ମେଡିକାଲ କଲେଜ

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲାଗି ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ରାୟଗଡ଼ା ଜିଲାରେ ଲୋକେ ଠିକ୍‌ ଭାବେ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହୋଇଛନ୍ତି। ଜିଲାରେ ଉତ୍ତମ ଓ ଆଧୁନିକ ଚିକିତ୍ସା ଅଭାବରୁ ରୋଗୀମାନଙ୍କୁ ଜିଲା ବାହାରକୁ ଯିିବାକୁ ପଡ଼ୁଛି। ଫଳରେ ସାଧାରଣ ଲୋକଙ୍କ ସମୟ ନଷ୍ଟ ହେବା ସହ ଅନେକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ଏହାଦ୍ୱାରା ଆର୍ଥତ୍କ ଦୁର୍ବଳ ଶ୍ରେଣୀର ଲୋକେ ଅଧିକ ପ୍ରଭାବିତ ହେଉଛନ୍ତି।
ଜିଲାର ବିଭିନ୍ନ ଚିକିତ୍ସାଳୟରୁ ମାସକୁ ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ୱ ରୋଗୀ ଚିକିତ୍ସା ନିମନ୍ତେ ବାହାରକୁ ଯାଉଥିବା ଜଣାପଡ଼ିଛି। ସେହିପରି ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରୁ ମାସକୁ ହାରାହାରି ୨୫୦ରୁ ଊର୍ଦ୍ଧ୍ୱ ରୋଗୀଙ୍କୁ କୋରାପୁଟ ଏବଂ ବ୍ରହ୍ମପୁର ସ୍ଥାନାନ୍ତର କରାଯାଉଛି। ଗୁରୁତର ଅବସ୍ଥାରେ ଜଣେ ରୋଗୀଙ୍କୁ ୧୩୦ରୁ ୨୦୦ କିଲୋମିଟର ଯାତ୍ରା କରିବାକୁ ପଡୁଛି।
ଏଥିପାଇଁ ଚିକିତ୍ସା ପାଇବା ପୂର୍ବରୁ ବହୁ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବା ସ୍ବାଭାବିକ। କେତେକ କ୍ଷେତ୍ରରେ ବହୁ ରୋଗୀଙ୍କ ମୃତ୍ୟୁ ଘଟୁଥିବା ନଜିର ରହିଛି। ଗତ ୨ ବର୍ଷର ରାୟଗଡ଼ା ସ୍ବାସ୍ଥ୍ୟ ବିଭାଗର ରିପୋର୍ଟକୁ ଅନୁଧ୍ୟାନ କଲେ ଜଣାପଡ଼ୁଛି ଯେ, ରାୟଗଡ଼ା ଜିଲାରୁ ମାସକୁ ପ୍ରାୟ ୮୦ ହଜାର ରୋଗୀ ବିଭିନ୍ନ ଡାକ୍ତରଖାନାକୁ ସ୍ବାସ୍ଥ୍ୟସେବା ପାଇବା ପାଇଁ ଆସିଥାନ୍ତି। ହେଲେ ଚିକିତ୍ସା ଭିତ୍ତିଭୂମିର ଅଭାବ ଥିବାରୁ ରୋଗୀ ଠିକ୍‌ ଭାବେ ସେହି ସୁବିଧା ପାଉନାହାନ୍ତି। ଜିଲାରେ ସିକିଲ୍‌ ସେଲ୍‌ ଭଳି ମାରାତ୍ମକ ରୋଗର ଚିକିତ୍ସା ନିମନ୍ତେ କୌଣସି ସୁବିଧା ନ ଥିବା ବେଳେ କର୍କଟ, ହୃଦ୍‌ରୋଗ, ମଧୁମେହ, ମାନସିକ ରୋଗୀଙ୍କ ପାଇଁ ଆଧୁନିକ ଚିକିତ୍ସା ସୁବିଧା ଶୂନ।
ବିଭିନ୍ନ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହି ସୁବିଧା ନ ଥିବାରୁ ଲୋକେ ବିଭିନ୍ନ ଅସୁବିଧା ଭୋଗୁଛନ୍ତି।
ସେଥିଲାଗି ଜିଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଜୋର ଧରିଛି। ୨୦୧୪ରେ ରାଜ୍ୟ ସରକାର ୧୦୦ ସିଟ୍‌ ଓ ୫୦୦ ଶଯ୍ୟା ବିଶିଷ୍ଟ ଏକ ମେଡିକାଲ କଲେଜ ପିପିପି ବ୍ୟବସ୍ଥା ମାଧ୍ୟମରେ ଜିଲାରେ ଖୋଲିବା ପାଇଁ ଘୋଷଣା କରିଥିଲେ। ଏଥିସହ ବିଧାନସଭାରେ ମଧ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଏ କଥା ଉଠାଇଥିଲେ। ମେଡ଼ିକାଲ କଲେଜ ନିମନ୍ତେ ପ୍ରାୟ ୨୫ ଏକର ଜମି ଚିହ୍ନଟ ହୋଇ ସାରିଛି। ତଥାପି ବର୍ତ୍ତମାନ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇ ପାରିନାହିଁ। କୋରାପୁଟ ଏମ୍‌ପି ସପ୍ତଗିରି ଉଲ୍ଲାକା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କୁ ଭେଟି ରାୟଗଡ଼ାରେ ମେଡିକାଲ କଲେଜ ପ୍ରତିଷ୍ଠା ନିମନ୍ତେ ଏକ ପତ୍ର ପ୍ରଦାନ କରିଛନ୍ତି ।
ଏଥିଲାଗି ଭାରତୀୟ ଜାତୀୟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ଏକ ପତ୍ର ହର୍ଷବର୍ଦ୍ଧନଙ୍କୁ ଦେଇଛନ୍ତି।
ରାୟଗଡ଼ା ନାଗରିକ ମଞ୍ଚ ଜିଲାରେ ମେଡ଼ିକାଲ କଲେଜର ସ୍ଥାପନ ନିମନ୍ତେ ଦୀର୍ଘଦିନ ଧରି ଜନ ଆନ୍ଦୋଳନ, ପଦଯାତ୍ରା, ସଭା କରିବା ସହ ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବ, ରାଜସ୍ବ ସଚିବଙ୍କୁ ଦାବିପତ୍ର ଦେଇଆସୁଛି। ଏଥିସହ ଜିଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଏଥିପାଇଁ ଦାବି ଉଠିଛି।
ରାୟଗଡ଼ାବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ଜିଲାରେ ଖାଲି ପଡ଼ିଥିବା ୭୦ ଓ ନୂତନ ଭାବେ ସୃଷ୍ଟି ହୋଇଥିବା ୫୫ ଏହିପରି ମୋଟ ୧୨୫ଟି ପଦବୀରୁ କେବଳ ୧୦୯ଟି ପଦବୀରେ ଡ଼ାକ୍ତର କାର୍ଯ୍ୟଭାର ସମ୍ଭାଳୁଛନ୍ତି।


All Right Reserved By Dharitri.Com

ମଦ ବ୍ୟବସାୟୀଙ୍କୁ ସରକାରଙ୍କ ପ୍ରୋତ୍ସାହନ: ଆନ୍ଦୋଳନକୁ ଓହ୍ଲାଇଲା ବେଗୁନିଆ ଜନକଲ୍ୟାଣ ପ୍ରତିଷ୍ଠାନ

ବେଗୁନିଆ, ୧୫।୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଞ୍ଚଳରେ ଦିନକୁ ଦିନ ବେଆଇନ ନିଶାଦ୍ରବ୍ୟ କାରବାର ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଏଠାରେ ଦେଶୀ ରନ୍ଧା...

ବ୍ରାଉନ୍‌ସୁଗାର ମାଫିଆ ସେକ୍‌ ରାଜାଙ୍କ ଘର ଉପରେ ଚଢ଼ାଉ

ବାଲେଶ୍ୱର ଅଫିସ,୧୮।୯: ବାଲେଶ୍ୱରର ବ୍ରାଉନ୍‌ସୁଗାର ମାଫିଆ ସେକ୍‌ ରାଜା କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ହାତରେ ଧରାପଡିବା ପରେ ଅନେକ ଗୁମର ଫିଟିବାରେ ଲାଗିଛି।...

ବାଛୁରୀପଡ଼ାରେ ବାଣ କାରଖାନା ଠାବ: ୫ଲକ୍ଷ ଟଙ୍କାର ବିସ୍ଫୋରକ ସାମଗ୍ରୀ ଜବତ, ୨ ଗିରଫ

ରୂପ୍‌ସା,୧୭।୧୦(ଡି.ଏନ.ଏ.)-ବାଲେଶ୍ୱର ଓ ମୟୂରଭଞ୍ଜ ଜିଲା ସୀମାନ୍ତବର୍ତ୍ତୀ ରୂପ୍‌ସା ନିକଟସ୍ଥ ବୈଶିଙ୍ଗା ଥାନା ବାଛୁରୀପଡ଼ା ଗାଁରେ ବେଆଇନ ବାଣ କାରଖାନା ଠାବ ହୋଇଛି। ସ୍ବତନ୍ତ୍ର ପୋଲିସ ଟିମ୍‌...

ଚିକିଛା ଲାଗି ଟଁକା ଅଭାବ୍‌: ରକତ୍‌ କମ୍‌ଜୋରି ରୋଗ୍‌ରେ ପୀଡ଼ିତ ମା’ପୁଓ

  କଲମପୁର, ୧୮।୨ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା କଲମପୁର ବ୍ଲକ ବଡ଼କୁଟ୍ରୁ ପଁଚେତ୍‌ ସଦର ଗଁ। ଓ୍ବାର୍ଡ ନଂ.୧ର ସୁଧାରାମ ଛତ୍ରିଆକଁର ମାଏକିନା ପିଙ୍କି ଛତ୍ରିଆ(୨୪)...

ପରିବେଶ ସୁରକ୍ଷା, ବୃକ୍ଷ ରୋପଣ ପାଇଁ ଶପଥ ନେଲେ ଛାତ୍ରୀଛାତ୍ର

ମାଲକାନଗିରି, ୫।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମା କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଶୁକ୍ରବାର ଛାତ୍ରୀଛାତ୍ର, ଅଧ୍ୟାପକ, ଅଧ୍ୟାପିକା, ଏନସିସି କ୍ୟାଡେଟ, ଆମ ଜଙ୍ଗଲ ଯୋଜନାର କର୍ମକର୍ତ୍ତା,...

ଶହେ ପରତିଶତ ଅକ୍ଷମ ଯୋଗେଶ୍ୱର:ଭତାରେ ସୀମିତ ସରକାରୀ ସାହାଯ୍‌

ଡୁଙ୍ଗୁରିପାଲି, ୯ । ୭ (ଡି.ଏନ୍‌.ଏ.): ଦିବ୍ୟାଙ୍ଗମାନେ କେନ୍‌ଥେଇ ସମାଜର ମୁଖିଆ ଧାରରେ ସାମିଲ ହେଇପାରବେ ସେଥିରଲାଗି ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଯୋଜନା...

ପୂର୍ବ ଶତ୍ରୁତାରୁ ଆକ୍ରମଣ: ଖଣ୍ଡା ଚୋଟରେ ଯୁବକ ମୃତ, ଜଣେ ଅଟକ

କବିସୂର୍ଯ୍ୟନଗର,୧୪ା୧୦-ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ କନିଆରୀ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ ବଚସାକୁ କେନ୍ଦ୍ରକରି ସାଙ୍ଗଙ୍କ ଖଣ୍ଡା ଚୋଟରେ...

ଲଟେରୀରେ କାର ଉଠିବା ସୂଚନା: ୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ ଅଭିଯୋଗ

ଗୋପାଳପୁର,୨୯ା୧୨-ଦିନକୁ ଦିନ ସାଇବରର ଠକେଇ ବଢୁଛି। ବିଭିନ୍ନ ସମୟରେ ମିଥ୍ୟା ଫୋନ୍‌ କଲ ପାଇ ଲୋକଙ୍କର ଲକ୍ଷଲକ୍ଷ ଟଙ୍କା ଚାଲିଯାଉଛି। ଏଭଳି ଏକ ଘଟଣା ଘଟିଛି...

Leave a comment

Your email address will not be published. Required fields are marked *