ଦଳ ପକ୍ଷରୁ ୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବ ବୋଲି ଟୁଇଟ୍‌ରେ କୁହାଯାଇଛି। ସୂଚନାଯୋଗ୍ୟ, ସିଏଏକୁ ବିରୋଧ କରି ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଉଗ୍ରରୂପ ଧାରଣ କରିଥିଲା।


All Right Reserved By Dharitri.Com

ଗଣତନ୍ତ୍ର ଦିବସରେ ଆତ୍ମଘାତୀ ଆକ୍ରମଣ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌: ୫ ଜୈଶ୍‌ ଆତଙ୍କବାଦୀ ଗିରଫ

ଶ୍ରୀନଗର,୧୬।୧: ଗଣତନ୍ତ୍ର ଦିବସ ଅବସରରେ କରାଯାଇଥିବା ଏକ ଆତ୍ମଘାତୀ ଆକ୍ରମଣ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ଗୁରୁବାର ଗିରଫ କରାଯାଇଥିବା ୫ ଜୈଶ୍‌-ଇ-ମହମ୍ମଦ୍‌...

୪୪ ଡିଗ୍ରୀ ତାପମାତ୍ରାରେ ସିଝୁଛି ରାଜଧାନୀ

ନୂଆଦିଲ୍ଲୀ,୨୪।୫: ରାଜଧାନୀ ଦିଲ୍ଲୀର ତାପମାତ୍ରା ଏବେ ୪୪ ଡିଗ୍ରୀ ଉପରେ ରହୁଥିବା ବେଳେ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇ ପଡିଛି। ଗୋଟିଏ ପଟେ କରୋନା ସଂକ୍ରମଣ...

ଉତ୍ତରାଖଣ୍ଡରେ ରାଜକୀୟ ବିବାହ: ୨ଶହ କୋଟି ରୟାଲ ଓ୍ବେଡିଂ ପାଇଁ ଲାଗିଲା ୫ଶହ କୋଟିର ଫୁଲ

ଡେରାଡୁନ,୧୯।୬: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଉତ୍ତରାଖଣ୍ଡର ଅଲୀ ଏବେ ନବବଧୂ ଭଳି ସଜେଇ ହୋଇଛି। କାରଣ ଉତ୍ତରାଖଣ୍ଡରେ ଜୁନ ୨୦ ଓ ୨୨ରେ ଏକ ହାଇ...

ଶିବସେନାରେ ଯୋଗ ଦେଲେ ଏନ୍‌ସିପି ନେତା ସଚ୍ଚିନ

ମୁମ୍ବାଇ,୨୫।୭: ମହାରାଷ୍ଟ୍ରର ଏନ୍‌ସିପି ଅଧ୍ୟକ୍ଷ ସଚ୍ଚିନ ଆହିର ଗୁରୁବାର ଶିବସେନାରେ ଯୋଗ ଦେଇଛନ୍ତି। ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ମୁମ୍ବାଇଠାରେ ସେ ଦଳରେ ଯୋଗ...

ନିର୍ଭୟା ମାମଲା: ମୁକେଶଙ୍କୁ ଆଉ ଏକ ଝଟ୍‌କା

ନୂଆଦିଲ୍ଲୀ,୧୬।୧: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀ ମୁକେଶଙ୍କୁ ଲାଗିଛି ଆଉ ଏକ ଝଟ୍‌କା। ଗୁରୁବାର ଉପରାଜ୍ୟପାଳ ମୁକେଶଙ୍କ କ୍ଷମା ଆବେଦନକୁ ଖାରଜ କରି...

ଭାଜପାରେ ସାମିଲ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ପୁଅ ନୀରଜ

ଲକ୍ଷ୍ନୌ, ୧୬।୭: ସମାଜବାଦୀ ପାର୍ଟି(ଏସପି)ନେତା ନୀରଜ ଶେଖର ମଙ୍ଗଳବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ମହାସଚିବ ଭୂପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ସେ ଦଳରେ ଯୋଗଦେଇଛନ୍ତି। ପୂର୍ବତନ...

ଖାଲକୁ ଖସିଲା ସ୍କୁଲ ବସ୍‌ ଡ୍ରାଇଭର ସମେତ ୩ ମୃତ

ଶିମଲା,୧।୭: ଶିମଲାର ଝଞ୍ଜିଡିରେ ସୋମବାର ଏକ ସ୍କୁଲ ବସ ଖାଲକୁ ଖସି ପଡିବା ଫଳରେ ଡ୍ରାଇଭର ଓ ୨ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।...

ରାଜ୍ୟ ସଭାରେ ଆଗତ ହେଲା ନାଗରିକତ୍ୱ ସଂଶୋଧନ ବିଲ୍‌

ନୂଆଦିଲ୍ଲୀ, ୧୧।୧୨: ରାଜ୍ୟ ସଭାରେ ଆଗତ ହୋଇଛି ନାଗରିକତା ସଂଶୋଧନ ବିଲ୍‌ ୨୦୧୯। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହି ବିଲ୍‌ ଆଗତ କରିଛନ୍ତି।...

Leave a comment

Your email address will not be published. Required fields are marked *