ଶ୍ରୀ ଜଂଘା ବଡ଼ଦେଓ ବାର୍ଷିକ ପୂଜା: ବିଧାୟକଙ୍କ ଅସ୍ବାଭାବିକ ଆଚରଣକୁ ନେଇ ଚର୍ଚ୍ଚା

ବଇଣ୍ଡା, ୫।୧(ଡି.ଏନ.ଏ.)-ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଆମ୍ବଶରମୁଣ୍ଡା ଗ୍ରାମରେ ରବିବାର ଅନୁଷ୍ଠିତ ଶ୍ରୀ ଜଂଘା ବଡ଼ଦେଓଙ୍କ ବାର୍ଷିକ ପୂଜା ଉତ୍ସବରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଅସ୍ବାଭାବିକ ଆଚରଣକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ପୂଜା ଉତ୍ସବ ଉପଲକ୍ଷେ କଳସ ଶୋଭାଯାତ୍ରା ଚାଲିଥିବାବେଳେ ମୁଖ୍ୟଅତିଥି ଭାବେ ଆଗରେ ଚାଲି ଚାଲି ଯାଉଥିଲେ ବିଧାୟକ। ଏହି ସମୟରେ ହାତରେ ଖଣ୍ଡା ଧରି ସେ ହଠାତ୍‌ ନାଚିବାକୁ ଆରମ୍ଭ କଲେ। ଧୀରେ ଧୀରେ ଅଣାୟତ୍ତ ହୋଇପଡୁଥିବା ବିଧାୟକଙ୍କୁ ଆୟତ୍ତ କରିବାକୁ କେତେଜଣ ଲୋକ ତାଙ୍କୁ ଦୁଇ ବାହୁକୁ ଧରିଥିବା ଦେଖିବାକୁ ମିଳିଥିଲା। ବିଧାୟକଙ୍କ ନିକଟରେ ଏପରି ଅସ୍ବାଭାବିକ ପରିବର୍ତ୍ତନ ଲକ୍ଷ୍ୟ କରି ସେଠାରେ ଉପସ୍ଥିତ ଶ୍ରଦ୍ଧାଳୁମାନେ ତାଙ୍କୁ କାଳେସୀ ଲାଗିଥିବା ଅନୁମାନ କରିଥିଲେ। ଏପରି କି ତାଙ୍କ ଶରୀରରେ ପ୍ରଭୁ ଜଂଘା ବଡ଼ଦେଓଙ୍କ ଆବିର୍ଭାବ ହୋଇଥିବା କହି କେତେଜଣ ମହିଳା ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଥିଲା।
ତେବେ ଏଥିପୂର୍ବରୁ ଅନୁଷ୍ଠିତ ସାଧାରଣ ସଭାରେ ବିଧାୟକ ସାଏ ସେଠାରେ ଉପସ୍ଥିତ ସାଧାରଣଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଥିଲେ। ସେତେବେଳେ ସେ ସ୍ବାଭାବିକ ଥିଲେ। ଏହାପରେ ଅନୁଷ୍ଠିତ ଶୋଭାଯାତ୍ରାରେ ତାଙ୍କ ନିକଟରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବିଧାୟକଙ୍କ ଏପରି ଆଚରଣକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏ ନେଇ ବିଧାୟକଙ୍କୁ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିବାରୁ ତାଙ୍କ ମତାମତ ମିଳିପାରିନାହିଁ।


All Right Reserved By Dharitri.Com

ପରକୀୟା ପ୍ରୀତିରୁ ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା

ବ୍ରହ୍ମପୁର ଅଫିସ,୨୩ା୧- ସଦର ଥାନା ସୁକୁଣ୍ଡା ମଶାଣିପଦର ସାହିରେ ବୁଧବାର ପରକୀୟା ପ୍ରୀତିରୁ ଏକ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ପ୍ରଫୁଲ୍ଲ ସାହୁ (୩୨)। ପୋଲିସ...

ଶୁଚିସ୍ମିତା ମନ୍ତ୍ରୀ ହେଲେ ସାହିତ୍ୟ ଏକାଡେମୀ ସଚିବ

ଭୁବନେଶ୍ୱର,୨।୨(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡ଼ିଶା ସାହିତ୍ୟ ଏକାଡେମୀର ନୂତନ ସଚିବ ଭାବେ ଦାୟିତ୍ୱ ନେଇଛନ୍ତି ଶୁଚିସ୍ମିତା ମନ୍ତ୍ରୀ। ପୂର୍ବତନ...

ମଙ୍ଗଳବାର ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

କଟକ ଅଫିସ, ୨୦।୫: ମଙ୍ଗଳବାର ସକାଳ ୯ଟାରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ଦିନ ୧୧ଟାରେ ଓ୍ବେବ୍‌ସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେବ। ଏ ନେଇ...

ସିଦ୍ଧିଦାତା ବେଶରେ ଦର୍ଶନ ଦେଲେ ମା’ ଅମ୍ବିକା

ବାରିପଦା ଅଫିସ,୮ା୧୦- ବାରିପଦାର ଇଷ୍ଟଦେବୀ ମା’ ଅମ୍ବିକାଙ୍କ ପୀଠରେ ପାର୍ବଣ ଉପଲକ୍ଷେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। ସୋମବାର ମା’ ସିଦ୍ଧିଦାତା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ।...

ମଦ ବିରୋଧରେ ମହିଳା ଗୋଷ୍ଠୀ ଥାନାର ଦ୍ୱାରସ୍ଥ

ବଙ୍ଗୋମୁଣ୍ଡା, ୧୫ା୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ କଁସିଲ ଗଁ।ରେ ଚାଲିଛି ଅବାଧ ମଦ କାରବାର। ଏ ନେଇ ବିଭିନ୍ନ ସମୟରେ ଗ୍ରାମବାସୀ ଦାବି...

ଖଣି ଦୁର୍ନୀତି ମାମଲା : ହାଜର ହେଲେ ୯ରୁ ୮ କମ୍ପାନୀଜରିମାନା ଅର୍ଥ ନ ଦେଲେ ସମ୍ପତ୍ତି ବାଜ୍ୟାପ୍ତି

କେନ୍ଦୁଝର, ୨ା୬(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜିଲାରେ ବହୁଚର୍ଚ୍ଚିତ ଖଣି ଦୁର୍ନୀତିରେ ସମ୍ପୃକ୍ତ ଜିଲାର ଖଣି କମ୍ପାନୀ ଆଗାମୀ ୭ରୁ ୧୫ ଦିନ ମଧ୍ୟରେ ଜରିମାନା ପୈଠ ନ କଲେ...

ନୂଆ ପରିଚୟ ପାଇଲେ ଶ୍ରାବଣୀ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ବିଦେଶୀ ଦମ୍ପତି

କଣାସ,୨୪ା୯(ସ୍ବ.ପ୍ର.)- ସମାଜରେ କାହାର ଭାଗ୍ୟ ଯେ କେତେବେଳେ ବଦଳିଯିବ ତାହା କେହି ମଧ୍ୟ କହିପାରିବେ ନାହିଁ। ଅଭାବ, ଅନଟନରେ ପଡ଼ିଥିବା ଜଣେ ନିରାଶ୍ରୟ ଶିଶୁଙ୍କ ଭାଗ୍ୟ...

‘ପ୍ରବୃତ୍ତି ନୁହେଁ, ବୃତ୍ତିକୁ ଅଗ୍ରାଧିକାର ଦିଆଯାଏ’

ଜଗତ୍‌ସିଂହପୁର ଅଫିସ,୨୩ା୨: ପ୍ରବୃତ୍ତି ଅପେକ୍ଷା ବୃତ୍ତିକୁ ସର୍ବଦା ଅଗ୍ରାଧିକାର ଦିଆଯାଏ। କାରଣ କରଦାତାଙ୍କ କରରେ ସରକାରୀ କର୍ମଚାରୀ ଦରମା ପାଇଥାନ୍ତି। ତେଣୁ ସେମାନଙ୍କ ବୃତ୍ତି ପାଇଁ...

Leave a comment

Your email address will not be published. Required fields are marked *