Posted inଜାତୀୟ

ନବୀନଙ୍କ ସମେତ ୧୧ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ପିନାରାୟୀ ବିଜୟନ୍‌

ଥିରୁଭାନନ୍ଥପୁରମ୍‌,୪ା୧(ପି.ଟି.): ବିବାଦୀୟ ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ରଦ୍ଦ କରିବା ପାଇଁ କେରଳ ବିଧାନସଭାରେ ପ୍ରସ୍ତାବ ଗୃହୀତ ହେବା ପରେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ ଶୁକ୍ରବାର ୧୧ଟି ରାଜ୍ୟର ପ୍ରତିପକ୍ଷଙ୍କୁ ପତ୍ର ଲେଖି ଗଣତନ୍ତ୍ର ଓ ଧର୍ମନିରପେକ୍ଷତାର ସୁରକ୍ଷା ପାଇଁ ଆହ୍ବାନ ଦେଇଛନ୍ତି। ସିଏଏକୁ ନେଇ ସମାଜର ଅଧିକାଂଶ ଗୋଷ୍ଠୀ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଥିବା ବିଜୟନ୍‌ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ଆମ ଗଣତନ୍ତ୍ର ଓ ଧର୍ମନିରପେକ୍ଷତାର ମୂଲ୍ୟବୋଧର ସୁରକ୍ଷା ଓ ସଂରକ୍ଷଣ ଚାହୁଁଥିବା ସମସ୍ତ ଭାରତୀୟ ଏକାଠି ହେବା ସମୟର ଆବଶ୍ୟକତା ବୋଲି ସେ କହିଛନ୍ତି। ସିଏଏ ବିରୋଧରେ ପଦକ୍ଷେପ ନେବା ପାଇଁ ସେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପ୍ରମୁଖଙ୍କୁ ପତ୍ର ଲେଖିଛନ୍ତି।
ସୂଚନାଯୋଗ୍ୟ ଗତ ମଙ୍ଗଳବାର କେରଳ ବିଧାନସଭାରେ ସିଏଏ ରଦ୍ଦ ଦାବି ନେଇ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ଶାସକ ସିପିଆଇ(ଏମ୍‌)-ଏଲ୍‌ଡିଏଫ୍‌ ଏବଂ ବିରୋଧୀ ଦଳ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍‌ ପ୍ରସ୍ତାବକୁ ସମର୍ଥନ କରିଥିବାବେଳେ ଭାଜପାର ଏକମାତ୍ର ବିଧାୟକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ. ରାଜଗୋପାଳ ବିରୋଧ କରିଥିଲେ। କେରଳ ବିଧାନସଭାର ଏହି ପଦକ୍ଷେପକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସମର୍ଥନ ଜଣାଇଛନ୍ତି। ଏହା ଜନତାର ସ୍ବର ଏବଂ କେନ୍ଦ୍ର ଏଥିପ୍ରତି ଧ୍ୟାନଦେବା ଆବଶ୍ୟକ ବୋଲି ଅମରିନ୍ଦର କହିଛନ୍ତି। ଏନେଇ ସେ କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଖୋଲାଚିଠି ଲେଖି ସିଏଏ ସମ୍ପର୍କରେ ରାଜ୍ୟଗୁଡ଼ିକ ଆଇନଗତ ପରାମର୍ଶ ନେଇଥିବା ଜଣାଇଛନ୍ତି। କେରଳ ଲୋକଙ୍କ ସ୍ବରକୁ ସେମାନଙ୍କ ନିର୍ବାଚିତ ଜନପ୍ରତିନିଧି ପ୍ରସ୍ତାବ ମାଧ୍ୟମରେ ଉପସ୍ଥାପନ କରିଥିବା ଅମରିନ୍ଦର କହିଛନ୍ତି। ପଶ୍ଚିମବଙ୍ଗ, ପଞ୍ଜାବ, ମଧ୍ୟପ୍ରଦେଶ, ଛତିଶଗଡ଼ ଆଦି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନୂଆ ନାଗରିକତ୍ୱ ଆଇନକୁ ଅସାମ୍ବିଧାନିକ କହିବା ସହ ସେମାନଙ୍କ ରାଜ୍ୟରେ ଲାଗୁ କରିବେ ନାହିଁ ବୋଲି କହିସାରିଛନ୍ତି।


All Right Reserved By Dharitri.Com

ବଡ଼ ଘର ବଡ଼ ଗୁମର କଥା: ପଦାରେ ପଡ଼ିଲା ଶାଶୁ-ବୋହୂ କଳି

ପାଟନା,୨୭।୧୨: ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଘରର କଳି ପୁଣି ପଦାକୁ ଆସିଛି। ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପ...

ପୈତୃକ ଗ୍ରାମର ୨ ହଜାର ପରିବାରକୁ ଦିଆଯିବ ୧୦ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର: ଚନ୍ଦ୍ରଶେଖର ରାଓ

ହାଇଦ୍ରାବାଦ୍‌, ୨୩।୭: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ(କେସିଆର୍‌) ନିଜ ପୈତୃକ ଗ୍ରାମ ଚିନ୍ତାମଡାକାର ରହୁଥିବା ୨ ହଜାର ପରିବାରକୁ ୧୦-୧୦ ଲକ୍ଷ ଟଙ୍କା ଲେଖାଏଁ ପୁରୁସ୍କାର...

ଆପତ୍ତିଜନକ ଅବସ୍ଥାରେ ପ୍ରେମୀ ଯୁଗଳଙ୍କୁ ଦେଖି ତୁରନ୍ତ ବିବାହ କରାଇଦେଲେ ଗ୍ରାମବାସୀ

ପାଟନା,୧୦।୯: ବିହାରର ସୁପୌଲ ଜିଲାରେ ଏକ ପ୍ରେମୀ ଯୁଗଳଙ୍କୁ ଆପତ୍ତିଜନକ ସ୍ଥିତିରେ ଦେଖିବା ପରେ ଗ୍ରାମବାସୀ ରାଗି ଯାଇଥିଲେ। ଆଉ ଏହାର ଫଳ ସ୍ବରୂପ ସେମାନେ...

ପୋଲିସ ଷ୍ଟେଶନ ଉପରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ

ବାରମୂଳା,୭।୬: ଜମ୍ମୁ-କଶ୍ମୀର ବାରମୂଳା ଜିଲାର ସୋପେର ଅଞ୍ଚଳରେ ଏକ ପୋଲିସ ଷ୍ଟେଶନ ଉପରେ ଶୁକ୍ରବାର ଆତଙ୍କବାଦୀଙ୍କ ଦ୍ୱାରା ଗ୍ରେନେଡ୍‌ ମାଡ ହୋଇଛି। ଏଥିରେ ୨ ପୋଲିସକର୍ମୀ...

ସ୍କୁଲର ମାସିକ ବିଦ୍ୟୁତ୍‌ ବିଲ୍‌ ୬୧୮.୫ କୋଟି ଟଙ୍କା, ଶିକ୍ଷକ ଦେଖି ହେଲେ ଆଶ୍ଚର୍ଯ୍ୟ

ବାରାଣସୀ,୫।୯: ଉତ୍ତର ପ୍ରଦେଶର ବାରାଣସୀର ବିନାୟକା ସହରରେ ଥିବା ଓ-ଗ୍ରେଭ ପବ୍ଲିକ ସ୍କୁଲରେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଏକ ବିଲ୍‌ ପଠାଯାଇଛି। ଯାହାକୁ ଦେଖି ସ୍କୁଲ...

୧୭ ପଛୁଆ ବର୍ଗଙ୍କୁ ଏସ୍‌ସି ବର୍ଗରେ ସାମିଲ୍‌ କଲେ ଯୋଗୀ ସରକାର

ଲକ୍ଷ୍ନୌ,୨୯।୬: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟର ୧୭ଟି ପଛୁଆ ବର୍ଗଙ୍କୁ ଏସ୍‌ସି ବର୍ଗରେ ସାମିଲ୍‌ କରିଛନ୍ତି। ଏହାଦ୍ୱାରା ଏଣିକି ଏସବୁ ପଛୁଆ ବର୍ଗ ଏସ୍‌ସି...

ନିର୍ଭୟା ମାମଲା: ଗୋଟିଏ ଦିନ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ,୧୩।୨: ନିିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀଙ୍କର ବଞ୍ଚିବାର ବାଟ ପ୍ରାୟତଃ ବନ୍ଦ ହୋଇଯାଇଥିବା ବେଳେ ଏମାନଙ୍କ ଫାଶୀ ତାରିଖକୁ ନେଇ କେନ୍ଦ୍ର ପକ୍ଷରୁ କରାଯାଇଥିବା ଆବେଦନର...

ବିଶ୍ୱର ସର୍ବବୃହତ୍ତ କ୍ରିକେଟ ଷ୍ଟାଡିୟମର ଉଦ୍‌ଘାଟନ କରିବେ ନାହିଁ ଟ୍ରମ୍ପ

ନୂଆଦିଲ୍ଲୀ,୨୧।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ ଓ ପରିବାର ସହ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ସୋମବାର ସେ ଗୁଜରାଟର...

Leave a comment

Your email address will not be published. Required fields are marked *