ଆମେରିକା ଦୂତାବାସ ଉପରେ ଆକ୍ରମଣ: ଘନେଇଲା ସଂକଟ

ବାଗଦାଦ,୫।୧(ଏଏଫ୍‌ପି): ଆମେରିକାର ଡ୍ରୋନ୍‌ ଆକ୍ରମଣରେ ଇରାନ ସେନା କମାଣ୍ଡର ଜେନେରାଲ କାସିମ ସୋଲେମାନୀ ନିହତ ହେବାର ଦିନକ ପରେ ବାଗଦାଦର ଗ୍ରୀନ ଜୋନ୍‌ରେ ଥିବା ଆମେରିକୀୟ ଦୂତାବାସକୁ ଟାର୍ଗେଟ କରାଯାଇଛି। ଏଥିସହିତ ଆମେରିକୀୟ ସୈନ୍ୟ ରହୁଥିବା ଇରାକ୍‌ର ଅଲ୍‌-ବାଲାଦ ଏୟାରବେସ୍‌ ଉପରେ ମଧ୍ୟ ଶନିବାର ରାତିରେ ଦୁଇଟି ରକେଟ ମାଡ଼ ହୋଇଛି। ଏହି ଆକ୍ରମଣରେ କେତେଜଣ ମୃତାହତ ହୋଇଛନ୍ତି ତାହା ଜଣାପଡିନାହିଁ। କୂଟନୀତିଜ୍ଞ ଓ ସୈନ୍ୟମାନେ ରହୁଥିବା ବାଗଦାଦସ୍ଥିତ ଆମେରିକା କମ୍ପାଉଣ୍ଡରେ ଦୁଇଟି ମୋର୍ଟାର ମାଡ଼ ହେବା ପରେ ହଠାତ୍‌ ସାଇରନ୍‌ ବାଜିଉଠିଥିଲା। ଅଲ-ବାଲାଦ ବେସ୍‌ ଉପରେ କାଟ୍ୟୁସା ରକେଟରେ ଆକ୍ରମଣ କରାଯାଇଥିବା ଜଣାପଡିଛି। ଏହି ଆକ୍ରମଣ ପରେ ଆତଙ୍କବାଦୀଙ୍କୁ ଛଡ଼ାଯିବ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ସୋଲେମାନୀଙ୍କ ହତ୍ୟାର ପ୍ରତିଶୋଧ ନିଆଯିବ ବୋଲି ପୂର୍ବରୁ ଇରାନ କହିଥିଲା। ତେଣୁ ଆମେରିକା ଦୂତାବାସ ଉପରେ ଇରାନ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି। ଏହି ସଂଘର୍ଷ ପରେ ତେହେରାନର ପ୍ରତିଶୋଧ ମନୋଭାବ ଯୋଗୁ ବାଗଦାଦସ୍ଥିତ ଆମେରିକା ଦୂତାବାସ ଓ ଇରାକରେ ରହୁଥିବା ୫୨୦୦ ଆମେରିକୀୟ ସୈନ୍ୟଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି।
ଶୁକ୍ରବାର ଆମେରିକାର ରକେଟ ମାଡ଼ରେ ଇରାନ ସେନାର ଶକ୍ତିଶାଳୀ କମାଣ୍ଡର ଜେନେରାଲ କାସିମ ସୋଲେମାନୀ ନିହତ ହୋଇଥିଲେ। ଏହାକୁ ନେଇ ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଖାମେନି ପ୍ରତିଶୋଧ ନିଆଯିବ ବୋଲି ଶୁକ୍ରବାର ଧମକ ଦେଇଥିଲେ। ଫଳରେ ଦୁଇ ପାରମ୍ପରିକ ଶତ୍ରୁ ଆମେରିକା ଓ ଇରାନ ମଧ୍ୟରେ ଚରମ ଉତ୍ତେଜନା ସୃଷ୍ଟି ହୋଇଥିଲା। ଦୁଇଦେଶ ଯୁଦ୍ଧ ଆଡ଼କୁ ମୁହାଁଉଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଆଶଙ୍କା ପ୍ରକାଶ ପାଇଥିଲା।
ଆମେରିକା ଓ ଇରାନ ମଧ୍ୟରେ ଦୀର୍ଘଦିନରୁ ଶତ୍ରୁତା ଲାଗି ରହିଛି। ଗତ ମାସରେ ଉତ୍ତର ଇରାକରେ ଇରାନର ସାମରିକ କାର୍ଯ୍ୟାନୁଷ୍ଠାନରେ ଜଣେ ଆମେରିକୀୟ ଠିକାଦାରଙ୍କ ମୃତ୍ୟୁ ଘଟିଥିଲା। ଏହାର ଜବାବ ଦେବାକୁ ଯାଇ ଆମେରିକା ମଙ୍ଗଳବାର ଆକାଶମାର୍ଗରୁ ଆକ୍ରମଣ କରିବାରୁ ଇରାନ ସମର୍ଥିତ ୨୫ କଠୋରପନ୍ଥୀ ଯୋଦ୍ଧା ନିହତ ହୋଇଥିଲେ। ନିକଟରେ ଇରାକ ରାଜଧାନୀ ବାଗଦାଦରେ ଇରାନ ସମର୍ଥତ୍ତ ବିଦ୍ରୋହୀଙ୍କ ଉପରେ ଆମେରିକା ସେନା ଆକାଶମାର୍ଗରୁ ଆକ୍ରମଣ କରିଥିଲା। ଇରାନ ସମର୍ଥିତ ଉତ୍ତ୍ୟକ୍ତ ବିକ୍ଷୋଭକାରୀମାନେ ପ୍ରତିଶୋଧପରାୟଣ ହୋଇ ବୁଧବାର ବାଗଦାଦସ୍ଥିତ ଆମେରିକା ଦୂତାବାସକୁ ଟାର୍ଗେଟ କରିଥିଲେ। ଏହି ଆକ୍ରମଣ ପାଇଁ ଇରାନକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଟ୍ରମ୍ପ୍‌ ଚେତାବନୀ ଦେଇଥିଲେ। ଏହାସହ ଆମେରିକା ମଧ୍ୟପ୍ରାଚ୍ୟ କ୍ଷେତ୍ରକୁ ତତ୍କାଳ ୭୫୦ ସୈନ୍ୟଙ୍କୁ ପଠାଇବା ପାଇଁ ଘୋଷଣା କରିଥିଲା। ଏହାର ଦୁଇଦିନ ପରେ ରାଷ୍ଟ୍ରପତି ଟ୍ରମ୍ପ୍‌ ନାଟକୀୟ ଭାବେ ଇରାନର ରିଭୋଲ୍ୟୁଶନାରୀ ଗାର୍ଡସ କମାଣ୍ଡର ଜେନେରାଲ କାସିମ ସୋଲେମାନୀଙ୍କୁ ହତ୍ୟାକରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅଲ୍‌-ଗାର୍ଡସ ମୁଖ୍ୟ ତଥା ଏହାର ନିରାପତ୍ତା ସରଞ୍ଜାମ ସ୍ଥପତି ଜେନେରାଲ ସୋଲେମାନୀ ବାଗଦାଦ ଯାଇଥିବାବେଳେ ଶୁକ୍ରବାର ଭୋର ସମୟରେ ଆମେରିକା ସେନା ତାଙ୍କୁ ଟାର୍ଗେଟ କରିଥିଲା। ସୋଲେମାନୀ ବାଗଦାଦ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏକ କାର୍‌କେଡ୍‌ରେ ଯାଉଥିବାବେଳେ ଆମେରିକା ବଳ ଆକାଶମାର୍ଗରୁ ରକେଟ ମାଡ଼ କରିଥିଲା। ଏଥିରେ ସୋଲେମାନୀ ଓ ଇରାକର ଶକ୍ତିଶାଳୀ ହାଶେଦ୍‌ ଅଲ-ଶବାବି ଅର୍ଦ୍ଧସାମରିକ ବଳ ଉପମୁଖ୍ୟଙ୍କ ସମେତ ଇରାନ ସମର୍ଥତ୍ତ କେତେଜଣ ସ୍ଥାନୀୟ ବିଦ୍ରୋହୀ ନିହତ ହୋଇଥିଲେ। ଶନିବାର ସକାଳେ ଇରାକ୍‌ରେ ଥିବା ଇରାନ ସପକ୍ଷବାଦୀ ସୈନ୍ୟଙ୍କ ଉପରେ ପୁଣି ଥରେ ଆକାଶମାର୍ଗରୁ ଆକ୍ରମଣ ହୋଇଥିଲା। ସୋଲୋମାନୀଙ୍କୁ ହତ୍ୟାକରି ଆମେରିକା ଯୁଦ୍ଧ ଭଳି କାର୍ଯ୍ୟକରିଛି ବୋଲି ଜାତିସଂଘରେ ଇରାନ ରାଷ୍ଟ୍ରଦୂତ ମଜିଦ ତଖତ୍‌ ରାଭାନ୍‌ଚି କହିଥିଲେ। ଶିୟା ଗୋଷ୍ଠୀ ନିୟନ୍ତ୍ରଣାଧୀନ ଅର୍ଦ୍ଧସାମରିକ ନେଟଓ୍ବର୍କ ହାଶେଦ ଅଲ୍‌-ଶବାବି ସୈନ୍ୟଙ୍କ ଉପରେ ଶନିବାର ଆକ୍ରମଣ କରାଯାଇଥିଲା। ଏହା ଆମେରିକାର ଏୟାରଷ୍ଟ୍ରାଇକ୍‌ ବୋଲି ଇରାକ୍‌ ଟେଲିଭିଜନ ରିପୋର୍ଟରେ କୁହାଯାଇଥିଲା। ଏଥିରେ ଅନେକ ମୃତାହତ ହୋଇଥିଲେ।


All Right Reserved By Dharitri.Com

ଦୁର୍ଘଟଣାଗ୍ରସ୍ତ ବିମାନର ଡେଣା ଉପରେ ରହି ଭିଡିଓ ଶୁଟ୍‌ କଲେ ପାଇଲଟ୍‌

କାଲିଫର୍ନିଆ,୨୫।୮: ଆମେରିକାର ଉତ୍ତର କାଲିଫର୍ନିଆରେ ହୋଇଥିବା ଏକ ବିମାନ ଦୁର୍ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ବିମାନର ପାଇଲଟ୍‌ ତା’ର...

ରୁଷିଆ ସହ ପ୍ରତିରକ୍ଷା ସମ୍ପର୍କକୁ ଏଡ଼ାଇପାରିନି ଭାରତ

ନୂଆଦିଲ୍ଲୀ,୨୬ା୬(ପି.ଟି.): ରୁଷିଆ ସହିତ ପ୍ରତିରକ୍ଷା ସମ୍ପର୍କକୁ ନୂଆଦିଲ୍ଲୀ ଏଡ଼ାଇ ଦେଇପାରିବ ନାହିଁ ବୋଲି ଭାରତ ଗସ୍ତରେ ଆସିଥିବା ଆମେରିକା ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ ମଙ୍ଗଳବାର...

ଦେବାଳିଆ ପାକିସ୍ତାନ: ମିଟିଂରେ ଚା’, ବିସ୍କୁଟ ଉପରେ ରୋକ ଲଗାଇଲେ ଇମ୍ରାନ ସରକାର

ଇସଲାମାବାଦ,୨୬।୮: ପାକିସ୍ତାନର ଅର୍ଥନୈତିକ ସ୍ଥିତି ସମ୍ପୂର୍ଣ୍ଣ ଦେବାଳିଆ ହୋଇପଡିଛି। ଭାରତଠାରୁ ବ୍ୟବସାୟିକ ସମ୍ପର୍କ ଛିନ୍ନ କରିବା ପରେ ଏହାର ପ୍ରଭାବ ବଜାର ଦର ଉପରେ ପଡିଛି।...

ବସ ରୋକି ଯାତ୍ରୀଙ୍କୁ ଗୁଳି କରି ହତ୍ୟା କଲେ ଅଜଣା ବ୍ୟକ୍ତି

ଇସଲାମାବାଦ୍‌,୧୮।୪: ପାକିସ୍ତାନରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ବାଲୁଚିସ୍ତାନ ରାଜମାର୍ଗରେ ୫-୬ ଯାତ୍ରୀବାହୀ ବସ୍‌କୁ କେତେକ ଅଜଣା ବ୍ୟକ୍ତି ଅଟକାଇଥିଲେ। ଯାତ୍ରୀମାନଙ୍କୁ ବାହାରକୁ ଆଣି...

ହଂକଂରେ ସରକାର ବିରୋଧୀ ବିଶାଳ ରାଲି

ହଂକଂ,୧୯ା୮: ହଂକଂରେ ୧୧ ସପ୍ତାହ ହେଲା ସରକାର ବିରୋଧୀ ଆନ୍ଦୋଳନ ଜାରି ରହିଛି। ରବିବାର ପ୍ରବଳ ବର୍ଷା ସତ୍ତ୍ୱେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ବିକ୍ଷୋଭକାରୀ ଛତାଧରି...

ନାବାଳକଙ୍କ ଅନ୍ତିମ ସଂସ୍କାର ଯାତ୍ରାରେ ୨୧ ଶହ ସ୍ପୋର୍ଟସ୍‌ କାର ସାମିଲ୍‌…

ଅନ୍ତିମ ସଂସ୍କାର ଯାତ୍ରାରେ ଲୋକେ ସମବେତ ହୋଇ ମୃତକଙ୍କ ସହିତ ସଂସ୍କାର ସ୍ଥଳକୁ ଯାଇଥାନ୍ତି। ତେବେ ଆମେରିକାରେ କ୍ୟାନସରରେ ମୃତ୍ୟୁ ଘଟିଥିବା ଜଣେ ୧୪ ବର୍ଷ...

ଦୃଷ୍ଟି ବାଧିତ ନାବିକ ପ୍ରଶାନ୍ତ ମହାସାଗର ଯାତ୍ରା କରି କଲେ ରେକର୍ଡ

ଟୋକିଓ,୨୦।୪: ଇଛା ଶକ୍ତି ସମ୍ମୁଖରେ ସମସ୍ତ ପ୍ରତିବନ୍ଧକ ହାର ମାନିଥାଏ। ଏଭଳି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଜାପାନର ଜଣେ ଦୃଷ୍ଟି ବାଧିତ ନାବିକ। ସେ...

ପ୍ରଥମଥର ପାଇଁ ଗଦାଫି ଷ୍ଟାଡିୟମରେ ନମାଜ ପଢିପାରିଲେନି ହଫିଜ୍‌ ସୟିଦ୍‌: ଲାଗିଲା କଟକଣା

ଇସଲମାବାଦ୍‌, ୬।୬: ଜାତିସଂଘ ଦ୍ୱାରା ଘୋଷିତ ଆତଙ୍କୀ ସଂଗଠନ ଜାମାତ୍‌ ଉଦ୍‌ ଦାଓ୍ବା ମୁଖ୍ୟ ସୟିଦ ହଫିଜ୍‌ଙ୍କୁ ଗଦାଫି ଷ୍ଟାଡିୟମରେ ନମାଜ ପଢିବାର ସୁଯୋଗ ମିଳିପାରି...

Leave a comment

Your email address will not be published. Required fields are marked *