ପୌର ଟିକସ ବୃଦ୍ଧି ଲାଗି ମ୍ୟୁନିସିପାଲ ପ୍ରିମିୟର ଲିଗ୍‌

ଭୁବନେଶ୍ୱର, ୪।୧(ବ୍ୟୁରୋ): ପୌରସଂସ୍ଥା ଗୁଡିକର ରାଜସ୍ବ ବୃଦ୍ଧି ସହିତ ସେଗୁଡିକୁ ଆତ୍ମନିର୍ଭରଶୀଳ କରିବାପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ’ମ୍ୟୁନିସିପାଲ ପ୍ରିମିୟର ଲିଗ୍‌ (ଏମ୍‌ପିଏଲ୍‌) ଆୟୋଜନ ପାଇଁ ସ୍ଥିର ହୋଇଛି। ଅମୃତ ଯୋଜନା ଅନ୍ତର୍ଗତ ସହର ଗୁଡିକରେ କିଭଳି ହୋଲଡିଂ ଟିକସ ଆଦାୟ ସହ ପୌର ରାଜସ୍ବ ବୃଦ୍ଧି ହେବ ସେଥିନେଇ ପଦକ୍ଷେପ ନିଆଯିବ। ଟିକସ ଆଦାୟ କରୁଥିବା ଅଧିକାରୀମାନଙ୍କୁ ପ୍ରେରଣା ଦେବା ଏବଂ ପୌରସଂସ୍ଥାରେ ସେମାନଙ୍କ ଅବଦାନକୁ ସ୍ବୀକୃତି ପ୍ରଦାନ ସହିତ ସମଗ୍ର ରାଜ୍ୟରେ ପୌର ଟିକସ ବଢାଇବା ହେଉଛି ଏମ୍‌ପିଏଲ୍‌ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡିଛି।
ଅମୃତ ସହର ଗୁଡିକରେ ଏମ୍‌ପିଏଲ୍‌ ଆୟୋଜନ ନେଇ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି.ମାଥିଭାଥନନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ, ବିଭିନ୍ନ ମହାନଗର ନିଗମର କମିଶନର, ପୌରଂସ୍ଥାର କାର୍ଯ୍ୟକାରୀ ନିର୍ବାହୀ ଅଧିକାରୀ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିଥିଲେ। ପୌର ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ଆୟୋଜକ କମିଟି ଗଠନ ହୋଇଛି। ଏଥିରେ ୫ ମହାନଗର ଯଥା ବିଏମ୍‌ସି, ସିଏମ୍‌ସି, ବ୍ରହ୍ମପୁର, ରାଉରକେଲା ଏବଂ ସମ୍ବଲପୁରରର କମିଶନର ଏବଂ ୪ଟି ପୌରସଂସ୍ଥା ଯଥା ପୁରୀ, ବାରିପଦା, ବାଲେଶ୍ୱର ଓ ଭଦ୍ରକର କାର୍ଯ୍ୟକାରୀ ର୍ନିବାହୀ ଅଧିକାରୀମାନେ ରହିଛନ୍ତି। ଆସନ୍ତା ୨୦ରେ ଟିକସ ସଂଗ୍ରହ ଅଧିକାରୀମାନଙ୍କୁ ତାଲିମ ପାଇଁ ଏକ କର୍ମଶାଳାର ଆୟୋଜନ କରାଯିବ । ସେହିପରି ୨୧ରୁ ୯ଟି ଅମୃତ ସହରରେ ଟିକସ ସଂଗ୍ରହ ଆରମ୍ଭ ହେବ। ଏହି ଲିଗ୍‌ ଫେବୃୟାରୀ ପହିଲାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ। ଏମ୍‌ପିଏଲ୍‌ର ତାଜା ସ୍ଥିତି ଅବଗତି ପାଇଁ ପ୍ରତି ସପ୍ତାହରେ ଆୟୋଜକ କମିଟିର ବୈଠକରେ ବସିବ। ଲିଗ୍‌ ସମାପ୍ତ ପରେ ଟିକସ ଆଦାୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସର୍ବାଧିକ ୬୭ଟି ପୁରସ୍କାର ପ୍ରଦାନ କରାଯିବ। ଏହି ଲିଗ୍‌ ପାଇଁ ଏକ ଡାସବୋର୍ଡ ପ୍ରସ୍ତୁତ ହେବ ଏବଂ ଆୟୋଜକ କମିଟିର ତତ୍ୱାବଧାନରେ ପୌରସଂସ୍ଥା ଏବଂ ଟିମ୍‌ ସଦସ୍ୟମାନେ ଏଥିରେ ତଥ୍ୟ ଅପଲୋଡ୍‌ କରିପାରିବେ। ଏଭଳି ପଦକ୍ଷେପ ନଅଟି ଅମୃତ ସହରରେ ଥିବା ପୌରସଂସ୍ଥାର ଟିକସ ବୃଦ୍ଧିରେ ସହାୟକ ହେବା ସହିତ ଟିକସ ଆଦାୟ ସହ ଜଡିତ ଅଧିକାରୀଙ୍କୁ ପ୍ରୋସତ୍ାହିତ କରିବ। ଏହି ଏମ୍‌ପିଏଲ୍‌ ପାଇଁ ଜନାଗ୍ରହ ଟିମ୍‌ ଗୃହ ଓ ନଗର ଉନ୍ନୟନ ବିଭାଗକୁ ସହାୟତା କରିବ ବୋଲି ଜଣାପଡିଛି।


All Right Reserved By Dharitri.Com

ଫୁଲୁରୀ ତେଲ ଲାଗିହେଲେ ମହାପ୍ରଭୁ

ପୁରୀ ଅଫିସ, ୨୨ା୬:  ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡ଼ୁ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅଣସର ଘରେ ଏବେ ଚତୁର୍ଦ୍ଧାବିଗ୍ରହ। ଶ୍ରୀଅଙ୍ଗ ଲାଗି...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବୈଠକ: ଇସ୍ପାତ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ

ଭୁବନେଶ୍ୱର,୨୨ା୮(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଦେଶରେ ଇସ୍ପାତ ଉତ୍ପାଦନ ବୃଦ୍ଧି ସମ୍ପର୍କିତ ଏକ ସମୀକ୍ଷା ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଇସ୍ପାତ ମନ୍ତ୍ରଣାଳୟର...

ହସ୍ତକ୍ଷେପ କଲେ ମୁଖ୍ୟମନ୍ତ୍ରୀ, ଆତ୍ମାହୁତି ଆନ୍ଦୋଳନ ପ୍ରତ୍ୟାହୃତ କଲେ ସୁର

ଭୁବନେଶ୍ୱର,୧୦।୧(ବ୍ୟୁରୋ): ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ବିଭିନ୍ନ ଦାବି ପୂରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଦାବି ପୂରଣ ନ...

୩ ବର୍ଷରେ ଓଏସ୍‌ଏଫ୍‌ଡିସି ଏସ୍‌ସି,ଏସ୍‌ଟି ଯୁବତୀଯୁବକଙ୍କୁ ୨୧୪୧.୪୬ ଲକ୍ଷ ଟଙ୍କା ସବ୍‌ସିଡି ଦେଇଛି

ଭୁବନେଶ୍ୱର,୨୬।୭(ବ୍ୟୁରୋ): ରାଜ୍ୟର ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ତଥା ଅନ୍ୟ ଜିଲାରେ ବାସ କରୁଥିବା ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଯୁବତୀଯୁବକ ଏବଂ ସ୍ବୟଂସହାୟକ ଗୋଷ୍ଠୀମାନଙ୍କୁ ଆତ୍ମନିଯୁକ୍ତି ପାଇଁ...

ୟୁଏସ୍‌ଆଇର ଇକୋଫ୍ରେଣ୍ଡଲି ଦୀପାବଳି: କାର୍ଯ୍ୟକ୍ରମରେ ଯୋଗଦେଲେ ଟ୍ରାଫିକ ଡିସିପି

ଭୁବନେଶ୍ୱର,୨୭ା୧୦: ୟୁନାଇଟେଡ୍‌ ଫର ସୋସିଆଲ୍‌ ଇଣ୍ଟରେଷ୍ଟ(ୟୁଏସ୍‌ଆଇ) ଫାଉଣ୍ଡେଶନ ପକ୍ଷରୁ ସ୍ଥାନୀୟ ଖାରବେଳନଗରସ୍ଥିତ ଉତ୍କଳ ଦୃଷ୍ଟିହୀନ ସଂଘ ପରିସରରେ ଇକୋଫ୍ରେଣ୍ଡଲି ଦୀପାବଳି ପାଳିତ ହୋଇଯାଇଛି। ଉତ୍କଳ ଦୃଷ୍ଟିହୀନ...

ବିଏମ୍‌ସିର ମଣ୍ଡପ ସିଲ୍‌ ପ୍ରକ୍ରିୟା ବନ୍ଦ ହୋଇଯିବ

ଭୁବନେଶ୍ୱର, ୮ା୨(ବ୍ୟୁରୋ): ବିନା ବିଲଡିଂ ପ୍ଲାନ୍‌ ଅନୁମୋଦନରେ କୋଠା ନିର୍ମାଣ, ବିନା ଟ୍ରେଡ୍‌ ଲାଇସେନ୍ସରେ ବ୍ୟବସାୟ କରୁଥିବା, ହୋଲ୍ଡିଂ ଟିକସ ଫାଙ୍କୁଥିବା, ପାର୍କିଂ ସୁବିଧା ନ...

ଗଜପତି ମହାରାଜାଙ୍କ ଭ୍ରମଣ ପୁସ୍ତକ ‘ମାଜେଷ୍ଟିକ୍‌ ମାରା’କୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଭ୍ରମଣ ପୁସ୍ତକକୁ ଉନ୍ମୋଚନ କରିଛନ୍ତି। କେନିଆର ମଶାଇ ମାରା ଅଭୟାରଣ୍ୟର ଭ୍ରମଣ ଅନୁଭୂତିକୁ...

ରାଜ୍ୟ ସଭାର ୩ ଆସନରେ ଉପନିର୍ବାଚନ ପ୍ରସଙ୍ଗ: ଆଜିଠୁ ନାମାଙ୍କନ ଦାଖଲ

ଭୁବନେଶ୍ୱର, ୧୮।୬(ବ୍ୟୁରୋ): ଓଡ଼ିଶାର ୩ ରାଜ୍ୟ ସଭା ଆସନରେ ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ମଙ୍ଗଳବାର ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ...

Leave a comment

Your email address will not be published. Required fields are marked *