ଏଇ ଭାରତରେ

ଜେଲରେ ରହନ୍ତି ଜଣେ ମାତ୍ର କଏଦୀ। କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଗୁଜରାଟ ନିକଟବର୍ତ୍ତୀ ଆରବ ସାଗରର ଡିଉ ଆଇଲାଣ୍ଡରେ ଥିବା ଡିଉ ଫୋର୍ଟରେ ରହିଛି ଏହି ଜେଲ୍‌। ଏଥିରେ ଦୀପକ କାଞ୍ଜି(୩୦) ନାମକ ଜଣେ କଏଦୀ ରହୁଛନ୍ତି। ଡିଉ ଏକ କେନ୍ଦ୍ରଶାସିତ ଅଞ୍ଚଳ। ୨୦୧୩ରେ ଏଠାରେ ୭ ଜଣ କଏଦୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଗୁଜରାଟର ଆମ୍‌ରେଲି ଜେଲକୁ ପଠାଇ ଦିଆଯାଇଥିଲା ଓ ୨ଜଣ ମୁକ୍ତ ହୋଇଯାଇଥିଲେ। ଶେଷକୁ ରହିଯାଇ ଥିଲେ ଦୀପକ। ସ୍ତ୍ରୀଙ୍କୁ ବିଷ ଦେଇ ମାରିବାକୁ ଉଦ୍ୟମ କରିବା ଅଭିଯୋଗରେ ଏବେ ତାଙ୍କ ମାମଲା ଡିଉ ସେସନ୍ସ କୋର୍ଟରେ ବିଚାରାଧୀନ ଅଛି। ଯେବେ ତାଙ୍କ ମାମଲାର ସମାଧାନ ହୋଇଯିବ ସେହିଦିନ ଉକ୍ତ ଜେଲକୁ ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାକୁ ହସ୍ତାନ୍ତର କରାଯିବ ଓ ସେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ଆମ୍‌ରେଲି ଜେଲକୁ ପଠାଇ ଦିଆଯିବ। ସୂଚନାଯୋଗ୍ୟ, ଏବେ ସେହି ଜେଲ୍‌ରେ ଦୀପକଙ୍କ ପାଇଁ ୫ଜଣ ଗାର୍ଡ ଥିବା ବେଳେ ଜଣେ ଆସିଷ୍ଟାଣ୍ଟ ଜେଲର୍‌ ରହୁଛନ୍ତି। ନିକଟରେ ଥିବା ଏକ ରେଷ୍ଟୁରାଣ୍ଟରୁ ପ୍ରତିଦିନ ଦୀପକଙ୍କ ପାଇଁ ଖାଇବା ଆସିଥାଏ। ସେ ସେଠାରେ ପ୍ରତିଦିନ ଖବରକାଗଜ ଓ ମାଗାଜିନ୍‌ ପଢିବା ସହ ଦୂରଦର୍ଶନରେ କେବଳ ଆଧ୍ୟାତ୍ମିକ ଚ୍ୟାନେଲ ଦେଖିବାକୁ ପସନ୍ଦ କରନ୍ତି।


All Right Reserved By

ଏଇ ଭାରତରେ

ନବଜାତ ଶିଶୁକନ୍ୟାକୁ ନାଳରେ ଫୋପାଡ଼ିଲେ ମା’। ଉଦ୍ଧାର କଲା କୁକୁର। ଏପରି ଏକ ଅଭାବନୀୟ ଘଟଣା ଘଟିଛି ହରିୟାଣାରେ। ଏହି ରାଜ୍ୟର କୈଠାଲ୍‌ରେ ଜଣେ ମହିଳା...

ପୁଅଙ୍କୁ ଥଇଥାନ

ଭୁବନେଶ୍ୱର, ୨୭।୩(ବ୍ୟୁରୋ): ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବିଜେଡି ବୁଧବାର ୩୬ଟି ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି। ପୂର୍ବରୁ ଯାହା ଚର୍ଚ୍ଚା ହେଉଥିଲା ତାହା...

ସମ୍ପାଦକୀୟ/ ପୋଲ ଦବିଲା

ନିକଟ ଅତୀତରେ ଭୁବନେଶ୍ୱର ବମିଖାଲ ଫ୍ଲାଏଓଭର ନିର୍ମାଣ ବେଳେ ସ୍ଲାବ ଖସିବା ଓ ଗାର୍ଡଓ୍ବାଲ୍‌ ଭାଙ୍ଗିପଡ଼ିବା ଯୋଗୁ ଦୁଇ ଜଣଙ୍କ ଜୀବନ ଯାଇଥିଲା। କିଛିଦିନ ପୂର୍ବରୁ...

ବାୟୁସେନାର ଦିଗ ନିର୍ଣ୍ଣାୟକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଭାରତୀୟ ସଶସ୍ତ୍ର ବାହିନୀର ଆକାଶବଳ ହେଉଛି ଭାରତୀୟ ବାୟୁସେନା (ଆଇଏଏଫ୍‌)। ଦେଶର ବାୟୁ ସୀମାର ନିରାପତ୍ତା ରକ୍ଷାକରିବା ସହ ଯୁଦ୍ଧ ବେଳେ...

ପ୍ରେମ ପରୀକ୍ଷାର ଖେଳ

ଚିତ୍ର-ଚରିତ୍ର/ ନିରଞ୍ଜନ ପାଢ଼ୀ ଥିଲେ ଜଣେ ପ୍ରେମିକ ପ୍ରବର। ପ୍ରେମ ହିଁ ଥିଲା ତାଙ୍କ ପୁରୁଷାର୍ଥର ପ୍ରମୁଖ ପରିଚୟ। ସେ ସବୁବେଳେ କହୁଥିଲେ, ପ୍ରେମରେ ମୋ...

ହେଲା ତଲାକ୍‌

ସମ୍ପଦକୀୟ/ତଥାଗତ ସତପଥୀ ଖୁସିର କଥା ଯେ, ଭାଜପା ସରକାରର ମୁଖ୍ୟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା ଚାହୁଁଥିଲେ ତାହା କରାଇପାରିଲେ। ୩୦ ଜୁଲାଇ ୨୦୧୯ରେ...

କଶ୍ମୀର ଓ ବିଜୁବାବୁ

ଇଂ. ମାୟାଧର ସ୍ବାଇଁ କେନ୍ଦ୍ର ସରକାର ଅଗଷ୍ଟ ପ୍ରଥମ ସପ୍ତାହରେ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଠାଇଦେଇ ଜମ୍ମୁ-କଶ୍ମୀରକୁ ଦୁଇଟି ପୃଥକ୍‌ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଘୋଷଣା...

ଏଇ ଭାରତରେ

ଅଚିହ୍ନା ମୃତଦେହ ସଂଗ୍ରହ କରି ସେଗୁଡ଼ିକର ଅନ୍ତିମ ସଂସ୍କାର କରିବା ହେଉଛି ବିହାର ପାଟନାର ଜଣେ ବ୍ୟକ୍ତିଙ୍କ ନିଶା। ସେ ହେଉଛନ୍ତି ନବୀନ ଶ୍ରୀବାସ୍ତବ। ଗତ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *