କାଳବୈଶାଖୀର ତାଣ୍ଡବ : ଗଛ ଭାଙ୍ଗି ରାସ୍ତା ଅବରୋଧ

ମୁରିବାହାଲ, ୧।୬ (ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ଅଞ୍ଚଳରେ ଶୁକ୍ରବାର ରାତିରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା। ପ୍ରବଳ ଝଡତୋଫାନ ଓ ବର୍ଷା ହେବା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ମାତ୍ର ୩୦ମିନିଟ ପାଇଁ ହୋଇଥିବା ଝଡତୋଫାନରେ ମୁରିବାହାଲ-ଗୁଡିଘାଟ, ମୁରିବାହାଲ-ବଙ୍ଗୋମୁଣ୍ଡା, ମୁରିବାହାଲ-ଟିଟିଲାଗଡ ରାସ୍ତାରେ ବଡବଡ ଗଛ ଭାଙ୍ଗି ପଡିବା ଫଳରେ ଯାତାୟାତ ବନ୍ଦ ହୋଇ ଯାଇଥିଲା। ମୁରିବାହାଲ, ଜମୁନା, ଘୁଷୁରାମୁଣ୍ଡା, ବନବାହାଲ ପ୍ରଭୁତି ଗ୍ରାମରେ କାଳବୈଶାଖୀର ପ୍ରଭାବ ବିଶେଷ ଅନୁଭୂତ ହୋଇଥିଲା। ମୁରିବାହାଲ ଗ୍ରାମର ଶତାଧିକ ଘର ଭାଙ୍ଗିଥିବା ବେଳେ ବ୍ଲକ କଲୋନୀ ଓ ଷ୍ଟେଶନ ପଡାର ବହୁ ଲୋକଙ୍କ ଘର ବିଶେଷ କ୍ଷତିଗ୍ରସ୍ତ ହୋଇଛି। ସେହିପରି ମୁରିବାହାଲ ରେଳୱେ ଷ୍ଟେଶନ ନିକଟରେ ଥିବା ବହୁ ପୁରୁଣା ଶାଗୁଆନ ଗଛ ଭାଙ୍ଗିପଡଛି । ମୁରିବାହାଲ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ଗ୍ରାମ୍ୟ ପରିମଳ ବିଭାଗ, ଷ୍ଟେଶନ ବଜର, ଆଞ୍ଚଳିକ ବ୍ୟାଙ୍କ କାର୍ଯ୍ୟାଳୟମାନଙ୍କରେ ମଧ୍ୟ ବଡ ବଡ ଗଛ ଭାଙ୍ଗି ପଡିଥିବାର ଦେଖିବାକୁ ମିଳିଛି। ଟିଟିଲାଗଡ ପଟରୁ ଆସିଥିବା ୩୩ କେଭି ବିଦ୍ୟୁତ୍‌ ଲାଇନର ୯ଗୋଟି ଖୁଣ୍ଟ ଚାଉଳଫୁପଡା-ପାତଳପଡା ଗ୍ରାମ ପର୍ଯ୍ୟନ୍ତ ତାର ଛିଣ୍ଡି ଯିବା ଫଳରେ ଶୁକ୍ରବାର ରାତିରୁ ବିଦ୍ୟୁତ ସେବା ବ୍ୟାହାତ ହୋଇଛି। ଏତତ୍‌ବ୍ୟତୀତ ମୁରିବାହାଲ ଦିନଦୟାଲ ଉପାଧ୍ୟାୟ ଓ ସ୍ବଭାଗ୍ୟ ଯୋଜନାର ବିଦ୍ୟୁତ ଖୁଣ୍ଟଗୁଡିକ ଅନେକ ସ୍ଥାନରେ ଭାଙ୍ଗି ପଡିଥିବା ଯୋଗୁଁ ତାର ଛିଣ୍ଡି ଯାଇ ଝୁଲି ରହିଛି । ଫଳରେ ବିଦ୍ୟୁତ ସେବା ଆହୁରି ୨ ଦିନ ଲାଗିପାରେ ବୋଲି କନିଷ୍ଠ ଯନ୍ତ୍ରୀ ଶିବାନୀକାନ୍ତ ରଥ କହିଛନ୍ତି । ଅନ୍ୟପକ୍ଷରେ ମୁରିବାହାଲ ବଜାରପଡାଠାରେ ଥିବା ବିଏସଏନଏଲ ଟାୱାର ଭାଙ୍ଗି ନିକଟସ୍ଥ ଘର ଉପରେ ପଡି ରାସ୍ତା ଅବରୋଧ ହୋଇଛି। ଏଥିଯୋଗୁ ମୋବାଇଲ ସେବା ବ୍ୟାହାତ ହୋଇଛି। ସ୍ଥିତିକୁ ସ୍ବଭାବିକ କରିବାକୁ ଅଗ୍ନିଶମ, ବିଦ୍ୟୁତ, ଜଙ୍ଗଲ ବିଭାଗ ଓ କେତେକ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଯୁଦ୍ଧକାଳୀନ ଭିତ୍ତିରେ କାମ ଚଳାଇଛନ୍ତି । ରାଜସ୍ବ ନିରୀକ୍ଷକଙ୍କ ରିପୋର୍ଟ ପରେ ପ୍ରଭାବିତଙ୍କୁ ଅବିଳମ୍ବେ ସହାୟତା ପ୍ରଦାନ କରାଯିବ ବୋଲି ସ୍ଥାନୀୟ ତହସିଲଦାର ଅମୃତଲାଲ ବେହେରା କହିଛନ୍ତି।


All Right Reserved By

ସୋନପୁର ବସ୍‌ଷ୍ଟାଣ୍ଡରେ ସର୍ବନିମ୍ନ ସୁବିଧା ନାହିଁ: ପ୍ରଚଣ୍ଡ ଖରାରେ ସିଝୁଛନ୍ତି ଯାତ୍ରୀ

ସୋନପୁର, ୨୯।୪(ନି.ପ୍ର.) ସୁବର୍ଣ୍ଣପୁର ଜିଲା ସଦର ମହକୁମାରେ ଥିବା ବସ୍‌ଷ୍ଟାଣ୍ଡରେ ଯାତ୍ରୀଙ୍କୁ ସର୍ବନିମ୍ନ ସୁବିଧା ମିଳୁନି। ଦୂରଦୂରାନ୍ତରୁ ଆସୁଥିବା ଓ ଏଠାରୁ ବିଭିନ୍ନ ସ୍ଥାନକୁ ବସ୍‌ ଯୋଗେ...

ଜାଲ୍‌ ଟିଡିଆର ଘଟଣା: ବଣ୍ଟି ଅଗ୍ରୱାଲଙ୍କୁ ୨୧ ଦିନ ଜାମିନ

ଭବାନୀପାଟଣା,୨୬।୬(ଡି.ଏନ୍‌.ଏ.): ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ନକଲି ଟର୍ମ ଡିପୋଜିଟ୍‌ ରିସିପ୍ଟ (ଟିଡିଆର୍‌) ପ୍ରସ୍ତୁତ କରି ସରକାରଙ୍କ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ...

ଗଛରେ ପିଟି ହେଲା ବୋଲେରୋ: ଜଣେ ମୃତ, ୪ ଗୁରୁତର

ଧର୍ମଗଡ,୨୧।୬(ଡି.ଏନ.ଏ.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଖଲିଆକାନିଠାରେ ଗୁରୁବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଏକ ବୋଲେରୋ ଗଛରେ ପଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ...

ମୁରତୁ ସଂଗେ ଯୁଝୁଛନ୍‌ ଦେବକୀ

ବିନିକା, ୯ା୬(ଡି.ଏନ୍‌.ଏ.):  ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂଘିଯୁବା ପଁଚେତ୍‌ ଅଧୀନ ଜାମପାଲି ତଲିପଡ଼ାର ଦେବକୀ କଲିତା(୩୪)। ଆପ୍‌ନେ ହାଡ଼ୁ କଲିତା(୪୨) ଆର ତିନ୍‌ ପିଲାକୁ...

ଗଁ। ବାସୀକୁ ଘାରୁଛେ ମ୍ୟାଲେରିଆ ଭଏ

ଲୋଇସିଂହା,୯।୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କର୍ଲିପାଟ ଗଁା ଖୁଲି ଅଲପ ବରଷାରେ ବି କାଦୋ ହେଇଯାଉଛେ। ଏନ୍‌ତାଥି ଗଁାବାସୀ ଯିବାଆଏବାରେ ବଡ଼ଭାରି ଅସବିଧାର ସାମନା...

ତିନି ବଖରା ଜଳିଗଲା

ପୁରୁଣାକଟକ, ୨୫ା୫(ଡି.ଏନ.ଏ.) : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବୀରନସିଂହପୁର ପଞ୍ଚାୟତ ଅନ୍ତର୍ଗତ ଚମ୍ପାମାଲ ଗ୍ରାମର ଅଚ୍ୟୁତ ମହାନନ୍ଦିଆଙ୍କ ଘରେ ନିଆଁଲାଗି ତିନି ବଖରା ଘର...

ଭାଲୁ ଆକ୍ରମଣରେ ମହିଳା ଆହତ

ସମ୍ବଲପୁର,୧୮।୫(ବ୍ୟୁରୋ): ସମ୍ବଲପୁର ଧମା ରେଞ୍ଜ କେଶାପାଲି ସେକ୍ସନ ଗହୀରପାଲି ଗାଁରେ ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ମହିଳା ଆହତ ହୋିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଶନିବାର...

ମହାନଦୀରେ ଯୁବତୀ ଭାସିଯିବା ଘଟଣା: ୭୨ ଘଣ୍ଟା ପରେ ବି ମିଳିନି ପତ୍ତା

ସମ୍ବଲପୁର,୯ା୧୦(ବ୍ୟୁରୋ): ସମ୍ବଲପୁର ଦେଇ ବହିଯାଇଥିବା ମହାନଦୀକୁ ଗାଧୋଇବାକୁ ଯାଇ ରବିବାର ୬ ଯୁବତୀ ନଦୀରେ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ମାତ୍ର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *