ବିଦ୍ୟୁତ୍‌ ଖୁଣ୍ଟରୁ ଖସି ଯୁବକ ମୃତ:ସାଉଥ୍‌କୋ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ସ୍ତ୍ରୀ

ଭଞ୍ଜନଗର,୧।୬(ଡି.ଏନ.ଏ.): ତାରସିଂ ଥାନା କୁଡୁତାଇ ସୋସାଇଟି ନିକଟରେ ଶନିବାର ସକାଳେ ଜଣେ ଯୁବକଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଥାନା ବାଙ୍କତରାର ଯୋଗେନ୍ଦ୍ର ନାୟକ (୨୭)। ଯୋଗେନ୍ଦ୍ର ଶନିବାର କୁଡୁତାଇ ସୋସାଇଟି ନିକଟରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟରେ ଚଢ଼ି କାମ କରୁଥିଲେ। ଏହି ସମୟରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ସେ ତଳେ ପଡ଼ି ଗୁରୁତର ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଅନ୍ୟପଟେ ଯୋଗେନ୍ଦ୍ରଙ୍କ ସ୍ତ୍ରୀ ପିଙ୍କିଙ୍କ ଅଭିଯୋଗ ପ୍ରକାରେ, ଯୋଗେନ୍ଦ୍ରଙ୍କୁ ସାଉଥ୍‌କୋର ଜଣେ କର୍ମଚାରୀ ନେଇ କାର୍ଯ୍ୟରେ ଲଗାଇଥିଲେ। ସକାଳେ ଯୋଗେନ୍ଦ୍ର ଖୁଣ୍ଟରେ ଚଢ଼ି କାମ କରୁଥିବା ସମୟରେ ବିଦ୍ୟୁତ୍‌ ଆଘାତ ହେବାରୁ ତଳେ ପଡ଼ି ଯାଇ ତାଙ୍କର ମୃତ୍ୟୁ ଘଟିଛି। ତେଣୁ ଅଭିଯୁକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ସହ କ୍ଷତିପୁରଣ ଦେବାପାଇଁ ଯୋଗେନ୍ଦ୍ରଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି। ଅପରପକ୍ଷେ ଘଟଣା ସମ୍ପର୍କରେ ତାରସିଂ ଥାନା ଅଧିକାରୀ ସବ୍ୟସାଚ୍ଚୀ ମଲ୍ଲିଙ୍କ ମତାମତ ନେବାପାଇଁ ଉଦ୍ୟମ କରାଯାଇଥିଲା କିନ୍ତୁ ତାଙ୍କ ମୋବାଇଲ ଫୋନ ସୁଇଚ୍‌ ଅଫ୍‌ ଥିବାରୁ ମତାମତ ନିଆଯାଇ ପାରିନାହିଁ। ଭଞ୍ଜନଗର ଏସ୍‌ଡିପିଓ ଶୁଭ୍ରାଶୁଂ ମିଶ୍ରଙ୍କୁ ମଧ୍ୟ ଫୋନ କରିବାରୁ ସେ ଫୋନ ଉଠାଇ ନ ଥିଲେ। ଫଳରେ ପୋଲିସର ମତାମତ ନିଆଯାଇ ପାରିନାହିଁ। ଏ ନେଇ ସାଉଥ୍‌କୋ ନିର୍ବାହୀଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଯୋଗେନ୍ଦ୍ର ସାଉଥ୍‌କୋ କର୍ମଚାରୀ ନୁହଁନ୍ତି । ତାଙ୍କର କିପରି ମୃତ୍ୟୁ ଘଟିଛି ତାହା ତଦନ୍ତ ପରେ ଜଣାପଡ଼ିବ। କିନ୍ତୁ ଏ ନେଇ ସରକାରୀ ଭାବେ ଆମ ପାଖରେ କୌଣସି ଖବର ନାହିଁ ।


All Right Reserved By Dharitri.Com

ବେଆଇନ କ୍ଲିନିକ୍‌ ସିଲ୍‌ କଲା ପ୍ରଶାସନ

ଗୋପାଳପୁର/କନିଷି (ଡି.ଏନ.ଏ.),୧୩ା୧୨-ଦୀର୍ଘମାସ ଧରି ରଙ୍ଗେଇଲୁଣ୍ଡା ବ୍ଲକ କନିଷି ହାଟ ତୁଳୁ ରୋଡରେ ବେଆଇନ କ୍ଲିନିକ କରି ବିଭିନ୍ନ ଅସ୍ତ୍ରୋପଚାର ଓ ଗର୍ଭପାତ କରାଯାଉଥିବା ଅଭିଯୋଗ ହେଉଥିଲା।...

ତେଲୁଗୁ ଅଞ୍ଚଳରେ ବଢ଼ିବ ଓଡ଼ିଆର ଆଗ୍ରହ

ବ୍ରହ୍ମପୁର ଅଫିସ,୧୨ା୮-ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ଥିବା ଓଡ଼ିଆ ମାଧ୍ୟମ ବିଦ୍ୟାଳୟଗୁଡ଼ିକର ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନେଇ ରବିବାର ଉତ୍କଳ ସମ୍ମିଳନୀ ପକ୍ଷରୁ ଏକ ତାଲିମ କାର୍ଯ୍ୟକ୍ରମ ଗଞ୍ଜାମ କଳା...

ଟ୍ରାକ୍ଟର ଧକ୍କାରେ ଛାତ୍ରୀଙ୍କ ଜୀବନ ଗଲା, ଚାଳକଙ୍କ ଗିରଫ ଦାବିରେ ଥାନା ସମ୍ମୁଖରେ ବସିଲେ ଗ୍ରାମବାସୀ

ଛତ୍ରପୁର,୩ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ଝରପୋଖରୀ ନିକଟ ରାସ୍ତାରେ  ବୁଧବାର ଏକ ସାଇକେଲକୁ ଟ୍ରାକ୍ଟର ଧକ୍କା ଦେବାରୁ ଜଣେ ଆଇଟିଆଇ ଛାତ୍ରୀଙ୍କ ଘଟଣାସ୍ଥଳରେ...

ଦକ୍ଷତା ବିକାଶ କେନ୍ଦ୍ରକୁ ଜିଲାପାଳଙ୍କ ପରିଦର୍ଶନ

ଛତ୍ରପୁର,୨୦ା୬(ଡି.ଏନ.ଏ)-ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଧବାର ପୂର୍ବାହ୍ନରେ ଅଚାନକ ଛତ୍ରପୁରଠାରେ ଥିବା ୨ଟି ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ଓ ବିଜୁ ଦକ୍ଷତା...

୨ ଗାଡ଼ି ସହ ଗଞ୍ଜେଇ ଜବତ, ୩ ଗିରଫ

ମୋହନା,୧୦ା୬( ଡି.ଏନ.ଏ.): ଗଜପତି ଜିଲା ମୋହନା ପୋଲିସ ରବିବାର ଭୋରରେ ଅଠରନଳା ନିକଟରେ ଚଢାଉ କରି ଏକ କମାଣ୍ଡର ଗାଡିରୁ ୧୪୦ କିଗ୍ରା ଗଞ୍ଜେଇ ଜବତ...

ମୁଖ୍ୟମନ୍ତ୍ରୀଙ୍କ ୫-ଟି ମନ୍ତ୍ରକୁ ଦିଆଯିବ ଗୁରୁତ୍ୱ

ବ୍ରହ୍ମପୁର ଅଫିସ/ ସୋରଡା,୧୦ା୯(ଡି.ଏନ.ଏ.)-ଗଞ୍ଜାମ ଜିଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ମଙ୍ଗଳବାର ସୋରଡ଼ାରେ ଅନୁଷ୍ଠିତ ହେବ। ଏଥିରେ ଦଳର ପ୍ରାୟ ୩ ହଜାର...

ପୃଥକ୍‌ ସଡ଼କ ଦୁର୍ଘଟଣା: ୨ ମୃତ

ଛତ୍ରପୁର,୯।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ସୋମବାର ପୃଥକ୍‌ ପୃଥକ୍‌ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଛତ୍ରପୁର ଏକାମ୍ର ନଗର ନିକଟ ଜାତୀୟ ରାଜପଥରେ ଡିଭାଇଡରକୁ...

ଆକ୍ରମଣ, ଲୁଟ୍‌ ଘଟଣା : ୩ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୭।୮: ଏକ ଆକ୍ରମଣ ଓ ଲୁଟ୍‌ ମାମଲାର ବିଚାର କରି ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ସିଜେଏମ)ପ୍ରଜ୍ଞା ପାରମିତା ରାଉଳ ୩ ଅଭିଯୁକ୍ତଙ୍କୁ ପ୍ରମାଣ...

Leave a comment

Your email address will not be published. Required fields are marked *