ସାତକୋଶିଆରେ ଚଢ଼ାଉ : ଶିକାରୀ ଗିରଫ

ବନ୍ତଳା, ୧ା୬(ଡି.ଏନ.ଏ.)- ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ବନ ବିଭାଗ ଚଢ଼ାଉ କରି ଶିକାର ପାଇଁ ପ୍ରସ୍ତୁତ ହେଉଥିବା କଟକ ନରସିଂହପୁର ଥାନା ଯାନିସାହି ଗ୍ରାମର ଅଶୋକ କୁମାର ପଣ୍ଡାଙ୍କୁ ବୁଧବାର ଗିରଫ ପରେ ଅନୁଗୋଳ କୋର୍ଟଚାଲାଣ କରାଯାଇଛି। ପୂର୍ବରୁ ସାତକୋଶିଆରେ ଶିକାର ସମୟରେ ବନ ବିଭାଗ ଚଢ଼ାଉ କରି ଦେଶୀ ବନ୍ଧୁକ, ହରିଣ, କୁଟୁରା, ସୀସା, ଜିଲେଟିନ, ପଟାସ ଆଦି ଜବତ କରିଥିଲେ ହେଁ ଅଶୋକ ଫେରାର ହୋଇଯାଇଥିଲେ। ତାଙ୍କ ନାମରେ ଜିଲିଣ୍ଡା ରେଞ୍ଜରେ ଓଆର୍‌ ୧ ଜେ, ୨ଜେ, ୩ଜେରେ ୩ଟି ମାମଲା ରୁଜୁ ହୋଇଥିଲା। ଏହା ପୂର୍ବରୁ ମଧ୍ୟ ପୁରୁଣାକୋଟ ରେଞ୍ଜରେ ଶିକାର ବେଳେ ଧରାପଡି ୪ପିକେ/୨୦୧୦-୧୧ କୋର୍ଟଚାଲାଣ ହୋଇଥିଲେ। ବୁଧବାର ଅଭୟାରଣ୍ୟରେ ଶିକାର କରୁଥିବା ଖବରପାଇ ଜିଲିଣ୍ଡା ରେଞ୍ଜର ହରିଶ୍ଚନ୍ଦ୍ର ପ୍ରଧାନ, ଫରେଷ୍ଟର କେଦାର କୁମାର ସାହୁ, ବିଭୂତି ଭୂଷଣ ଦେହୁରୀ, ଅକ୍ଷୟ କୁମାର ନାଏକ ପ୍ରମୁଖ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲେ। ତେବେ ଏଥିରେ ସମ୍ପୃକ୍ତ ଅନ୍ୟମାନେ ଫେରାର ଥିବା ଜଣାପଡିଛି।


All Right Reserved By

ତାଳସାରୀ ମେରାଇନ୍‌ ଥାନାରେ ୨ ବଙ୍ଗୀୟ ଯୁବତୀ ଅଟକ, ବୟାନ ବଦଳାଉଥିବାରୁ ଫିଟୁନି ଗୁମର

ଭୋଗରାଇ,୧୦।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ସାହାବାଜିପୁରସ୍ଥିତ ଏକ ଗେଷ୍ଟହାଉସ୍‌ରୁ ୨ ବଙ୍ଗୀୟ ଯୁବତୀଙ୍କୁ ସ୍ଥାନୀୟ ଯୁବକମାନେ ଧରି ତାଳସାରୀ ମେରାଇନ ଥାନାରେ ଜିମା ଦେଇଛନ୍ତି।...

ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

ତାଳଚେର, ୨୪ା୬(ନି.ପ୍ର.)- ସମଲ ଥାନା ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରି ନିଆଯାଇଥିବା ଅଭିଯୋଗ ହୋଇଛି। ପୋଲିସ ନଂ. ୮୯/୧୯ରେ ଏକ ମାମଲା...

ଅପରାଧ ଘଟିଲେ ପୋଲିସ ନିଦ ଭାଙ୍ଗୁଛି

ଭୁବନେଶ୍ୱର,୨।୮(ବ୍ୟୁରୋ) : ମଞ୍ଚେଶ୍ୱର ଥାନା ଅଞ୍ଚଳରେ ୨୪ ଘଣ୍ଟାରେ ୪ଟି ଲୁଟ୍‌ ଓ ଡକାୟତି ଘଟଣା ପରେ କମିଶନରେଟ ପୋଲିସର ନିଦ ହଜିଯାଇଛି। ଲୁଟେରା ଗ୍ୟାଙ୍ଗ୍‌କୁ...

ରାଜଧାନୀରେ ଡବଲ ଏନ୍‌କାଉଣ୍ଟର, ୨ ଅପରାଧୀ ଗୁରୁତର

ଭୁବନେଶ୍ୱର, ୩।୮(ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅଞ୍ଚଳରେ ୪ ସିରିଜ୍‌ ଲୁଟ୍‌ ପରେ କମିଶନରେଟ ପୋଲିସ ଶୁକ୍ରବାର ରାତିରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ରଙ୍ଗବଜାରରେ ଏନ୍‌କାଉଣ୍ଟର...

ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଫଳାଫଳ ପ୍ରକାଶିତ: ପାସ୍‌ ହାର ୮୫.୩୧%, ବିଜ୍ଞାନରେ ମଧୁସ୍ମିତା ବେହେରା ଟପ୍ପର

ଅନୁଗୋଳ ଅଫିସ,୭।୬: ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ଫଳାଫଳ ପ୍ରକାଶ ପାଇଛି। ସ୍ନାତକରେ କଳାରେ ପାସ ହାର ୮୫.୩୧ ପ୍ରତିଶତ ଥିବାବେଳେ...

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟାକଲେ ସ୍ବାମୀ

ଧାମନଗର,୯।୮(ଡି.ଏନ୍‌.ଏ) : ଭଦ୍ରକ ଜିଲା ଧୁଷୁରୀ ଥାନା କୋଠାର ଦାସ ସାହିର ସଞ୍ଜୟ ଦାସ ତାଙ୍କ ସ୍ତ୍ରୀ ରଶ୍ମିତାଙ୍କୁ ଟାଙ୍ଗିଆରେ ହାଣି ଦେବାରୁ ତାଙ୍କୁ ମୁମୂର୍ଷୁ...

ନାବାଳିକା ଛାତ୍ରୀଙ୍କୁ ବଳାତ୍କାର: ଅଭିଯୁକ୍ତ ଶିକ୍ଷକ ଗିରଫ

ସମ୍ବଲପୁର, ୧୭।୭(ବ୍ୟୁରୋ): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଞ୍ଚଳରେ ଜଣେ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ପରିବାରଲୋକଙ୍କ ଅଭିଯୋଗକ୍ରମେ ବାଉରୀଗୁଡ଼ା ସ୍କୁଲର...

ପରଜଙ୍ଗ ବିଧାନସଭା: ବିଭୂତି ପ୍ରଧାନ ୨୬୬୦ ଭୋଟରେ ଆଗୁଆ

କାମାକ୍ଷାନଗର, ୨୩ା୫(ଡି.ଏନ୍‌.ଏ.)-ପରଜଙ୍ଗ ବିଧାନସଭା ଆସନରେ ଭାଜପା ଭଲ ପ୍ରଦର୍ଶନ ଜାରି ରଖିଛି। ୭ର୍ଥ ରାଉଣ୍ଡ ଶେଷସୁଦ୍ଧା ଭାଜପା ପ୍ରାର୍ଥୀ ବିଭୂତି ପ୍ରଧାନ ଆଗରେ ରହିଛନ୍ତି। ସେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *